• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ମାଛ କଡେଇରେ ଶଗଡିଆର ଆଶା/Machha Kadeire Shagadiara Asha
ଗଳ୍ପ

ମାଛ କଡେଇରେ ଶଗଡିଆର ଆଶା/Machha Kadeire Shagadiara Asha

suchitraBy suchitraJanuary 21, 2022No Comments6 Mins Read
Facebook Twitter Pinterest Reddit LinkedIn Tumblr Email
Machha Kadeire Shagadiara Asha
Machha Kadeire Shagadiara Asha
Share
Facebook Twitter Pinterest Reddit Email

ଆଜିକୁ ପ୍ରାୟ ଦୁଇଶହ ବର୍ଷ ତଳର କଥା । ସେ ସମୟରେ ଆଉ ଆଜିକାଲି ଭଳି ଟ୍ରକ୍, ମଟର, ବସ୍ ଆଦି ଯାନବାହନ ନଥିଲା । ତେଣୁ ଲୋକେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଶଗଡ ବଳଦ ଗାଡିରେ ଯାଉଥିଲେ । ଯେଉଁଠି ରାତି ହେଉଥିଲା ସେଇଠି ହିଁ ବିଶ୍ରାମ ନେଉଥିଲେ । ଶଗଡ ଚାଳକକୁ ତ ଶଗଡିଆ କହନ୍ତି । ହରିସାମନ୍ତପୁର ନାମକ ଏକ ଗାଆଁରେ ଅଧିକାଂଶ ଲୋକଙ୍କର ଶଗଡ ଖଣ୍ଡେ ଲେଖାଏଁ ଅଛି । ସେମାନେ ସକାଳେ ଗାଧୋଇ ପାଧୋଇ ଖାଇ ନିଜ ନିଜର ଶଗଡରେ ବଳଦ ଯୋଚି ବାହାରି ପଡନ୍ତି । ଲୋକମାନଙ୍କୁ ଶଗଡରେ ବସାଇ ଆଉ ଗୋଟିଏ ଜାଗାରେ ପହଁଚାଇ ଦିଅନ୍ତି ଓ ଲୋକେ ଭଡା ବାବଦକୁ ଯେଉଁ ପଇସା ଦିଅନ୍ତି ସେହି ଭଡା ପଇସାରେ ଶଗଡିଆମାନେ ନିଜର ପରିବାର ପ୍ରତିପୋଷଣ କରନ୍ତି । ସେ ଶଗଡିଆମାନଙ୍କର ତ ମେଳକ ଥାଏ । ସମସ୍ତେ ହରିସାମନ୍ତପୁର ଛକରେ ଶଗଡ ବଳଦ ଧରି ଅପେକ୍ଷା କରନ୍ତି, ଲୋକେ ବସିଲେ ଶଗଡ ନେଇ ଦୂର ଯାଗାକୁ ଯାଆନ୍ତି ।

ଦିନକର ଘଟଣା, ହରିସାମନ୍ତପୁର ଛକରୁ କିଛି ଲୋକ ମଧୁପୁରରେ ଏକ ଯାତ ଦେଖିବାକୁ ବାହାରିଥା’ନ୍ତି । ଏକାବେଳେ ପଚିଶି ଜଣ ଲୋକ । ସମସ୍ତେ ପାଂଚ ଛ’ଟି ଶଗଡରେ ବସିଲେ । ଛଅ’ଟି ଶଗଡ ଏକାବେଳେ ହରିପୁର ଛକରୁ ବାହାରିଲା ମଧୁପୁରକୁ । ଛଅ ଜଣ ଶଗଡିଆ ଧାଡି ବାନ୍ଧି ସାଥି ହୋଇ ଲୋକଙ୍କୁ ବସାଇ ଚାଲିଲେ । ସଂନ୍ଧ୍ୟା ହେବା ପୂର୍ବରୁ ସେ ଶଗଡିଆମାନେ ଲୋକମାନଙ୍କୁ ମଧୁପୁର ଯାତ ନିକଟରେ ପହଁଚାଇ ଦେଲେ । ତା’ପରେ ଘରକୁ ଫେରୁଥା’ନ୍ତି ସାଥି ହୋଇ । ସଂଧ୍ୟ୍ୟା ହୋଇଗଲା, ଆଉ ରାସ୍ତା ଘାଟ କିଛି ବି ଦେଖାଗଲା ନାହିଁ । ସେ ଶଗଡିଆମାନେ ଏକ ଛୋଟ ଗାଆଁରେ ଯାଇ ପହଁଚିଲେ । ଗାଆଁ ଶେଷ ମୁଣ୍ଡରେ ଗୋଟିଏ ବରଗଛ । ଆଉ ସେ ବରଗଛ ନିକଟରେ ଜଣେ ବାବାଜୀଙ୍କ ଆଶ୍ରମ, ସେଇଠି ରାତି କଟାଇବାକୁ ସ୍ଥିର କଲେ । ଶଗଡରୁ ବଳଦମାନଙ୍କୁ ଫିଟାଇ ବାନ୍ଧି ଦେଲେ ।
ସେମାନଙ୍କ ମଧ୍ୟରୁ ଜଣେ ଶଗଡିଆ କହିଲା, ଭାଇମାନେ, ଆଜି ଆମେ ଏକାଠି ରୋଷେଇ କରି ଖାଇ ପିଇ ଶୋଇବା, ରାତି ପାହିଲେ ଏଇଠୁ କିଛି ଭଡା ମିଳିଯାଇପାରେ । ବାଟରେ କେହି ଯାତ୍ରୀ ମିଳିବେ । ଅଳପ ବହୁତ ଯାହା ବି ରୋଜଗାର ହେବ, ସେଥିରେ କିଛି ଯାଏ ଆସେ ନାହିଁ । କାରଣ ସେଦିନ ତାଙ୍କର ଭଲ ରୋଜଗାର ହୋଇଛି । ଶଗଡିଆମାନେ ରୋଷେଇ ସାମଗ୍ରୀକୁ ତ ସାଙ୍ଗରେ ଧରି ଆସିଥାନ୍ତି, ଡାଲି, ଚାଉଳ, ହାଣ୍ଡି ସବୁ ବି ସେମାନଙ୍କ ପାଖରେ ଥାଏ । ଶଗଡିଆମାନେ ସେଇଠି ଚୁଲି ଖୋଳିଲେ କିଛି ଜାଳେଣି କାଠ ମଧ୍ୟ ସାଙ୍ଗରେ ନେଇ ଥାଆନ୍ତି । ଚୁଲି ଲଗାଇବାକୁ କୌଣସି ଶଗଡିଆ ପାଖରେ ନିଆଁ ନଥିଲା । ସେମାନଙ୍କ ମଧ୍ୟରୁ ଜଣେ ଶଗଡିଆ ନିଆଁ ପାଇଗଲା । ନାଆଁ ତା’ର ଚନ୍ଦ୍ରମଣି, ଚନ୍ଦ୍ରମଣି ସେ ଗାଆଁର ଜଣେ ଜମିଦାରଙ୍କ ଘରେ ପହଁଚିଲା । ନିଆଁ ମାଗିଲା । ସେ ସମୟରେ ଜମିଦାରଙ୍କର ସାନ ବୋହୂ ତ ମାଛ ଭାଜୁଥିଲେ । ସେ ଚନ୍ଦ୍ରମଣି ତ ଭାରି ଆଇଁସ ପ୍ରିୟ, ମାଛ ଭଜାର ବାସ୍ନା ଯେମିତି ତା’ ନାକରେ ବାଜିଛି, ସେ ଅତ୍ୟନ୍ତ ବ୍ୟସ୍ତ ହୋଇ ପଡିଛି । ଦେଖିଲା ଜମିଦାରଙ୍କ ଘର ବୋହୂ ମାଗୁର ମାଛ ଭାଜୁଛନ୍ତି । ଖଣ୍ଡ ଖଣ୍ଡ ମାଗୁର ମାଛ ଭଜା ହୋଇ ଲାଲ୍ ଲାଲ୍ ଦେଖା ଯାଉଥାଏ । ଏଣେ ଚନ୍ଦ୍ରମଣିର ଆଶା ରହିଗଲା ସେହି ମାଗୁର ମାଛରେ, ଜମିଦାର ବୋହୂ ତ ମାଛ ଭାଜୁଥାଏ । ଚନ୍ଦ୍ରମଣି ଘର ଦୁଆର ନିକଟରେ ଠିଆ ହୋଇ ସେହି ମାଛ ଭଜାକୁ ଡାହାଣା ଭଳି ଚାହିଁ ରହିଥାଆନ୍ତି । ହଠାତ୍ ଜମିଦାରଙ୍କର ସାନ ବୋହୂ କହିଲା କ’ଣ ନିଆଁ ନବ ପରା । ଚନ୍ଦ୍ରମଣି କଲା ହଁ । ଜମିଦାରଙ୍କର ସାନ ବୋହୂ ଚନ୍ଦ୍ରମଣିକୁ ନିଆଁ ଦେଲେ । ସଯତ୍ନେ ନିଆଁକୁ କାଠି କୁଟାରେ ଧରି ଚନ୍ଦ୍ରମଣି ତା’ ଶଗଡିଆ ଭାଇମାନଙ୍କ ନିକଟରେ ଯାଇ ପହଁଚିଲା । ରୋଷେଇବାସ କଲେ, ଖାଇଲେ ପିଇଲେ ଆରାମ୍ରେ ସମସ୍ତେ ଶୋଇ ଗଲେ । ହେଲେ ସେ ଚନ୍ଦ୍ରମଣି କିନ୍ତୁ ମୋଟେ ଖାଇଲାନାହିଁ ।

ତେଣେ କ’ଣ ହୋଇଛି ନା ଜମିଦାରର ସାନ ବୋହୁ କିଛି ମାଛ ତରକାରି କଲେ, ଆଉ କିଛି ଭଜା ମାଛ ଗୋଟିଏ କଡେଇରେ ରଖି ତା’ ଉପରେ ଥାଳିଟିଏ ଘୋଡାଇ ଦେଲେ । ମାଛ କଡେଇଟି ଶିକାରେ ରଖି ଦେଲେ, ସେ ମାଛ କଡେଇରେ ତ ଚନ୍ଦ୍ରମଣିର ଆଶା ପଶି ଯାଇଛି ।
ରାତି ପାହି ସକାଳ ହେଲା । ସବୁ ଶଗଡିଆ ଭାଇମାନେ ଉଠିଲେ, ନିଜର ନିତ୍ୟକର୍ମ ବି ସାରିଲେ । କିନ୍ତୁ ଚନ୍ଦ୍ରମଣିର ନିଦ ସେ ପର୍ଯ୍ୟନ୍ତ ବି ଭାଙ୍ଗି ନାହିଁ । ସମସ୍ତେ ଆଶ୍ଚର୍ଯ୍ୟ, ସମସ୍ତେ ଚନ୍ଦ୍ରମଣି, ଚନ୍ଦ୍ରମଣି ବୋଲି ଯେତେ ଡାକିଲେ ଚନ୍ଦ୍ରମଣି କିନ୍ତୁ ଆଦୌ ଉଠିଲା ନାହିଁ । ସମସ୍ତେ ଅନୁମାନ କଲେ ଚନ୍ଦ୍ରମଣି ବୋଧେ ମରି ଯାଇଛି । ହଠାତ୍ ଏଭଳି ଅଘଟଣ କିପରି ଘଟିଲା ସମସ୍ତଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଭାଳେଣି ପଡିଗଲା । ସମସ୍ତେ କହିଲେ ଚନ୍ଦ୍ରମଣି ତ କହୁଥିଲା ତା’ର ଖାଇବାକୁ ଇଚ୍ଛା ନାହିଁ, ତେଣୁ ସେ ବି କାଲି ରାତିରେ କିଛି ଖାଇନାହିଁ । ଗାଁର ଜମିଦାରଙ୍କ ଘରକୁ ତ ନିଆଁ ପାଇଁ ସେ ଯାଇଥିଲା, ସେଇଠି କିଛି ଖାଇ ଦେଲାକି କ’ଣ ହେଲା । ଚାଲ ସମସ୍ତେ ଜମିଦାର ଘରକୁ ଯିବା । ସବୁ କଥାଶୁଣି ସେ ଜମିଦାର ବୁଢା କହିଲା, ଶଗଡିଆମାନେ, କାଲି ତୁମ ଲୋକ ଆମ ଘରକୁ ନିଆଁ ପାଇଁ ଆସିଥିଲା । ମୋ ସାନ ବୋହୂ ତ ସେତେବେଳେ ମାଛ ଭାଜୁଥିଲା, ସେ ନିଆଁ ନେଇଗଲା, ତା’ପରେ ତା’ର କ’ଣ ଏଭଳି ଅଘଟଣ ଘଟିଗଲା ବୋଲି କହୁଛ, ମୁଁ ତ ଏଥିରୁ କାହିଁ କିଛି ବି ବୁଝିପାରୁ ନାହିଁ ।

ଶଗଡିଆମାନେ କହିଲେ ଆମ ଶଗଡିଆ ଭାଇ ଚନ୍ଦ୍ରମଣି ମୃତ ବୋଲି ଜଣା ପଡୁନଥିଲେ ବି ଯେତେ ଡାକିଲେ ସେ ତ କାହିଁ ଉଠୁ ନାହିଁ । ଏହା ଶୁଣି ସେ ଜମିଦାର ବୁଢା କହିଲେ, ତମେ ମୋ ସାନ ବୋହୂକୁ ପଚାରିଲ କ’ଣ ହୋଇଛି । ତାପରେ ସବୁ ଶଗଡିଆମାନେ ଜମିଦାରଙ୍କ ସାନବୋହୂଙ୍କୁ ପଚାରିଲେ, ମାଆ କାଲି ଆମ ଶଗଡିଆ ଭାଇ ନିଆଁ ପାଇଁ ଆସିଥିଲା । ଏକଥା ଶୁଣି ଜମିଦାରଙ୍କର ସାନବୋହୂ କହିଲା ହଁ । ମୁଁ ତ ସେତେବେଳେ ମାଛ ଭାଜୁଥିଲି । ସେ ନିଆଁ ମାଗିଲେ । ମୁଁ ବି ତାଙ୍କୁ ନିଆଁ ଦେଲି, ସେ ତ ନିଆଁ ନେଇ ଗଲେ । ହଠାତ୍ ଶିକାରେ ଥିବା ମାଛ କଡେଇ ଖଡ ଖଡ ଧଡ ଧଡ ହେଲା । ଜମିଦାରଙ୍କର ସାନବୋହୂ ଶିକାରୁ ମାଛ କଡେଇ ଓହ୍ଲେଇ ଆଣି ସେ କଡେଇରୁ ଥାଳିଟିକୁ ବାହାର କରିଦେଲେ ।

ସେ ଜମିଦାରଙ୍କର ସାନବୋହୂ ତ ଭାରି ବୁଦ୍ଧିମତି । ସେ ଶଗଡିଆମାନଙ୍କୁ କହିଲା, ଶଗଡିଆ ଭାଇମାନେ ଦେଖିଲେ ସେ ମାଛ କଡେଇଟା କିପରି ଆପଣା ଇଚ୍ଛାରେ ଖଡ୍ ଖଡ୍ ଧଡ୍ ଧଡ୍ ହେଲା । ଆମ ଗାଆଁରେ ଜଣେ ଲୋକର ଆଶା ଜଣକ ପିଠା ହାଣ୍ଡିରେ ପଶି ଯାଇଥିଲା । ପିଠା ହାଣ୍ଡିର ଘୋଡଣୀ କାଢି ଦେବା ପରେ ସେ ଲୋକ ତା’ ଚେତା ଫେରି ପାଇଲା । ପିଠା ହାଣ୍ଡିରେ ସେ ଲୋକର ଆଶା ପ୍ରବେଶ କରିଥିବାରୁ ସେ ଲୋକର ଚେତା ଚାଲି ଯାଇଥିଲା । ଆଜି ମୁଁ କିନ୍ତୁ ଠିକ୍ ଅନୁମାନ କରୁଛି, ତୁମ ଶଗଡିଆ ଭାଇର ଆଶା ମୋ ମାଛ କଡେଇରେ ପ୍ରବେଶ କରିଛି । ତମେମାନେ ମୋଠାରୁ ଖଣ୍ଡେ ଭଜା ମାଛ ନେଇଯାଅ । ତାପରେ ସେ ଶଗଡିଆ ଭାଇକୁ ମାଛ ଆଣିଛୁ କହି ଉଠାଇବ, ଦେଖିବେ ଏଥର ସେ ନିଶ୍ଚୟ ଚେତା ଫେରି ପାଇବେ ।

ଶଗଡିଆ ଭାଇମାନେ ଜମିଦାରଙ୍କର ସେ ସାନବୋହୂଠାରୁ ମାଛଭଜା ଖଣ୍ଡେ ଧରି ଚନ୍ଦ୍ରମଣି ନିକଟକୁ ଆସିଲେ । ଦେଖିଲେ ଚନ୍ଦ୍ରମଣି ନିଦରୁ ଉଠି ବସିଛି । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ତାପରେ ସମସ୍ତେ ସେ ଚନ୍ଦ୍ରମଣିକୁ ପଚାରିଲେ, ଚନ୍ଦ୍ରମଣି ତୁ କେତେବେଳୁ ଉଠିଲୁ? ଚନ୍ଦ୍ରମଣି କହିଲା, ମୁଁ ତ ଏଇ ଅଳ୍ପ ସମୟ ହେଲା ଉଠିଲି । ତାପରେ ସମସ୍ତେ ଅନୁମାନ କଲେ ଜମିଦାରଙ୍କର ସାନବୋହୂ ଯେତେବେଳେ ମାଛ କଡେଇରୁ ଘୋଡଣା କାଢି ଦେଇଛି, ଚନ୍ଦ୍ରମଣିର ଆତ୍ମା ଚନ୍ଦ୍ରମଣି ନିକଟରେ ପହଁଚିଛି । ଚନ୍ଦ୍ରମଣି ବି ତା’ ଚେତା ଫେରି ପାଇଛି ।

ଶଗଡିଆ ଭାଇମାନେ ଚନ୍ଦ୍ରମଣିକୁ ସବୁ କଥା କହିଲେ । ଜମିଦାରଙ୍କର ସାନବୋହୂ ଦେଇଥିବା ମାଛଭଜା ବି ଚନ୍ଦ୍ରମଣିକୁ ଖାଇବାକୁ ଦେଲେ । ରାତିରୁ ତ ସେ ଚନ୍ଦ୍ରମଣି କିଛି ବି ଖାଇନଥିଲା । ମାଛଭଜା ଲଗେଇ ମନବୋଧ କରି କଂସାଏ ପଖାଳ ଖାଇଲା । ତା’ପରେ ଅନ୍ୟ ଶଗଡିଆ ଭାଇମାନେ ମଧ୍ୟ ଖାଇଲେ । ଜମିଦାରଙ୍କର ସାନବୋହୂର କଥାକୁ ମନେ ପକାଇଲେ । ଶେଷରେ ସମସ୍ତେ ଜମିଦାରଙ୍କ ଘରର ସାନବୋହୂ ନିକଟରେ ପହଁଚି କହିଲେ, ଆମ ଶଗଡିଆ ଭାଇ ଚନ୍ଦ୍ରମଣି ଭଲ ହୋଇଗଲାଣି । ଚେତା ବି ଫେରି ପାଇଲା । ପ୍ରକୃତରେ ଚନ୍ଦ୍ରମଣିର ଆଶା ତୁମ ମାଛ କଡେଇରେ ହିଁ ଥିଲା । ଏଥୁଅନ୍ତେ ସମସ୍ତେ ଜମିଦାରଙ୍କର ସାନବୋହୂକୁ କୃତଜ୍ଞତା ଜଣାଇଲେ । ତା’ପରେ ଶଗଡ ଧରି ସମସ୍ତେ ନିଜ ଗାଆଁ ହରିସାମନ୍ତପୁରକୁ ଫେରିଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ ।

Odia Galpa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleନିରିମାଖି ଝିଅର ଭାଗ୍ୟ/The fate of Nirimakhi girl
Next Article ଚନ୍ଦରା ଚନ୍ଦିରୀ ଫାର୍ସ/Chandara Chandiri Phars
suchitra

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.