• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ମହାବୀର
ଗଳ୍ପ

ମହାବୀର

Liza SBy Liza SJanuary 27, 2023No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Mahabeer
Odia-Story-Mahabeer
Share
Facebook Twitter Pinterest Reddit Email

କୀର୍ତ୍ତିଚନ୍ଦ୍ର ଉତ୍ପଳ ଦେଶର ରାଜା ଥିଲେ । ତାଙ୍କର କନ୍ୟା ରାଜକୁମାରୀ ପଦ୍ମାବତୀ ଅତିଶୟ ସୁନ୍ଦରୀ ଓ ଗୁଣବତୀ ଥିଲେ; ପଦ୍ମାବତୀଙ୍କ ପାଇଁ ଉପଯୁକ୍ତ ବର ଖୋଜା ହେଉଥିବା ସମୟରେ ହିଁ ସେ ହଠାତ୍ ହରଣଚାଳ ହୋଇଗଲେ ।ପରିଚାରକମାନେ ସମଗ୍ର ଅନ୍ତପୁର ଖୁବ୍ ଭଲଭାବରେ ଖୋଜିଲେ । ତା’ପରେ ରାଜପୁରୋହିତ ଓ ତାନ୍ତ୍ରିକ ମିଶି କୌଣସି ପ୍ରକାର କ୍ରିୟାକର୍ମ କରି ଜାଣିଲେ ଯେ ରାଜକୁମାରୀଙ୍କୁ ଏକ ରାକ୍ଷସ ଉଠାଇ ନେଇଛି । କୌଣସି ଏକ ଘନ ଜଙ୍ଗଲ ମଧ୍ୟରେ ଏକ ଦୁର୍ତେଦ୍ୟ ଦୁର୍ଗ ମଧ୍ୟରେ ତାଙ୍କୁ ରଖା ହୋଇଛି । ଆଜିଠାରୁ ତିନିମାସ ମଧ୍ୟରେ ସେ ରାକ୍ଷସ ତାଙ୍କୁ ବିବାହ କରିବ ।ଏକଥା ଶୁଣି ସେ ରାଜା ବଡ ହତାଶ ହୋଇଗଲେ । ସେ କିଂକର୍ତ୍ତବ୍ୟବିମୁଢ ହୋଇଗଲେ । ମନ୍ତ୍ରୀ ରାଜପୁରୋହିତଙ୍କୁ କହିଲେ, ”ମହାଶୟ, ଏତକ ଯଦି ମନ୍ତ୍ରପୂତ ଅଞ୍ଜନ ଆଖିରେ ଲଗାଇ ଜାଣିଲେ; ଏବେ ପୁଣି ଚେଷ୍ଟା କରନ୍ତୁ ଯେ ପଦ୍ମାବତୀଙ୍କୁ ପାଇବାର କୌଣସି ମାର୍ଗ ଅଛି କି?”
ପୁରୋହିତ କହିଲେ, ”ଯେତିକି ଜାଣି ହେବ ଓ ଦେଖି ହେବ ସେତିକି କହିଲି, ତା’ ଠାରୁ ଅଧିକ ଜାଣିବା ଆଦୌ ସମ୍ଭବ ନୁହେଁ । ଅଧିକନ୍ତୁ ଆସନ୍ତା ତିନିମାସ ମଧ୍ୟରେ ମୋର ମନ୍ତ୍ରପୂତ ଅଞ୍ଜନ ଆଉ କାମ କରିବ ନାହିଁ ।”

ସେକଥା ଶୁଣି ମନ୍ତ୍ରୀ ରାଜାଙ୍କୁ କହିଲେ, ”ମହାରାଜ ଚିନ୍ତିତ ହେବାରେ, ବା ଦୁଃଖ କରିବାରେ ଆଦୌ କିଛିବି ଲାଭ ହେବ ନାହିଁ । ଏବେ ଆମର ଆଉ କିଛି କରିବାର ନାହିଁ । ତେଣୁ ଭାବନ୍ତୁ ଯେ ଭଗବାନଙ୍କ ଇଚ୍ଛାହିଁ କାର୍ଯ୍ୟକାରୀ ହେଉଛି । କିନ୍ତୁ ଆମେ ଘୋଷଣା କରିଦେବା ଯେ ଯିଏ ରାକ୍ଷସକୁ ମାରି ରାଜକୁମାରୀଙ୍କୁ ଉଦ୍ଧାର କରିବ, ଆମେ ତାକୁହିଁ ରାଜକୁମାରୀଙ୍କୁ ବିବାହ ଦେବୁ ମହାରାଜ, ଭଗବାନ୍ଙ୍କ କୃପା ଉପରେ ଟିକେ ବିଶ୍ୱାସ ରଖନ୍ତୁ ।” ଏକଥା କୀର୍ତ୍ତିଚନ୍ଦ୍ରଙ୍କୁ ବହୁତ ଭଲ ଲାଗିଲା । ସେ ତାଙ୍କ ରାଜ୍ୟରେ ଓ ରାଜ୍ୟ ବାହାରେ ଘୋଷଣା କଲେ କି ”ଏକ ରାକ୍ଷସ, ରାଜକୁମାରୀଙ୍କୁ ହରଣ କରି ନେଇଛି । ତିନିମାସ ମଧ୍ୟରେ ସେ ତାଙ୍କୁ ବିବାହ କରିବ । ଯେଉଁ ବୀରପୁରୁଷ ରାକ୍ଷସ ହାତରୁ ପଦ୍ମାବତୀଙ୍କୁ ଉଦ୍ଧାର କରିବ, କେବଳ ସେହିଁ ତାଙ୍କୁ ବିବାହ କରିବ ।” ଏହି ଘୋଷଣା ଶୁଣିବା ପରେ ଅନେକ ରାକ୍ଷସର ଦୁର୍ଗ ଖୋଜିବାରେ ଲାଗିଲେ । ଅରଣ୍ୟ ଦୁର୍ଗମ ଓ ଭୟଙ୍କର ଥିଲା । ସେଥିରେ ପ୍ରବେଶ କରିବାକୁ ଗୋଟିଏ ମାତ୍ର ମାର୍ଗ ଥିଲା । ଉତ୍ପଳ ଦେଶର ମହାବୀର, ସେଠାରେ ଯାଇ ପ୍ରଥମେ ପହଁଚି ସାରିଥିଲେ । ଯେଉଁ ରାଜକୁମାରମାନେ ଅରଣ୍ୟକୁ ଯାଉଥିଲେ ସେ ତାଙ୍କୁ କହୁଥାନ୍ତି, ”ରାକ୍ଷସ ବଡ ପରାକ୍ରମୀ ଓ ଭୟଙ୍କର । ପ୍ରଥମେ ଯଦି ମୋତେ ହରାଇ ପାରିବ, ତେବେ ଯାଇ ଭିତରକୁ ଯିବ ।”

କେହି ହେଲେ ତାଙ୍କୁ ହରାଇ ପାରୁ ନଥିଲେ ତେଣୁ ସେହି ଅରଣ୍ୟକୁ ଆସୁଥିବା ବୀରମାନଙ୍କ ସଂଖ୍ୟା କ୍ରମଶଃ କମ୍ ହେବାକୁ ଲାଗିଲା । ଗୁପ୍ତଚରମାନଙ୍କଠାରୁ ରାଜା ଏହି ଖବର ପାଇଲେ । ମହାବୀରଙ୍କ ବିଷୟରେ ଖବର ନେଇ ରାଜା ବୁଝିଲେ ଯେ ତାଙ୍କ ପିତା ସେନାବାହିନୀରେ ଥିଲେ, ଯୁଦ୍ଧକ୍ଷେତ୍ରରେ ଯୁଦ୍ଧ କରିବାବେଳେହିଁ ସେ ପ୍ରାଣତ୍ୟାଗ କରିଛନ୍ତି । ପିତାଙ୍କ ମୃତ୍ୟୁ ପରେ ସେ ଅନ୍ୟ କେଉଁ ଦେଶକୁ ଚାଲିଯାଇଥିଲେ । ସେଠାରେ ସେ ନାନା ପ୍ରକାରର ଯୁଦ୍ଧବିଦ୍ୟା ଓ ଅସ୍ତ୍ରଚାଳନାର କୌଶଳମାନ ଶିକ୍ଷା କରିବା ପରେ ସେଠାରୁ ସେ ମହାବଳବାନ୍ ହୋଇ ଫେରି ଆସିଛନ୍ତି । ରାଜା ସ୍ୱୟଂ ମହାବୀରଙ୍କ ମାତାଙ୍କ ସହିତ ଦେଖା କରିବାକୁ ଗଲେ । ସେ ହଠାତ୍ ରାଜାଙ୍କୁ ଦେଖି ବହୁତ ଆଶ୍ଚର୍ଯ୍ୟ ହେଲେ ।ରାଜା କହିଲେ ”ତୁମ ପୁଅ ରାଜଦ୍ରୋହୀ । ଏହାର କାରଣ ଜାଣିବା ପାଇଁ ମୁଁ ତୁମ ସହିତ ଦେଖା କରିବାକୁ ଆସିଲି ।”ମହାବୀରର ମା’ ଏକଥା ଶୁଣି କହିଲେ ”ମହାରାଜ, ଆମବଂଶ ରାଜଭକ୍ତିର ବଂଶ । ରାଜଦ୍ରୋହ ବିଷୟ ତ ଆମେ କେବେବି କଳ୍ପନା ମଧ୍ୟ କରିପାରିବୁ ନାହିଁ । ରାଜବଂଶଙ୍କ ପାଇଁ ଆମେ ପ୍ରାଣ ଦେବାପାଇଁ ସର୍ବଦା ପ୍ରସ୍ତୁତ । ଆପଣ ଏପରି ଏକ ଭୁଲ୍ କଥା କାହିଁକି ଆମ ଉପରେ ଆରୋପ କରୁଛନ୍ତି?”

ରାଜା କହିଲେ, ”ତେବେ କୁହ, ତୁମର ପୁଅ ଜଙ୍ଗଲ ପାଖରେ ରହି ମୋ ଝିଅକୁ ଉଦ୍ଧାର କରିବାକୁ ଯାଉଥିବା ସମସ୍ତ ବୀରମାନଙ୍କୁ କାହିଁକି ଫେରାଇ ଦେଉଛି?”ମହାବୀରଙ୍କ ମା’ ଆଶ୍ଚର୍ଯ୍ୟ ହୋଇ କହିଲେ, ”ରାଜନ୍ ମୋ ପୁଅ ତ ବଡ ଶକ୍ତିଶାଳୀ । ତାକୁ ହରାଇବା ଭଳି ଏଠାରେ କେହି ଜଣେ ହେଲେବି ତ ବୀର ନାହିଁ । ସେ ନାନା ଦେଶ ବୁଲି ବୁଲି ନାନା ପ୍ରକାର ବିଦ୍ୟା ଶିକ୍ଷା କରିଛି । ରାକ୍ଷସକୁ ମାରିବାକୁ ମୋଠାରୁ ସେ ଆଶିର୍ବାଦ ନେବାକୁ ଆସିଥିଲା । ତେଣୁ ଆପଣଙ୍କ କଥା ଶୁଣି ମୋତେ ବଡ ଆଶ୍ଚର୍ଯ୍ୟ ଲାଗୁଛି ।ରାଜାଙ୍କର ମନେ ହେଲା ସେ ଯାହା କହୁଛନ୍ତି ସବୁ ସତ କହୁଛନ୍ତି । ତେଣୁ ସେ ନଅରକୁ ଫେରି ଆସି ମନ୍ତ୍ରୀଙ୍କ ସହିତ ଏ ବିଷୟରେ ଆଲୋଚନା କଲେ । ମନ୍ତ୍ରୀ କିଛି ସମୟ ଭାବିବା ପରେ କହିଲେ, ”ଆଜିପର୍ଯ୍ୟନ୍ତ କୌଣସି ବୀର ମହାବୀରଙ୍କୁ ଜିତି ପାରି ନାହାଁନ୍ତି । ଆମେ ତାଙ୍କୁ ଥରେ ପ୍ରତ୍ୟକ୍ଷ ଭାବରେ ଦେଖିବା ଉଚିତ୍ । ଚାଲନ୍ତୁ ସେଠାକୁ ଆମେ ଛଦ୍ମବେଶରେହିଁ ଯିବା ।”

ଏହିପରି ଭାବି ଦିନେ ରାଜା ଓ ମନ୍ତ୍ରୀ ଗରିବ ଚାଷୀ ବେଶରେ ସେଠାରେ ଯାଇ ପହଁଚିଲେ । ସେମାନେ ଦେଖିଲେ ଯେ ମହାବୀର ପ୍ରକୃତରେହିଁ ମହାବୀର । ରାଜା ତାଙ୍କୁ ପଚାରିଲେ, ”ଏଠାରେ ତୁମେ କ’ଣ କରୁଛ?”ମହାବୀର କହିଲେ ”ଏଠାକୁ ଆସୁଥିବା ବୀରମାନଙ୍କୁ ମୁଁ ପରୀକ୍ଷା କରୁଛି”ରାଜା ପଚାରିଲେ ”ସେସବୁ ତ ରାଜାଙ୍କ କାମ । ସେନାପତି ଏହି କାମ କରନ୍ତି । ଉତ୍ପଳ ଦେଶର ବୀରମାନଙ୍କର ପରୀକ୍ଷା ନେବାରେ ତୁମର କ’ଣ ଦରକାର?” ତହୁଁ ମହାବୀର କହିଲେ, ”ଏହି ଅରଣ୍ୟରେ ଜଣେ ରାକ୍ଷସ ବାସ କରୁଛି । ତାକୁ କେହିବି ମାରି ପାରୁ ନାହାଁନ୍ତି । ଯିଏ ଯାଉଛି, ତାକୁ ସିଏ ଖାଇ ଦେଉଛି । ତେଣୁ ଅନ୍ତତଃ ସେମାନେ ତ ବଂଚି ଯାଉଛନ୍ତି ।”ରାଜା ପ୍ରଶ୍ନକଲେ ”ତୁମେ କିପରି ଜାଣିଲ ଯେ ସେମାନେ ରାକ୍ଷସକୁ ମାରିପାରିବେ ନାହିଁ? ତୁମେ କାହିଁକି ଭାବୁଛ ଯେ ସେମାନେ ରାକ୍ଷସ ହାତରେ ମରିବେ?”ମହାବୀର ଏକଥା ଶୁଣି ହସିପକାଇ କହିଲେ, ”ଏତିକି ଜାଣିବା ପାଇଁ ଅଳ୍ପ ବୁଦ୍ଧି ଦରକାର । ଯିଏ ମୋତେ ହରାଇ ପାରିବ ନାହିଁ । ସେ ରାକ୍ଷସକୁ କିପରି ମାରିବ?”

ରାଜା କହିଲେ ”ଠିକ୍ କଥା । ତେବେ ରାକ୍ଷସକୁ ମାରିବା ଭଳି ବୀର କ’ଣ ଆମ ରାଜ୍ୟରେ କେହିବି ନାହାଁନ୍ତି?”ମହାବୀର କହିଲେ ”କାହିଁକି ନାହାଁନ୍ତି? ମୁଁ ତ ତାକୁ ସହଜରେ ମାରିପାରିବି ।”ରାଜା କହିଲେ ”ତେବେ ଡେରି କାହିଁକି? ତୁମେ ଯଥାଶୀଘ୍ର ଯାଇ ରାକ୍ଷସକୁ ନମାରି, ଏଠାରେ ସମସ୍ତଙ୍କୁ ଭିତରକୁ ଯିବାକୁ ବନ୍ଦ କରିବାରେ କ’ଣ ବା ଲାଭ?””ଏକାମ ତ ମୁଁ କେବେଠାରୁ କରିସାରନ୍ତିଣି । କିନ୍ତୁ ଏ ଦେଶର ମହାରାଜାଙ୍କ ଯୋଗୁଁ ହିଁ ଏହି କାମ ମୁଁ କରିପାରୁ ନାହିଁ ।” ତା’ପରେ ସେ ନିଜର ଜୀବନ କଥା କହିଲେ ।ମହାବୀରଙ୍କ ପିତା ଚନ୍ଦ୍ରସେନ ଯେତେବେଳେ ଯୁଦ୍ଧରେ ମରିଗଲେ, ସେତେବେଳେ ସେ ମାତ୍ର ପାଂଚ ବର୍ଷ ବୟସର ବାଳକ ଥିଲେ । ତାଙ୍କ ମା’ ପ୍ରତିଦିନ ତାଙ୍କ ବାପାଙ୍କର ଗୁଣ, କୀର୍ତ୍ତି ଓ ପରାକ୍ରମକୁ ପ୍ରଶଂସା କରି କହନ୍ତି ”ଯୁଦ୍ଧରେ ଏତେ ବଡ ବୀର ଅନାଥ ହୋଇ ମରିଗଲେ; ମୁଁ ଚାହେଁ କି ତୁ ଜଣେ ବଡ ବୀର ହେବୁ, ଯେପରି ଯୁଦ୍ଧରେ କେବେବି ମରିବୁ ନାହିଁ ।”

ମା’ଙ୍କର ଏହି ପଦିଏ କଥା ମହାବୀରଙ୍କ ଜୀବନ ଉପରେ ବଡ ପ୍ରଭାବ ପକାଇଥିଲା । ପିଲା ଦିନରୁ ହିଁ ସେ ଯୁଦ୍ଧବିଦ୍ୟା ଶିକ୍ଷା କରିବାକୁ ଲାଗିଲେ । ତାଙ୍କୁ ଯେତେବେଳେ ସତର ବର୍ଷ ବୟସ ମାଙ୍କୁ ସେ କହିଲେ, ”ମା’, ମୁଁ ହିମାଳୟକୁ ଯିବି । ସେଠାରେ ସାଧୁ ସନ୍ଥଙ୍କର ସେବା କରି ମୁଁ ମନ୍ତ୍ରଯନ୍ତ୍ର ଶିଖିବି । ଏଣୁ ମୋତେ ଆଶିର୍ବାଦ ଦିଅ ।” ଏହାପରେ ମା’ଙ୍କର ଆଶିର୍ବାଦ ନେଇ ସେ ଘର ଛାଡି ଚାଲିଗଲେ ।ହିମାଳୟରେ ତାଙ୍କର ଇଚ୍ଛା ପୂର୍ଣ୍ଣ ହେଲା । ସେଠାରେ ଜଣେ ମୁନି ତାଙ୍କୁ ଶିଷ୍ୟ କରି ମନ୍ତ୍ରଯନ୍ତ୍ର ଶିଖାଇଲେ । ଦିନେ ସେ କହିଲେ, ”ବତ୍ସ, ଏହି ପୃଥିବୀ ଉପରେ ତୁମକୁ ହରାଇବା ଭଳି ଲୋକ ଆଉ କେହି ନାହିଁ । କିନ୍ତୁ ପ୍ରଥମଥର ଯଦି ମାନବାତୀତ କୌଣସି ପ୍ରାଣୀ ସହିତ ଯୁଦ୍ଧ କରିବୁ, ମା’ଙ୍କର ଆଶିର୍ବାଦ ନିଶ୍ଚୟ ନେବୁ । ତା’ପରେ ତୋତେ ଆଉ କେହି ମଧ୍ୟ ହରାଇ ପାରିବେ ନାହିଁ ।”

ସେଠାରୁ ଫେରିବା ବେଳେ, ମହାବୀର ଦଳେ ଡକାୟତଙ୍କ ସହିତ ଲଢେଇ କରିଥିଲେ । ପାଖ ଗ୍ରାମରେ ଚନ୍ଦ୍ରିକା ନାମରେ ସୁନ୍ଦର ଝିଅଟିଏ ଥାଏ । ସେ ଡକାୟତମାନେ ତାକୁ ଓ ତାର ବାପମା’ଙ୍କୁ ବଳପୂର୍ବକ ଅପହରଣ କରି ନେଉଥିଲେ । ସେମାନଙ୍କ ସାଙ୍ଗରେ ଜଣେ ପୁରୋହିତ ମଧ୍ୟ ଥାଏ । ଡକାଏତ୍ ସର୍ଦ୍ଦାର ସେ ଝିଅଟିକୁ ବିବାହ କରିବାକୁ ନେଉଥାଏ । ସେ ଡକାଏତ ଦଳରେ କୋଡିଏ ଜଣ ବଳିଷ୍ଠ ଲୋକ ଥିଲେ । ମହାବୀର ସେମାନଙ୍କ ସହିତ ଯୁଦ୍ଧ କରି ତାଙ୍କୁ ହରାଇଲେ ।ଚନ୍ଦ୍ରିକାର ପିତା କହିଲେ, ”ପୁଅ, ତୁମେ ଆମକୁ ବଡ ବିପଦରୁ ରକ୍ଷା କଲ । କିନ୍ତୁ ଶୁଭ ମୁହୂର୍ତ୍ତ ସମୟରେ ହିଁ ଆମେ ବିପଦରେ ପଡିଲୁ । ଏବେ ଆମେ ଆଉ କାହାକୁ ବା ମୁହଁ ଦେଖାଇବୁ? ତେଣୁ ତୁମେ ଚନ୍ଦ୍ରିକାକୁ ବିବାହ କର । ସାଙ୍ଗରେ ତ ପୁରୋହିତ ଅଛନ୍ତି । ଆମେ ତ କନ୍ୟାଦାନ କରିବୁ ।”

ମହାବୀର ଦେଖିଲେ ଚନ୍ଦ୍ରିକାର ମଧ୍ୟ ସେହି ଇଚ୍ଛା; ସେଠାରେ ଚନ୍ଦ୍ରିକା ସହିତ ବିବାହ କରିବା ପରେ ସେ ଦୁହେଁ ଉତ୍ପଳ ରାଜ୍ୟକୁ ଫେରୁଥାନ୍ତି । ବାଟରେ ଜଣେ ରାକ୍ଷସ ହଠାତ୍ ଆସି କହିଲା, ”ବାଃ, କି ସୁନ୍ଦର ଝିଅଟିଏ, ତୁ ତାକୁ କୁଆଡେ ନେଇ ଯାଉଛୁ? ମୁଁ ଏହାକୁ ମୋ ଘରକୁ ନେଇ ଯାଉଛି । ପାରିବୁ ତ ଲଢେଇ କରି ମୋଠାରୁ ତାକୁ ନେଇଯା ।”ସେତେବେଳେ ମୁନିଙ୍କର ଚେତାବନୀ ମହାବୀରଙ୍କର ମନେ ପଡିଲା । ସେ ମହାବୀରଙ୍କୁ କହିଥିଲେ କି ମା’ର ଆଶିର୍ବାଦ ବିନା ମାନବାତୀତ ଶକ୍ତି ସହିତ କେବେବି ମଧ୍ୟ ଲଢେଇ କରିବ ନାହିଁ । ତେଣୁ ମହାବୀର କହିଲେ, ”ରେ ରାକ୍ଷସ, ମୁଁ ନିଶ୍ଚୟ ତୋ ସହିତ ଲଢେଇ କରିବି, କିନ୍ତୁ ସେଥିପାଇଁ ମୋର କିଛି ସମୟ ଦରକାର ।”

ରାକ୍ଷସ ବିକଟ ହାସ୍ୟ କରି କହିଲା, ”ଅଳ୍ପ ଦିନ ମଧ୍ୟରେ ମୁଁ ନଅଜଣ ମାନବ କନ୍ୟାଙ୍କୁ ଏକାଠି ବିବାହ କରିବି । ସେତିକି ସମୟ ମଧ୍ୟରେ ତୁ ଆସିପାରୁ ।” ଏତିକି କହି ଚନ୍ଦ୍ରିକାକୁ ନେଇ ସେ ଚାଲିଗଲା ।ମହାବୀର ଉତ୍ପଳଦେଶରେ ପହଁଚି, ବିବାହ କଥା ମା’ଙ୍କୁ ନ କହି ରାକ୍ଷସ ସହିତ ଲଢିବେ ବୋଲି, ମା’ଙ୍କର ଆଶିର୍ବାଦ ନେଲେ । ସେତେବେଳେ ରାଜାଙ୍କ ଘୋଷଣା ଶୁଣି ସେ ବଡ ଅଡୁଆରେ ପଡିଲେ ।ମନ୍ତ୍ରୀ କହିଲେ ”ଏଥିରେ ଅଡୁଆ କଥା କ’ଣ? ତୁମେ ଯାହା ଚାହଁ ରାଜା ମଧ୍ୟ ତ ସେଇଆ ଚାହାଁନ୍ତି ।”ମହାବୀର କହିଲେ ”ରାଜାଙ୍କ ଘୋଷଣା ଅନୁସାରେ ଯିଏ ରାଜକୁମାରୀଙ୍କୁ ମୁକ୍ତ କରିବ ସେ ତାଙ୍କୁ ବିବାହ କରିବ । ହେଲେ ମୁଁ ତ ବିବାହିତ, ପୁଣି ଏକପତ୍ନୀବ୍ରତ । ସେପରି କ୍ଷେତ୍ରରେ କ’ଣ କରାଯିବ?”ମହାବୀରଙ୍କର ସରଳତା, ସ୍ପଷ୍ଟବାଦୀତା ଓ ଲୋଭଶୁନ୍ୟତା ଦେଖି ରାଜା ଚକିତ ହେଲେ । ସେ କହିଲେ, ”ଏତେ ଛୋଟ କଥା ଉପରେ ଏତେ ଯିଦି କାହିଁକି? ରାଜାଙ୍କୁ ଏକଥା କହିଲେ ସେ ତ କିଛି ସମାଧାନ କରିପାରିଥା’ନ୍ତେ ।”ମହାବୀର କହିଲେ ”ମୁଁ ଜାଣେନି କ’ଣ ହୁଅନ୍ତା । ତା’ଛଡା ମୁଁ ଜାଣିବାକୁ ଚାହୁଁଥିଲି କି ଏ ଦେଶରେ କେହି ବୀର ନାହିଁ ଯିଏ ରାକ୍ଷସ ସହିତ ଯୁଦ୍ଧ କରି ରାଜକୁମାରୀଙ୍କୁ ଫେରାଇ ଆଣି ପାରିବ?”ରାଜା ମହାବୀରଙ୍କ ଏଭଳି ବ୍ୟବହାରରେ ଅତ୍ୟନ୍ତ ମୁଗ୍ଧ ହୋଇ ନିଜର ପରିଚୟ ଦେଲେ ଓ ଘୋଷଣା କଲେ ରାଜକୁମାରୀଙ୍କୁ ଯିଏ ମୁକ୍ତ କରିବ ତାକୁ ଯଥେଷ୍ଟ ପୁରସ୍କାର ଦିଆଯିବ ।”କିଛିଦିନ ମଧ୍ୟରେ ମହାବୀର ରାକ୍ଷସକୁ ମାରିଲେ । ରାଜକୁମାରୀଙ୍କୁ ଆଣି ତାଙ୍କ ପିତାଙ୍କୁ ସମର୍ପଣ କଲେ । ରାଜା ତାଙ୍କର ବୀରତ୍ୱ ଓ ସାଧୁତାରେ ମୁଗ୍ଧ ହୋଇ ତାଙ୍କ ସେ ରାଜ୍ୟର ସେନାପତି କଲେ ଓ ବହୁତ ଉପହାର ଦେଲେ ।

New odia story New Odia Story Mahabeera Odia New story
Share. Facebook Twitter Pinterest LinkedIn Tumblr Reddit Email
Previous Articleମହାଭାରତ
Next Article ଧନର ମୂଲ୍ୟ
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.