• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ମହତ୍ତ୍ୱ ପରୀକ୍ଷା
ଗଳ୍ପ

ମହତ୍ତ୍ୱ ପରୀକ୍ଷା

Liza SBy Liza SNovember 27, 2022No Comments3 Mins Read
Facebook Twitter Pinterest Reddit LinkedIn Tumblr Email
Mahattwa-Parikshya
Mahattwa-Parikshya
Share
Facebook Twitter Pinterest Reddit Email

ଯେତେବେଳେ ବ୍ରହ୍ମଦତ କାଶୀରାଜ୍ୟର ରାଜା ଥିଲେ, ସେତେବେଳେ ବୋଧିସତ୍ୱ ତାଙ୍କରି ପୁତ୍ର ରୂପେ ଜନ୍ମ ନେଲେ । ସେ ଷୋହଳ ବର୍ଷ ବୟସ ପର୍ଯ୍ୟନ୍ତ ତକ୍ଷଶିଳାକୁ ଯାଇ ସେଠାରେ ସମସ୍ତ ବିଦ୍ୟା ଓ ସମସ୍ତ ଶାସ୍ତ୍ର ଅଧ୍ୟୟନ କରି ସବୁଥିରେ ପାରଦର୍ଶିତା ଲାଭ କଲେ । ତାଙ୍କ ପିତାଙ୍କ ମୃତ୍ୟୁ ପରେ ସେ କାଶୀ ସିଂହାସନ ଆରୋହଣ କଲେ ।

ତାଙ୍କ ଶାସନକାଳରେ କାଶୀର ପ୍ରଜାବର୍ଗଙ୍କୁ କୌଣସି ପ୍ରକାର କଷ୍ଟ, ଅନିଷ୍ଟ, ଅନ୍ୟାୟ ଓ ଅତ୍ୟାଚାର ସ୍ପର୍ଶ ବି କରୁ ନଥିଲା । ରାଜ୍ୟ ଧର୍ମରେ ଚଳୁଥିଲା । ପ୍ରଜାମାନେ ସୁଖମୟ ଜୀବନ ଯାପନ କରୁଥିଲେ । ସେଥିପାଇଁ ରାଜ୍ୟର ନ୍ୟାୟାଳୟ ସବୁ କ୍ରମେ ବନ୍ଦ ହୋଇଗଲା । ଜନତାଙ୍କ ମନରେ କ’ଣ ଅଛି, କାଳେ କେଉଁଠି କିଛି ଅସୁବିଧା ରହିଥିବ ଭାବି ରାଜା ଖୁବ୍ ବ୍ୟସ୍ତ ହୁଅନ୍ତି । କିନ୍ତୁ ତାଙ୍କ ପାଖକୁ କେବେ ମଧ୍ୟ ସାମାନ୍ୟତମ ଏକ ଅଭିଯୋଗ ବି ଆସେ ନାହି

ଦିନେ ତାଙ୍କ ରାଜ୍ୟର ଭଲ ମନ୍ଦ ବୁଝିବାକୁ ରାଜା ରଥରେ ବସି ରାଜ୍ୟ ବୁଲି ବାହାରିଲେ । ପଥମଧ୍ୟରେ ସେ ଯାହାକୁବି ଦେଖିଲେ, ତାକୁ ପଚାରିଲେ, “କିଛି ଅସୁବିଧା ଅଛି କି?”

ପ୍ରଜାମାନେ ରାଜାଙ୍କୁ ପ୍ରଣାମ କରି କହନ୍ତି, “ମହାରାଜ, ଆମେ ଆପଣଙ୍କ ଶାସନରେ ଖୁବ୍ ସୁଖରେ ଅଛୁ । କିଛି ହେଲେ ବି ତ୍ରୁଟି ନାହିଁ ।”

ସେଥିରେ ମଧ୍ୟ ରାଜାଙ୍କର କୌଣସି ସନ୍ତୋଷ ହେଲା ନାହିଁ । ପରେ ସେ ଛଦ୍ମବେଶରେ ରାଜ୍ୟରେ ଘୁରି ବୁଲିଲେ । କିନ୍ତୁ କେଉଁଠାରେ ହେଲେ ଶାସନର ପ୍ରଶଂସା ବ୍ୟତୀତ ସେ କୌଣସି ପ୍ରକାର ଅଭିଯୋଗ ଆଦୌ ଶୁଣିଲେ ନାହିଁ ।

ଦିନକର କଥା ରାଜା ରଥରେ ବସି ନିଜ ରାଜ୍ୟ ସୀମାରେ ବୁଲି ଫେରିବା ବେଳେ ପାର୍ବତୀୟ ପ୍ରଦେଶର ଏକ ଅପ୍ରସସ୍ତ ରାସ୍ତାରେ ତାଙ୍କ ରଥ ଚାଲିଥାଏ । ଦୈବାତ୍ ଆଉ ଏକ ରଥ ହଠାତ୍ ସାମନାରେ ଦେଖା ଦେଲା । ସେ ରଥଟି କୋଶଳ ନରେଶଙ୍କର ଥିଲା । ସେ ଦୁଇରଥ ସେହି ସଂକୀର୍ଣ୍ଣ ରାସ୍ତାରେ ମୋଟେ ଯାଇ ପାରିବେ ନାହିଁ । ତେଣୁ ଦୁଇ ସାରଥି ଅଳ୍ପ ଦୂର ବ୍ୟବଧାନରେ ରଥ ଦୁଇଟି ବନ୍ଦ କଲେ ।

ସେହି ପାର୍ବତ୍ୟ ପଥ କାଶୀ ରାଜ୍ୟ ଓ କୋଶଳ ରାଜ୍ୟର ସୀମାନ୍ତରେ ଅବସ୍ଥିତ ଥିଲା । ଅର୍ଥାତ୍ ସେ ଅଂଚଳ ଉପରେ ସେ ଉଭୟ ରାଜାଙ୍କର ଅଧିକାର ଥିଲା କିମ୍ବା କାହାରି ମଧ୍ୟ ନଥିଲା ।

କାଶୀରାଜାଙ୍କ ସାରଥି ଅନ୍ୟ ସାରଥିକୁ କହିଲା, “ଆମକୁ ଆଗକୁ ଯିବାକୁ ହେବ, ତମେ ତମ ରଥକୁ ପଛକୁ ହଟାଅ ।”

କୋଶଳ ରାଜାଙ୍କ ସାରଥି କହିଲା “ମୋତେ ପଛକୁ ହଟାଇବାକୁ କହିବା ଭଳି ଲୋକ କିଏ ତମେ? ତମେ ନିଜର ରଥ ପଛକୁ ଫେରାଇ ପାରୁନ?”

ଏଇ କଥା ଉପରେ ସେ ଦୁଇ ସାରଥି ଅନେକ ବାଦବିବାଦ ତଥା ଯୁକ୍ତି ତର୍କ କଲେ । ଶେଷରେ କାଶୀରାଜାଙ୍କ ସାରଥି କହିଲା, “ଜାଣ, ଏ ରଥରେ କିଏ ଅଛନ୍ତି?”

ସାରଥି କହିଲା “ଜାଣେ ନାହିଁ । କିନ୍ତୁ ମୋ ରଥରେ କୋଶଳ ରାଜ୍ୟର ରାଜା ଅଛନ୍ତି ।”

ସେ ସମୟରେ ତ କାଶୀ ରାଜ୍ୟ ଓ କୋଶଳ ରାଜ୍ୟ ପ୍ରାୟ ସବୁଥିରେ ସମାନ ଥିଲେ । ଦୁଇ ରାଜା ମଧ୍ୟ ବିଦ୍ୟା, ବୁଦ୍ଧି, ଧନ ଓ ଐଶ୍ୱର୍ଯ୍ୟରେ ସମାନ ଥିଲେ । ମାନେ ସେମାନେ କେହି କାହାଠାରୁ କୌଣସି ଗୁଣରେ ମଧ୍ୟ ନ୍ୟୁନ ନଥିଲେ । ସେଦିନ କୋଶଳ ରାଜା ମଧ୍ୟ ତାଙ୍କ ରାଜ୍ୟର ଭଲ ମନ୍ଦ ବୁଝିବା ପାଇଁ ରାଜ୍ୟ ପରିଭ୍ରମଣ କରିବାକୁ ଯାଇଥିଲେ । ତେଣୁ ତାଙ୍କୁ ରାସ୍ତା ନ ଦେବା ବ୍ୟକ୍ତି କିଏ ହୋଇପାରେ ଏହା ଭାବି ସେ ଚୁପ୍ ରହିଥିଲେ ।

କାଶୀ ରାଜା ବୋଧିସତ୍ୱଙ୍କ ସାରଥିକୁ କହିଲେ “ତୁମ ରାଜାଙ୍କର ଏପରି କିଛି ମହନୀୟତା ଅଛି ଯେ ମୁଁ ରାସ୍ତା ଛାଡିବି?”

ତା’ର ଉତ୍ତରରେ କୋଶଳ ରାଜାଙ୍କ ସାରଥି କହିଲା:

“ଦଲହଂ ଦଲହସ୍ୟ ବିବପତି ମଲ୍ଲିକୋ

ମୃଦୁନା ମୃଦୁଲ

ସାଧୁଂପି ସାଧୁମାଜେତି ଅସାଧୁଂପି ଅସାଧୁନା,

ଏତଦିସୋ ଅୟଂ ରାଜା ଭଗ୍ନା ଭୟହି

ସାରଥି ।”
ଅର୍ଥାତ୍ – “ଆମ ରାଜା ମଲ୍ଲିକ ଦୁଷ୍ଟଙ୍କ ପାଇଁ କଠୋର ହୁଅନ୍ତି ଓ ସଜ୍ଜନଙ୍କ ପ୍ରତି ଭଦ୍ର ହୁଅନ୍ତି । ସଜ୍ଜନଙ୍କୁ ସୌଜନ୍ୟ ସହିତ ପୁରସ୍କାର ଦିଅନ୍ତି ଓ ଦୁଷ୍ଟଙ୍କୁ କଠୋର ଭାବରେ ଦଣ୍ଡ ବି ଦିଅନ୍ତି ।”

ଏ ଉତ୍ତର ଶୁଣି କାଶୀରାଜାଙ୍କ ସାରଥି କହିଲା:

“ଅକ୍ଳୋଧେନ ଜିନେ କ୍ରୋଧ,

ଅସାଧୁଂ ସାଧୁନା ଜିନେ,

ଜିନେ କଦରିୟଂ ଦାନେନ ସଚ୍ଚେନ

ଅଲିବାଦିନଂ,

ଏତଦିସୋ ଅୟଂ ରାଜା ମଗ୍ନା ଭୟହି

ସାରଥି ।
ଅର୍ଥାତ୍ – “ଆମ ମହାରାଜା କ୍ରୋଧ ଉପରେ ଶାନ୍ତି ଦ୍ୱାରା ବିଜୟ ଲାଭ କରନ୍ତି । ଦୁଷ୍ଟତାକୁ ନିଜର ସାଧୁତା ଦ୍ୱାରା ଜିତିଥା’ନ୍ତି । ପୁରସ୍କାର ଦ୍ୱାରା ଲୋଭୀ ବ୍ୟକ୍ତିଙ୍କୁ ପରାଜିତ କରନ୍ତି ଓ ମିଥ୍ୟାଚାରୀକୁ ସତ୍ୟର ମାର୍ଗ ଦେଖାନ୍ତି ।”

କାଶୀରାଜାଙ୍କ ସାରଥିର ଏଭଳି ଉତ୍ତର ଶୁଣି କୋଶଳ ନରେଶଙ୍କ ମନରେ କୌତୁହଳ ଜାତ ହେଲା । ସେ ନିଜ ରଥରୁ ଓହ୍ଲାଇ ଆସି କାଶୀରାଜ ବୋଧିସତ୍ୱଙ୍କୁ ପ୍ରଣାମ କରି କହିଲେ, “ମହାତ୍ମନ୍, ମୁଁ ପ୍ରଥମେ ଜାଣିଥିଲି ମୋର ବିଦ୍ୟା ବୁଦ୍ଧି ଗୁଣ ସବୁକିଛି ଅଛି, କିଛି ଅଧିକ ଶିଖିବାର ନାହିଁ । ଏବେ କିନ୍ତୁ ଆପଣଙ୍କର ମହାନ୍ ଗୁଣର ପରିଚୟ ପାଇ ମୁଁ ମୋ ନିଜକୁ ସେଇ ରାସ୍ତାରେ ଚଲାଇବି ।”

ଦୁଇରାଜାଙ୍କର ମିଳନ ପରେ ସେ ଦୁହେଁ ନିଜ ନିଜ ରାଜ୍ୟକୁ ଫେରି ଆହୁରି ଅଧିକ ପ୍ରଜାହିତକର କାମରେ ଲାଗିଲେ । ଦୁଇରାଜ୍ୟର ବନ୍ଧୁତା ବଢିବା ସଙ୍ଗେ ସଙ୍ଗେ ଐଶ୍ୱର୍ଯ୍ୟ ଓ ଆନନ୍ଦ ମଧ୍ୟ ବଢି ଚାଲିଲା ।

New odia story Odia Latest Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleତିନି ତାନ୍ତ୍ରିକ
Next Article ରାକ୍ଷସ ନୀତି
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.