• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ମଲାମୂଷାର ମୂଳଧନ
ଗଳ୍ପ

ମଲାମୂଷାର ମୂଳଧନ

Liza SBy Liza SNovember 19, 2022No Comments6 Mins Read
Facebook Twitter Pinterest Reddit LinkedIn Tumblr Email
Mala Mushara Muladhana
Mala Mushara Muladhana
Share
Facebook Twitter Pinterest Reddit Email

ଏକଦା ବାରାଣସୀ ସହରରେ ଚୁଲ୍ଲକ ନାମରେ ଜଣେ ପଣ୍ଡିତ ବାସ କରୁଥିଲେ । ଦିନେ ସେ କୌଣସି ତତ୍ତ୍ୱ କଥା ଭାବି ଭାବି ଅନ୍ୟମନସ୍କ ଭାବରେ ବାଟ ଚାଲୁଛନ୍ତି, ହଠାତ୍ ତାଙ୍କ ଆଗରେ ମଲା ମୂଷାଟିଏ ପଡିଥିବାର ସେ ଦେଖିଲେ ।

ସେ ନିଜକୁ ନିଜେ କହିଲେ “ଇଃ, କେଡେ ଖରାପ ଦୃଶ୍ୟ!” ତା’ପରେ ସେ ପୁଣି କହିଲେ, “କିନ୍ତୁ ଜଣେ ବୁଦ୍ଧିମାନ ଲୋକ ଏଇ ମଲା ମୂଷାରୁ ମଧ୍ୟ ଲାଭ ଉଠାଇପାରେ । ଖାଲି ଠିକ୍ ଭାବରେ ଏହାର ଉପଯୋଗ କରି ପାରିଲେ ହେଲା ।”

ପଣ୍ଡିତ ଏକଥା କହିଲା ବେଳେ ସେ ବାଟାରେ ହରି ନାମକ ଯୁବକଟିଏ ଯାଉଥିଲା । ପଣ୍ଡିତଙ୍କ କଥା ଶୁଣି ସେ ଭାବିଲା, “ଏଡେ ବଡ ଜ୍ଞାନୀ ଲୋକ ଯାହା କହୁଛନ୍ତି, ତାହା କେବେବି ଅଯଥା କଥା ହୋଇ ପାରେନା ।” ଏହାପରେ ସେ ହରି ମଲା ମୂଷାଟିକୁ ଉଠାଇ ନେଲା ।

କିନ୍ତୁ ମଲାମୂଷାଟିକୁ ନେଇ ସେ ଏବେ କ’ଣ ବା କରିବ? ହଠାତ୍ ତା’ ମୁଣ୍ଡକୁ ଗୋଟାଏ ଧାରଣା ଆସିଗଲା । “ମୂଷା ଖାଇବାକୁ ବିଲେଇ କେଡେ ସୁଖ ନ ପାଏ! ମୋ ପଡୋଶୀ ଘରର ବିଲେଇଟି ବହୁଦିନ ହେଲା ମୂଷାଟିଏ ନ ପାଇ ଝଡି ଗଲାଣି । ଏଇଟିକୁ ପାଇଲେ ସେ ବହୁତ ଖୁସି ହେବ ।” ଏଭଳି ଚିନ୍ତା କରି ହରି ସିଧା ପଡୋଶୀ ଘରକୁ ଯାଇ ମୂଷାଟିକୁ ଦେଖାଇଲା । ପଡୋଶୀ ଏଥିରେ ବହୁତ ଖୁସୀ ହେଲେ ଓ ପଚାରିଲେ “ଏହାକୁ ତୁମେ କେଉଁଠୁ ପାଇଲ? ଭଲ କଥା । ଏଇ ନିଅ କିଛି ପଇସା । ଆଉ ମୋତେ ସେହି ମୂଷାଟି ଦେଇଦିଅ ।”

ହରି ସେ ପଇସାତକ ନେଇ ଗୋଟାଏ ଦୋକାନକୁ ଗଲା । ସେଠାରୁ ସେ କିଛି ମିଠେଇ କିଣିଲା । ତା’ପରେ ଗୋଟାଏ ମାଠିଆରେ କିଛି ପିଇବାପାଣି ଓ ସେ ମିଠେଇତକ ଧରି ସେ ସହର ବାହାରକୁ ଗଲା । ସହର ବାହାରେ ଗୋଟାଏ ବଡ ବଗିଚା ଥାଏ । ବଗିଚାଟି ଆଗରେ ଗୋଟାଏ ପ୍ରକାଣ୍ଡ ବରଗଛ ଥାଏ । ହରି ମିଠେଇ ଓ ପାଣି ମାଠିଆ ନିଜ ଆଗରେ ଥୋଇ ସେହି ଗଛ ମୂଳରେ ବସି ରହିଲା ।

ଘଂଟାଏ ପରେ ଜଣେ ମାଳି ସେ ବଗିଚା ଭିତରୁ ବାହାରି ଆସିଲା । କାମ କରି ସେ କ୍ଳାନ୍ତ ହୋଇ ପଡିଥିଲା । ତାକୁ ଭୋକ ବି ଲାଗୁଥିଲା । ହରି ସେ ମାଳିକୁ ମିଠେଇ ଓ ପିଇବା ପାଣି ଯାଚିଲା । ବୁଢା ମାଳି ବଡ ଆନନ୍ଦିତ ହୋଇ ହରିକୁ ଗୋଟାଏ ବଡ ଫୁଲତୋଡା ଦେଇଦେଲା ।

ହରି ଫୁଲତକ ନେଇଯାଇ ବିକ୍ରିକରି ସେଥିରେ ଆହୁରି ବେଶି ମିଠେଇ କିଣି ସେହି ଗଛ ମୂଳରେ ଆସି ବସିଲା । କିଛି ସମୟ ପରେ ବଗିଚା ଭିତରୁ ଦଳେ ମାଳି ବାହାରି ଆସିଲେ । ହରି ସମସ୍ତଙ୍କୁ ମିଠେଇ ଓ ପିଇବା ପାଣି ଦେଲା । ସେମାନେ ସମସ୍ତେ ହରିକୁ କିଛି କିଛି ସୁନ୍ଦର ଫୁଲ ଦେଲେ । ହରି ସେ ଫୁଲତକ ବିକ୍ରିକରି ଯେଉଁ ପଇସା ପାଇଲା, ସେଥିରେ ଆହୁରି ବେଶି ପରିମାଣରେ ମିଠେଇ ଆଣି ପୁଣି ସେହି ଗଛମୂଳରେ ସେ ଆସି ବସିଲା । ଏଣିକି ସେ କେବଳ ମାଳିମାନଙ୍କୁ ଯେ ମିଠେଇ ଓ ପାଣି ଦେଲା, ତାହା ନୁହେଁ, ଯେତେ ଲୋକ ସେହି ସୁନ୍ଦର ବଗିଚା ଦେଖିବାକୁ ଆସିଲେ, ସେମାନଙ୍କୁ ବି ସେ ମିଠେଇ ବିକିଲା । ଏଣିକି ଏହା ହେଲା ତା’ର ଦୈନନ୍ଦିନର ବ୍ୟବସାୟ । ଏହିପରି ଭାବେ ହରି ବହୁତ ଟଙ୍କା ରୋଜଗାର କଲା ।

ଦିନେ ରାତିରେ ପ୍ରବଳ ମାତ୍ରାରେ ଝଡ ହେଲା । ଘଡଘଡିରେ ମେଦିନୀ ଥରି ଉଠିଲା । ବିଜୁଳିରେ ଦିଗ ଦିଗନ୍ତ ଚମକି ଉଠିଲା । ଗଛମାନ ଭୀଷଣ ଭାବରେ ଦୋହଲିବାକୁ ଲାଗିଲେ । କଡ କଡ ଶବ୍ଦକରି ବଡ ବଡ ଡାଳମାନ ଭାଙ୍ଗି ପଡିଲା । ଅଗଣିତ ପତ୍ର, ଫୁଲ, କଢମାନ ଛିଡି ପଡିଲେ ।

ସକାଳେ ଦେଖାଗଲା ସାରା ବଗିଚାରେ ଆବର୍ଜନା ଭର୍ତ୍ତି । ମାଳିମାନେ କ’ଣ କରିବେ କିଛିବି ବୁଝି ପାରିଲେ ନାହିଁ । ରାଜା ବଗିଚା ଦେଖିବାକୁ ଆସିବା ପୂର୍ବରୁ ସେମାନେ ଏତେ ଆବର୍ଜନା କିପରି ସଫା କରିବେ? ଯଦି ରାଜା ଆସି ବଗିଚାର ଏଇ ଅବସ୍ଥା ଦେଖନ୍ତି, ତେବେ ନିଶ୍ଚୟ ସେମାନଙ୍କୁ ସେ କାମରୁ ତଡିଦେବେ । ପ୍ରତ୍ୟେକେ ପ୍ରତ୍ୟେକଙ୍କୁ ପଚାରିଲେ “କ’ଣ କରିବା?”
ହରି ଏହା ଶୁଣି କହିଲା, “ମୋତେ ଯଦି ଉପଯୁକ୍ତ ମଜୁରି ଦେବ, ତେବେ ମୁଁ ଯଥାଶୀଘ୍ର ବଗିଚା ସଫା କରିଦେବି ।” ତତ୍କ୍ଷଣାତ୍ ସେ ମାଳିମାନେ ତା’କଥାରେ ରାଜି ହେଲେ ।

ସହରତଳିର ଛୋଟ ଛୋଟ ପିଲାମାନେ ହରିକୁ ତ ଭାରି ଭଲ ପାଉଥିଲେ । ଚାହୁଁ ଚାହୁଁ ହରି ଦଳେ ପିଲାଙ୍କୁ ସେଠାରେ ଏକଜୁଟ କରି କହିଲା, “ପିଲାଏ! ତମେମାନେ ଲାଗିପଡି ଅଧଘଂଟାଏ ଭିତରେ ଏହି ବଗିଚାର ଆବର୍ଜନାତକ ସଫା କରି ଦେଇ ପାରନ୍ତ ନାହିଁ? ଆଜି ରାଜା ବଗିଚା ଦେଖିବାକୁ ଆସିବା କଥା ।”

ପିଲାଏ ସଙ୍ଗେ ସଙ୍ଗେ କାମରେ ଲାଗି ପଡିଲେ । ସେମାନେ ବିଜୁଳି ବେଗରେ ଭଙ୍ଗାଡାଳ, ପତ୍ର, ଫୁଲ ସବୁ ଗୋଟାଇ ଆଣିବାକୁ ଲାଗିଲେ । ଚାହୁଁ ଚାହୁଁ ଅଧଘଂଟାଏ ଭିତରେ ସେହି ବଗିଚାଟି ସଫାସୁତୁରା ହୋଇ ଖୁବ୍ ସୁନ୍ଦର ଦେଖାଗଲା । ପିଲାମାନେ ଆବର୍ଜନାତକ ବଗିଚା ବାହାରେ ଗୋଟାଏ ସ୍ଥାନରେ ଗଦା କରିବାକୁ ଯାଉଥିଲେ । କିନ୍ତୁ ହରି କହିଲା, “ଆଉ ଟିକିଏ ଦୂରକୁ ନେଇଗଲେ ଖୁବ୍ ଭଲ ହୁଅନ୍ତା ।”

ବଗିଚାଠୁଁ ଅଳ୍ପ ଦୂରରେ କୁମ୍ଭାର ଘର । ହରିର ନିର୍ଦେଶରେ ପିଲାମାନେ ଡାଳ ପତ୍ରତକ ନେଇ ତା’ ଘର ଆଗରେ ଜମାକଲେ । ହରି ସେ କୁମ୍ଭାରକୁ କହିଲା, “ମୁଁ ଯେତେ ଜାଳେଣି ଆଣିଛି, ସେଥିରେ ତୁମର ମାସଟିଏ ଚଳିଯିବ ।” କୁମ୍ଭାର ଖୁସି ହୋଇ ହରିକୁ ଚାରିଗୋଟି ସୁନା ମୋହର ଦେଲା ।

ଏଣେ ବଗିଚା ଏଡେ ଶୀଘ୍ର ସଫା ହେବାର ଦେଖି ମାଳିମାନେ ବହୁତ ଖୁସି ହୋଇ ହରିକୁ ଚାରଟି ସୁନାମୋହର ଦେଲେ । ହରିର ଆନନ୍ଦ କହିଲେ ନ ସରେ । ସେ ପନ୍ଦରଟି ମୋହର ଅଂଟାରେ ମାରିଲା । ବାକି ଗୋଟିକରେ ସେ ପ୍ରଚୁର ମିଠେଇ କିଣି ପିଲାମାନଙ୍କୁ ବାଣ୍ଟି ଦେଲା । ପିଲାଏ ମହା ଆନନ୍ଦରେ ନାଚି ନାଚି ସେଠାରୁ ଚାଲିଗଲେ ।

ହରି ସେଠାରୁ ଯାଇ କୋଡିଏଟା ମାଠିଆ କିଣି ଆଣିଲା । ରାସ୍ତା କଡରେ ଗୋଟାଏ ଚାଳ ଛାଉଣୀ ତଳେ ସେସବୁ କଳସରେ ସେ ଥଣ୍ଡାପାଣି ଭର୍ତ୍ତି କରି ରଖିଲା ।

ସେହି ରାସ୍ତାରେ ଘାସ ବୋଝମାନ ମୁଣ୍ଡାଇ ପାଞ୍ଚଶହ ଶ୍ରମିକ ଯାଉଥିଲେ । କଠିନ ପରିଶ୍ରମ ଯୋଗୁଁ ସେମାନଙ୍କ ମୁହଁରୁ ଝାଳ ବୋହି ପଡୁଥିଲା । ହରି ସେମାନଙ୍କୁ ଥଣ୍ଡା ପାଣି ପିଇବାକୁ ଦେଲା ।

ସେମାନେ କହିଲେ, “ଏ ଶୀତଳ ପାଣି ପାଇ ଆମେ ତମକୁଯେ କିପରି ଧନ୍ୟବାଦ ଦେବୁ? ଏହାର ମୂଲ୍ୟ ବା କିପରି ଦେବୁ? ଆମ ପାଖରେ ତ ପଇସା ନାହିଁ । ଏ ଘାସତକ ଆମପାଖରୁ ସଙ୍ଗେ ସଙ୍ଗେ କିଣିନେଲା ଭଳି କେହି ଲୋକ ବି ଆଖିରେ କାହିଁ ପଡୁନାହାଁନ୍ତି ।”

ହରି କହିଲା, “ମୋର ପଇସା ଦରକାର ନାହିଁ । ତମେ ସଭିଏଁ ଯଦି ବିଡାଏ ବିଡାଏ କରି ଘାସ ମୋତେ ଦେଇଯିବ, ତାହେଲେ ମୁଁ ବହୁତ ଖୁସି ହେବି । ତେବେ ଆଉ ଗୋଟାଏ ଭଲ ଖବର ମୁଁ ତୁମମାନଙ୍କୁ ଦେଇପାରେ । ଜଣେ ଘୋଡା ବେପାରୀ ଆଜି ଏ ସହରକୁ ଆସିବ । ତୁମମାନଙ୍କର ସବୁ ଘାସ ବିକ୍ରି ହୋଇଯିବ । ତେବେ ତୁମମାନଙ୍କୁ ମୋର ଗୋଟାଏ ଅନୁରୋଧ ଅଛି । ମୁଁ ମୋ ଘାସତକ ତାକୁ ବିକି ନ ସାରିବା ଯାଏଁ ତମେମାନେ କେହିବି ତମ ଘାସ ତାକୁ ବିକିବ ନାହିଁ ।”

ଶ୍ରମିକମାନେ ସହର ଭିତରକୁ ଚାଲିଯିବାର ଖୁବ୍ ଅଳ୍ପସମୟ ପରେ ସେଠାରେ ପାଞ୍ଚଶହ ଘୋଡା ଧରି ଘୋଡା ବେପାରୀ ଆସି ପହଁଚିଲା । ଯେଉଁ ଅଂଚଳ ଭିତର ଦେଇ ବେପାରୀଟି ଆସିଲା, ସେଟା ଶୁଖିଲା ଅଂଚଳ । ସେ ତା’ ଘୋଡାମାନଙ୍କ ପାଇଁ କିଛିଦିନ ହେଲା ଭଲ ଘାସ ପାଇ ନ ଥିଲା । ହରିକୁ ପାଞ୍ଚଶହ ରୂପାଟଙ୍କା ଦେଇ ସେ ପାଞ୍ଚଶହ ବିଡା ଘାସ ତା’ଠାରୁ କିଣିନେଲା ।

ହରି ଆହୁରି ପାଣି ଆଣି, ସେଇଠାରେ ବସିରହି ପଥିକମାନଙ୍କୁ ପାଣି ପିଆଇବାକୁ ଲାଗିଲା । ବଦଳରେ କିଏ ବା ତାକୁ ପଇସା ଦେଲା, କିଏ କିଏ ବା ପୁଣି ଜିନିଷ ବି ଦେଲା । ହରି କ୍ରମେ ଅଧିକରୁ ଅଧିକ ସମ୍ପତ୍ତି କମାଇଲା ।

ଦିନେ ସେ ଶୁଣିବାକୁ ପାଇଲା ଯେ ଅନେକଗୁଡିଏ ଜାହାଜରେ ପଣ୍ୟଦ୍ରବ୍ୟମାନ ବୋଝେଇ କରି ଜଣେ ବଣିକ ସେଇ ସହରକୁ ଆସୁଛି । ସେ ତା’ର ସମସ୍ତ ସଂଚିତ ପଇସା ଦେଇ ଗୋଟିଏ ରଥ କିଣିଲା । ଆଉ ସେହି ରଥକୁ ସେ ଉତ୍ତମ ରୂପେ ସଜାଇ ଗୀତ ବୋଲି ବୋଲି ଯାଇ ନଈକୂଳରେ ପହଁଚିଲା ।

ପ୍ରଥମ ଜାହାଜ କୂଳରେ ଲାଗିବାମାତ୍ରେ ସେ ଜାହାଜର କପ୍ତାନକୁ ଭେଟି ତାହାକୁ ଗୋଟାଏ ସୁନାମୁଦି ଉପହାର ସ୍ୱରୂପ ଦେଲା । ତା’ପରେ ସେ କହିଲା, “ତୁମ ଛଅମାସର ଦରମା ଅପେକ୍ଷା ଏ ମୁଦିଟିର ମୂଲ୍ୟ ଢେର୍ ଅଧିକ । ଜାହାଜ ଗୁଡିକରେ ଥିବା ସମସ୍ତ ପଣ୍ୟଦ୍ରବ୍ୟ କିଣିନେବାରେ ତୁମେ ଯଦି ମୋର ସହାୟତା କରିବ, ତେବେ ତୁମକୁ ମୁଁ ଆହୁରି ପୁରସ୍କାର ଦେବି ।” କପ୍ତାନ ଏଥିରେ ରାଜିହେଲେ ।

ବଣିକ ଯେତେବେଳେ କପ୍ତାନଠାରୁ ଶୁଣିଲେ ଯେ ତାଙ୍କର ସବୁ ଜିନିଷ ଏକାଥରକେ କିଣିନେବା ପାଇଁ ଜଣେ ଲୋକ ପ୍ରସ୍ତୁତ ଅଛନ୍ତି, ସେ ଅତ୍ୟନ୍ତ ଆନନ୍ଦିତ ହେଲେ । ଏଥିରେ ପରିଶ୍ରମ ଓ ସମୟ ଦୃଷ୍ଟିରୁ ତାଙ୍କର ବହୁତ ସୁବିଧା ହେଲା ।

ହରି ସହିତ ଦରଦାମ୍ ଛିଡିଲା ବେଳକୁ ସହରର ଅନ୍ୟାନ୍ୟ ବ୍ୟବସାୟୀମାନେ ସେଠାରେ ଆସି ପହଁଚିଲେ । ହରି ଏକ ବିରାଟ ସୁବିଧା ଉଠାଇଥିବାର ଦେଖି ସେମାନେ ଅବଶ୍ୟ ବହୁତ ମନ ଖରାପ୍ କଲେ । ତେବେ ନିରୁପାୟ ହୋଇ ହରିକୁ ଦୁଇଗୁଣ ମୂଲ୍ୟ ଦେଇ ସେମାନେ ହରି ପାଖରୁ ଜିନିଷତକ ପୁଣି କିଣି ନେଲେ । ହରି ସେଇ ଟଙ୍କାରୁ ବଣିକକୁ ତା’ର ପ୍ରାପ୍ୟ ଦେଇ କପ୍ତାନକୁ ପଚାଶଟି ସୁନା ମୋହର ଦେଲା । ତଥାପିବି ହରିର ପ୍ରଚୁର ଲାଭ ରହିଲା ।

ଏହାପରେ ହରି ପଣ୍ଡିତ ଚୁଲ୍ଲକଙ୍କ ପାଖରେ ଯାଇ ପହଁଚିଲା । ତାଙ୍କୁ ପ୍ରଣାମ କରି ସେ ତାଙ୍କ ଆଗରେ ସୁନା ମୋହର ଭର୍ତ୍ତି ଥଳିଟିଏ ରଖିଦେଲା । ଚୁଲ୍ଲକ ପଚାରିଲେ “ଏହା କ’ଣ?” “ଆପଣ ଆଜିକୁ ପ୍ରାୟ ଚାରିମାସ ତଳେ ଯେଉଁ ଉପଦେଶ ଦେଇଥିଲେ, ସେହି ବାବଦରେ ମୁଁ ଏହା ଦେଲି ।” ତା’ପରେ ହରି ଯାହା ଯାହା ସବୁ ଘଟିଯାଇଥିଲା ସେସବୁ କହିଗଲା ।

ଚୁଲ୍ଲକ ଖୁବ୍ ଖୁସିହେଲେ । କିନ୍ତୁ ମୋହର ଥଳି ନେବାକୁ ସେ ଆଦୌ ରାଜି ହେଲେ ନାହିଁ । ସେ କହିଲେ, “ରାସ୍ତାରେ ଗଲାବେଳେ ମୋ ତୁଣ୍ଡରୁ ଯେଉଁ କଥା ବାହାରିଥିବ, ତାକୁ ତ କେତେଲୋକ ଶୁଣିଥିବେ । କେବଳ ତୁମେହିଁ ସେ କଥାର ସଦୁପଯୋଗ କରି ପାରିଲ । ଏ ଅର୍ଥ ତୁମ ବୁଦ୍ଧି ଓ ପରିଶ୍ରମର ଫଳ । ଏହାର ପ୍ରତି ପଇସା କେବଳ ତୁମେହିଁ ଉପଭୋଗ କରିବାକୁ ହକ୍ଦାର ।”

New odia story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleପ୍ରସାଦ
Next Article ନ୍ୟାୟ ବିଚାରର ସିଂହାସନ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.