• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ମର୍ତ୍ତ୍ୟ ବୈକୁଣ୍ଠ/Marttya Baikuntha
ଗଳ୍ପ

ମର୍ତ୍ତ୍ୟ ବୈକୁଣ୍ଠ/Marttya Baikuntha

suchitraBy suchitraJanuary 24, 2022No Comments4 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଶ୍ୟାମସୁନ୍ଦର ନାୟକ ଜଣେ ଅତି ଧର୍ମପରାୟଣ ବ୍ୟକ୍ତି ଥିଲେ । ମୁଣ୍ଡଝାଳ ତୁଣ୍ଡରେ ମାରି ବିଲ ବାଡିରେ କଠିନ ପରିଶ୍ରମ କରନ୍ତି । ଚାଷରୁ ଯାହା ଆୟ କରନ୍ତି, ନିଜର ପରିବାର ପ୍ରତିପୋଷଣ କରନ୍ତି । ଶ୍ୟାମସୁନ୍ଦର ଅତ୍ୟନ୍ତ ସାଧୁ ସ୍ୱଭାବର ମଣିଷ । ନୀତି ନିୟମର ମଣିଷ । ସେ ସମସ୍ତଙ୍କୁ ହୃଦୟର ସହିତ ଅତ୍ୟନ୍ତ ଭଲ ପାଉଥିଲେ ।

ଦିନକର ଘଟଣା । ଶ୍ୟାମସୁନ୍ଦର ଶାନ୍ତିରେ ଶୋଇଥିବା ଅବସ୍ଥାରେ ସେ ଗୋଟିଏ ସ୍ୱପ୍ନ ଦେଖିଲେ । ହଠାତ୍ ତାଙ୍କ ଶୋଇବା କୋଠରିଟି ଆଲୋକମୟ ହୋଇଗଲା । ସେହି ଆଲୋକମୟ କୋଠରି ଶ୍ୟାମସୁନ୍ଦରଙ୍କୁ ଲାଗିଲା ଯେମିତି ସେ କୋଠରି ସ୍ୱର୍ଗର ବୈକୁଣ୍ଠପୁର । ଚାରିଆଡ ଅନ୍ଧାର ଅଥଚ ତାଙ୍କ ଶୟନ କୋଠରିଟି ଆଲୋକରେ ପରିପୂର୍ଣ୍ଣ । ଶ୍ୟାମସୁନ୍ଦର ଆଖି ଖୋଲି ଚାରି ଆଡକୁ ଚାହିଁଲେ । ଦେଖିଲେ ତାଙ୍କ ଶୋଇବା କୋଠରିର ଚାରିଆଡ ଜହ୍ନିଫୁଲ ପରି ସୁନ୍ଦର ଆଲୋକ । ତାଙ୍କ କୋଠରିର ଗୋଟିଏ କୋଣରେ ଜଣେ ଦେବଦୂତ ତାଳପତ୍ର ଓ ଲେଖନୀରେ କ’ଣ ସବୁ ଲେଖି ଚାଲିଛନ୍ତି ।

ସେ ଦେବଦୂତ ଦେଖିବାକୁ ସୁନ୍ଦର ଓ ଅତ୍ୟନ୍ତ କମନୀୟ ରୂପ ତାଙ୍କର । ଦେବଦୂତଙ୍କୁ ଦେଖି କାହାକୁ ବା କାହିଁକି ଭୟ ଲାଗିବ? ଶ୍ୟାମସୁନ୍ଦର ନିର୍ଭୟରେ ଦେବଦୂତଙ୍କ ନିକଟକୁ ଗଲେ । ମନେ ମନେ ଚିନ୍ତା କଲେ ଏ ତ ନିଶ୍ଚୟ ଦେବଦୂତ, ଆଜି ମୋର ସୌଭାଗ୍ୟ, ମୋର ଏ ମାଟି ଝାଟି ଛପର ଘରେ ଦେବଦୂତଙ୍କର ଆବିର୍ଭାବ ।

ଯାଉଛି ଦେବଦୂତଙ୍କୁ ପଚାରିବି, ସେ ମୋ ଘର କୋଣରେ ବସି କ’ଣ ସବୁ ଲେଖୁଛନ୍ତି । ଶ୍ୟାମସୁନ୍ଦର ଦେବଦୂତଙ୍କ ନିକଟକୁ ଆସିଲେ, ପଚାରିଲେ ମହାଶୟ, ଆପଣ କିଏ? ତହୁଁ ସେ ଦେବଦୂତ ଜଣଙ୍କ କହିଲେ ଶ୍ୟାମସୁନ୍ଦର ଆପଣ ମନରେ ମୋତେ ଯାହା ଚିନ୍ତା କରିଛ ସେଇ ମୋର ପରିଚୟ । ତମେ ମୋତେ ଜାଣିପାରିଛ, ମୁଁ ମୋ ପରିଚୟ ନ ଦେବା ପୂର୍ବରୁ । ତେବେ ଶୁଣ, ଆମେ ସିଧାସଳଖ ଦେବସଭାରୁ ହିଁ ଆସିଛୁ ଦେବଦୂତ । ଦେବତାମାନଙ୍କର ନିର୍ଦ୍ଧେଶ କେଉଁମାନେ ଦେବତାମାନଙ୍କୁ ଭକ୍ତି କରନ୍ତି ସେମାନଙ୍କର ନାଆଁରେ ଏକ ତାଲିକା ପ୍ରସ୍ତୁତ କର । ଆମେ ତୁମ କୋଠରିରେ ବସି ଦେବତାମାନଙ୍କୁ ଭକ୍ତି କରୁଥିବା ମଣିଷମାନଙ୍କର ତାଲିକା ପ୍ରସ୍ତୁତ କରୁଛୁ । ଶ୍ୟାମସୁନ୍ଦର କହିଲେ ମହାଭାଗ ଦେବତାମାନେ ଏହା ଜାଣିବାକୁ କାହିଁକି ଇଚ୍ଛା କରୁଛନ୍ତି? ଶ୍ୟାମସୁନ୍ଦରଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଦେବଦୂତ କହିଲେ ଦେବତାମାନେ ଇଚ୍ଛା କରିଛନ୍ତି, ମର୍ତ୍ତ୍ୟକୁ ସ୍ୱର୍ଗରେ ପରିଣତ କରିବେ । ଶ୍ୟାମସୁନ୍ଦର କହିଲେ, ତେବେ ଆପଣ ମୋ ଘରେ ଆବିର୍ଭାବ ହୋଇ ଦେବତାମାନଙ୍କୁ ଭଲ ପାଉଥିବା ମଣିଷମାନଙ୍କ ତାଲିକା ପ୍ରସ୍ତୁତ କରିବାର ଅଭିପ୍ରାୟ କ’ଣ? ଅଭିପ୍ରାୟ ଏହିକି ଯେ ଆମେ ତୁମ ଘରେ ପବିତ୍ରତା ଦେଖିଲୁ, ତମେ ସାଧାରଣ ମଣିଷଟିଏ ହୋଇ ବି ବଂଚିବାକୁ ଇଚ୍ଛା କରିଛ । ତମେ କେବେ ଅସାଧାରଣ ମଣିଷଟିଏ ହେବାକୁ ଚେଷ୍ଟା କରନା । ଧନ ସମ୍ପତ୍ତି ପ୍ରତି ତୁମର ଲୋଭ ନାହିଁ । ତମେ ସବୁବେଳେ ତୁମଭଳି ସାଧାରଣ ମଣିଷର ହିଁ ସେବା କରି ଆସିଛ । ତୁମ ଭଳି ସାଧାରଣ ମଣିଷକୁ ଭଲପାଇ ଆସିଛ । ତୁମେ ଯେଉଁମାନଙ୍କୁ ଭଲ ପାଅ ସେଇ ମଣିଷଙ୍କର ନାଆଁ କୁହ ଆମେ ଏ ତାଲିକାରେ ଲେଖିବୁ ।

ଶ୍ୟାମସୁନ୍ଦର ଭଲ ପାଉଥିବା ମଣିଷମାନଙ୍କର ନାଆଁ କହିଲେ । ସେ ଦେବଦୂତ ବି ସମସ୍ତଙ୍କର ନାଆଁ ଲେଖିଲେ । ତା’ପରେ ଦେବଦୂତ ଅଦୃଶ୍ୟ ହୋଇଗଲେ । ରାତିପାହି ସକାଳ ହେଲା । ଶ୍ୟାମସୁନ୍ଦର ଆଶ୍ଚର୍ଯ୍ୟ ହେଲେ । ରାତିରେ ଦେଖିଥିବା ସ୍ୱପ୍ନ, ସ୍ୱପ୍ନଟି ବାସ୍ତବ ଆଉ ସତ୍ୟ । ଦେବଦୂତ କାଲି ରାତିରେ ତାଙ୍କ ଘରକୁ ଆସିଥିଲେ । ଅଦୃଶ୍ୟ ହୋଇଗଲେ, ତାଙ୍କୁ କିଛି ବି କହିଲେ ନାହିଁ । ତାପରେ ଶ୍ୟାମସୁନ୍ଦର ନିଜର କର୍ମ ଭିତରେ ନିଜକୁ ହଜାଇ ଦେଲେ । ତା’ପରଦିନ ରାତିରେ ଅର୍ଥାତ୍ ଦ୍ୱିତୀୟ ଦିନ ଶ୍ୟାମସୁନ୍ଦର ଶାନ୍ତିରେ ଶୋଇ ଥାଆନ୍ତି । ହଠାତ୍ ଦେବଦୂତ ଶ୍ୟାମସୁନ୍ଦରଙ୍କର ଶୟନ କୋଠରିରେ ପ୍ରବେଶ କଲେ । ଶ୍ୟାମସୁନ୍ଦର ନିଦରୁ ଉଠିଲେ । ଦେବଦୂତ ପଚାରିଲେ, ଶ୍ୟାମସୁନ୍ଦର, ତୁମେ ଇଚ୍ଛା କରିଛ, ମୁଁ ତୁମକୁ କିଛି କହିବି, ହେଲେ ମୁଁ ତୁମକୁ କ’ଣ କହିବି? ତୁମେ ପଚାରିଲେ ତ କହିବି । ଶ୍ୟାମସୁନ୍ଦର ପଚାରିଲେ ହେ ଦେବ ମହାପୁରୁଷ, ଆପଣଙ୍କ ତାଲିକାରେ ମୋ ନାଆଁ ଅଛି, ଦେବଦୂତ କହିଲେ ନାହିଁ, ତୁମ ନାଆଁ ନାହିଁ । ତୁମେ ତ ଦେବତାଙ୍କୁ ଭଲ ପାଉ ନାହଁ । ତୁମେ ଭଲ ପାଉଥିବା ଯେଉଁ ମଣିଷମାନଙ୍କ ନାଆଁ କହିଛ, ମୁଁ ସେହି ମଣିଷମାନଙ୍କ ନାଆଁକୁ ଲେଖିଛି ଓ ସେମାନଙ୍କର ନାଆଁ ଦେବତାମାନଙ୍କୁ ଦେଇଛି । ସେଇମାନଙ୍କ ନାଆଁ ତାଲିକାରେ ତୁମ ନାଆଁ ଅଛି । ଅନ୍ୟମାନଙ୍କ ନାଆଁ ଅନ୍ୟ ଏକ ତାଲିକାରେ । ଗୋଟିଏ ତାଲିକା ହେଉଛି, ମାନବପ୍ରେମୀ ତାଲିକା ଓ ଅନ୍ୟଟି ଦେବତାପ୍ରେମୀ ତାଲିକା ।

ମାନବପ୍ରେମୀ ତାଲିକାରେ ତୁମ ନାଆଁ ଏକ ନମ୍ବରରେ ଅଛି । ପ୍ରକୃତରେ ଶ୍ୟାମସୁନ୍ଦର ଜଣେ ମାନବପ୍ରେମୀ ବ୍ୟକ୍ତି । ଦେବଦୂତଙ୍କଠାରୁ ଉପଯୁକ୍ତ ଉତ୍ତର ଶୁଣି ଖୁସି ହେଲେ ଶ୍ୟାମସୁନ୍ଦର । ତାଙ୍କ ନାଆଁ ମାନବପ୍ରେମୀ ତାଲିକାରେ ଏକ ନମ୍ବରରେ ଥିବାରୁ ଶୁଣି ମନେ ମନେ ଅତ୍ୟନ୍ତ ଆନନ୍ଦିତ ହେଲେ ଶ୍ୟାମସୁନ୍ଦର ନାୟକ ।

ତା’ପରେ ଦେବଦୂତ ଦ୍ୱିତୀୟ ତାଲିକାକୁ ଦେଖାଇଲେ ଯେଉଁମାନେ ଦେବତାଙ୍କୁ ଭଲ ପାଆନ୍ତି ସେମାନଙ୍କର ନାଆଁ ଲେଖାଅଛି । ଶ୍ୟାମସୁନ୍ଦର ଦେଖିଲେ ଦ୍ୱିତୀୟ ତାଲିକାରେ ତାଙ୍କର ନାଆଁ ନାହିଁ । ଯେଉଁମାନଙ୍କର ନାଆଁ ଅଛି ସେମାନଙ୍କୁ ଶ୍ୟାମସୁନ୍ଦର ଭଲ ଭାବରେ ଜାଣେ । ସେମାନେ ତାଙ୍କ ଗାଆଁର ଧନଶାଳୀ, ବଳଶାଳୀ ଓ ପ୍ରତିଭାଶାଳୀ ବ୍ୟକ୍ତି । ସେମାନେ ଦେବତାଙ୍କୁ ଭଲ ପାଆନ୍ତି । ତେଣୁ ସେମାନେ ସମସ୍ତେ ସୁଖରେ ଅଛନ୍ତି ।

ଦେବଦୂତ କହିଲେ, ପ୍ରଥମ ତାଲିକାରେ ଥିବା ମଣିଷମାନେ ମଣିଷପ୍ରେମୀ ବା ମାନବପ୍ରେମୀ । ସେଇ ମାନବପ୍ରେମୀ ମଣିଷମାନଙ୍କୁ ନେଇ ଦେବତାମାନେ ବୈକୁଣ୍ଠପୁର କରିବେ । ମର୍ତ୍ତ୍ୟ ବୈକୁଣ୍ଠପୁରରେ ତୁମେ ଓ ଭଲପାଉଥିବା ମଣିଷମାନେ ସମସ୍ତେ ଆମଭଳି ଦେବ ପୁରୁଷ ସୁଖ ଶାନ୍ତିରେ ରହିବା । ତା’ପରେ ତୁମେମାନେ ଅନ୍ୟମାନଙ୍କୁ ମାନବପ୍ରେମୀ କରାଇଲେ ସମଗ୍ର ମର୍ତ୍ତ୍ୟପୁର ବୈକୁଣ୍ଠପୁରରେ ପରିଣତ ହେବ । ଏତିକି କହି ଦେବଦୂତ ଶ୍ୟାମସୁନ୍ଦରଙ୍କ ଘରୁ ପୁଣି ଅଦୃଶ୍ୟ ହୋଇଗଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ ।

Odia Galpa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଚନ୍ଦରା ଚନ୍ଦିରୀ ଫାର୍ସ/Chandara Chandiri Phars
Next Article ପରିବର୍ତ୍ତନ/Paribarttana
suchitra

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.