• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଭୂତୁଣୀର ସାହାଯ୍ୟ
ଗଳ୍ପ

ଭୂତୁଣୀର ସାହାଯ୍ୟ

Liza SBy Liza SJanuary 24, 2023No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Bhutunira-sahajya
Odia-Story-Bhutunira-sahajya
Share
Facebook Twitter Pinterest Reddit Email

ସୋନାଲୀର ପିଲାଦିନଠାରୁ ଅଳଙ୍କାର ପିନ୍ଧିବାରେ ବଡ ସଉକ୍ । ବଡ ହୋଇ ସେ ବାହାଦୁରକୁ ବିବାହ କଲା । ବାହାଦୁର ଜମିଦାରଙ୍କ କଚେରୀରେ କାମ କରୁଥାଏ ।ଶାଶୁଘରକୁ ଆସିବା ପରଠାରୁ ସୋନାଲୀ ବରାବର ତା’ ସ୍ୱାମୀକୁ ନୂଆ ଅଳଙ୍କାର ପିନ୍ଧିବା ପାଇଁ କହେ । ବାହାଦୁର ଅଳ୍ପ ହସି ଚୁପ୍ ରହେ । କ୍ରମେ ଗହଣା ମାଗିବା ବଦଳରେ ଦାବୀ ଓ ଯିଦି କରିବାରୁ; ସେ କହିଲା, ”ତୁମର ତ ଯଥେଷ୍ଟ ଅଳଙ୍କାର ଅଛି । ମୁଁ କ’ଣ ଧନୀ ଜମିଦାର ଯେ ତୁମ ପାଇଁ ଚାହିଦା ମାତ୍ରେ, ଅଳଙ୍କାର ଗଢାଇ ଆଣିବି? ମୁଁ କଚେରୀରେ ଜଣେ ମାମୁଲି କର୍ମଚାରୀ ବୋଲି ମନେ ରଖ ଓ ଏ ପାଗଳାମି ଛାଡ ।”

ସୋନାଲୀ ଚୁପ୍ ହୋଇ ରହିଲା ସିନା, କିନ୍ତୁ ଅଳଙ୍କାର ପ୍ରତି ତା’ର ପ୍ରବଳ ପିପାସା ଦିନକୁ ଦିନ ବଢି ଚାଲିଲା । ଏମିତି ସମୟ ବିତିଗଲା । ତା’ର ପୁଅଟିଏ ହେଲା । ତା’ର ନାମ ଗୋବିନ୍ଦ ରଖା ହେଲା । ସମୟକ୍ରମେ ସେ ବଡ ହେଲା, ଶିକ୍ଷାଦୀକ୍ଷା ଲାଭ କରି ସେ ମଧ୍ୟ କଚେରୀରେ ଭଲ ଚାକିରୀଟିଏ ପାଇଲା । ଅଳ୍ପଦିନ ମଧ୍ୟରେ ବିନାକାରଣରେ ବାହାଦୁରର ହଠାତ୍ ଦେହ ଖରାପ୍ ହେଲା । ବହୁଦିନ ଶଯ୍ୟାଶାୟୀ ହେବାରୁ ସେ ମଧ୍ୟ ଚାକିରୀ ଛାଡିଲା, ସେ ବଡ ଦୁର୍ବଳ ହୋଇ ପଡିଥାଏ । ଏବେ ଅଧିକାଂଶ ସମୟ ସେ ଘରେ ରହୁଥାଏ ।

ସୋନାଲୀର ଇଚ୍ଛା ଥିଲା ପୁଅ ବାହାଘର ବେଳେ ଗଦାଏ ଯୌତୁକ ନେବ ଓ ସାରା ଜୀବନ ସେ ନୂଆ ଅଳଙ୍କାର ପିନ୍ଧିପାରିବ । ତା’ର ସେହି ଇଚ୍ଛା ବଡ ପ୍ରବଳ ହେଲା । କିନ୍ତୁ ପରିସ୍ଥିତି ଭିନ୍ନ ହେଲା; ଗୋବିନ୍ଦ ବାହାହେଲା ଯେ ମାତ୍ର ତା’ର ସ୍ତ୍ରୀ କାଣୀ କଉଡିଟିଏ ବି ସୁଦ୍ଧା ଆଣିନାହିଁ । ସୋନାଲୀର ଏତେ ଦିନର ସ୍ୱପ୍ନ ଶେଷରେ ବୃଥା ହେଲା । କେତେ ଆଶା କରିଥିଲା ଧନୀଘରର ଝିଅକୁ ବୋହୂ କରି ଆଣିଲେ ସମସ୍ତ ଗହଣା ଓ ଲୁଗା ସେ ପିନ୍ଧିବ । କିସମ କିସମର ନୂଆ ଗହଣା ପିନ୍ଧି ପଡୋଶୀ ଘରକୁ ଯାଇ ଦେଖାଇବ । କିଛି ତ ହେଲା ନାହିଁ । ଗୋବିନ୍ଦର ବିବାହ ହଠାତ୍ ସ୍ଥିର ହେଲା । ଗୋବିନ୍ଦ ଦିନେ ତା’ସାଙ୍ଗର ବିବାହରେ ଯୋଗ ଦେବାକୁ ଗଲା । ସେଠାରେ କନ୍ୟାର ସାଙ୍ଗମାନଙ୍କ ମଧ୍ୟରେ କମଳା ନାମରେ ସୁନ୍ଦରୀ ଓ ଗୁଣବତୀ ଝିଅଟିଏ ଥିଲା । ତା’ର ବ୍ୟବହାରରେ ମୁଗ୍ଧ ହୋଇ ଗୋବିନ୍ଦ ତା’ର ବାପମା’ଙ୍କ ପାଖରେ ନିଜର ବାହାଘର ପାଇଁ ପ୍ରସ୍ତାବ ଦେଲା । ସେମାନେ ରାଜି ହେଲେ ଯେ କିନ୍ତୁ ସେହିଦିନ ପରେ ଆଉ ବିବାହ ପାଇଁ ଶୁଭ ଦିନ ତିନିମାସ ମଧ୍ୟରେ ନଥିଲା । ତେଣୁ ଗୋବିନ୍ଦର ଉତ୍ସାହ ଯୋଗୁଁ ସେହିଦିନହିଁ ସେମାନଙ୍କର ବିବାହ ହେଲା । କମଳାର ବାପମାଙ୍କୁ ବହୁତ ଯୌତୁକ ଦେବାପାଇଁ ଯଥେଷ୍ଟ ସମୟ ନଥିଲା । ବିବାହ ପରେ କମଳାକୁ ଛାଡିବାକୁ ତା’ର ବାପମା’ ମଧ୍ୟ ସଙ୍ଗରେ ଆସିଲେ ।

ଘରେ ପହଁଚି ଗୋବିନ୍ଦ ସୋନାଲୀକୁ କହିଲା, ”ମା’ ଇଏ ତୁମର ବୋହୁ; ଆମକୁ ଆଶିର୍ବାଦ ଦିଅ ।” ଏତିକି କହି ସେ ଦୁହେଁ ସୋନାଲୀର ପାଦଛୁଇଁବାକୁ ଯିବାରୁ ସେ ହଠାତ୍ ପଛକୁ ଘୁଂଚିଯାଇ କହିଲା, ”ସେ ତୋର ସ୍ତ୍ରୀ ହୋଇପାରେ କିନ୍ତୁ ମୋର ସେ ବୋହୁ ନୁହେଁ ।”ସେତେବେଳେ କମଳାର ବାପା ତ ପାଖରେ ଥିଲେ; ସେ କହିଲେ, ”ଆପଣ ଏମିତି କାହିଁକି ବିରକ୍ତ ହେଉଛନ୍ତି? ମୋ ଝିଅକୁ ଆପଣଙ୍କ ପୁଅ ପସନ୍ଦ କଲେ ଆମେ କହିଥିଲୁ ଯେ ଆମେ ସାଧାରଣ ଲୋକ । ବେଶି ଯୌତୁକ ଦେଇ ପାରିବୁ ନାହିଁ । ତଥାପି ମଧ୍ୟ ସେ ମୋ ଝିଅକୁ ବିବାହ କଲେ । ଏଥିରେ ମୋ ଝିଅର ଦୋଷ କ’ଣ?”

ସୋନାଲୀ ବିରକ୍ତ ହୋଇ କହିଲା, ”ଏବେ ଜାଣିଲି ଏହି ବିବାହ ପଛରେ କି ଉଦ୍ଧେଶ୍ୟ ରହିଛି । ମୋର ଗୋଟିଏ ବୋଲି ପୁଅ ଏମିତି କ’ଣ ବିବାହ ହୁଏ? ମୋ ମନକଷ୍ଟ ହେବ ନାହିଁ? କ’ଣ ଏତେ ତର ବର ହେବାର ଥିଲା?”କମଳାର ମା’ କହିଲେ, ”ଏକଥା ସତ ଯେ ମା ବାପଙ୍କ ଅନୁପସ୍ଥିତିରେ ବିବାହ ହେବା ବଡ ଅନ୍ୟାୟ । କିନ୍ତୁ ଆପଣଙ୍କ ପୁଅ ଯିଦ୍ କରିବାରୁ ସେପରି ହେଲା । ତେଣୁ ଆମର ଦୋଷ ଅଛି ବୋଲି ଯଦି ଭାବୁଛନ୍ତି, ତେବେ ସମୁଦୁଣୀ ଆମକୁ କ୍ଷମା କରନ୍ତୁ ।” ଏତିକି କହି ସେ ସୋନାଲୀର ହାତ ଧରିଲେ ।

ସୋନାଲୀ ହାତ ଛଡାଇ ନେଇ କହିଲା, ”ଛାଡ, ଛାଡ, ସମୁଦୁଣୀ ପୁଣି କିଏ? କାହାର ସମୁଦୁଣୀ? ବଡ ସାହସ ତ ତୁମର । ଝିଅକୁ ଏଠାରେ ଛାଡି ଶୀଘ୍ର ଏଠାରୁ ବାହାରି ଯାଅ । ତୁମ ମୁହଁ ଦେଖିବାକୁ ମୋର ଆଦୌ ଇଚ୍ଛା ହେଉନାହିଁ । ସମସ୍ତ କିଛି କରିସାରି ଠକିଲାଭଳି ଗୋଟାଏ ବିବାହ କାର୍ଯ୍ୟ କରିଦେଇ ପୁଣି ”ସମୁଦୁଣୀ” ଡାକ । ମୋ ହୃଦୟରେ ତୁମେମାନେ ଛୁରୀ ଚଳାଇଛ । ଆଉ ଏବେ ମୋ ପାଇଁ କ’ଣ ବା ବାକି ରହିଲା?”ସେତେବେଳେ ଗୋବିନ୍ଦର ବାପା ବାହାଦୁର ଘରେ ନଥିଲେ । ଚାରିକୋଶ ଦୂରରେ ଥିବା ଗୋଟିଏ ଗ୍ରାମକୁ ଜଣେ ସାଧୁ ଆସିଥିଲେ । ବାହାଦୁର ନିଜର ବ୍ୟାଧି ଉପଶମ ଆଶାରେ ସାଧୁଙ୍କୁ ଦେଖା କରିବାକୁ ଯାଇଥିଲେ ।

ପରଦିନ ସେ ଘରକୁ ଫେରି ସମସ୍ତ କଥା ପୁଅଠାରୁ ଶୁଣି ଭୀଷଣ ଦୁଃଖିତ ହୋଇ କହିଲେ, ”ମୁଁ ବଡ ଭାଗ୍ୟହୀନ ଲୋକ, ମୁଁ ସାଧୁ ଦର୍ଶନ ଆଶାରେ ସେଠାକୁ ଗଲି; ହେଲେ ସାଧୁଙ୍କୁ ପାଇଲି ନାହିଁ । ତୁ ତ ତୋର ମା’ର ସ୍ୱଭାବ ଭଲଭାବେ ଜାଣିଛୁ । ତାକୁ ନପଚାରି ତୁ କାହିଁକି ଏପରି ବିବାହ କଲୁ?”ସପ୍ତାହକ ମଧ୍ୟରେ ସୋନାଲୀ ଘରର କାମତକ କମଳା ଉପରେ ଲଦିଲା । ଚାକରକୁ ବାହାର କରିଦେଲା । ଦିନରାତି ଖଟି ଖଟି କମଳା ଥାଏ । ସେଥିରେ ମଧ୍ୟ ସନ୍ତୁଷ୍ଟ ନହୋଇ ଶାଶୁ କହିଲେ, ”ପଇସାଟିକର ଯୌତୁକ ନଆଣି ମହାରାଣୀ ପରି ଏଠାରେ ରାଜ୍ୟ କରିବାକୁ ଚାଲି ଆସିଲୁ । ଆଜିଠାରୁ କେବଳ ରାତିରେ ଥରେ ମାତ୍ର ତୁ ଖାଇବୁ । ଏସବୁ କଥା ଗୋବିନ୍ଦକୁ କହିବୁ ତ ମୋର ନିଜ ରୂପ ଦେଖିବୁ; ବାପ ଘରକୁ ଯେ ଥରେ ପଠାଇ ଦେବି ଆଉ ଆସିବୁ ନାହିଁ ।”

ଦିନକୁ ଥରେ ମାତ୍ର ଖାଇ, ଘରଟା ଯାକର କାମ କରି କମଳା ଏକବାରେ ଝଡିଗଲା । ଦିନେ ଗୋବିନ୍ଦ ତାକୁ ପଚାରିଲା, ”କମଳା, ଏତେ କାହିଁକି ଝଡିଗଲ?”ସେତିକିବେଳେ ଗୋବିନ୍ଦର ମା’ କହିଲା, ”ତା’ ମା’କୁ ଝୁରି ଝୁରି ସେ ଝଡି ଯାଉଛି । କାଲି ତାକୁ ନେଇ ତା’ ମା’ ଘରେ ଛାଡି ଦେଇ ଆସ୍ ।” କମଳା ଗୋବିନ୍ଦକୁ କିଛି କହିବାର ସୁଯୋଗ ଆଉ ପାଇଲା ନାହିଁ । ଦେଖିଲା ଶାଶୁ ବଡ ଚତୁରୀ । ସବୁ ମିଥ୍ୟାଚାର କରି ପୁଣି କମଳାକୁ ସାବଧାନ କରାଇଛନ୍ତି ଯେପରି ସେ ଟିକିଏ ବି କିଛି ଗୋବିନ୍ଦକୁ ନ କହେ । ଏପରି ଏକ ପରିସ୍ଥିତିରେ କେତେଦିନ ରହିବ, ସେକଥା ଭାବି କମଳା ବଡ ଦୁଃଖରେ ଥାଏ ।

ରାତିରେ କମଳା ଶୋଇ ପାରିଲା ନାହିଁ । ଅଧରାତି ବେଳକୁ ଘର ପଛପଟ ପିଣ୍ଡାରେ ବସି ସେ ବହୁତ କାନ୍ଦିଲା । ଶାଶୁର କଟୁକ୍ତି କଥା ମନେ ପକାଇ ସେ କାନ୍ଦୁଥାଏ । ଠିକ୍ ଏହି ସମୟରେ ଖଡଖଡ ଶବ୍ଦ ହେବାରୁ ମୁହଁଟେକି ସେ ଗଛକୁ ଚାହିଁଲା । ହଠାତ୍ ଗଛ ଡାଳ ହଲିଲା ଓ ଡାଳ ଉପରୁ ତଳକୁ ଭୂତୁଣୀଟିଏ ଡେଇଁଲା; ଆଉ ଆସି କମଳାର ସମ୍ମୁଖରେ ସେ ଠିଆ ହୋଇ ପଡିଲା । ସେ କହିଲା, ”ତୁ ଆଦୌ ଭୟ କର ନା । ମୁଁ ଏଠାକୁ ତୋର ସହାୟତା କରିବାକୁ ଆସିଛି । ତୋର ଦୁଃଖ କ’ଣ କହିଲୁ ଦେଖି?”

ତା’ କଥା ଶୁଣି, କମଳା ସାହସ ପାଇ ନିଜର ସମସ୍ତ ଦୁଃଖକଥା ତାକୁ ଶୁଣାଇଲା । ସବୁ ଶୁଣି ସେ ଭୂତୁଣୀ କହିଲା, ”ଠିକ୍ ଅଛି, ଆଜିଠାରୁ ତୁ ହଜାରଟି ଭାତ ଖାଇଲେ ଗୋଟିଏ ସୁନାର ଭାତ ଭାତଥାଳୀ ତଳେ ଲାଗିରହିବ । ତୋ ଶାଶୁ ସୁନା ପାଇବାକୁ ପାଗଳ । ଏବେ ସେ ତତେ ବହୁତ ଖୁଆଇବ ।”ସକାଳେ ବାପଘରକୁ ଯିବା ପାଇଁ ଜିନିଷପତ୍ର ସଜଡା ହେଲା । କଥାବାର୍ତ୍ତା ମଧ୍ୟରେ କମଳା ତା’ ଶାଶୁକୁ କହିଲା, ”ରାତ୍ରିରେ ସ୍ୱପ୍ନରେ ଦେବୀ କହିଲେ ଯେ ମୁଁ ହଜାରଟି ଭାତ ଖାଇଲେ ଗୋଟିଏ ଭାତ ସୁନା ପାଲଟି ଯିବ ଓ ଥାଳୀରେ ଲାଗି ରହିବ ।”

ସୋନାଲୀ ଖୁସି ହୋଇ ଯାଇ କହିଲା, ”ସତେ? କିନ୍ତୁ ଆଜିପର୍ଯ୍ୟନ୍ତ ତୋର ସେ ଦେବୀ ଥିଲେ କେଉଁଠି! ଏକଥା ଆଗରୁ କରିଥିଲେ ତ ଆମେ ଧନୀ ହୋଇ ଯାଇଥା’ନ୍ତେ । ମୁଁ ସୁନାରେ କେତେ ଗହଣା କରି ପିନ୍ଧି ପକାଇଥାନ୍ତି । ଯାହା ହେଉ ପଛେ ତୁ କିନ୍ତୁ ଆଜି ଆଉ ତୋ ବାପଘରକୁ ଯିବୁ ନାହିଁ ।”ରାତିରେ ବୋହୂର ଅଇଁଣ୍ଠା ଥାଳୀ ତା’ ଶାଶୁ ଖୋଜି ଦେଖିଲେ ସତରେ ସୁନାର ଭାତଟିଏ ଲାଖି ରହିଛି । ସେ ଖୁସି ହୋଇ ସେହି ଦିନଠାରୁ ବୋହୁକୁ ଦିନକୁ ତିନିଥର ଖାଇବା ଦେଲେ । ସାରା ମାସ ଧରି ସଂଗ୍ରହ କରିଥିବା ସୁନାରେ ଅଳଙ୍କାରମାନ ତିଆରି କରି ସେ ପିନ୍ଧିଲେ; ଆଉ କହିଲେ, ”ହେ ବୋହୁ, ତୋର ବାପଘର କଥା ଚିରଦିନ ପାଇଁ ଭୂଲିଯା । ତୋତେ ମୁଁ ଦିନକ ପାଇଁ ହେଲେ ଛାଡି ପାରିବି ନାହିଁ ।” କିନ୍ତୁ ସୁନା ସଂଗ୍ରହ କରିବା ପାଇଁ ଲୋଭ ଆହୁରି ବଢିଲା । ସେ କମଳାକୁ ବହୁତ ବହୁତ ଖୁଆଇଲେ ।

ଫଳରେ ଦିନେ ତା’ର ପେଟ କାଟିଲା । ସେ ତା’ ବାପ ଘରକୁ ଯିବାକୁ ଚାହିଁଲା । ସେତେବେଳେ ଭୂତୁଣୀ ଆସି ତାକୁ ପଚାରିଲା, ”ପୁଣି କ’ଣ ସମସ୍ୟା ହେଲା?”କମଳା ସବୁକଥା କହିଲା । ଭୂତୁଣୀ ସିଁ କରି ଶବ୍ଦଟାଏ କରି କହିଲା, ଏଥର ତୋ ଶାଶୁକୁ କହ, ଦିନରେ ବକତେ ଖାଇବା ଛାଡି ଦେଲେ ତା’ ଥାଳୀ ତଳୁ ସୁନା ମିଳିବ ।”ସକାଳ ହେବାରୁ କମଳା ସବୁକଥା କହିଲା । ଏକଥା ଶୁଣି ଶାଶୁ ଖୁସିଟାଏ ହୋଇ କହିଲେ, ”ତେବେ ତୋର ଏଠି ରହିବାର ଆଉ କ’ଣ ବା ପ୍ରୟୋଜନ ରହିଛି । ତୁ ବରଂ ଆଜି ହିଁ ତୋ ବାପଘରକୁ ଚାଲିଯା ।” ଏହାପରେ କମଳା ତା’ ବାପଘରକୁ ଗଲା ।

ସେଦିନ ଖରାବେଳେ ସେ ନଖାଇ ଦେଖିଲେ କି ଥାଳୀ ତଳେ ସୁନା ମୋହରଟିଏ ଅଛି । ଆହୁରି ନଖାଇ ରହିଲା, ଆହୁରି ସୁନା ମିଳିଲା, ତା’ପରେ ସେ ଭାବିଲା ”ଜନ୍ମରୁ ତ ଆଜିଯାଏଁ ମୁଁ ଖାଉଛି । ଏବେ ଦଶଦିନ ଉପବାସ ରହିଗଲେ, କୋଡିଏଟି ମୋହର ମିଳିବ । ସେଥିରେ ସୁନ୍ଦର ହାରଟିଏ ଓ କିଛି ଚୁଡି ବନାଇ ପଡିଶା ଘରକୁ ଯିବି । ଯେପରି ମୋତେ ଦେଖିଲେ ଅନ୍ୟମାନେ ଇର୍ଷ୍ୟାରେ ଜଳିବେ । ବଡ ମଜା ହେବ ।”ତିନିଦିନ ମଧ୍ୟରେ ସେ ଏତେ ଦୁର୍ବଳ ହୋଇଗଲେ ଯେ ବିଛଣାରୁ ଉଠି ଗୋବିନ୍ଦକୁ ଡାକି କହିଲେ, ”ପୁଅ, ଯାଇ ବୈଦ୍ୟକୁ ପଚାରି ଆସ ଯେ ସାଗୁଦାନା ଖିରି ବା ଚାଉଳ ଖିରି କ’ଣ ଖାଦ୍ୟ ସହିତ ସମାନ?”

ଗୋବିନ୍ଦ ବୁଝି ପାରିଲା ନାହିଁ ଯେ ମା’ଙ୍କର ଏପରି ବିଚିତ୍ର ସନ୍ଦେହ କେଉଁଠୁ ଆସିଲା? ସେ ବୈଦ୍ୟଙ୍କ ପାଖକୁ ଯାଇ ମା’ ଯାହା କହିଥିଲେ ତାହା କହିଲେ । ବୈଦ୍ୟ ହସି ହସି କହିଲେ, ”ପାଣି ବ୍ୟତୀତ ଯାହା ଖାଇଲେ ମଧ୍ୟ ତାକୁ ଭୋଜନ ବୋଲି କୁହାଯିବ ।”ଗୋବିନ୍ଦ ଘରକୁ ଫେରି ଦେଖିଲା ତା’ ମା’ ବେହୋସ ହୋଇ ପଡିଛି । ସେ ବୈଦ୍ୟଙ୍କୁ ଡାକି ଚିକିତ୍ସା କରାଇଲା ଓ ବାପାଙ୍କୁ ମା’ର ଦାୟିତ୍ୱ ଦେଇ ଶୀଘ୍ର ଶଶୁର ଘରକୁ ଯାଇ କମଳାକୁ ନେଇ ଆସିଲା ।

ଶାଶୁଙ୍କୁ ଦେଖି କମଳା କାନ୍ଦି କାନ୍ଦି କହିଲା, ”ମା’, ତୁମର ଏ କ’ଣ ହେଲା?” ସୋନାଲୀ କମଳାକୁ ପାଖକୁ ଡାକି ବସାଇ ସବୁକଥା କହିଲେ । ତା’ପରେ କହିଲେ, ”ତୋ ପରି ରତ୍ନକୁ ବୋହୁ କରି ପାଇ ମଧ୍ୟ ମୁଁ ସୁନା ପଛରେ ପାଗଳ ହୋଇ ନିଜର ଏହି ଅବସ୍ଥା ନିଜେ କରିଛି । ମୁଁ ମଧ୍ୟ କି ବୋକା । ଏତେ ବୟସ ହେଲାଣି । ଏବେ ମୋର ଏତେ ଅଳଙ୍କାର ପିନ୍ଧିବା କ’ଣ ଦରକାର? ଏସବୁ ସୁନା ନେଇ ତୁ ଅଳଙ୍କାର ବନାଇ ପିନ୍ଧିବୁ । ଏକଥା ତୁ ଆଉ ତୋ ଶ୍ୱଶୁରଙ୍କୁ କହିବୁ ନାହିଁଟି?”କମଳା ଶାଶୁଙ୍କର ସେବା କରି ଠିକ୍ ମାସକ ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟ ଫେରାଇ ଆଣିଲା । ଏଣିକି ସେମାନେ ଖୁସିରେ ରହିଲେ ।

New odia story Odia Intresting Story Odia Story Bhutunira Saharjya
Share. Facebook Twitter Pinterest LinkedIn Tumblr Reddit Email
Previous Articleବିଶ୍ୱାସ
Next Article ପାର୍ଥକ୍ୟ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.