• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଭୀମର ଭାଗ୍ୟ
ଗଳ୍ପ

ଭୀମର ଭାଗ୍ୟ

Liza SBy Liza SNovember 30, 2022No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Odia-Short-Story Bheemara Bhagya
Odia-Short-Story Bheemara Bhagya
Share
Facebook Twitter Pinterest Reddit Email

ଭୀମ ଯେମିତି ବଳୁଆ, ଠିକ୍ ସେମିତି ସେ ସାହସୀ ମଧ୍ୟ । ଗାଁ ଲୋକେ ତାକୁ ବଡ ଭଲ ପାଉଥିଲେ । ଯାହା ଘରେ ପିଠାପଣା ହେଲେ ସେଥିରୁ ତାକୁ ଭାଗ ମିଳୁଥିଲା । କାରଣ, ତା’ର ନିଜର ବୋଲି କେହିବି ନଥିଲେ । ସେ ଶିଶୁଥିବା ସମୟରେ ତା’ର ମା ବାପା ଏ ସଂସାର ଛାଡି ଚାଲି ଯାଇଥିଲେ । କକା ଘରେ ରହି ସେ ମଣିଷ ହୋଇଥିଲା । କକା ବି ଆଉ ଇହଧାମରେ ନଥିଲେ ।

ଭୀମ ସବୁବେଳେ ଉଦାସ ରହୁଥାଏ । ଲୋକେ ଭାବୁଥାନ୍ତି, ସଂସାରରେ ତା’ ନିଜ ଲୋକ ଆଉ କେହି ନାହିଁ ବୋଲି ତା’ ମନରେ ଆଦୌ ସୁଖ ନାହିଁ । ତେଣୁ ସମସ୍ତେ ତାକୁ ଅଧିକ ମାତ୍ରାରେ ସ୍ନେହ କରୁଥିଲେ । କିନ୍ତୁ ସେଥିରେ ବିଶେଷ କିଛି ଫଳ ହେଲା ପରି ଲାଗୁ ନଥିଲା ।

ଭୀମ ଗାଁର ଜମିଦାରଙ୍କ ସହିତ ପାଖରେ ଥିବା ଆଉ ଗୋଟିଏ ଗାଁର ଜମିଦାରଙ୍କର ଭୀଷଣ ଶତ୍ରୁତା ଥିଲା । ଦିନେ ଜମିଦାରଙ୍କ ଟିକିପୁଅକୁ ଏକୁଟିଆ ଅବସ୍ଥାରେ ପାଇ ତାକୁ ଶତ୍ରୁ ଜମିଦାରର ଚର ଧରିନେଇ ପଳାଇ ଯାଉଥିଲା । ଭୀମ ଗାଁ ବାହାରେ ସରୋବର କୂଳରେ ଏକୁଟିଆ ବସିଥିଲା । ସେ ହଠାତ୍ ଏସବୁ ଘଟଣା ଦେଖି ପକାଇଲା । ସେ ଲକ୍ଷ୍ୟ କଲା, ଲୋକଟି ଜମିଦାରଙ୍କ ଟିକିପୁଅର ମୁହଁ ଚାପି ଧରିଛି – ଯେମିତିକି ସେ ଆଉ ପାଟି କରିପାରିବ ନାହିଁ ।

ଭୀମ ଆଗକୁ ବାହାରି ଆସି ସେ ଲୋକକୁ ପ୍ରଶ୍ନ କଲା “ତୁମେ କିଏ? ସେ ପିଲାକୁ କୁଆଡେ ନେଇ ଯାଉଛ?”ପିଲାଚୋର ଦୌଡିବାକୁ ଆରମ୍ଭ କଲା । ଅଳ୍ପ ଦୂରରେ ଘୋଡାଗାଡି ଠିଆ ହୋଇଥାଏ । ଭୀମ ଦେଖି ନଥିଲେ ସେ ଲୋକଟି ପିଲାକୁ ଧରି ଘୋଡାଗାଡିରେ ପଶିଯାଇଥାନ୍ତା ଓ ଗାଡିବାଲା କ୍ଷୀପ୍ରଗତିରେ ଗାଡି ଛୁଟାଇ ଦେଇଥାନ୍ତା ।

ଚୋର ଯେମିତି ଦୌଡିବାକୁ ଆରମ୍ଭ କରିଛି, ଭୀମ ତା’ ଆଗକୁ ଲଂପଂ ଦେଇ ତା ହାତ ଧରି ପକାଇଲା । ଚୋର ଶେଷକୁ ବାଧ୍ୟ ହୋଇ ପିଲାଟିକୁ ଛାଡିଦେଲା । କାହିଁକିନା ସେ ଜଣେ ପହେଲ୍ବାନ୍ ଥିଲା । ତଥାପି ମଧ୍ୟ ଭୀମର ଦୁଇ ଚାରି ବିଧାରେ ସେ କେମିତି ପ୍ରାଣ ଧରି ପଳାଇବ, ସେଥିପାଇଁ ବାଟ ପାଇଲା ନାହିଁ ।

ପିଲାଟିକୁ ଧରି ଭୀମ ଜମିଦାରଙ୍କ ଘରେ ଯାଇ ପହଁଚିଲା । ସେ ପିଲା-ଚୋର ସହ ଭୀମର ଲଢେଇ ସେତେବେଳକୁ ଗାଁର ଦଳେ ଲୋକ ଆସି ଦୂରରୁ ଦେଖି ପାରିଥାନ୍ତି । ସେମାନଙ୍କୁ ଧରି ଜମିଦାର ଶତ୍ରୁ ଜମିଦାର ବିରୁଦ୍ଧରେ ନାଲିଶ୍ କରିବାକୁ ରାଜଦରବାରକୁ ଗଲେ । ଭୀମକୁ ପୁରସ୍କାର ହିସାବରେ ଗୋଟାଏ ସୁନା ମୋହର ଦେଇଗଲେ ।

ଲୋକେ ଭୀମର ବହୁତ ପ୍ରଶଂସା କଲେ ଓ ସେ ସୁନା ମୋହର ପାଇଥିବାରୁ ତାକୁ ଅଭିନନ୍ଦନ ବି ଜଣାଇଲେ । ବୟସ୍କ ଲୋକେ ତାକୁ ସତର୍କ କରାଇଦେଇ କହିଲେ “ଟୋକା! ମୋହର ସାବଧାନରେ ରଖିବୁ! ନହେଲେ ତାକୁ ଖଂଟ ନେଇଯିବ!” ସେହି ମୋହର ପାଇ ଭୀମ ଯେତିକି ଖୁସି ହୋଇଥିଲା, ତାକୁ ସାବଧାନରେ କେମିତି ରଖିବ, ସେ ଚିନ୍ତାରେ ସେ ପୁଣି ସେତିକି ମାତ୍ରାରେ ଭାଙ୍ଗି ପଡିଲା ।

ସୁନା ମୋହର କିଛି କମ୍ କଥା ନୁହେଁ । ନିଜ ଭଙ୍ଗା ଘରେ ଭୀମ ବା ତାକୁ କେମିତି ରଖିବ? ସରୋବର କୂଳରେ ସେ ଠାଏଁ ତାକୁ ପୋତି ଦେଲା । ଉକ୍ତ ଯାଗାଟିକୁ ଚିହ୍ନିବା ସକାଶେ ସେଠି ସେ ଗୋଟିଏ ଫୁଲ ଚାରା ଲଗାଇଲା ।

ଏ ଘଟଣାର କେଇଦିନ ପରେ ଖୋଦ୍ ରାଜା ଘଟଣାର ତଦନ୍ତ ପାଇଁ ସେ ଗାଁକୁ ଆସିଲେ । ସେ ସେହି ଜମିଦାରଙ୍କ ଘରେ ଅତିଥି ହୋଇଥାନ୍ତି । ଭୀମ ତାଙ୍କ ସେବାରେ ଲାଗିଥାଏ । ଭୀମ ସହ କଥାବାର୍ତ୍ତା କରି ରାଜା ବହୁତ ଖୁସି ହେଲେ । ଯିବା ପୂର୍ବଦିନ ସେ ଭୀମକୁ ପଚାରିଲେ, “ଭୀମ କହ, ତୋତେ ମୁଁ କ’ଣ ପୁରସ୍କାର ଦେବି?”

ଭୀମ କହିଲା “ମଣିମା! ମୋ ମନ ସଦା ସର୍ବଦା ଉଦାସ ରହେ । ଏମିତି କିଛି ଔଷଧ ଦିଅନ୍ତୁ, ଯାହା ଫଳରେ ମୁଁ ସର୍ବଦା ପ୍ରସନ୍ନ ରହିବି ।”ରାଜା ପଚାରିଲେ “ତୋର ସମସ୍ୟା କ’ଣ?” ଭୀମ ଏ ପ୍ରଶ୍ନର କୌଣସି ଉତ୍ତର ଦେଇପାରିଲା ନାହିଁ ।

ରାଜା ମଧ୍ୟ ଯେତେ ଚେଷ୍ଟା କଲେ ବି ଭୀମର ଉଦାସ ଭାବର ହେତୁ ମୋଟେ ଧରି ପାରିଲେ ନାହିଁ । ସେ କହିଲେ, “ବୋଧହୁଏ ତୁ କେବେବି ଏ ଗାଁ ବାହାରକୁ ଯାଇ ନଥିବାରୁ ଏମିତି ହେଉଛୁ । ମୋ ସହ ରାଜଧାନୀକୁ ଚାଲ । ସହରରେ କେତେ ମଜା କଥା ଦେଖିବୁ । ଫଳରେ ତୋର ମନ ଖୁସି ରହିବ । ଯେତେ ଦିନ ଇଚ୍ଛା ତୁ ସେଠାରେ ରହିବୁ ।”ଭୀମ ପ୍ରସନ୍ନ ଦେଖାଗଲା ।

ସନ୍ଧ୍ୟାବେଳେ ସେ ସରୋବର କୂଳକୁ ଗଲା । ଉଦ୍ଧେଶ୍ୟ ହେଲା ସୁନା ମୋହରଟି ବାହାର କରି ତାକୁ ନିଜ ସାଙ୍ଗରେ ସହରକୁ ନେଇଯିବ । କିନ୍ତୁ ଦେଖିବା ବେଳକୁ ସେ ଚାରାଗଛଟିକୁ ଛେଳି ଖାଇ ଦେଇଛି । କେଉଁଠି ସେ ମୋହରଟି ପୋତିଥିଲା, ସେକଥା ସେ ଆଉ ଠଉରାଇ ପାରିଲା ନାହିଁ । ଦୁଇ ତିନି ସ୍ଥାନ ଖୋଳିଲା, କିନ୍ତୁ ସେ କିଛିବି ପାଇଲା ନାହିଁ ।

ରାତିରେ ରାଜା ମଣୋହିକୁ ଯିବାବେଳେ ଦେଖିଲେ ଭୀମର ସେ ପ୍ରସନ୍ନ ଭାବ ଆଉ ନାହିଁ । ତେଣୁ ସେ ପଚାରିଲେ, “କିରେ, କ’ଣ ହେଲା?”ଭୀମ କାନ୍ଦ କାନ୍ଦ ହୋଇ ଉତ୍ତର ଦେଲା “ମଣିମା! ନିଜ ତାକତ୍ରେ ମୁଁ ଯାହା ଉପାର୍ଜନ କରିଥିଲି, ତାହା ସରୋବର କୂଳରେ ପୋତି ଦେଇଥିଲି । ତାହା ଏବେ କୁଆଡେ ଯେ ଗଲା, ମୁଁ ତାକୁ ଖୋଜି ଖୋଜି ଆଉ ପାଉ ନାହିଁ ।”

ଦୟାର୍ଦ୍ର ରାଜା ପଚାରିଲେ “କେତେ ପୋତିଥିଲୁ?”ଭୀମ ଏଥର ମହା ଅଡୁଆରେ ପଡିଲା । ଗୋଟାଏ ମାତ୍ର ସ୍ୱର୍ଣ୍ଣମୁଦ୍ରା ସକାଶେ, ସେ ଏଡେ ମନ ଖରାପ କରୁଥିବା କଥା ରାଜା ଜାଣିଲେ ହୁଏତ ହସିବେ । ତା’ ପାଟିରୁ ବାହାରି ଗଲା, “ମଣିମା! ଶହେ ସ୍ୱର୍ଣ୍ଣମୁଦ୍ରା!”

“ଆଚ୍ଛା, ଚିନ୍ତା କରନା । ମୁଁ ଗୋଟାଏ ମନ୍ତ୍ର ଜାଣେ । ସେ ମନ୍ତ୍ର ପଢି ଆଖି ଖୋଲିଲେ ମାଟି ତଳେ ଥିବା ଧନରତ୍ନ ମୋତେ ଦେଖାଯାଏ । ମୁଁ ତୋ ମୋହରତକ ବାହାର କରିଦେଇ ପାରିବି ବୋଲି ଆଶା କରୁଛି ।”ଏହା କହି ରାଜା ଭୀମକୁ ସକାଳେ ଆସିବାକୁ ନିର୍ଦେଶ ଦେଲେ ।

ଭୀମ ସକାଳେ ଆସି ପହଁଚିବାରୁ ରାଜା ତାକୁ ଧରି ସରୋବର କୂଳକୁ ଗଲେ ଓ ଠାଏଁ ଖୋଳିବାକୁ କହିଲେ । ସେଠା ଖୋଳିବାରୁ ଗୋଟିଏ କନା ପୁଟୁଳା ବାହାରିଲା । ରାଜା ଭୀମକୁ କହିଲେ “ଖୋଲି ଦେଖିଲୁ ସେଥିରେ ଶହେ ସ୍ୱର୍ଣ୍ଣମୁଦ୍ରା ଅଛି କି ନାହିଁ!”ଭୀମର ହାତ ଥରୁଥାଏ । ସେ ଗଣି ଦେଖିଲା, ବାସ୍ତବିକ ତହିଁରେ ଶହେ ସ୍ୱର୍ଣ୍ଣମୁଦ୍ରା ଅଛି!

ରାଜା ତା’ ପିଠି ଥାପୁଡେଇ ଦେଇ କହିଲେ “ପାଇଗଲୁ! ଏଣିକି ତୁ ଖୁସି ରହ ।”କିନ୍ତୁ ଭୀମ ରାଜାଙ୍କ ଗୋଡତଳେ ପଡିଯାଇ କହିଲା, “ମଣିମା! ଏହା କିନ୍ତୁ ମୋର ନୁହେଁ । ମୁଁ କିଏ, ଆଉ ଏ ଶହେ ସୁନା ମୋହର କିଏ! ମୋତେ ଜମିଦାର ଆପଣେ ଗୋଟିଏ ମୋହର ଦେଇଥିଲେ । ମାତ୍ର ମୁଁ ସେତେବଳେ ଆପଣଙ୍କ ଆଗରେ ଲାଜରେ ଶହେ ବୋଲି କହି ପକାଇଥିଲି । ଏହା ନିଶ୍ଚୟ ଆଉ କାହାର ସମ୍ପତ୍ତି ।”

ରାଜା କହିଲେ, “ସେ ଯାହାର ହେଉ, ଏବେ ତୋତେ ତ ତାହା ମିଳିଗଲା!”ଭୀମ ହାତଯୋଡି କହିଲା, “ମଣିମା! ଗୋଟାଏ ସୁନା ମୋହର ହରାଇ ମୁଁ କେତେ ମନଦୁଃଖ କରୁଛି । ଯିଏ ଶହେ ସୁନା ମୋହର ହରାଇବ, ତା’ର ମନ କେଡେ ଦୁଃଖ ନ ହେଉଥିବ! ନା, ମଣିମା, ଏହାକୁ ନେଇ ମୁଁ କେବେବି ଶାନ୍ତିରେ ରହିପାରିବି ନାହିଁ ।”

ଏକଥା ଶୁଣି ସେ ରାଜା ହସିଲେ ଓ କହିଲେ, “ଭୀମ! ଏ ମୋହର ତକ ଆଉ କାହାରି ନୁହେଁ, ଏହା ମୋର । ତୁ ଯେ ଶହେ ସୁନା ମୋହର କଦାପି ମଧ୍ୟ ରଖି ନଥିବୁ, ଏକଥା ମୁଁ ଭଲଭାବେ ଜାଣିଥିଲି । ତଥାପି ବି ତୋତେ ଖୁସି କରିବା ସକାଶେ ମୁଁ ଗତ ରାତିରେ ମୋ ଲୋକକୁ ପଠାଇ ଏତକ ଏହିଠାରେ ପୋତାଇଥିଲି । ବର୍ତ୍ତମାନ ଜାଣିଲୁ ତ? ଏ ସମ୍ପତ୍ତି ମୁଁ ତୋତେ ଦେଇଛି । ଆନନ୍ଦରେ ନେଇ ନେ । ବର୍ତ୍ତମାନ ମୋ ସାଥିରେ ଯିବାକୁ ବାହାରିପଡ ।

ଭୀମ ମୁହଁ ପ୍ରସନ୍ନ ଦେଖାଗଲା । ଦୁଇ ଘଂଟା ପରେ ସେ ଆସି ରାଜାଙ୍କୁ ଭେଟିବା ବେଳକୁ କିନ୍ତୁ ତା ମୁହଁ ପୁଣି ଶୁଖିଲା ଦିଶୁଛି ।ରାଜା ପଚାରିଲେ “କିରେ, ଯିବାକୁ ପ୍ରସ୍ତୁତ ତ?”ଭୀମ କହିଲା “ମଣିମା! ତେବେ କ’ଣ ମୁଁ ଉପାର୍ଜନ କରିଥିବା ସେହି ମୋହରଟି ଚିରଦିନ ପାଇଁ ହଜିଯିବ? ତାକୁ ନ ପାଇବା ଯାଏଁ ମୁଁ ସହରକୁ ଯାଇ କିପରି ଶାନ୍ତି ପାଇବି?”

ରାଜା ପ୍ରଥମେ କିଛି କହିଲେ ନାହିଁ । ସେ ଖାଲି ଭୀମକୁ ଚାହିଁ ରହିଲେ । ତା’ପରେ କହିଲେ, “ସେ ମୋହରଟି ପାଇଗଲେ ବି ତୁ ଆଦୌ ଶାନ୍ତି ପାଇବୁ ନାହିଁ । ଶହେ ମୋହରରେ ତୁ ଯଦି ଖୁସି ନହେଲୁ, ତେବେ ଗୋଟିକରେ ତୁ କିପରି ଖୁସି ହେବୁ? ତୋ ମନ ଏମିତି ଯେ ତୁ ଅସନ୍ତୁଷ୍ଟ ରହିବାକୁ ଭାରି ଭଲ ପାଉ । ତୋ ଭାଗ୍ୟରେ ମୁଁ ସିନା ସୁଯୋଗ ଯୁଟାଇ ଦେବି, ହେଲେ ସୁଖ ଯୁଟାଇବାର ଶକ୍ତି ମୋର କାହିଁ? ତୁ ଏକା ତୋ ମନୋଭାବ ବଦଳାଇଲେ ଯାଇ ଖୁସିରେ ରହି ପାରିବୁ ।”

New odia story Odia New story Odia New Story bheemara Bhagya
Share. Facebook Twitter Pinterest LinkedIn Tumblr Reddit Email
Previous Articleଯୌତୁକର ଭୂତ
Next Article ବିବେକ ଓ ବଚନ
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.