• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଭାଗ ବଣ୍ଟା
ଗଳ୍ପ

ଭାଗ ବଣ୍ଟା

Liza SBy Liza SDecember 20, 2022No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Odia story bhagabanta
Odia story bhagabanta
Share
Facebook Twitter Pinterest Reddit Email

ବଦ୍ରିପୁର ଗାଁର ଲକ୍ଷ୍ମଣ ପ୍ରଧାନ ଜଣେ ଥିଲାବାଲା ଲୋକ ଥିଲେ । ସେ ତାଙ୍କ ମୃତ୍ୟୁ ସମୟ ନିକଟ ହୋଇ ଆସୁଥିବାର ଜାଣି ଦୁଇ ପୁଅ ରମେଶ ଓ ହରିହରକୁ ପାଖକୁ ଡାକି କହିଲେ, “ମୋ ଅନ୍ତେ ତମେ ଦୁହେଁ ମୋ ସମ୍ପତ୍ତିକୁ ଠିକ୍ ସମାନ ଭାବରେ ବାଣ୍ଟିନେବ!”

ଦୁଇଭାଇ ଆପତ୍ତି କରି କହିଲେ “ବାପା, ଆପଣ ସେଭଳି କଥା କାହିଁକି କହୁଛନ୍ତି? ଆପଣ ତ ଅଛନ୍ତି । ଭାଗବଣ୍ଟା ପ୍ରଶ୍ନ ଉଠୁଛି କାହିଁକି?”ଲକ୍ଷ୍ମଣ ପ୍ରଧାନ ଦମ୍ ନେଇ କହିଲେ, “ନା, ମୁଁ ଜାଣିପାରୁଛି ଯେ, ମୋ ପାଖରେ ଆଉ ଅଧିକ ସମୟ ନାହିଁ । ତମେ ଦୁହେଁ ବିବେକୀ ଓ ଭଲ ପିଲା । ତଥାପି ବି ମୁଁ କହି ରଖୁଛି, ସମାନ ଭାବରେ ସମ୍ପତ୍ତି ଭାଗ କରିନେଲେ ଭବିଷ୍ୟତରେ ଆଉ କେହି କିଛି ହେଲେ କହିବାକୁ ଆଦୌ ସାହସ କରିବେ ନାହିଁ ।”

ଲକ୍ଷ୍ମଣ ପ୍ରଧାନ ତାଙ୍କ ଆଖି ବୁଜିବା ପରେ ଏ ଦୁଇ ଭାଇ ଯଥାବିଧି ତାଙ୍କର ଶ୍ରାଦ୍ଧ ସତ୍କାର କଲେ ଓ ତା’ପରେ ସମ୍ପତ୍ତି ଭାଗ କରିନେଲେ । ସେ ଦୁଇ ଭାଇ ବିବେକୀ ଥିଲେ । ତେଣୁ ଭାଗବଣ୍ଟାରେ କୌଣସି ଅସୁବିଧା ଉପୁଜିବା ତ ଦୂରର କଥା, ବରଂ ମଝିରେ ମଝିରେ ଜଣେ ଭାଇ ଆର ଜଣକୁ କହୁଥାଏ, “ନା, ନା, ତମ ଭାଗ ଟିକେ କମ୍ ହୋଇଯାଉଛି!”

ଏହିପରି ଭାବରେ କୌଣସି ଅସୁବିଧା ବିନା ଭାଗବଣ୍ଟା କାମ ସୁରୁଖୁରୁରେ ଚାଲିଥାଏ । ଏପରିକି ଗାଁର କୌଣସି ମୁରବୀ ଲୋକଙ୍କ ମଧ୍ୟସ୍ଥତା ମଧ୍ୟ ଆବଶ୍ୟକ ହେଲା ନାହିଁ । ସବୁ ଶେଷ ହେଲା ।ଶେଷକୁ ଗୋରୁ ଗାଇ ଭାଗବଣ୍ଟା ହେବା ବେଳ ଆସିଲା । ଦେଖିବା ବେଳକୁ ତେରଟି ଗୋରୁ । ସମାନ ଭାଗ କିପରି ହେବ? ଦୁଇ ଭାଇ ଥଟ୍ଟାରେ କହିଲେ, “ବଡ ସମସ୍ୟା ହେଲା ତ!” ସେହି ସମୟରେ ବଳିପଣ୍ଡା ସେହି ପାଖଦେଇ ଯାଉଥିଲେ । ଏକଥା ଶୁଣିଦେଇ ସେ କହିଲେ, “ସମସ୍ୟାର ସମାଧାନ ମୁଁ କରିଦେବି । ସମାନ ଭାବରେ ବଣ୍ଟା ହେବା କଥା ତ?”

ରମେଶ କହିଲା “ହଁ । କିନ୍ତୁ ତମେ ଗୋଟାଏ ଗୋରୁ କାଢି ନେଇ ଯଦି କହିବ ବର୍ତ୍ତମାନ ବାରଟି ଗୋରୁକୁ ସମାନ ଭାବରେ ବାଣ୍ଟି ନିଅ, ତେବେ ହେବ ନାହିଁ!”ବଳିପଣ୍ଡା କହିଲେ “ନା, ନା, ମୁଁ ସେମିତି କରିବି ନାହିଁ । ତମ ଗୋରୁ ସଂଖ୍ୟା ଯାହା, ସେଇଆ ରହିବ, ଅଥଚ ମୁଁ ସମାନ ଭାବରେ ବାଣ୍ଟି ଦେବି । ତା’ପରେ ଅବଶ୍ୟ ମୋତେ ପୁରସ୍କାର ହିସାବରେ ତମକୁ ଗୋଟିଏ ଗୋରୁ ଦେବାକୁ ହେବ ।”

ଦୁଇ ଭାଇ କହିଲେ “ତମେ ଆମ ତେରଟି ଗୋରୁରୁ ଗୋଟାଏ ବି କାଢି ନ ନେଇ ସମାନ ଭାବରେ ବାଣ୍ଟିଦେବ? ଏହା ତ ବଡ ଆଶ୍ଚର୍ଯ୍ୟଜନକ ମନେ ହୁଏ! ବେଶ୍ ତମେ ଯଦି ଏହା ସମ୍ଭବ କରିପାରିବ, ତେବେ ବଣ୍ଟା ପରେ ତମକୁ ଆମେ ଗୋଟାଏ ଗୋରୁ ଦେଇଦେବା ।””ତମର ମଙ୍ଗଳ ହେଉ । ଅପେକ୍ଷା କର ।” ଏହା କହି ବଳିପଣ୍ଡା ତରତରରେ ଯାଇ ତାଙ୍କର ନିଜର ଗୋଟିଏ ଗୋରୁ ଆଣି ଦୁଇଭାଇଙ୍କ ଗୋରୁପଲରେ ମିଶାଇ ଦେଲେ ଓ ସାତ ସାତ କରି ଭାଗ କରିଦେଲେ ।

ବଳି ପଣ୍ଡା କହିଲେ “ବର୍ତ୍ତମାନ ହେଲା? ତମ ଗୋରୁ ସଂଖ୍ୟା କମି ନାହିଁ, ଅଥଚ ଭାଗ ସମାନ । ବର୍ତ୍ତମାନ ମୁଁ ମୋ ପୁରସ୍କାର ବାବଦରେ ଗୋରୁଟିଏ ନେଲି ଓ ମୋ ନିଜ ଗୋରୁଟି ବି ନେଲି । ତମ ଭାଗ ସମାନ ହେଲା!”ତାଙ୍କ କଥାରେ ସେ ଦୁଇ ଭାଇ ହସି ଉଠିଲେ ଓ କହିଲେ, “ବେଶ୍ । ତମ ଚାତୁରୀ ପାଇଁ ତମର ଏ ପୁରସ୍କାର ପ୍ରାପ୍ୟ ।”

New Odia short story Odia New story Odia Story Bhaga Banta
Share. Facebook Twitter Pinterest LinkedIn Tumblr Reddit Email
Previous Articleମହା ପଣ୍ଡିତ
Next Article ମହାରାଜାଙ୍କ କଳା
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.