• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ବ୍ୟାକୁଳ ଭରତ
ଗଳ୍ପ

ବ୍ୟାକୁଳ ଭରତ

Liza SBy Liza SDecember 9, 2022No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Odia--Story-byakula bharata
Odia--Story-byakula bharata
Share
Facebook Twitter Pinterest Reddit Email

ଭରତ ନାମକ ଜଣେ ବଡ ଭଲ ମଣିଷ ଥିଲା । ସେ ବରାବର ପାଖ ପଡୋଶୀ, ବନ୍ଧୁବାନ୍ଧବ ଇତ୍ୟାଦିଙ୍କୁ ସାହାଯ୍ୟ କରି ଆନନ୍ଦ ପାଉଥାଏ । ସେମାନେ କିନ୍ତୁ ତା’ପ୍ରତି କେବେବି ଭଲ ବ୍ୟବହାର କରନ୍ତି ନାହିଁ; ସେହି କାରଣରୁ ତା’ମନ ବଡ ବ୍ୟାକୁଳ ହୋଇଉଠେ ।ଭରତର ସ୍ତ୍ରୀ ରାଣୀ ବଡ ଭଲ ସ୍ୱଭାବର ଝିଅ ଥିଲା । ଭରତର ଏପରି ଦୁଃଖ ସହି ନପାରି ଦିନେ ସେ କହିଲା, “ତୁମେ ଅନ୍ୟକୁ ସାହାଯ୍ୟ କରି ଯେଉଁ ଆନନ୍ଦ ପାଉଛ ତାହାଠାରୁ ଅଧିକ ମାତ୍ରାରେ ଚିନ୍ତା ତୁମକୁ ଖାଇଲା । ପ୍ରଥମେ ନିଜ କଥା ଭାବ, ନିଜର ଜୀବନ କଥା ଇତ୍ୟାଦି ବିଷୟରେ ଚିନ୍ତାକର, ଅନ୍ୟମାନଙ୍କ ବିଷୟରେ ଭାବିବା ତମେ ଏଥର ଛାଡିଦିଅ ।”

ସ୍ତ୍ରୀଠାରୁ ବରାବର ଏକଥା ଶୁଣିବା ପରେ ଶେଷରେ ସେ ସ୍ଥିର କଲା ଯେ ଏଣିକି ଆଉ ସେ କାହା ବିଷୟରେ ହେଲେ କିଛିବି ଭାବିବ ନାହିଁ ବା କାହାକୁ ସାହାଯ୍ୟ ମଧ୍ୟ କରିବ ନାହିଁ । ଭରତ ଘରର ସମ୍ମୁଖ ଘରେ ଶିବ ରହୁଥିଲା । ସେ ତା’ ଘର ବିକ୍ରି କରିଦେଇ ସହରରେ ବସବାସ କରିବାର ମନସ୍ଥ କରି ଘର ବିକ୍ରି ଦାୟିତ୍ୱ ଭରତକୁ ଦେଲା ।ସେତେବେଳେ ଭରତ ତାକୁ କହିଲା, “ମୁଁ ଯାହାକୁ ବି ସାହାଯ୍ୟ କରିଛି ତା’ ସହିତ ପରେ ମୋର ନିଶ୍ଚୟ ମନୋମାଳିନ୍ୟ ହୋଇଛି । ତୁମେ ଗ୍ରାମ ଛାଡି ଚାଲିଯାଉଛ । ତୁମ ମୋ ମଧ୍ୟରେ ସେପରି କିଛି ହେଉ ବୋଲି ମୁଁ ଆଦୌ ଚାହେଁନାହିଁ । ତେଣୁ ଏହି ଦାୟିତ୍ୱ ତୁମେ ଆଉ କାହାକୁ ଦିଅ ।”

ଶିବ ଏଥିରେ ହସି ହସି କହିଲା, “ଠିକ୍ ଅଛି । ମୁଁ ତାହା ବନ୍ଦ କରି ଦେଇ ଯାଉଛି । ମୁଁ ଜାଣେ ତୁମେ କେତେ ଭଲ ଲୋକ । ତେଣୁ ଏଥିରେ ଖରାପ ଭାବିବାର ପ୍ରଶ୍ନ ଉଠୁଛି ବା କୁଆଡୁ? ଯଦି କେହି ଘର କିଣିବାକୁ ଆସେ ତ ତାକୁ ମୋର ଠିକଣା ଦେଇଦେବ ଓ ଚିଠିଟିଏ ଦେବ । ମୁଁ ନିଜେ ଆସି ତାହା ବିକ୍ରି କରିବି । କିନ୍ତୁ ତୁମଠାରୁ ପତ୍ର ଆଣିଥିବା ବ୍ୟକ୍ତିକୁ କେବଳ ମୁଁ ଜମିଘର ବିକ୍ରି କରିବି ।” ଏତିକି କହି ସେ ସେଠାରୁ ଚାଲିଗଲା ।

ଭରତର ଶ୍ୟାଳକ ଭୀମ ନିଜର ଗ୍ରାମ ଛାଡି ଏହି ଗ୍ରାମରେ ଆସି ବସବାସ କରିବାର ଇଚ୍ଛା ପ୍ରକାଶ କଲା । ତେଣୁ ସେ ଶିବର ଘରକୁ କିଣିବା ପାଇଁ ଇଚ୍ଛା ପ୍ରକାଶ କଲା । ଭରତ କିନ୍ତୁ ଭୀମକୁ ପତ୍ର ଲେଖି ଦେଲା ନାହିଁ । କାରଣ ସେ ଭାବିଲା ସେ ନିଜ ଲୋକଙ୍କ ପାଇଁ ଲେଖିଲେ ଶିବ ହୁଏତ ତାକୁ ଭୁଲ୍ ବୁଝିବ ।ଭୀମ କହିଲା, “ଦେଖ ଭାଇ, ଏପରି ସୁନ୍ଦର ଘର ମୋତେ ଏହି ଗ୍ରାମରେ ଆଉ ମିଳିବ ନାହିଁ । ମୁଁ ଏପରି ଏକ ସୁବର୍ଣ୍ଣ ସୁଯୋଗକୁ ହାତରୁ ଛାଡିପାରୁ ନାହିଁ । ମୁଁ ପୁଣି ଏଠାରେ ରହିଲେ ଆମେ ପାଖାପାଖି ହୋଇ ରହି ପାରନ୍ତେ । ତୁମେ ପତ୍ର ଲେଖି ଦିଅ, ତେବେ ମୁଁ ସହର ଯାଇ ତାଙ୍କଠାରୁ ଜାଗାଜମି କିଣି ଦିଅନ୍ତି । ବାସ୍, ଏତିକିଟା ସହାୟତା ତୁମେ କ’ଣ ମୋର କରିପାରିବ ନାହିଁ?”

ଭରତ ପତ୍ର ଲେଖିବା ପାଇଁ ଅସମ୍ମତ ହୋଇ କହିଲା, “ତୁମେ ମୋର ସ୍ତ୍ରୀର ନିଜ ଭାଇ । ମୋ ଘର ଏତେ ବଡ ଯେ ଚାରିଜଣ ପରିବାର ମଧ୍ୟ ଏକ ସହିତ ସେଠାରେ ରହି ପାରିବେ । ତୁମେ ଅଲଗା ଜାଗା କିଣିବାର ଆବଶ୍ୟକତା କ’ଣ? ମୁଁ କ’ଣ ତୁମକୁ ଏଠି ଅଲଗା ରହିବାକୁ ଦେବି? ଏବେ ଆସିଯାଅ ମୋ ଘରେ ମୋ ସହିତ ରୁହ ।”ଭୀମ ତ ଭରତର ସ୍ୱଭାବ ଭଲଭାବେ ଜାଣିଥିଲା । ତେଣୁ ଖାଲିଟାରେ କାହିଁକି ଭିଣେଇଙ୍କ ଉପରେ ସେ ବୋଝ ହେବ ବୋଲି ଏହି ଗ୍ରାମକୁ ଆସି ବସବାସ କରିବାର ଆଶା ଏଥର ସେ ଛାଡି ଦେଲା ।

ଗୋପୀ ନାମକ ଜଣେ ଲୋକ ଦିନେ ଆସି ଭରତକୁ ଦେଖା କରି କହିଲା, “ଆପଣ ତ ଜାଣନ୍ତି ମୁଁ ଜଣେ ଗରିବ ଲୋକ । ଏକାଥରକରେ ପଇସା ଦେଇ ଘର ମୁଁ ମୋଟେ କିଣି ପାରିବି ନାହିଁ । ଯଦି ଆପଣ ଚିଠି ଲେଖି ଦିଅନ୍ତେ ତେବେ ମୁଁ ଅଳ୍ପ ଅଳ୍ପ କରି ପାଞ୍ଚ ଛଅ ଥରରେ ସମ୍ପୂର୍ଣ୍ଣ ଟଙ୍କାଟା ଦେଇ ଦିଅନ୍ତି ଓ ଏହି ଘରଟି କିଣି ପାରନ୍ତି ।” ଏତିକି କହି ସେ ଗୋପୀ ସେଠାରୁ ଚାଲିଗଲା । କିନ୍ତୁ ଏଣେ ଭରତ ବଡ ଅଡୁଆରେ ପଡିଲା । ସେ ଚିଠିଟିଏ ଲେଖିଦେଲେ ଅବଶ୍ୟ ସାହାଯ୍ୟ ହୁଅନ୍ତା । କିନ୍ତୁ ଯଦି କିଛି ଗୋଳମାଳ ହୁଏ; ଏହା ମନସ୍ଥ କରି ସେ ବଡ ଦ୍ୱିଧାରେ ପଡିଲା ।

କିଛି ସମୟ ପରେ ଗୋପୀର ସ୍ତ୍ରୀ ରୁକ୍ମିଣୀ ଆସିଲା ଓ ସେ ଭରତର ସ୍ତ୍ରୀ ରାଣୀ ସହିତ କିଛି କଥାବାର୍ତ୍ତା କଲା । ସେ କହିଲା, “ମୋ ସ୍ୱାମୀଙ୍କର ହୃଦୟ ଦୌର୍ବଲ୍ୟ ଅଛି । ଏଣେ ଘର କିଣିବାକୁ ମଧ୍ୟ ସେ ବହୁତ ଲାଳାୟିତ । ସେ ସେହି ଚିନ୍ତାରେ ସଦା ସର୍ବଦା ବୁଡି ରହିଛନ୍ତି । ବୈଦ୍ୟ ମଧ୍ୟ କହିଲେ କି ନିଜର ଘର ହେଲେ ଆତ୍ମ ସନ୍ତୋଷ ଯୋଗୁଁ ତାଙ୍କ ରୋଗ ମଧ୍ୟ ଦୂର ହୋଇଯାଇ ପାରିବ । ମୋର ଦୁଃଖ ଯେ ଏପରି ଚିନ୍ତା କରି କରି ତାଙ୍କର କିଛି ବି ଘଟି ଯାଇପାରେ; ତୁମ ସ୍ୱାମୀ ଯଦି ଟିକେ ସାହାଯ୍ୟ କରନ୍ତେ, ତେବେ ଏ ଘରଟି ଆମେ କିଣି ପାରନ୍ତୁ । ଏକ ଦିଗରୁ ଦେଖିଲେ ମୋର ସ୍ୱାମୀଙ୍କ ପ୍ରାଣ ଏବେ ତୁମ ସ୍ୱାମୀଙ୍କ ହାତରେହିଁ ଅଛି ।”

ରାଣୀର ହୃଦୟ ଦୟାରେ ପୂର୍ଣ୍ଣ ହେଲା । ସେ ଯାଇ ଭରତକୁ କହିଲା ଯେ ଗୋପୀକୁ ଯେପରି ସାହାଯ୍ୟ କରାଯାଏ । ଭରତ ଗୋପୀକୁ ପତ୍ର ଲେଖି ଦେଲା । ଗୋପୀ ସହରକୁ ଯାଇ ଦୁଇଦିନ ମଧ୍ୟରେ ସେଠାରୁ ଫେରିଆସି ଭରତକୁ କହିଲା, “ତୁମେ ତ ଏତେ ଭଲ ଲୋକ, କିନ୍ତୁ ତୁମ ସାଙ୍ଗ କାହିଁକି ପଇସା ପଛରେ ପାଗଳ; ସେ ଯିଦି କରି କହୁଛନ୍ତି ଯେ ଏକାବେଳେକେ ସବୁ ଟଙ୍କା ଦେଲେ ଯାଇ ସେ ଏ ଘର ବିକ୍ରି କରିବେ । ତାଙ୍କ କଥାବାର୍ତ୍ତାରେ ମଧ୍ୟ କଠୋରଭାବ ଥିଲା । ବରଂ ଭଡା ଘରେ ରହିବି ବା ଗଛମୂଳେ ମରିବି, କିନ୍ତୁ ସେହିଘର କିଣିବାକୁ ମୋର ଆଉ ମନ ନାହିଁ । ଏକଥା ମୁଁ ତାଙ୍କୁ ମଧ୍ୟ କହିଦେଇଛି ।”

ଗୋପୀ ଅସୁସ୍ଥ ଲୋକ । ତେଣୁ ଭରତ ବଡ ଚିନ୍ତାରେ ପଡିଲା । ସେ ଗୋପୀକୁ ବୁଝାଇଲା ଯେ ଘର ଭଲ; ସେ ତାହା ନ କିଣିଲେ ଅଧିକା ଦାମ୍ ଦେଇ ତା’ର ଶ୍ୟାଳକ ତାହା କିଣି ନେଇପାରେ । ଭରତ କଥାରେ ଗୋପୀର ମନ ଟଳିଲା । ଭରତ ପୁଣି ଚିଠି ଲେଖି ଦେଲା; ସେଥିରେ ସେ ଶିବକୁ ଏହା ବୁଝାଇଦେଲା କି ଗୋପୀର ଆର୍ଥିକ ପରିସ୍ଥିତି ଦୁର୍ବଳ, ଗୋପୀକୁ ଘର ବିକିଲେ ପୁଣ୍ୟ ହେବ । ତା’ପରେ ଭରତ ଆଉ କିଛି ଶୁଣିବାକୁ ପାଇଲା ନାହିଁ ଯେ ଫଳ କ’ଣ ହେଲା । ମାତ୍ର କିଛି ଦିନ ପରେ ଶୁଣାଗଲା, ଗୋପୀ ଶିବର ଘର କିଣୁଛି ।

ଭରତ ବୁଝି ପାରିଲା ନାହିଁ ଯେ ଗୋପୀ କାହିଁକି ଏକଥା ତା’ ପାଖରୁ ଲୁଚାଇ ରଖିଲା । ସେ ଜାଣିବାକୁ ବ୍ୟସ୍ତ ହେଉଥିଲା ଯେ ଶେଷକୁ କ’ଣ ହେଲା । ସମସ୍ତ କଥା ଅବଗତ ହେବା ଉଦ୍ଧେଶ୍ୟରେ, ଦିନେ ସେ ଗୋପୀ ଓ ତା’ର ପରିବାରକୁ ନିଜ ଘରକୁ ନିମନ୍ତ୍ରଣ କଲା । ସେମାନେ ଆସିଲେ ଓ ଖାଇ ପିଇ ଚାଲିଗଲେ । ପଦଟିଏ କଥା ମଧ୍ୟ ଘର ବିଷୟରେ କହିଲେ ନାହିଁ ।

ଏକଥା ସତ ଯେ ଗୋପୀ ଘର କିଣିଲା । ଏବେ ଗୃହପ୍ରବେଶ ପାଇଁ ଆୟୋଜନ ଜୋର୍ସୋର୍ରେ ଚାଲିଥାଏ । ଭରତ ଆହୁରି ଚିନ୍ତିତ ହେଲା । ସେତେବେଳେ ତା’ର ସ୍ତ୍ରୀ ରାଣୀ କହିଲା, “ଏହି ଘଟଣାରେ ତୁମକୁ ମୁଁ ହିଁ ଉତ୍ସାହ ଦେଇଥିଲି ତେଣୁ ମୋ ଯୋଗୁହିଁ ତୁମେ ଦୁଃଖୀ ହୋଇଛ । ଆମେ ଯାହାକୁ ସାହାଯ୍ୟ କରିଛେ, ସେଇମାନେହିଁ ବେଶି ଶତୃତା କରୁଛନ୍ତି । ଏବେ ମୁଁ ଠିକ୍ ବୁଝୁଛି ଆମେହିଁ ବୋକା । ଆମଠାରୁ ସାହାଯ୍ୟ ପାଇ ଆମ ସହିତ ଶତୃତା କରୁଛନ୍ତି; ଏହି ରୋଗର ପ୍ରକୃତ ଔଷଧ କ’ଣ? ଦରକାର ପଡିଲେ ସବୁବେଳେ ଧାଇଁଥିବେ, ହେଲେ କାମ ସରିଲେ କଥା ବି କହିବେ ନାହିଁ । ଏପରି ବିଶ୍ୱାସଘାତକ ଲୋକଙ୍କୁ କିପରି ଶିକ୍ଷା ଦିଆଯାଏ ସେକଥା ମୋ ଭାଇ ଭୀମ ଭଲକରି ଜାଣେ । କିଛି ଦିନ ପାଇଁ ସେ ବରଂ ସପରିବାରେ ଆସି ଆମ ସହିତ ରହୁ ।”

ରାଣୀ କଥାରେ ଭରତ ସ୍ୱୀକୃତି ଦେଲା । ଭୀମ ସପରିବାର ଆସି ଏମାନଙ୍କ ଘରେ ରହିଲା । ଘରର ସମସ୍ତ ଦାୟିତ୍ୱ ନେଇ ସେ ଚଳାଇଲା । ଦିନେ ଗୋପୀ ତାଙ୍କ ଘରକୁ ଆସିଲା । ଭୀମ ତାକୁ ପଚାରିଲା, କାହିଁକି ଆସିଛ । ଗୋପୀ କହିଲା, “କାଲି ଆମର ଗୃହପ୍ରବେଶ ହେବ, ତେଣୁ ଭରତକୁ ନିମନ୍ତ୍ରଣ ଦେବାକୁ ମୁଁ ଏଠାକୁ ଆସିଛି ।”ଭୀମ କହିଲା “ଭିଣେଇ ଅସୁସ୍ଥ ଅଛନ୍ତି । ମୁଁ ତୁମ କଥା ତାଙ୍କୁ କହିଦେବି ।” ଏହାପରେ ଗୋପୀ ସେଠାରୁ ଚାଲିଗଲା ।

ପରଦିନ ବଡ ଆଡମ୍ବର ସହକାରେ ଗୋପୀର ଗୃହପ୍ରବେଶ ହେଲା । ବହୁ ନିମନ୍ତ୍ରିତ ଭଦ୍ରଲୋକ ସେଠାକୁ ଆସିଲେ । କେବଳ ଭରତ ସେହିଠାକୁ ଗଲା ନାହିଁ । ଏହି ଘଟଣା ଉପରେ ଲୋକେ ବହୁତ ଆଲୋଚନା କଲେ, ନାନା ଟୀକାଟିପ୍ପଣୀ ବି କଲେ । କେହି ଜଣେ ଭୀମକୁ ପଚାରିବାରୁ ସେ କହିଲା, “ଗୋପୀ ତ ଭିଣେଇଙ୍କୁ ଡାକିନାହିଁ ।” ଗୋପୀ ଏକଥା ଶୁଣି କହିଲା, “ମିଛକଥା କହୁଛ । ତୁମେହିଁ କହିଲ ତାଙ୍କର ଦେହ ଭଲନାହିଁ ମୁଁ ତାଙ୍କୁ କହିଦେବି ।”

ଭୀମ କହିଲା “ହଁ ମୁଁ ତ ଠିକ୍ କହିଛି, ସତରେ ସେଦିନ ତାଙ୍କ ଶରୀର ଅସୁସ୍ଥ ଥିଲା । ମୁଁ ଭାବିଲି ତୁମେ ତାଙ୍କୁ ନିଜର ବୋଲି ଭାବୁଛ, ତେଣୁ ଭିତରକୁ ଆସି ତାଙ୍କୁ ଥରେ ହେଲେବି ଦେଖା କରିବ । କିନ୍ତୁ ତୁମ କଥାରୁ ଜାଣିଲି ତାଙ୍କର ଉପସ୍ଥିତି ତୁମ ପାଇଁ ଏତେ ଆବଶ୍ୟକ ନୁହେଁ । ମୁଁ ମଧ୍ୟ ତୁମ ନିମନ୍ତ୍ରଣ କଥା ତାଙ୍କୁ କହିନାହିଁ । ତାଙ୍କ ଦେହ ଅଳ୍ପଦିନ ତ ଅସୁସ୍ଥ ଥିଲା ।”ଗୋପୀ କହିଲା “ତୁମ ଭିଣେଇ ନ ଆସିଲେ, ତୁମେ ବା ତୁମର ଭଉଣୀ ଆଉ କେହି ହେଲେ ତ ଆସି ପାରିଥାନ୍ତ?””ତୁମେ ତ ଖାଲି ମୋ ଭିଣେଇଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲ । କାହିଁ ଆମକୁ ତ କିଛି ହେଲେବି କହିଲ ନାହିଁ । ଆମେ କ’ଣ ଉପରେ ପଡି ଯାଇଥାନ୍ତୁ? ପାଗଳ ନା କ’ଣ?”

ଏସବୁ କଥା ଶୁଣି ଗୋପୀ ମୁହଁରେ ଆଉ କୌଣସି ଉତ୍ତର ନଥିଲା । ସୁତରାଂ ସେ ତା’ ମୁଣ୍ଡ ତଳକୁ କରି ସେଠାରୁ ଚାଲିଗଲା । ଘରକୁ ଫେରି ଭୀମ ସବୁ କଥା ଭରତକୁ କହିଲା । ଭରତ ଦୁଃଖ କରି କହିଲା, “ବିଚାରା ଭୁଲ୍ କରିଛି, ପୁଣି ତୁମେ ଏତେ ନିଷ୍ଠୁର ହୋଇ କାହିଁକି ତାକୁ କହିଲ?”ଭୀମ କହିଲା, “ସେମାନେ ସଚେତନ ହେବା ଉଚିତ୍ ଯେ କାମବେଳେ ଆସିବେ, ସବୁ ପାଇସାରିବା ପରେ ଦୂରେଇଯିବେ, ଏସବୁ ଏଣିକି ଆଉ ଚଳିବ ନାହିଁ । ଏଠାକୁ ଅଧିକାଂଶ ଲୋକ ଲାଭ ଉଠାଇବାକୁ ଆସନ୍ତି; କୃତଜ୍ଞତା ତ ଆଦୌ ନାହିଁ, କେବଳ ସୁଖରେ ଭାଗୀ, ଦୁଃଖରେ କେହି ଭାଗୀ ନୁହେଁ ।ଅଧିକନ୍ତୁ ମନ ଭିତରେ ନାନା ଚିନ୍ତା ଓ ସମସ୍ୟାର ଭାର ଦେଇ ଚାଲିଯିବେ ।” ଏହାଶୁଣି ଭରତ ହସିଲେ ଓ ଭୀମର କଥା ଠିକ୍ ବୁଝିଗଲେ ।

New odia story New Story Byakula bharata Odia Storey
Share. Facebook Twitter Pinterest LinkedIn Tumblr Reddit Email
Previous Articleଚାକରର ବୁଦ୍ଧି
Next Article ଶିଆଳ ଓ ଠେକୁଆ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.