• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ବୁଦ୍ଧି
ଗଳ୍ପ

ବୁଦ୍ଧି

Liza SBy Liza SFebruary 18, 2023No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Budhi
Odia-Story-Budhi
Share
Facebook Twitter Pinterest Reddit Email

ସମର ଭୂବନଗିରିରୁ ରାଜଗିରିକୁ ଯାଉଥାଏ । ମଝିରେ ଜଙ୍ଗଲ ପଡେ । ସେଠାରେ ଚୋରଭୟ ଥାଏ । ସେଥିପାଇଁ ସେ ହାତରେ ଲାଠିଟିଏ ନେଇ ଗଲା । ସେ ଜଙ୍ଗଲ ମଝିରେ ହୋଇଛି, ଗଛ ପଛପଟୁ ଚାରିଜଣ ଗୁଣ୍ଡା ଚୋର ଆସି ତା’ ଆଗରେ ଠିଆହେଲେ । ସମର ଧୈର୍ଯ୍ୟର ସହ ସେମାନଙ୍କର ସମ୍ମୁଖୀନ ହେଲା । ତା’ପରେ କିଛିଟା ପିଟାପିଟି ପରେ ସେମାନେ ସମରକୁ ବାନ୍ଧିପକାଇଲେ । ତା’ପରେ ଲୁଗାପଟା ଖୋଜି ସେମାନେ ମାତ୍ର ଦଶଟି ମୁଦ୍ରା ପାଇଲେ ।
ଚୋରଙ୍କ ସର୍ଦ୍ଦାର ନିରାଶ ହୋଇ କହିଲା, “ଏତେ ବଡ ଲାଠି ହାତରେ ଧରି ଆସୁଥିବାର ଦେଖି ଆମେ ଭାବିଲୁ କି ତୁମ ପାଖରେ ନିଶ୍ଚୟ କିଛି ଧନ ଥିବ । ଯଦି ଆଗରୁ ଜାଣିଥା’ନ୍ତୁ କି ତୁମ ପାଖରେ ମାତ୍ର ଦଶଟି ତମ୍ବାର ମୁଦ୍ରା ଅଛି, ତେବେ ଆମେ ତୁମ ପାଖକୁ କେବେବି ଆସି ନଥା’ନ୍ତୁ । ତୁମେ ଆମେ କେହି ପିଟା ପିଟି ମଧ୍ୟ ହୋଇ ନଥା’ନ୍ତୁ ।”

ଚାରିଜଣ ଚୋରଙ୍କଠାରୁ ମାଡ ଖାଇ ସମର ବହୁତ କଷ୍ଟରେ ଚିତ୍କାର କରି କହିଲା, “ଶୁଣିଥିଲି କି ଚୋର ବୁଦ୍ଧିଆ ହୋଇଥା’ନ୍ତି । ଯାହାକୁ ଧରିଥା’ନ୍ତି ତା’ର ଚାରିଆଡ ଖୋଜନ୍ତି, ଲୁଗାପଟା ଖୋଜନ୍ତି । ହେଲେ ତୁମେମାନେ ଏଡେ ବଡ ବଡ ହୋଇଛ ସିନା ମାତ୍ର ବୁଦ୍ଧି ଅକଲ ତ କିଛି ନାହିଁ । ତୁମେମାନେ ମୋ ପଗଡି ତ କାହିଁ ଖୋଲି ଖୋଜିଲ ନାହିଁ? ଭୁଲିଗଲ କି? ମୁଁ ଯଦି ଏକଥା ଜାଣିଥା’ନ୍ତି ଯେ ତୁମେ ପଗଡି ଖୋଲି ଖୋଜିବ ନାହିଁ, ତେବେ ମୁଁ ଏତେ ମାଡଗୋଳ କେବେବି ମଧ୍ୟ କରିନଥା’ନ୍ତି ।”ଚୋରମାନେ ସଙ୍ଗେ ସଙ୍ଗେ ଯାଇ ତା’ର ପଗଡି ଖୋଲିପକାଇଲେ । ସେଥିରେ ରୂପାର ମୁଦ୍ରାସବୁ ଥିଲା । ସେମାନେ ଆନନ୍ଦରେ ସେତକ ନେଇଯାଇ ନିଜ ରାସ୍ତାରେ ଚାଲିଗଲେ । ଏଣେ ବୁଦ୍ଧିମାନ ସମର ସବୁ ହରାଇ ବନ୍ଧା ହୋଇ ସେଠାରେ ପଡି ରହିଲା ।

Budhi Odia New Story New Odia Story Budhi Odia Story Budhi
Share. Facebook Twitter Pinterest LinkedIn Tumblr Reddit Email
Previous Articleପାପପୁଣ୍ୟ
Next Article ହୁସ୍ ହୁସ୍
Liza S

Related Posts

ଆତିଥ୍ୟ

March 31, 2023

ନିରକ୍ଷର ସେନାପତି

March 30, 2023

ନୂତନ ଦଣ୍ଡ

March 29, 2023

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.