• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ବିଷ୍ଣୁ ପୁରାଣ
ଗଳ୍ପ

ବିଷ୍ଣୁ ପୁରାଣ

Liza SBy Liza SDecember 2, 2022No Comments4 Mins Read
Facebook Twitter Pinterest Reddit LinkedIn Tumblr Email
Bishnu Purana
Bishnu Purana
Share
Facebook Twitter Pinterest Reddit Email

କପିଳବାସ୍ତୁ ନଗର ଟପି ଅନେକ ଦୂର ଯିବା ପରେ ସିଦ୍ଧାର୍ଥ ନିଜର ତରବାରୀ, ଉତରୀୟ ତଥା ଅଙ୍ଗଭୁଷଣମାନ ସାରଥୀ ଚେନ୍ନାକୁ ଦେଇ କହିଲେ, “ଚେନ୍ନା, ତମେ ପିତାଙ୍କୁ ମୋର ପ୍ରଣାମ ଜଣାଇବ ଓ ତାଙ୍କୁ କହିବ ସିଦ୍ଧାର୍ଥ ଏ ବିଶାଳ ବିଶ୍ୱ ପାଇଁ ପରିବର୍ତ୍ତନ ଆଣିବା ସକାଶେ ପ୍ରାଣୀମାନଙ୍କର କଷ୍ଟ ଦୂର କରିବା ମାନସରେ ଯାଇଛନ୍ତି, ସଫଳ ହୋଇ ଫେରି ଆସିବେ । ରାଜା ନିଜ ପୁତ୍ରର ନାମକୁ ସାର୍ଥକ କରିବା ପାଇଁ ମତେ ଯେପରି ଆଶିର୍ବାଦ କରନ୍ତି ।”

ଚେନ୍ନା ଏସବୁ ଶୁଣି ହତବମ୍ବ ହୋଇଗଲା । ତା’ ଆଖିରୁ ଅବିରଳ ଅଶ୍ରୁଧାରା ବହୁଥାଏ । ସିଦ୍ଧାର୍ଥ ତାକୁ କହିଲେ, “ଚେନ୍ନା, ବାଲ୍ୟକାଳରୁ ମାତୃପ୍ରେମରୁ ବଂଚିତ ମୋତେ ତମେ କେତେ ଖେଳେଇଛ, ବୁଲେଇଛ । ମା’ପରି ମୋ ସହିତ ବାତ୍ସଲ୍ୟପୂର୍ଣ୍ଣ ବ୍ୟବହାର କରିଛ । ତୁମର ଋଣ ତ ମୁଁ କେବେବି ଶୁଝିପାରିବି ନାହିଁ । ମାୟାମୋହପୂର୍ଣ୍ଣ ସଂସାର ଛାଡି ସମସ୍ତ ପ୍ରାଣୀଙ୍କର ଦୁଃଖ ଘୁଞ୍ଚାଇବାକୁ ଦୃଢସଂକଳ୍ପ ହୋଇ ବିଶାଳ ବିଶ୍ୱକୁ ମୁଁ ଯେତେବେଳେ ପାଦ ବଢେଇଲି ତମେହିଁ ମୋତେ ସାହାଯ୍ୟ କରି ନେଇ ଆସିଛ । କେବଳ ତମେହିଁ ମୋ ସାଧନାର ପ୍ରଥମ ସହଯୋଗକାରୀ । ଏବେ ତମେ ଘରକୁ ଫେରିଯାଇ ନିଜର କର୍ତ୍ତବ୍ୟ ସମ୍ପାଦାନ କର ।” ଏତିକି କହି ସିଦ୍ଧାର୍ଥ ଚେନ୍ନାର କାନ୍ଧରେ କ୍ଷଣକ ପାଇଁ ହାତ ରଖି ପୁଣି ଧୀରେ ଧୀରେ ସେଇ ଜଙ୍ଗଲ ଆଡକୁ ଅଗ୍ରସର ହୋଇ କୁଆଡେ ଚାଲିଗଲେ ।

ଚେନ୍ନା ବଲ୍ବଲ୍ କରି ଅନାଇ ଥାଏ । କିନ୍ତୁ ସିଦ୍ଧାର୍ଥ ଥରେ ହେଲେ ମଧ୍ୟ ପଛକୁ ଫେରି ଆଉ ଅନାଇଲେ ନାହିଁ । ଧୀର କିନ୍ତୁ ଦୃଢ ପଦକ୍ଷେପରେ ସେ ଦୀର୍ଘ ବନପଥ ଭିତରେ ଅଗ୍ରସର ହେଲେ । ବୃକ୍ଷ ଉପରୁ ପକ୍ଷୀମାନେ କଳରବ କରି ତାଙ୍କୁ ଦେଖୁଥାନ୍ତି । ଦୁଇଚାରିଗୋଟି ହରିଣ ଆସି ସତେ ଅବା ବିସ୍ମୟ ଭରେ ତାଙ୍କ ଆଡେ ଦୃଷ୍ଟିପାତ କରି ପୁଣି ବଣ ଭିତରକୁ ଦୌଡି ପଳାଇଗଲେ ।କିଛିଦୂର ପରେ ବନପଥ ବାଙ୍କ ବୁଲିଥାଏ । ସିଦ୍ଧାର୍ଥ ସେହିପଥ ଧରିଲେ । ସେ ଆଉ ଦେଖାଗଲେ ନାହିଁ ।

ଚେନ୍ନାର ଯେପରି ଚୈତନ୍ୟ ଲୋପ ପାଇଥିଲା । ସ୍ତମ୍ଭୀଭୂତ ଚେନ୍ନା କ୍ଷଣକ ପରେ ସଜାଗ ହୋଇ ଦେଖିଲା ସିଦ୍ଧାର୍ଥ ସେଠି ଆଉ ନାହାଁନ୍ତି । ଏଣୁ ତା’ର ମନ ଗଭୀର ଦୁଃଖରେ ଭରିଗଲା । ସିଦ୍ଧାର୍ଥଙ୍କର ପିଲାଦିନର ସବୁକଥା ତା’ର ମନେ ପଡିଗଲା । କେତେ ବିଳାସ ବ୍ୟସନରେ ତାଙ୍କୁ ବଢିବାକୁ ଦିଆଯାଇଥିଲା । ସର୍ବଦା ଦାସଦାସୀ ଖଟୁଥିଲେ । ସେ ଯାହା ଇଚ୍ଛା କରନ୍ତି, ତାହା ତାଙ୍କୁ ମିଳିଯାଏ । କପିଳବାସ୍ତୁ ବିଶେଷ ବଡ ରାଜ୍ୟ ନ ହେଲେ ମଧ୍ୟ ତାହା ଏକ ସମୃଦ୍ଧ ରାଜ୍ୟ । ତା’ର ଗନ୍ତାଘରେ ଧନରତ୍ନ ସବୁ ପୁରି ରହିଛି । ମାତ୍ର ସିଦ୍ଧାର୍ଥ ସେସବୁ ପ୍ରତି ତିଳେ ହେଲେ ବି ଆଗ୍ରହ ପୋଷଣ କଲେ ନାହିଁ! ସେ ଆଜି ଏମିତି ସବୁ ତ୍ୟାଗ କରି ଚାଲିଗଲେ! କିଛିକ୍ଷଣ ସେଠାରେ ରହି ସେ କପିଳବାସ୍ତୁ ଫେରି ଆସିଲା । ସେତେବେଳକୁ ରାତି ବି ପାହି ଆସୁଥାଏ । ଚେନ୍ନା ସେ ଦିନର ଦାରୁଣ ସମ୍ବାଦ ରାଜା ସୁଦେ୍ଧାଦନଙ୍କୁ ଦେଲା । ରାଜା ସେହି ସମ୍ବାଦଟି ଶୁଣି ମୁର୍ଚ୍ଛା ହୋଇ ହଠାତ୍ ପଡିଗଲେ ।

ଯଶୋଧାରା ତାଙ୍କ ପୁଅ ରାହୁଳକୁ ଧରି କହିଲେ, “ପୁଅ ତୁ ବି ତୋ ପିତାଙ୍କୁ ବନ୍ଦ କରି ରଖିପାରିଲୁ ନାହିଁ?” ଏତିକି କହି ସେ ମଧ୍ୟ ଖାଲି ବିଳାପ କରିବାକୁ ଲାଗିଲେ । କିଛି ସମୟ ପରେ ଯଶୋଧାରା ନିଜର ଦୁଃଖ ଓ ଅଶ୍ରୁ ନିୟନ୍ତ୍ରଣ କରି ମନେ କରିବାକୁ ଲାଗିଲେ ସ୍ୱାମୀଙ୍କର ମୁଖମଣ୍ଡଳରେ ମହାପୁରୁଷର ଚିହ୍ନ ଥିଲା । ସେ ତ ଅନେକ ପୂର୍ବରୁ ଏହା ଜାଣିଥିଲେ ଯେ ଦିନେ ନା ଦିନେ ଏପରି କିଛି ଘଟଣା ଅବଶ୍ୟ ଘଟିବ । ସେ ଧୈର୍ଯ୍ୟ ଧରି ରାଜାଙ୍କ ପାଖକୁ ଗଲେ ଓ କହିଲେ, “ବାବା, ଆପଣଙ୍କ ପୁତ୍ର କ’ଣ ଏକ ସାଧାରଣ ମଣିଷ? ସେ ଦିନେନା ଦିନେ ଶାକ୍ୟବଂଶକୁ ନିଶ୍ଚୟ ଉଜ୍ୱଳ କରିବେ । ଆପଣ ଯେପରି କପିଳବାସ୍ତୁର ପ୍ରଜାଙ୍କର ମଙ୍ଗଳ ଚାହାଁନ୍ତି ସେ ବି ଠିକ୍ ସେହିପରି ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ଓ ପ୍ରାଣୀମାନଙ୍କୁ ଅଜ୍ଞାନରୁ ଉଦ୍ଧାର କରିବା ପାଇଁ ଯାଇଛନ୍ତି । ତାଙ୍କ କାମ ଅତି ସହଜରେ ହୋଇ ପାରିବ ବୋଲି ସେ ରାଜମହଲ ଛାଡି ଯାଇଛନ୍ତି ।”

ଶୁଦ୍ଧୋଦନ ଯଶୋଧାରାଙ୍କ ମୁହଁରୁ ଏସବୁ ଜ୍ଞାନଗର୍ଭକ ସାନ୍ତ୍ୱନା ବାକ୍ୟ ଶୁଣି ଧୈର୍ଯ୍ୟ ଧରି ରହିଲେ । ତା’ପରେ ଯଶୋଧାରା ପୁତ୍ର ରାହୁଳକୁ ଶୁଦ୍ଧୋଦନଙ୍କ ହାତରେ ଦେଇ କହିଲେ, “ବାବା, ଚିନ୍ତା କରନ୍ତୁ ନାହିଁ । ଏଇ ରାହୁଳ ତ ତାଙ୍କରି ରକ୍ତରେ ଗଢା ପ୍ରତିମା, ଆପଣଙ୍କର ସେ ପ୍ରିୟ ନାତି । ୟାକୁ ଦେଖି ଆପଣ ପୁତ୍ରଶୋକ ଭୁଲିଯା’ନ୍ତୁ ।ଶୁଦ୍ଧୋଦନ ପ୍ରକୃତିସ୍ଥ ହେଲେ । ତା’ପରେ ରାହୁଳକୁ ତା’ର ପିତାଙ୍କର ଯୋଗ୍ୟ ପୁତ୍ର କରିବା ପାଇଁ ଯଶୋଧାରା ଅତି ଯତ୍ନରେ ତାକୁ ପାଳିଲେ ।

ପ୍ରାଣୀଜଗତର କଷ୍ଟ ଦୂର କରିବାର ସତ୍ୟର ଅନ୍ୱେଷଣ କରୁ କରୁ ସିଦ୍ଧାର୍ଥ ବହୁତ ସ୍ଥାନ ଭ୍ରମଣ କଲେ । ସେ ବହୁ ସ୍ଥାନରେ ବହୁ ପଣ୍ଡିତଙ୍କୁ ଭେଟି ମଣିଷ ଜୀବନରୁ ଦୁଃଖ ଯାତନା କିପରି ଦୂର ହୋଇପାରିବ, ସେ ପ୍ରଶ୍ନ କଲେ । ସେମାନେ ଶାସ୍ତ୍ର ବାକ୍ୟ ସବୁର ଯେପରି ବ୍ୟାଖ୍ୟା କଲେ ଓ ତାଙ୍କ ପ୍ରଶ୍ନର ଯେପରି ଉତ୍ତର ଦେଲେ, ସେଥିରେ ତାଙ୍କର କୌଣସି ହୃଦ୍ବୋଧ ହେଲା ନାହିଁ । ଅନେକ ପଣ୍ଡିତ ଯେପରି ଭାବରେ ସମସ୍ୟାର ସମାଧାନ କରି ଦେଉଥିଲେ, ତାହା ଯୁକ୍ତିପୂର୍ଣ୍ଣ ଓ ଦାର୍ଶନିକ । କିନ୍ତୁ ସିଦ୍ଧାର୍ଥ ଦେଖୁଥିଲେ, ଯୁକ୍ତି ମନକୁ ସନ୍ତୁଷ୍ଟ କରି ପାରିବ ସିନା, ହେଲେ ତାହା ତାଙ୍କ ସମସ୍ୟାର ସମାଧାନ ଆଦୌ କରି ପାରିବ ନାହିଁ । ସେ କେହି କେହି ତାମ୍ଳୀଙ୍କୁ ମଧ୍ୟ ଭେଟିଲେ । ସେମାନେ ସନ୍ତୁଷ୍ଟ ଜୀବନ ଯାପନ କରୁଛନ୍ତି ବୋଲି ସେ ମଧ୍ୟ ବୁଝିଲେ । କିନ୍ତୁ ସେଥିରେ ବି ତାଙ୍କ ସମସ୍ୟାର ସମାଧାନ ନଥିଲା । ଥରେ ସେ ଭୋକ ଉପାସରେ ନିଜ ଚୈତନ୍ୟ ହରାଇ ପଡିଲେ । ଗୋପାଳବାଳକମାନେ ତାଙ୍କୁ ଦୁଧ ପିଆଇ ତାଙ୍କୁ ସୁସ୍ଥ କରାଇଲେ । ଭିକ୍ଷୁ ଭାବରେ ସେ ଦେଶାଟନ କରୁ କରୁ ଅନେକ ସାଧୁ, ସନ୍ଥଙ୍କ ସମ୍ପର୍କରେ ଆସିଲେ । ସେମାନେ ସମସ୍ତେ ସିଦ୍ଧାର୍ଥଙ୍କୁ ଉପଦେଶ ଦେଲେ କି ତପସ୍ୟା ଦ୍ୱାରାହିଁ ଲକ୍ଷ୍ୟ ସିଦ୍ଧ ହେବ ।

New odia story Odia New story Odia Story Bishnu Purana
Share. Facebook Twitter Pinterest LinkedIn Tumblr Reddit Email
Previous Articleବିବେକ ଓ ବଚନ
Next Article “ଅତିଥି”
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.