• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ବିଷ୍ଣୁଙ୍କ ମାୟା
ଗଳ୍ପ

ବିଷ୍ଣୁଙ୍କ ମାୟା

Liza SBy Liza SJanuary 13, 2023No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Bishnunka-Maya
Odia-Story-Bishnunka-Maya
Share
Facebook Twitter Pinterest Reddit Email

ବାଳକ ଧ୍ରୁବ କଠୋର ତପସ୍ୟାରେ ମଗ୍ନଥିଲେ । ଇନ୍ଦ୍ର ତାଙ୍କର ତପସ୍ୟା ଭଗ୍ନ କରିବାକୁ ମନସ୍ଥ କରି, ବିରୂଥ ନାମକ ଏକ ଗନ୍ଧର୍ବକୁ ରାକ୍ଷସ ରୂପରେ ସେଠାକୁ ପଠେଇଲେ । କିନ୍ତୁ ଅରଣ୍ୟରେ ଅନ୍ୟ ଜଣେ ମୁନି ଏହି ଛଦ୍ମବେଶ ଧାରଣ କଥା ଜାଣିପାରି ବିରୂଥଙ୍କୁ, ପ୍ରକୃତ ରାକ୍ଷସ ହୋଇଯିବା ପାଇଁ ଅଭିଶାପ ଦେଲେ ।ଏହି ଅଭିଶାପର ପ୍ରଭାବରେ ବିରୂଥ ନିଜର ଦେବତ୍ୱ ହରେଇଲା । ରାକ୍ଷସ ଭାବେ ତା’ର ସବୁପ୍ରକାରର ପରିବର୍ତ୍ତନ ଘଟିଥିଲେ ମଧ୍ୟ, ଦେବସୁଲଭ ଦିବ୍ୟଦୃଷ୍ଟିର ବିଲୋପ ଘଟି ନ ଥିଲା । ତେଣୁ ତିନିଲୋକରେ କେଉଁଠାରେ କ’ଣ ଅଛି, କ’ଣ ହେଉଛି, ସେ ଜାଣିପାରୁଥିଲା ।

ଶବରୀ ଓ ଗୋଦାବରୀ ନଦୀର ସଂଗମ ସ୍ଥଳୀରେ; ଅନେକ ମୁନି ଋଷି ଆଶ୍ରମ ସ୍ଥାପନ କରି ବସବାସ କରୁଥିଲେ । ଦିନେ, ମୁନି ପୁତ୍ର ଗଣ ଜଙ୍ଗଲକୁ ଯଜ୍ଞ ଉପକରଣ ସଂଗ୍ରହ ପାଇଁ ଯାଇଛନ୍ତି, ବିରୂଥ ସେମାନଙ୍କ ସମ୍ମୁଖରେ ଠିଆ ହୋଇ ପଡିଲା । ତା’କୁ ଦେଖି ସବୁ ମୁନିବାଳକ କିଏ କୁଆଡେ ଧାଇଁ ପଳେଇଲେ । ମାତ୍ର ଭରତ ନାମକ ଏକ ବାଳକ ସେମିତି ନିର୍ଭୟରେ ଠିଆ ହୋଇଥାଏ ।ଧାଇଁ ପଳାଇଥିବା ବାଳକମାନେ ଭରତର ପିତାଙ୍କୁ କହିଲେ, ”ଆପଣଙ୍କ ପୁତ୍ର ରାକ୍ଷସ କବଳରେ ପଡିଯାଇଛି ।” ଏକଥା ଶୁଣି ଭରତର ପିତା ବିକଳରେ ଦୌଡି ଦୌଡି ସେଠାରେ ପହଁଚି ନିଜ ପୁତ୍ରକୁ ବକ୍ଷରେ ଲଗାଇ ରାକ୍ଷସକୁ ବିନତି କଲେ, ”ୟେ ମୋର ଏକମାତ୍ର ସନ୍ତାନ, ମାରିବାକୁ ଚାହୁଁଥିଲେ, ମତେ ପଛକେ ମାରି ଖାଇଦେ, ଏହାକୁ ଦୟାକରି ଛାଡିଦେ ।” ସେ ଆତୁରରେ ହାତଯୋଡି ଏସବୁ କଥା କହୁଥାନ୍ତି ।”ଠିକ୍ ଅଛି । ମୁଁ ତୁମକୁ ଏକ ସୁଯୋଗ ଦେଉଛି । ମୁଁ ପୁଣି କାଲି ସକାଳେ ଆସିବି । ଏହି ସମୟ ମଧ୍ୟରେ ତୁମ ପୁତ୍ରକୁ ଏପରି କୌଣସି ସ୍ଥାନରେ ଲୁଚାଇ ଦିଅ, ଯାହା ମୁଁ ଜାଣିପାରିବି ନାହିଁ । ଏପରି ତୁମେ କରିବା ପାଇଁ ସକ୍ଷମ ହେଲେ, ଆଜି କାହିଁକି, ଭବିଷ୍ୟତରେ କେବେ ବି ତୁମ ପୁତ୍ରକୁ ମୁଁ ଭକ୍ଷଣ କରିବି ନାହିଁ ।” ବିରୂଥ ଏପରି ବାଜି ରଖିଲା ।

ଭରତର ପିତା ପୁତ୍ରକୁ ସଙ୍ଗରେ ଧରି ଆଶ୍ରମକୁ ଫେରିଆସିଲେ । ସେ ନିଜର ସମଗ୍ର ତପୋବଳ ପୁତ୍ରକୁ ରକ୍ଷା କରିବା ଉଦ୍ଧେଶ୍ୟରେ ସମର୍ପଣ କରିବେ ବୋଲି ସଙ୍କଳ୍ପ କଲେ । ଯଜ୍ଞ କରି ଭଗବାନ୍ ବ୍ରହ୍ମାଙ୍କର ଉପାସନା କଲେ । ବ୍ରହ୍ମା ଆବିର୍ଭୁତ ହେଲେ ।ଭରତର ପିତା ବ୍ରହ୍ମାଙ୍କୁ ନିବେଦନ କଲେ ”ପ୍ରଭୁ, ମୋ ପୁତ୍ରକୁ ରକ୍ଷା କରନ୍ତୁ । କାଲି ସକାଳ ସୁଦ୍ଧା ଏପରି ଏକ ସ୍ଥାନରେ ତାକୁ ଲୁଚାଇ ରଖନ୍ତୁ, ଯାହା ରାକ୍ଷସକୁ ଅଗୋଚର ହେବ ।”ବ୍ରହ୍ମା ଭରତକୁ ନିଜ ସଙ୍ଗରେ ବ୍ରହ୍ମଲୋକ ନେଇଗଲେ । ସେ ଉପବିଷ୍ଟ ଥିବା ପଦ୍ମଫୁଲର ଏକ ପାଖୁଡା ରୂପରେ ଭରତକୁ ଗୋପନୀୟ ରଖିଲେ ।ପରଦିନ ବିରୂଥ ନିର୍ଦ୍ଧାରିତ ସମୟରେ ସେହି ସ୍ଥାନରେ ପହଁଚି ଭରତର ପିତାଙ୍କୁ ତାତ୍ସଲ୍ୟ କରି କହିଲା, ”ମୁର୍ଖ, ବ୍ରହ୍ମା ତୁମର ପୁଅକୁ ତାଙ୍କ ପଦ୍ମଫୁଲର ଏକ ପାଖୁଡା କରି ରଖିଛନ୍ତି । ତୁମେ କ’ଣ ଭାବୁଛ, ମୁଁ ଏତିକି ଜାଣି ପାରିବି ନାହିଁ । ଏଥରକ ତୁମେ ହାରିଗଲ । ମୁଁ ଆଉ ଏକ ସୁଯୋଗ ଦେଉଛି ।”

ଭରତର ପିତା ପ୍ରଭୁ ଶଙ୍କରଙ୍କୁ ସ୍ମରଣ କଲେ । ଭଗବାନ୍ ଶଙ୍କର ଆର୍ବିଭୂତ ହେବାରୁ, ବ୍ରହ୍ମାଙ୍କ ପରି ତାଙ୍କୁ ମଧ୍ୟ ସେ ପୁତ୍ରର ଜୀବନରକ୍ଷା ପାଇଁ ଆକୁଳ ନିବେଦନ କଲେ । ଭରତକୁ ସେ ଦେବୀ ପାର୍ବତୀଙ୍କ କାନରେ ଏକ ଫୁଲକଢି ରୂପେ ସଜାଇ ଦେଲେ ।ବିରୂଥ ପରଦିନ ଆସି ଭରତଙ୍କ ପିତାଙ୍କୁ ବ୍ୟଙ୍ଗ କରି କହିଲା, ”ତୁମ ପୁତ୍ର ପାର୍ବତୀଙ୍କ କାନରେ ଏକ କଢ ରୂପରେ ଶୋଭା ପାଉଛି । ଏ ରହସ୍ୟ ମୁଁ ଜାଣି ସାରିଲିଣି । ତାକୁ ଲୁଚେଇବା ପାଇଁ ମୁଁ ତୁମକୁ ଆଉ ଏକ ସୁଯୋଗ ଦେବି । ହେଲେ ମନେରଖ, ଏହା ତୁମ ପାଇଁ ଶେଷ ସୁଯୋଗ ।”ସେହିଦିନ ଭରତର ପିତା ଭଗବାନ ବିଷ୍ଣୁଙ୍କ ଆରାଧନା କଲେ । ବିଷ୍ଣୁ ଆର୍ବିଭୂତ ହୋଇ, ପୁତ୍ରର ଜୀବନରକ୍ଷା ଭାର ବହନ କରିବାକୁ ବାଳକକୁ ନିଜ ସଙ୍ଗରେ ନେଇ ଚାଲିଗଲେ ।

ତା’ପର ଦିନ ବିରୂଥ ସେଠାରେ ଆସି ପହଁଚିଲା । ଦିବ୍ୟଦୃଷ୍ଟି ନିକ୍ଷେପ କରି ସେ ତିନିଲୋକ ଟିକିନିଖିକରି ଖୋଜିଗଲା । କିନ୍ତୁ ଭରତର ସନ୍ଧାନ ପାଇ ପାରୁ ନ ଥାଏ । ଅସହାୟ ହୋଇ ସେ ଚିତ୍କାର କରି ଉଠିଲା, ”ଏ ମୁନି-ପୁତ୍ର, ତୁ କେଉଁଠି ଅଛୁ?”ତତ୍କ୍ଷଣାତ୍ ବିରୂଥର ବକ୍ଷ ଚିରି ଭରତ ପଦାକୁ ବାହାରି ଆସିଲା । ରାକ୍ଷସ ତଳେ ପଡି ମରିଗଲା । ଏଥୁଅନ୍ତେ ରାକ୍ଷସ ଜନ୍ମରୁ ସେ ମୁକ୍ତି ପାଇ, ପୂର୍ବ ଗନ୍ଧର୍ବ ରୂପରେ ମୁନିବରଙ୍କୁ ପ୍ରଣାମ କରି ସ୍ୱର୍ଗ ଅଭିମୁଖେ ଚାଲିଗଲା ।ବାଳକ ଧ୍ରୁବ କଠୋର ତପସ୍ୟାରେ ମଗ୍ନଥିଲେ । ଇନ୍ଦ୍ର ତାଙ୍କର ତପସ୍ୟା ଭଗ୍ନ କରିବାକୁ ମନସ୍ଥ କରି, ବିରୂଥ ନାମକ ଏକ ଗନ୍ଧର୍ବକୁ ରାକ୍ଷସ ରୂପରେ ସେଠାକୁ ପଠେଇଲେ । କିନ୍ତୁ ଅରଣ୍ୟରେ ଅନ୍ୟ ଜଣେ ମୁନି ଏହି ଛଦ୍ମବେଶ ଧାରଣ କଥା ଜାଣିପାରି ବିରୂଥଙ୍କୁ, ପ୍ରକୃତ ରାକ୍ଷସ ହୋଇଯିବା ପାଇଁ ଅଭିଶାପ ଦେଲେ ।

ଏହି ଅଭିଶାପର ପ୍ରଭାବରେ ବିରୂଥ ନିଜର ଦେବତ୍ୱ ହରେଇଲା । ରାକ୍ଷସ ଭାବେ ତା’ର ସବୁପ୍ରକାରର ପରିବର୍ତ୍ତନ ଘଟିଥିଲେ ମଧ୍ୟ, ଦେବସୁଲଭ ଦିବ୍ୟଦୃଷ୍ଟିର ବିଲୋପ ଘଟି ନ ଥିଲା । ତେଣୁ ତିନିଲୋକରେ କେଉଁଠାରେ କ’ଣ ଅଛି, କ’ଣ ହେଉଛି, ସେ ଜାଣିପାରୁଥିଲା ।ଶବରୀ ଓ ଗୋଦାବରୀ ନଦୀର ସଂଗମ ସ୍ଥଳୀରେ; ଅନେକ ମୁନି ଋଷି ଆଶ୍ରମ ସ୍ଥାପନ କରି ବସବାସ କରୁଥିଲେ । ଦିନେ, ମୁନି ପୁତ୍ର ଗଣ ଜଙ୍ଗଲକୁ ଯଜ୍ଞ ଉପକରଣ ସଂଗ୍ରହ ପାଇଁ ଯାଇଛନ୍ତି, ବିରୂଥ ସେମାନଙ୍କ ସମ୍ମୁଖରେ ଠିଆ ହୋଇ ପଡିଲା । ତା’କୁ ଦେଖି ସବୁ ମୁନିବାଳକ କିଏ କୁଆଡେ ଧାଇଁ ପଳେଇଲେ । ମାତ୍ର ଭରତ ନାମକ ଏକ ବାଳକ ସେମିତି ନିର୍ଭୟରେ ଠିଆ ହୋଇଥାଏ ।ଧାଇଁ ପଳାଇଥିବା ବାଳକମାନେ ଭରତର ପିତାଙ୍କୁ କହିଲେ, ”ଆପଣଙ୍କ ପୁତ୍ର ରାକ୍ଷସ କବଳରେ ପଡିଯାଇଛି ।” ଏକଥା ଶୁଣି ଭରତର ପିତା ବିକଳରେ ଦୌଡି ଦୌଡି ସେଠାରେ ପହଁଚି ନିଜ ପୁତ୍ରକୁ ବକ୍ଷରେ ଲଗାଇ ରାକ୍ଷସକୁ ବିନତି କଲେ, ”ୟେ ମୋର ଏକମାତ୍ର ସନ୍ତାନ, ମାରିବାକୁ ଚାହୁଁଥିଲେ, ମତେ ପଛକେ ମାରି ଖାଇଦେ, ଏହାକୁ ଦୟାକରି ଛାଡିଦେ ।” ସେ ଆତୁରରେ ହାତଯୋଡି ଏସବୁ କଥା କହୁଥାନ୍ତି ।

”ଠିକ୍ ଅଛି । ମୁଁ ତୁମକୁ ଏକ ସୁଯୋଗ ଦେଉଛି । ମୁଁ ପୁଣି କାଲି ସକାଳେ ଆସିବି । ଏହି ସମୟ ମଧ୍ୟରେ ତୁମ ପୁତ୍ରକୁ ଏପରି କୌଣସି ସ୍ଥାନରେ ଲୁଚାଇ ଦିଅ, ଯାହା ମୁଁ ଜାଣିପାରିବି ନାହିଁ । ଏପରି ତୁମେ କରିବା ପାଇଁ ସକ୍ଷମ ହେଲେ, ଆଜି କାହିଁକି, ଭବିଷ୍ୟତରେ କେବେ ବି ତୁମ ପୁତ୍ରକୁ ମୁଁ ଭକ୍ଷଣ କରିବି ନାହିଁ ।” ବିରୂଥ ଏପରି ବାଜି ରଖିଲା ।ଭରତର ପିତା ପୁତ୍ରକୁ ସଙ୍ଗରେ ଧରି ଆଶ୍ରମକୁ ଫେରିଆସିଲେ । ସେ ନିଜର ସମଗ୍ର ତପୋବଳ ପୁତ୍ରକୁ ରକ୍ଷା କରିବା ଉଦ୍ଧେଶ୍ୟରେ ସମର୍ପଣ କରିବେ ବୋଲି ସଙ୍କଳ୍ପ କଲେ । ଯଜ୍ଞ କରି ଭଗବାନ୍ ବ୍ରହ୍ମାଙ୍କର ଉପାସନା କଲେ । ବ୍ରହ୍ମା ଆବିର୍ଭୁତ ହେଲେ ।ଭରତର ପିତା ବ୍ରହ୍ମାଙ୍କୁ ନିବେଦନ କଲେ ”ପ୍ରଭୁ, ମୋ ପୁତ୍ରକୁ ରକ୍ଷା କରନ୍ତୁ । କାଲି ସକାଳ ସୁଦ୍ଧା ଏପରି ଏକ ସ୍ଥାନରେ ତାକୁ ଲୁଚାଇ ରଖନ୍ତୁ, ଯାହା ରାକ୍ଷସକୁ ଅଗୋଚର ହେବ ।”

ବ୍ରହ୍ମା ଭରତକୁ ନିଜ ସଙ୍ଗରେ ବ୍ରହ୍ମଲୋକ ନେଇଗଲେ । ସେ ଉପବିଷ୍ଟ ଥିବା ପଦ୍ମଫୁଲର ଏକ ପାଖୁଡା ରୂପରେ ଭରତକୁ ଗୋପନୀୟ ରଖିଲେ ।ପରଦିନ ବିରୂଥ ନିର୍ଦ୍ଧାରିତ ସମୟରେ ସେହି ସ୍ଥାନରେ ପହଁଚି ଭରତର ପିତାଙ୍କୁ ତାତ୍ସଲ୍ୟ କରି କହିଲା, ”ମୁର୍ଖ, ବ୍ରହ୍ମା ତୁମର ପୁଅକୁ ତାଙ୍କ ପଦ୍ମଫୁଲର ଏକ ପାଖୁଡା କରି ରଖିଛନ୍ତି । ତୁମେ କ’ଣ ଭାବୁଛ, ମୁଁ ଏତିକି ଜାଣି ପାରିବି ନାହିଁ । ଏଥରକ ତୁମେ ହାରିଗଲ । ମୁଁ ଆଉ ଏକ ସୁଯୋଗ ଦେଉଛି ।”ଭରତର ପିତା ପ୍ରଭୁ ଶଙ୍କରଙ୍କୁ ସ୍ମରଣ କଲେ । ଭଗବାନ୍ ଶଙ୍କର ଆର୍ବିଭୂତ ହେବାରୁ, ବ୍ରହ୍ମାଙ୍କ ପରି ତାଙ୍କୁ ମଧ୍ୟ ସେ ପୁତ୍ରର ଜୀବନରକ୍ଷା ପାଇଁ ଆକୁଳ ନିବେଦନ କଲେ । ଭରତକୁ ସେ ଦେବୀ ପାର୍ବତୀଙ୍କ କାନରେ ଏକ ଫୁଲକଢି ରୂପେ ସଜାଇ ଦେଲେ ।

ବିରୂଥ ପରଦିନ ଆସି ଭରତଙ୍କ ପିତାଙ୍କୁ ବ୍ୟଙ୍ଗ କରି କହିଲା, ”ତୁମ ପୁତ୍ର ପାର୍ବତୀଙ୍କ କାନରେ ଏକ କଢ ରୂପରେ ଶୋଭା ପାଉଛି । ଏ ରହସ୍ୟ ମୁଁ ଜାଣି ସାରିଲିଣି । ତାକୁ ଲୁଚେଇବା ପାଇଁ ମୁଁ ତୁମକୁ ଆଉ ଏକ ସୁଯୋଗ ଦେବି । ହେଲେ ମନେରଖ, ଏହା ତୁମ ପାଇଁ ଶେଷ ସୁଯୋଗ ।”ସେହିଦିନ ଭରତର ପିତା ଭଗବାନ ବିଷ୍ଣୁଙ୍କ ଆରାଧନା କଲେ । ବିଷ୍ଣୁ ଆର୍ବିଭୂତ ହୋଇ, ପୁତ୍ରର ଜୀବନରକ୍ଷା ଭାର ବହନ କରିବାକୁ ବାଳକକୁ ନିଜ ସଙ୍ଗରେ ନେଇ ଚାଲିଗଲେ ।ତା’ପର ଦିନ ବିରୂଥ ସେଠାରେ ଆସି ପହଁଚିଲା । ଦିବ୍ୟଦୃଷ୍ଟି ନିକ୍ଷେପ କରି ସେ ତିନିଲୋକ ଟିକିନିଖିକରି ଖୋଜିଗଲା । କିନ୍ତୁ ଭରତର ସନ୍ଧାନ ପାଇ ପାରୁ ନ ଥାଏ । ଅସହାୟ ହୋଇ ସେ ଚିତ୍କାର କରି ଉଠିଲା, ”ଏ ମୁନି-ପୁତ୍ର, ତୁ କେଉଁଠି ଅଛୁ?”
ତତ୍କ୍ଷଣାତ୍ ବିରୂଥର ବକ୍ଷ ଚିରି ଭରତ ପଦାକୁ ବାହାରି ଆସିଲା । ରାକ୍ଷସ ତଳେ ପଡି ମରିଗଲା । ଏଥୁଅନ୍ତେ ରାକ୍ଷସ ଜନ୍ମରୁ ସେ ମୁକ୍ତି ପାଇ, ପୂର୍ବ ଗନ୍ଧର୍ବ ରୂପରେ ମୁନିବରଙ୍କୁ ପ୍ରଣାମ କରି ସ୍ୱର୍ଗ ଅଭିମୁଖେ ଚାଲିଗଲା ।

Latest Odia Story New odia story New Story Bishnunka Maya
Share. Facebook Twitter Pinterest LinkedIn Tumblr Reddit Email
Previous Articleରୂପଧରଙ୍କ ଯାତ୍ରା
Next Article ସଦାନନ୍ଦ
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.