• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ବିଶ୍ୱାସ
ଗଳ୍ପ

ବିଶ୍ୱାସ

Liza SBy Liza SJanuary 23, 2023No Comments1 Min Read
Facebook Twitter Pinterest Reddit LinkedIn Tumblr Email
Odia-Story-Biswasa
Odia-Story-Biswasa
Share
Facebook Twitter Pinterest Reddit Email

ଦାମୋଦରଙ୍କର ଜଣେ ବିଶ୍ୱାସୀ ଚାକର ଥିଲା । ତା’ର ନାମ ଗଙ୍ଗାରାମ । କିନ୍ତୁ ଦଶବର୍ଷ କାମ କରିବା ପରେ ଯେତେବେଳେ ତା’ର ଦରମା ନ ବଢିଲା, ସେତେବେଳେ ସେ ସେହି କାମ ଛାଡି ଦେଇ ଯାଇ କମଲଙ୍କ ପାଖରେ କାମ କଲା । କମଲ ପୂର୍ବବେତନର ଦୁଇ ଗୁଣ ବେତନ ତାକୁ ଦେଲେ ।ଦାମୋଦର, ସୀତାରାମ ନାମକ ଜଣେ ବ୍ୟକ୍ତିକୁ ଚାକର କରି ରଖିଲେ । ତାକୁ ସେ କହିଲେ, ”ଶୁଣ, ଗଙ୍ଗାରାମ ମୋ ପାଖରେ ଦଶବର୍ଷ କାମ କଲା । ତଥାପି ମଧ୍ୟ ତାହାର ବିଶ୍ୱାସ ରହିଲା ନାହିଁ । ଚାକିରୀ କରିବା ଲୋକର ପ୍ରଥମ ଗୁଣ – ବିଶ୍ୱାସ ଥିବା ଉଚିତ୍? ଏକଥା ସର୍ବଦା ମନେ ରଖ ।”

ଦିନେ ସୀତାରାମ ଗଙ୍ଗାରାମ ସହିତ ଦେଖା କରି ପଚାରିଲା, ”ତୁମେ ଦାମୋଦରବାବୁଙ୍କ ପାଖରେ ଦଶବର୍ଷ ଚାକିରୀ କରିଥିଲ ହେଲେ ଛାଡିଲ କାହିଁକି? ମୋତେ ମଧ୍ୟ କୁହ ତାଙ୍କ ସହିତ ଚଳିବାରେ କୌଣସି କିଛି ନିର୍ଦ୍ଦିଷ୍ଟ କାରଣ ଅଛି କି ଯାହା ଅସୁବିଧା ସୃଷ୍ଟି କରେ?”ଗଙ୍ଗାରାମ କହିଲା, ”ନିର୍ଦ୍ଦିଷ୍ଟ କାରଣ ଜାଣିବାର ବା ଆବଶ୍ୟକତା କଅଣ? ସେ ବଡ ଭଲ ମଣିଷ । ତୁମର ସେଠାରେ କୌଣସି ଅସୁବିଧା ହେବ ନାହିଁ ।”

ସୀତାରାମ କହିଲା ”ଯଦି ସେ ଭଲ ମଣିଷ, ତେବେ ଚାକିରୀ ଛାଡି ଦେଲ କାହିଁକି? ତୁମର ତ ତାଙ୍କ ଉପରେ ବିଶ୍ୱାସ ରହିଲା ନାହିଁ । ଅଧିକ ଧନ ଲୋଭରେ ତୁମେ ତାଙ୍କୁ ଛାଡିଲ । ତଦ୍ୱାରା ଚାକରମାନଙ୍କର ବଦନାମ ହେଲା, ନୁହେଁ କି?”

ଗଙ୍ଗାରାମ କହିଲା ”ସେପରି କିଛି ନିୟମ ନାହିଁ । ଦାମୋଦରବାବୁ ତ ଭାରି ଭଲ ଲୋକ, କିନ୍ତୁ ତାଙ୍କ ମନରେ ବିଶ୍ୱାସର ଭାବ ମୋଟେ ନାହିଁ । ମାଲିକର ମଧ୍ୟ ମୁଖ୍ୟ ଗୁଣ ହେଉଛି ବିଶ୍ୱାସ । ବିଶ୍ୱାସହୀନ ମାଲିକଙ୍କ ପାଖରେ କ’ଣ କେହି କେବେବି ଚାକିରୀ କରେ?”

New odia story Odia Story Bishwasa
Share. Facebook Twitter Pinterest LinkedIn Tumblr Reddit Email
Previous Articleବିଷମ ପରୀକ୍ଷା
Next Article ଭୂତୁଣୀର ସାହାଯ୍ୟ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.