• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»କାବ୍ୟ ଓ କବିତା»ବିଭାକର ବଂଶୀ ଶୁଣି ପୁଲକ ବହି – ବୈଦେହୀଶ ବିଳାସ
କାବ୍ୟ ଓ କବିତା

ବିଭାକର ବଂଶୀ ଶୁଣି ପୁଲକ ବହି – ବୈଦେହୀଶ ବିଳାସ

ଉପେନ୍ଦ୍ର ଭଞ୍ଜBy ଉପେନ୍ଦ୍ର ଭଞ୍ଜNovember 26, 2018No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ପଞ୍ଚମ ଛାନ୍ଦ: ବିଭାକର ବଂଶୀ ଶୁଣି ପୁଲକ ବହି

(ରାଗ-ମଙ୍ଗଳଗୁଜ୍ଜରୀ)
ବିଭାକରବଂଶୀ ଶୁଣି ପୁଲକ ବହି।
ବିଭା କର ଲଗ୍ନ ବୁଝି ବଶିଷ୍ଠେ କହି।୧।
ବିନ୍ୟାସ କଲେ ସେ ବାଣୀ ସନ୍ଧ୍ୟାବସାନେ।
ବସାଇବା ମଣ୍ଡପରେ କନ୍ୟା ସୁମନେ।୨।
ବିଜନ ସ୍ଥାନରେ ବସି ବେନି ନୃପତି।
ବିବିଧ ସମ୍ଭାର କରି ନଗ୍ର ମଣ୍ଡାନ୍ତି।୩।
ବାସଙ୍ଗରସ ନବାନୁଭବୀ ଭ୍ରମର।
ବାରିଜବାସ ଲଭି କି ନୋହେ ଆତୁର।୪।
ବାରସ୍ତ୍ରୀକି ପୁଚ୍ଛି ଏକାନ୍ତରେ ତା କାନ୍ତ।
ବର୍ଦ୍ଧନ ଅର୍ଥେ କ୍ରମେ ସେ ଶୋଭା କଥିତ।୫।
ବିଲକ୍ଷ ପାଶ ପାଟଳୀ ସାରସ ପାଳି।
ବାହୁ ଶ୍ରବଣ ଉଦର ଗଣ୍ଡରେ ଦଳି।୬।
ବକ୍ଷୋଜ ନିତମ୍ବ ଚକ୍ରେ ପକାଇ ଡକା।
ବିଭ୍ରମ ଭ୍ରମରେ ଲକ୍ଷ ନାଭି ଅଳକା।୭।
ବିସ୍ତୀର୍ଣ୍ଣରେ ଶୋଭା ରମ୍ଭା ପ୍ରଭାକୁ ଗଞ୍ଜି।
ବୃଶାଳ ଉରୁଯୁଗଳ ଚରମ ରାଜି।୮।
ବିଘଟିତ ହରି ଓଷ୍ଠେ ପ୍ରାତୋଦୟରେ।
ବିଶୀର୍ଣ୍ଣ କଟୀ ନାସିକା ମଧୁର ଗିରେ।୯।
ବିଲକ୍ଷିତ ଚନ୍ଦ୍ରହାସେ ତନୁ ଶୀତଳେ।
ବର୍ଣ୍ଣ ସୁଲପନ ରୋମାବଳୀର ତୁଲେ।୧୦।
ବାଳଭ୍ରୁଲତା ଲୋଚନ ଗମନ ଗଳା।
ବପୁ ସୁଗନ୍ଧେ ସାରଙ୍ଗେ ନୋହିବ ତୁଳା।୧୧।
ବିଧାତା ଶୋଭା ବିଧାନେ ଶାନ୍ତ ସେ ଶାନ୍ତା।
ବୋଲି ମଉନ ହୋଇଲା ବାରବନିତା।୧୨।
ବିଧୁନ୍ତୁଦପ୍ରାୟ ହୋଇ ସନ୍ଧ୍ୟା ଆସିଲା।
ବିବସ୍ଵାନ ଗ୍ରାସୀ ରଙ୍ଗଭାବ ଦିଶିଲା।୧୩।
ବାଳୀ ସେ କାଳୀ ପିଧାନୀ କି ପାଟଶାଢୀ।
ବହିଲେ କି ସରସ୍ଵତୀ କାଳିନ୍ଦୀ ଜଡି।୧୪।
ବନଜାରିକର କିଛି ଆସିଲା ଦିଶି।
ବାରୁଣୀ ତ୍ରିବେଣୀ ଘାଟେ ପଡିଲା ଘୋଷି।୧୫।
ବିସ୍ତୃତ ପକ୍ଷେ ଦିବାନ୍ଧା ପ୍ରମୁଖ ଦ୍ଵିଜେ।
ବିକାଶୀ ଶ୍ଳୋକ ବାଣୀକି ବିହାରେ ମଜ୍ଜେ।୧୬।
ବିଜିଘୋଷ ଆଦି ବାଦ୍ୟ ବାଜେ ଏକାଳେ।
ବର କନ୍ୟା ଋଶ୍ୟଶୃଙ୍ଗ ଶାନ୍ତାକୁ କଲେ।୧୭।
ବାରି ତୋଳି ଦେଲେ ଶଙ୍ଖେ ଶଙ୍ଖେ ରତନ।
ବତ୍ସାସହ ଧେନୁ କଉଶେୟ ବସନ।୧୮।
ବନଜାସନ ସାବିତ୍ରୀ ପ୍ରାୟ ଦିଶିଲେ।
ବିନୋଦେ ଶର୍ବରୀରେ ଏକାନ୍ତେ ରସିଲେ।୧୯।
ବାହୁଳେୟ ପ୍ରାୟେ ହେଲା ପ୍ରାତ ଉତ୍ପତ୍ତି।
ବିଭ୍ରାଜି ତାରକା-ସୁର ପ୍ରମୋଦ ଅତି।୨୦।
ବିଭ୍ର୍।ଜି ଉଜ୍ଜ୍ଵଳ ଶକ୍ତି ମନ୍ତରେ ସେହି।
ବିହାରୀ ହୋଇ କ୍ରମଶେ ଷଷ୍ଠୀରେ ସ୍ନେହୀ।୨୧।
ବାରକରେ ଖ୍ୟାତ ଶିବପୁରେ ଉତ୍ସବେ।
ବାଦନ ଯେ ଶଙ୍ଖମାଳି ଗଣହିଁ ଭାବେ।୨୨।
ବିଗତ ନିଦ୍ରା ଏକାଳେ ଦଶରଥର।
ବସାଇ ଆମାତା ଘେନିଗଲେ ରଥର।୨୩।
ବପ୍ର ଜିଣି ପରବେଶ ଅଯୋଧ୍ୟା ଦୁର୍ଗେ।
ବ୍ରତ ଆଚରଇ ତହିଁ ମହିଷୀବର୍ଗେ।୨୪।
ବୀତିହୋତ୍ର ସ୍ଥାପି ଯଜ୍ଞକୁଣ୍ଡେ ସତ୍ଵରେ।
ବ୍ରହ୍ମବେତ୍ତା ହୋମ କଲେ ପୁତ୍ର ଅର୍ଥରେ।୨୫।
ବ୍ୟାପୀ ତହୁଁ ଧୂମାବଳି ଊର୍ଦ୍ଧ୍ଵେ ଚପଳେ।
ବିୟତିରେ ଜଳଧର ପ୍ରାୟ ଦିଶିଲେ।୨୬।
ବିଜୁଳି ଲକ୍ଷ ବଡଭି ରାଙ୍ଗକେତନ।
ବରହ ଟେକି ଅନାର କେକୀ ନର୍ତ୍ତନ।୨୭।
ବିଥିରଚିତ୍ତ ତୃଷାର୍ତ୍ତୀ ଯେତେ ସାରଙ୍ଗ।
ବୀଥୀ ବୀଥୀ ହୋଇ କଲେ ନିକଟେ ରଙ୍ଗ।୨୮।
ବାୟୁନାଏ ଦୁନ୍ଦୁଭି ଦିଆଉ ହରଷେ।
ବିଜନିତ ସ୍ତନିତ କି ପ୍ରତେ ମାନସେ।୨୯।
ବିବେକ ମଧୁରୀ ଭେରୀ ଦାତ୍ୟୁହ କଙ୍କ।
ବର୍ଷାଭୂ ଟମକ ଯହିଁ ଉଚ୍ଚନାଦକ।୩୦।
ବଳାକାପ୍ରକାର ନିଶ୍ଚେ ଚିରାଳମାନ।
ବଂଶେ ଉଡୁ଼ଛନ୍ତି ହୋଇ ଅତି ରଞ୍ଜନ।୩୧।
ବରଷିବେ କୃପାଜଳ ଉଦୟେ ହରି।
ବହ୍ନିକୁଣ୍ଡ ନଭ ଅବଲମ୍ବନ କରି।୩୨।
ବଶିଷ୍ଠାଦି ଋଷ୍ୟଶୃଙ୍ଗ ସେଠାରେ ଥିଲେ।
ବିହୀନ ନିମିଷ ଯେ ସେମାନେ ନମିଲେ।୩୩।
ବରୁଣାଳୟ କରୁଣାକର ବୋଇଲେ।
ବିରାଜ କମ୍ବୁ ଚକ୍ର ଗଦାବ୍ମେ ମଞ୍ଜୁଳେ।୩୪।
ବିଧୃତ କର ମକର ଲକ୍ଷଣମାନ।
ବୁଡା଼ନ୍ତି ମହତୀଯୋଗେ ନୟନ-ମୀନ।୩୫।
ବୋଇତିଆଳ ଯେ ଦଶରଥ ନୃପତି।
ବାଞ୍ଛିବାରେ କର ତାରେ ରତ୍ନ ପ୍ରାପତି।୩୬।
ବଡ଼ବାନଳେ ପକାଅ ରାକ୍ଷସଗଣ।
ବ୍ୟତ୍ରକେ ଏଥିରୁ ନାହିଁ ଆନ ମାର୍ଗଣ।୩୭।
ବ୍ୟାକୋଷ କୁସୁମ-ହାସ ମ୍ଖେ ଧ ଇଲେ।
ବୋଲି ଅସ୍ତୁ ଚାରି ଚରୁରୂପେ ଦିଶିଲେ।୩୮।
ବ୍ୟଞ୍ଜଳି କରନ୍ତେ କର ସେ ଋଷ୍ୟଶୃଙ୍ଗ।
ବ୍ରହ୍ମରୂପୀ ପରବେଶ ହୋଇଲେ ବେଗ।୩୯।
ବ୍ରାହ୍ମଣଶ୍ରେଷ୍ଠ ତା ରାଜା ହସ୍ତରେ ଦେଲେ।
ବାଣ୍ଟି ସର୍ବ ମହିଷୀରେ ଦିଅ ବୋଇଲେ।୪୦।
ବାତ ମଳୟାଦ୍ରିରୁ ଯେ ବହ ଇ ଘେନ।
ବଂଶକର୍ମେ ନାହିଁ ଯଥା ହେବା ଚନ୍ଦନ।୪୧।
ବ୍ରତୀ ନୋହି ସାତଶତ ସତଚାଳିଶି।
ବାମା ଅଛନ୍ତି କୌଶଲ୍ୟା କୈକେୟୀ ଭାଷି।୪୨।
ବିରକ୍ତେ ନୃପତି ଦୁଇଭାଗ ତା କଲେ।
ବିହ୍ଵଳେ ସେ ଦୁହିଙ୍କର ପାଣିରେ ଦେଲେ।୪୩।
ବିମଳହୃଦୟା ଭାଷି କଲ ଅହେଜା।
ବେନି ବେନି ଭାଗ ଦେଲେ ସନ୍ତୋଷ ରାଜା।୪୪।
ବିଶ୍ଵଗଭ ସେ ଅଶନ୍ରେ ଗର୍ଭରେ ରହି।
ବରଷେ ଯେ ସ୍ଵାତୀଜଳ ଉକ୍ଷଣ ବିହି।୪୫।
ବହଇ ଉଦରେ ମୋତି ଶୁକ୍ତି ଯେମନ୍ତ।
ବିଘ୍ନ ନୋହି ଏ କଥାହିଁ ହେଲା ତେମନ୍ତ।୪୬।
ବୈଭାଣ୍ଡକ କାନ୍ତା ଘେନି ସ୍ଵବନ ଗତ।
ବାସରକୁ ବାସର ରାଣୀଏ ଆଶକ୍ତ।୪୭।
ବିଧୂର ଲତିକା ମେରୁ ଏଥି ଉତ୍ତାରୁ।
ବିଚିତ୍ର ନୋହିଲା ଅଶକତ ହେବାରୁ।୪୮।
ବର୍ଣ୍ଣ ସୁବର୍ଣ୍ଣ ଦୋହଦ ରୂପ୍ୟରେ କିଣି।
ବତ୍ସୋଜ ଦନ୍ତସମ୍ପୂଟେ ରକ୍ଷଣ ମଣି।୪୯।
ବୃଦ୍ଧିହେବା କଟୀ ପୃଥ୍ ଅଧିକ ନୋହି।
ବିଧିପୂର୍ବେ ସିଂହ ଲକ୍ଷ ଗ୍ରାସିଛି ଯେହି।୫୦।
ବିକୀର୍ଣ୍ଣ ମଧୁରସରେ ଉଦରପଥ।
ବମନ ହେବା ଚିତ୍ର କି ଆନ ପଦାର୍ଥ।୫୧।
ବସନ୍ତ ମଧୁ ମାସରେ ନବମୀ ଖ୍ୟାତି।
ବିପତିଧ୍ଵଜ ବହିଲେ ଚତୁର୍ଦ୍ଧାମୂର୍ତ୍ତି।୫୨।
ବ୍ୟୁତ୍ପତ୍ତି ଏ କୌଶଲ୍ୟା କୈକେୟୀ ସୁମିତ୍ରା।
ବାସବଦିଗଦ୍ରି ତିନିଶୃଙ୍ଗ ଶୋଭିତା।୫୩।
ବିଧୂ ଗୁରୁ ଭାର୍ଗବ ଅଙ୍ଗିରା ଉଦିତ।
ବିନଶ୍ୟତି ଧାତ୍ରୀ ରାତ୍ରି ନିବିଡ଼ ଧ୍ଵନ୍ତ।୫୪।
ବଧାଇ ଲଭିଲେ ନୃପେ ନାରୀଏ କହି।
ବାର୍ତ୍ତାବହେ ରାଜ୍ୟାନ୍ତରେ ଗମିଲେ ତହିଁ।୫୫।
ବାରତା କହି ସାମନ୍ତ ପାତ୍ରେ ତ୍ଵରିତ।
ବେତ୍ରକେ କଟକ କୁଣ୍ଡଳରେ ମଣ୍ଡିତ।୫୬।
ବାଟ ହାଟ ଜୂର ତୂର ବାଜେ ଅସଂଖ୍ୟ।
ବିଦୁଷକ କାତ୍ୟାୟନୀ ହୃଷ୍ଟ ଅଲେଖ।୫୭।
ବୃନ୍ଦ ବୃନ୍ଦ ହୋଇ ତହିଁ ଜନନୀମାନେ।
ବସୁଧାପତି ଦେଖିଲେ ସୂନୁ ସୁମନେ।୫୮।
ବନଜନାଭ ପଦକୁ ସାର୍ଥ କରଇ।
ବିଲମ୍ବିତ ନାଡ଼ ନାଭିମଣ୍ଡଳେ ଶୋହି।୫୯।
ବିଚ୍ଛେଦନ କଲେ ନାଭି ହୃଦୟହୃଦେ।
ବିଗ୍ରହ ସୁବାସ ଯେଣୁ କସ୍ତୁରୀ ବନ୍ଦେ।୬୦।
ବ୍ୟକତ ସୂତିକା ବୃନ୍ଦ କାରୁଣ୍ୟପୟ।
ବିସ୍ତୀର୍ଣ୍ଣ ଅନନ୍ତ ଶୋଭା ଶଯ୍ୟା ନିଶ୍ଚୟ।୬୧।
ବୀଚି ଚନ୍ଦ୍ରାତପ କୁଞ୍ଚାବାସ ରଚଇ।
ବିବେକୀ ଶୁଆଇ ସଦା ନିଦ୍ରା ଚିତୋଇ।୬୨।
ବ୍ରୀହି ଆଦି ପଞ୍ଚବୀଜ ପଞ୍ଚୁଆତୀ ଯେ।
ବ୍ୟାନ ସହ ପଞ୍ଚବାୟୁ ତୋଷକ ସେ ଯେ।୬୩।
ବନଜିନୀ ଲକ୍ଷ୍ୟ ନାରୀ ଷଷ୍ଠୀଘରକୁ।
ବରାଟକେ ମଣ୍ଡି କଲେ ମନୋହରକୁ।୬୪।
ବିଯୋଗ ନିଦ୍ରାରେ କାମମଧୁରେ ବାଦ।
ବିରଚି ଏ ପାଞ୍ଚ ଉଠିଆରି ସମ୍ପାଦ।୬୫।
ବିଂଶ ଏକଦିନେ ଦୋଳିଶୟନ କରି।
ବଟପତ୍ର ପୁଟେ ବାଳ ମୁକୁନ୍ଦ ପରି।୬୬।
ବଢା଼ନ୍ତେ ଯେ ଦଶରଥ ଚାଳନେ କର।
ବାହୁଊର୍ଦ୍ଧ୍ଵେ ମାର୍କଣ୍ଡେୟ ଥିବା ପ୍ରକାର।୬୭।
ବ୍ରହ୍ମଋଷି ନାମ ବିହି ଶ୍ରୀରାମ ରାମ।
ବୋଲେ ଚନ୍ଦ୍ର ଭଦ୍ର ହେଉ ଏ ପଛେ ରମ୍ୟ।୬୮।
ବଂଶେ ରଘୁ ରାଘବ ଏ ସେ ନାଥ ଭଣି।
ବୋଲାଇବେ ରାବଣାରି ରାଜେନ୍ଦ୍ର ପୁଣି।୬୯।
ବପ୍ତା ଦଶରଥ ରାଜା ଯେଣୁ ସ୍ଵଭାବେ।
ବହନ୍ତୁ ଏ ଦାଶରଥି ନାମକୁ ଏବେ।୭୦।
ବିହିଲେ ଭରତ ନାମ କୈକେୟୀ ସୁତେ।
ବୋଇଲେ ସଦା ବଞ୍ଚିବ ଏ ଶୁଭ ରତେ।୭୧।
ବେନି ସୁତ ସୁମିତ୍ରାର ଦେଖି ହରଷ।
ବିଚକ୍ଷଣ ଲକ୍ଷଣମାନଙ୍କେ ପ୍ରକାଶ।୭୨।
ବହୁ ଲକ୍ଷ୍ମଣ ନାମକୁ ଅଗ୍ରଜ ସୁତ।
ବୋଲିବାର କୁମାର ଏହାକୁ ଉଚିତ।୭୩।
ବଡ଼ ଶକ୍ତିମନ୍ତ ନ ଗଣିବ ଆନରେ।
ବୃଦ୍ଧି ହେବ ମେଘନାଦ ତୋଷ ଦାନରେ।୭୪।
ବିଶିଷ୍ଟ ଯେଣୁ ଶତ୍ରୁଘ୍ନ ହେବ ସହଜେ।
ବିଦିତ ଏଣୁ ଶତ୍ରୁଘ୍ନ ନାମ ଅନୁଜେ।୭୫।
ବିଧାନ ସୁମିତ୍ରାସୁତ ଦୁହେଁ ସୌମିତ୍ରୀ଼।
ବୋଲାନ୍ତୁ ବୋଲି ବିଗତ ତହୁଁ ସେ ଯତି।୭୬।
ବଢି଼ ସୁତେ ଦିନୁ ଦିନୁ ପ୍ରଭା ଉଦୟେ।
ବଳକ୍ଷପକ୍ଷରେ କଳାକର ପରାୟେ।୭୭।
ବାଡ଼ ଧରି ଉଭା ଶୋଭା କେବା କହିବ।
ବଡ଼କବି ଯହିଁ ଜଡ଼ ହୋଇ ରହିବ।୭୮।
ବିହାର ରଚିଲେ କ୍ରମେ କ୍ରମେ ଚତ୍ଵରେ।
ବ୍ୟଗ୍ରଗତି ଶିଶୁ ସଙ୍ଗେ ରଙ୍ଗେ ସତ୍ଵରେ।୭୯।
ବାଲ୍ୟେ ଜଗତୀ ନୋହେ ବିସୋର।
ବାଲୁକାରେ ସର୍ଜନା ଯେ ସେହି ପ୍ରକାର।୮୦।
ବ୍ରତବିଧାନ ସମୟ ତହିଁ ହୋଇଲା।
ବଦ୍ରିକାରେ ନରନାରାୟଣ ଯେ ଲୀଳା।୮୧।
ବରହୀ ସ୍ଵତଃ ସୃଷ୍ଟିରେ ଶିଖଣ୍ଡ ଧରେ।
ବାହାରିଲେ ନଗର ଭ୍ରମଣ ଇଚ୍ଛରେ।୮୨।
ବାଳକିଶୋର ଭାବକୁ ପ୍ରକାଶ ତହିଁ।
ବାହଗ୍ରୀବ ହୋଇଥିଲେ ପୂର୍ବରେ ଯେହି।୮୩।
ବୃଷ ଧନୁ ଯୁକ୍ତ ରାମଚନ୍ଦ୍ର ସହଜେ।
ବନ୍ଦାରୁ ସେ ଶ୍ରୁତିରୂପ ବିଦ୍ୟାଧର ଯେ।୮୪।
ବିନୟୀ ଦାସ ପ୍ରକାରେ ଶାରଦା ଯାର।
ବଣା କେଉଁ ବିଦ୍ୟାଆଦି ସୁମୃତି ସାର।୮୫।
ବିଭ୍ରାଣରୁ ଦୁକୁଳ ମନକୁ ଆଣିଲି।
ବଡ଼ ସ୍ନେହ ପୀତାମ୍ବର ନାମେ ଜାଣିଲି।୮୬।
ବିସୋର ନୋହି କୃପଣ ଧନର ଭାବ।
ବପ୍ତା ମାତାମାନଙ୍କର ମାନସୁଁ ଲବ।୮୭।
ବଡ଼ କି ଏ ନଗର ଜନଙ୍କ ଏ ଭାବ।
ବଖାଣି ହୋଇଲେ ଏକା ସେହି ପ୍ରସ୍ତାବ।୮୮।
ବର୍ଦ୍ଧିତ ସେ ବାଣିଜ୍ୟ ଧନର ପ୍ରକାର।
ବିଦେଶେ ହୋଇଲା ଦିନୁଁ ଦିନୁଁ ପ୍ରଚାର।୮୯।
ବଳୀବର୍ଦ୍ଦ ଯହିଁ ଜନମୁଖ ହୋଇଲେ।
ବିକ୍ରୟ ସ୍ଥାନ ସ୍ଥାନକେ ବହି ସେ କଲେ।୯୦।
ବାତ୍ସଲ୍ୟ ରସବର୍ଣ୍ଣନେ ରାମଭଦ୍ରର।
ବଚନ ମନ ପବିତ୍ର ହୋଇଲା ମୋର।୯୧।
ବୀରବର ଉପଇନ୍ଦ୍ର ଭଞ୍ଜ ମୋ ନାମ।
ବୟାଣୋଇ ପଦେ କଲି ଏ ଛାନ୍ଦ ରମ୍ୟ।୯୨।

by- ଉପେନ୍ଦ୍ର ଭଞ୍ଜ

Share. Facebook Twitter Pinterest LinkedIn Tumblr Reddit Email
Previous Articleବୁଦ୍ଧି ଉତ୍ତମ ଯାହାର ବାକ୍ୟ ଅଭିଧାନେ – ବୈଦେହୀଶ ବିଳାସ
Next Article ବୁଧେ ସାବଧାନେ ଏହି ଗୀତର – ବୈଦେହୀଶ ବିଳାସ
ଉପେନ୍ଦ୍ର ଭଞ୍ଜ

Related Posts

କ୍ଷ ଚମ୍ପୂ

February 26, 2020

ହ ଚମ୍ପୂ

February 26, 2020

ଷ ଚମ୍ପୂ

February 26, 2020

ସ ଚମ୍ପୂ

February 26, 2020

ଶ ଚମ୍ପୂ

February 26, 2020

ବ ଚମ୍ପୂ

February 26, 2020
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.