• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»Bhidhata danda
ଗଳ୍ପ

Bhidhata danda

Liza SBy Liza SJune 8, 2022No Comments4 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

“ବାସ୍ରାର ରାଜମହଲରେ ଚୋରୀ!” ଏ ଖବର ଦେଖୁ ଦେଖୁ କ୍ରମେ ଚାରିଆଡେ ବ୍ୟାପୀ ଗଲା । ସୁଲତାନ୍ ରାଗରେ ଯେତେବେଳେ ଥରୁଥିଲେ, ସଚୀବମାନେ ସେତେବେଳେ ଭୟରେ ଥରୁଥିଲେ । ମହଲ ଭିତରେ ଏତେ ସାବଧାନ ହୋଇ ପହରା ଦେବା ସତ୍ତ୍ୱେ କିପରି ଏ ଚୋରୀ ହେଲା ତାହାହିଁ ବଡ ଆଶ୍ଚର୍ଯ୍ୟଜନକ ।

ସୁଲତାନ୍ ସଚୀବମାନଙ୍କୁ ଡାକି ଗର୍ଜ୍ଜନ କରି କହିଲେ, “ଏହା ଦ୍ୱାରା ପ୍ରମାଣ ହେଉଛି ଯେ ସଚୀବମାନେ ଅନ୍ଧ ଓ ସୁଲତାନ୍ ମୂର୍ଖ । ଯଦି ଏତେ କଟକଣା ଟପି ଚୋର ରାଜମହଲ ଭିତରେ ପ୍ରବେଶ କରିପାରିଲା ତେବେ ରାଜ୍ୟର ଅବସ୍ଥା କ’ଣ ହେଉଥିବ?”

ସେ ସୁରକ୍ଷା ସଚୀବଙ୍କୁ କହିଲେ, “ମନେରଖ, ଯଦି ଚବିଶିଘଂଟା ମଧ୍ୟରେ ଜିନିଷ ସହିତ ଚୋରକୁ ଧରି ନପାର, ତେବେ ତମ ସମସ୍ତଙ୍କୁ ଫାଶୀ ଦିଆଯିବ । ମୁଁ ଜାଣେ ତମେମାନେ କିପରି ଭାବରେ ଚୋର ଧରିଥାଅ । ରାସ୍ତାରେ ବୁଲୁଥିବା କୌଣସି ଭୀକାରୀକୁ ଧରି ଆଣି ତାକୁ ତୁଚ୍ଛାଟାରେ ପିଟାପିଟି କରି କୁହ ଯେ ସେ ହେଉଛି ଚୋର । ଚୋର ତେଣେ ମାମୁଁ ଘରେ ହୁଏତ ବସିଥିବ । ସେଥିପାଇଁ କହୁଛି ଜିନିଷପତ୍ର ସହ ଚୋର ଧରିବ ।”

ସଚୀବମାନେ ରାଜାଙ୍କର ଏସବୁ କଥା ଶୁଣି ଅତ୍ୟନ୍ତ ଡରିଗଲେ । ଯାହାହେଉ ଏକାଠି ମିଳିମିଶି ସେମାନେ ଚୋର ଧରିବାକୁ ଯିବାକୁ ବାହାରିଲେ । ପ୍ରଧାନ ସଚୀବ ଅନ୍ୟ ସଚୀବମାନଙ୍କୁ ଏହି ନିର୍ଦେଶ ଦେଲେ କି ସମସ୍ତେ ବେଶ ବଦଳାଇ ନଗରର ଚାରିଆଡକୁ ଯାଇ ଚୋର ଖୋଜିବେ ଓ କିଛି ସମୟ ପରେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଆସି ମିଳିତ ହେବେ ।

ରହମତ ଖାଁ ନାମରେ ଜଣେ ସଚୀବ ଭିକାରୀ ରୂପ ନେଇ ଉତ୍ତର ଦିଗକୁ ଗଲେ । ସେ ବହୁତ ବାଟ ଚାଲି ଚାଲି ବହୁତ ଥକି ପଡିଲେ ଓ ତାଙ୍କୁ ଖୁବ୍ ଶୋଷ ହେଲା । ଚାରିଦିଗକୁ ଅନାଇ ସେ ଦେଖିଲେ ନିକଟରେ ଗୋଟିଏ ଉଦ୍ୟାନ ଅଛି ଓ ତହିଁ ମଧ୍ୟରେ ଏକ ସୁନ୍ଦର ପୁଷ୍କରିଣୀ । ସେ ସେଠାକୁ ଯାଇ ପାଣି ପିଇଲେ ।

ସେ ପାଣି ପିଇବାର ଦେଖି ଉଦ୍ୟାନ ଜଗୁଆଳ ଦୌଡି ଆସି କିଛି ନ ପଚାରି ତାଙ୍କୁ ମାରିବାକୁ ଆରମ୍ଭ କଲା । ଦୁଇଚାରିଟା ଥାପଡ ଦେଇ ତାଙ୍କୁ ସେ କହିଲା, “ଆରେ ମୂର୍ଖ, ଚୋର ପରି କ’ଣ ଲୁଚି ଲୁଚି ଏଠି ପଶିଛୁ! କାହାକୁ ପଚାରି ଆସିଛୁ? ଆଜିକାଲି ସବୁ ବଡ ବଡ ଚୋରମାନେ ତୋ’ପରି ଭିକାରୀ ବେଶ ଧରି ବୁଲୁଛନ୍ତି ।”

ରହମତ ଖାଁ ସୁରକ୍ଷା ସଚୀବ ହେଲେ ମଧ୍ୟ ନିଜର ପରିଚୟ ସେ ଦେଲେ ନାହିଁ । ତେଣୁ ସେ ମାଡ ଖାଇ ମଧ୍ୟ ଚୁପ୍ ରହିଗଲେ । ତା’ପରେ ଧୀରେ ଧୀରେ ସେ କହିଲେ, “ମୁଁ କୌଣସି ଚୋର ବା ଡାକୁ ନୁହେଁ । ଏକ ସାଧାରଣ ଭିକାରୀ । ବହୁତ ଶୋଷ ହେବାରୁ ଢୋକେ ପାଣି ପିଇବାକୁ ମୁଁ ଏଠାକୁ ଚାଲି ଆସିଥିଲି । ତେଣୁ ଦୟାକରି ମୋତେ ମାରନ୍ତୁ ନାହିଁ ।”

“ଓ ଆଚ୍ଛା, ତେବେ ଏମିତି କଥା?” ଏହା କହି ଜଗୁଆଳୀ ଆଉ ଦୁଇଚାରିଟା ଥାପଡ ମାରିଲା ।

“ଆଚ୍ଛା ତମେ ମତେ ଏତେ କାହିଁକି ମାରୁଛ? କ’ଣ ପାଣି ଟୋପାଏ ପିଇବା ଗୋଟେ ଏତେ ବଡ ଅପରାଧ? ପୁଣି ଏପରି ଜଣେ ଲୋକକୁ ମାରିବାର ଅଧିକାର ତୁମକୁ ଦେଲା କିଏ? ଯଦି ତମେ ମୋତେ ଚୋର ବୋଲି ଭାବୁଛ ତ ତେବେ ମୋତେ ସୁରକ୍ଷା ସଚୀବଙ୍କ ପାଖକୁ ନେଇଚାଲ । ସତମିଛ ବିଚାର କରି ସେ ହିଁ ମୋତେ ଉଚିତ୍ ଦଣ୍ଡ ଦେବେ ।”

ଏକଥା ଶୁଣି ସେ ଆହୁରି ରାଗିଗଲା ଓ କହିଲା, “ତୁ ମତେ ଆଇନ୍ କାନୁନ୍ ଶିଖାଇବାକୁ ଏଠାକୁ ଆସିଛୁ, ନୁହେଁ?” ତା’ପରେ ଦୁଇ ଧକ୍କା ଦେଇ ତାଙ୍କୁ ସେ ସେଠାରୁ ବାହାର କରିଦେଲା ।

ରହମତ୍ ଫାଟକ ବାହାରେ ଅନେକ ସମୟ ଧରି ପଡେ ରହିଲେ । ଉଠିବା ଭଳି ବଳ ତାଙ୍କର ନଥାଏ । ସେ ମନେ ମନେ ଭୀଷଣ ଦୁଃଖ ଅନୁଭବ କରୁଥାନ୍ତି । ଛଦ୍ମବେଶରେ ଥିବା ଯୋଗୁଁ ସିନା ଆଜି ତାଙ୍କୁ ଏତେ ହିନସ୍ତା ହେବାକୁ ପଡିଲା! କିନ୍ତୁ ସେ ଜଗୁଆଳି କାହିଁକି ତାଙ୍କ ପ୍ରତି ଏତେ ନିଷ୍ଠୁର ଆଚରଣ କଲା? ବିନା କାରଣରେ ଜଣେ ଜଣେ କାହିଁକି ଯେ ଏପରି ନିର୍ମମ ହୁଅନ୍ତି? ସେମାନଙ୍କୁ କ’ଣ ବିଧାତା କୌଣସି ଶାସ୍ତି ଦେବନାହିଁ? ଅବଶେଷରେ ସେ ଉଠି ଠିଆହେଲେ ଓ ଚାଲିବାକୁ ଲାଗିଲେ ।

ସେଠାରୁ ରହମତ ଆସି ୟାଡେସିଆଡେ ଟିକିଏ ବୁଲାବୁଲି କରି ନିର୍ଦ୍ଦିଷ୍ଟ ସମୟରେ ଓ ନିଦ୍ଦିଷ୍ଟ ସ୍ଥାନରେ ଯାଇ ପହଁଚିଲେ । ଅନ୍ୟ ସଚୀବମାନେ ମଧ୍ୟ ସେଠାରେ ଆସି ପହଁଚିଲେ । ରହମତଙ୍କ ଏଭଳି ଅବସ୍ଥା ଦେଖି ସେମାନେ ଖୁବ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “କଥା କ’ଣ, ତୁମର ଏପରି ଅବସ୍ଥା କିମିତି ହେଲା?” ତା’ପରେ ରହମତ ତାଙ୍କର ସମସ୍ତ ଅନୁଭୂତି ବର୍ଣ୍ଣନା କଲେ । ଶୁଣୁ ଶୁଣୁ ସେମାନେ ଭୀଷଣ ରାଗରେ ଲାଲ୍ ହୋଇଗଲେ । ସମସ୍ତେ ପୋଷାକ ବଦଳାଇ ଏକାଠି ସେହି ଉଦ୍ୟାନକୁ ଗଲେ ।

ସେମାନେ ସେଠାରେ ପହଁଚି ଦୂରରୁ ଦେଖିଲେ ସେହି ଜଗୁଆଳୀ ଗୋଟିଏ ଦଶବର୍ଷର ବାଳକକୁ କ’ଣ ସଙ୍କେତ କରି କହୁଛି । ସେମାନେ ଏକାବେଳେ ଜଗୁଆଳୀକୁ ଆକ୍ରମଣ କରି ତାକୁ ବହୁତ ପିଟିଲେ । ଏପରି ପିଟାପିଟି ଦେଖି ସେହି ବାଳକଟି ଭୟରେ ଥରି ଥରି କହିଲା, “ହଜୁର୍ ମୋ ମାମୁଁକୁ ମାରନ୍ତୁ ନାହିଁ । ସେ ଚୋରୀ କରି ଯାହା ସବୁ ଆଣିଛି ସେସବୁ ମୁଁ ଦେଇ ଦେଉଛି ।”

ସଚୀବମାନେ ସେହି ବାଳକର କଥା ଶୁଣି ଖୁବ୍ ଖୁସି ହେଲେ ଓ ପଚାରିଲେ, “କାହିଁ ସେ ଜିନିଷ, ତାହା କେଉଁଠି ଅଛି, ଶୀଘ୍ର କହ ।” ବାଳକଟି ସେମାନଙ୍କୁ ଉଦ୍ୟାନ କୋଣରେ ଥିବା ଏକ ଫୁଲଗଛ ନିକଟକୁ ନେଇଗଲା । ସେଇଠାରେ ଖୋଳିବାରୁ ରାଜାଙ୍କ ନଅରରେ ହୋଇଥିବା ଚୋରୀର ସବୁ ଜିନିଷ ମିଳିଲା । ସମସ୍ତେ ଖୁସି ହେଲେ ।

ରହମତ ସେ ଜଗୁଆଳୀକୁ ଗାଳିଦେଇ କହିଲେ, “ତୁ ଯଦି ଆଜି ଜଣେ ତୃଷାର୍ତ୍ତ ଗରୀବ ଲୋକକୁ ବାଡେଇ ନଥା’ନ୍ତୁ ତେବେ ହୁଏତ ତୋର ଚୋର ଧରାପଡି ନଥାନ୍ତା । ମନେହୁଏ କୌଣସି ପିଶାଚର ପ୍ରରୋଚନାରେ ତୁ ରାଜନଅରରୁ ଚୋରୀ କଲୁ ଓ ସେହି ତୃଷାର୍ତ୍ତ ଲୋକକୁ ମାରିବା ଭଳି କୁକର୍ମ କଲୁ ।”

ଏକଥା ଶୁଣି ଚୋର ରହମତଙ୍କୁ ଭଲଭାବରେ ଚାହିଁଲା ଓ ତାଙ୍କୁ ଚିହ୍ନିପାରି ସେ ବହୁତ ଅନୁତାପ କଲା । ଚୋରକୁ ସବୁ ଚୋରାମାଲ ସହ ସଚୀବମାନେ ସୁଲତାନଙ୍କ ପାଖରେ ପହଁଚାଇଲେ । ସୁଲତାନ୍ ରହମତଙ୍କୁ ଓ ଅନ୍ୟ ସଚୀବମାନଙ୍କୁ ବହୁତ ପୁରସ୍କାର ଦେବା ସଙ୍ଗେ ତାଙ୍କର ପଦୋନ୍ନତି ମଧ୍ୟ ସେ କରାଇ ଦେଲେ ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleBishnu purana
Next Article Karaja adaya
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.