• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ବିଚିତ୍ର ସ୍ୱପ୍ନ
ଗଳ୍ପ

ବିଚିତ୍ର ସ୍ୱପ୍ନ

Liza SBy Liza SFebruary 12, 2023No Comments4 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Bichitra Swapna
Odia-Story-Bichitra Swapna
Share
Facebook Twitter Pinterest Reddit Email

ଅନେକ ଦିନ ପୂର୍ବେ ତୁର୍କୀ ସହରରେ ବାବର ନାମକ ଜଣେ ଗରୀବ ଲୋକ ଥାଏ । କିନ୍ତୁ ତା’ର ମନ ନାନା ଉଚ୍ଚ ଆକାଂକ୍ଷାରେ ପୂର୍ଣ୍ଣ ଥାଏ । ସେସବୁ ବେଳେ ବେଳେ ସେ ସ୍ୱପ୍ନରେ ଦେଖେ ।ଦିନେ ବାବର ଗୋଟିଏ ଭୋଜନାଳୟର ଏକ କୋଣରେ ଥିବା ଚୌକି ଉପରେ ବସି ନାନା କଥା ଭାବୁଥାଏ । ସହରର ବଡ ବଡ ଧନୀମାନଙ୍କ ପାଇଁ ସ୍ନାନାଗାର ଥାଏ । ସେଠାରେ ସେବକମାନେ ମାଲିସ୍ କରି ଦିଅନ୍ତି ଓ ନାନା ପ୍ରକାର ସେବା କରନ୍ତି । ବାବରର ମଧ୍ୟ ଇଚ୍ଛା ହେଲା ସେ ଥରେ ସେଠାକୁ ଯା’ନ୍ତା ।କ୍ରମେ ସେ ସେଠାକୁ ଯିବାର କଳ୍ପନା କଲା । ତା’ପରେ ସେ ଦେଖୁଛି ଯେ ସେ ନିଜେ ଯାଇ ସେଠାରେ ପହଁଚିଛି । ଦୂରରୁ ଦେଖିଲା ଜଣେ ବ୍ୟକ୍ତି ଠିକ୍ ତା’ରି ପରି ବସି ମାଲିସ୍ ହେଉଛି ଓ ସର୍ବତ ଖାଉଛି । ବାବର ଲୁଚିକରି ବସିଥାଏ । ଧନୀ ବ୍ୟକ୍ତିର ଚାକରମାନେ ଚାଲିଯିବା ପରେ ସୁଯୋଗ ଦେଖି ବାବର ତା’ ପାଖକୁ ଗଲା । ସେ ବିଚରା ଟଉଲିଆ ପିନ୍ଧି ବସିଥିଲା । ବାବର ତାକୁ ଜବରଦସ୍ତି ଧରି ପାଣି ଟାଙ୍କିରେ ପକାଇ ଦେଇ ତା’ ଟଉଲିଆକୁ ନିଜେ ପିନ୍ଧି ତା’ ଚଉକି ଉପରେ ବସି ପଡିଲା ।

କିଛି ସମୟ ପରେ ସେବକମାନେ ଲେଉଟି ଆସିଲେ । ସେମାନେ ବହୁତ ଯତ୍ନର ସହିତ ବାବରକୁ ସ୍ନାନ କରାଇଲେ । ତା’ପରେ ସେମାନେ ତାକୁ ବହୁତ ଦାମିକା ପୋଷାକ ପିନ୍ଧାଇ ବାହାରକୁ ନେଇ ଆସିଲେ । ତା’ ହାତରେ ଧନୀ ବାବରର ସୁନା ମୋହର ଭରା ଥଳିଟି ସେ ଧରାଇ ଦେଲେ । ସେଥିରୁ ସେ ତିନୋଟି ମୋହର ସ୍ନାନାଗାରର ସେବକମାନଙ୍କୁ ଦେଲା ।ବାହାରକୁ ଆସିବା ମାତ୍ରେ ତା’ର ନିଜ ସେବକମାନେ ତାକୁ ଘୋଡା ଉପରେ ବସିବାକୁ କହିଲେ । ତା’କୁ ବହୁତ ଡର ମାଡିଲା । ତଥାପି ଧରା ପଡିଯିବା ଭୟରେ ସେ କାହାକୁ କିଛି ନ କହି ଘୋଡା ଉପରେ ଯାଇ ବସିଲା । ଘୋଡା ନିଜର ପରିଚିତ ରାସ୍ତାରେ ଚାଲିଥାଏ ।ଏକ ବିରାଟ କୋଠା ପାଖରେ ଯାଇ ସେ ଘୋଡାଟି ଠିଆ ହେଲା । ସେବକମାନେ ଦୌଡି ଆସି ତାକୁ ଘୋଡା ପିଠିରୁ ଓହ୍ଲାଇବାକୁ ସାହାଯ୍ୟ କଲେ । ତା’ପରେ ସେବକମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ସେ ମହଲ ଭିତରେ ଚାଲିଥାଏ । ଜଣେ ସେବକ ପଚାରିଲା, “ମାଲିକ, ଆପଣ ନିଜ ମହଲରେ ରହିବେ ନା ମାଲିକାଣୀଙ୍କ ମହଲକୁ ଯିବେ?”

ବାବର କହିଲା “ମୁଁ ଏବେ ମୋ ମହଲରେ ରହିବି ।” ତା’ପରେ ତାକୁ ସେମାନେ ଏକ ସୁସଜ୍ଜିତ ବିରାଟ ଶୟନକକ୍ଷ ମଧ୍ୟକୁ ନେଇଗଲେ । କିଛି ସମୟ ପରେ ଦୁଇଜଣ ସେବକ ଆସି ତାକୁ ପଚାରିଲେ, “ମାଲିକ୍, ଆପଣ ଏଇଠି ଭୋଜନ କରିବେ ନା ମାଲିକାଣୀଙ୍କ ସହିତ ଭୋଜନ କରିବେ?”ବାବର କହିଲା “ଆଜି ଏହିଠାକୁ ଖାଦ୍ୟ ନେଇ ଆସ ।”ଖୁବ୍ ସୁନ୍ଦର ଖାଦ୍ୟ ସାମଗ୍ରୀ ସବୁ ଅଣା ହେଲା । ବାବର ସେଥିରୁ ମନ ଇଚ୍ଛା ଖାଇଲା । ଖାଇବା ଶେଷ ହେବା ପରେ ଜଣେ ସେବକ ପୁଣି ପଚାରିଲା, “ମାଲିକ୍, ଆପଣ ଆସିବା ପରେ ବହୁତ ସମୟ ବିତିଗଲାଣି । ତେଣେ ମାଲିକାଣୀ ଅପେକ୍ଷା କରିଥିବେ । ଆପଣ ଏବେ ସେଠାକୁ ଯିବେ?”ବାବର କହିଲା “ଠିକ୍ ଅଛି । ମୁଁ ଏବେହିଁ ଯିବି ।”

ତା’ପରେ ସେବକ ଚାଲିଗଲା । ବାବର କୁଆଡେ ଯିବ ଭାବି ଭାବି କିଛି ସ୍ଥିର କରି ନ ପାରି ଗୋଟିଏ ଦୁଇଟା ଦ୍ୱାର ଖୋଲିବା ମାତ୍ରେ ଅନ୍ଦର ମହଲକୁ ଥିବା ରାସ୍ତା ସେ ପାଇଗଲା । ତା’ପରେ ସେ ଦେଖିଲା ଧନୀ ବାବରର ସ୍ତ୍ରୀ ସୁନ୍ଦରୀ ବେଗମ୍ ନିଜେ ତାକୁ ସ୍ୱାଗତ କରିବାକୁ ସେଠାରେ ଅପେକ୍ଷା କରିଛନ୍ତି ।ସେ ବାବରକୁ ଦେଖିବା ମାତ୍ରେ ତା’ର ହାତ ଧରି ନିଜର ସୁସଜ୍ଜିତ କକ୍ଷକୁ ନେଇଗଲେ ଓ ନିଜ ପାଖରେ ବସାଇ କଥା କହିଲେ । ଏଣେ ବାବର ତ ଭୟରେ କାଠ ହୋଇଗଲାଣି । କ’ଣ କରିବ? ବେଗମ୍ କହିଲେ, “ଆଜି ତମକୁ ପ୍ରଥମେ ମୁଁ ଗୋଟିଏ ପ୍ରଶ୍ନ କରିବି । କାଲି ମୋର ବାଲ୍ୟସଙ୍ଗିନୀ ନଜ୍ମା ଆସିଥିଲା । ଆମେ କଥା କହୁ କହୁ ସେ ତୁମର ପୁରା ନାମ ପଚାରିଲା । ମୁଁ ତ କିଛି କହିପାରିଲି ନାହିଁ କାହିଁକିନା ମୋର କିଛି ମନେ ପଡିଲା ନାହିଁ । ତମେ ଆଜି ମୋତେ ତୁମର ପୁରା ନାମଟି କୁହ ।”

ଏତିକିରେ ବାବରର ମଥା ହଠାତ୍ ଘୁରିଗଲା । ଏବେ ସେ କ’ଣ ବା କରେ? ବୁଦ୍ଧି ପ୍ରୟୋଗ କରି କହିଲା, “ଆରେ ଆମେ ଏତେଦିନ ହେଲା ଘରସଂସାର କରିବା ପରେବି ତମେ ମୋର ନାମ ଭୁଲି ଯାଉଛ?”ବେଗମ୍ କିନ୍ତୁ ଯିଦ୍ କରି କହିଲେ, “ନା, ଆଜି ତୁମକୁ ପୁରା ନାମଟି କହିବାକୁହିଁ ପଡିବ ।”କିଂକର୍ତ୍ତବ୍ୟବିମୁଢ ହୋଇ ବିଚରା ବାବର ଏକ ମନଗଢା ମିଛ ନାମ କହିଲା ଓ ବେଗମ୍ଙ୍କ ପାଖରେ ଧରା ପଡିଲା । ସେ ଭୟରେ ସବୁକଥା ସତ ସତ ବେଗମ୍ଙ୍କୁ କହିଦେଲା । ଶେଷରେ ସେ ଅନୁରୋଧ କରି କହିଲା, “ତମେ ମୋତେ କ୍ଷମା କର ।”ବେଗମ୍ କହିଲେ “ମୁଁ ତ ତୁମକୁ କ୍ଷମା କରିଦେବି । କିନ୍ତୁ ମୋର ସ୍ୱାମୀ ଯେ ଖୋଦ୍ ବାଦ୍ଶାହଙ୍କର ମୌଲବୀ । ସେ ବାଦଶାହଙ୍କୁ ସବୁଦିନେ ଧର୍ମଶାସ୍ତ୍ର ପଢି ଶୁଣାନ୍ତି । ସେଠାକୁ ଯାଇ ତମେ ତ ଧରା ପଡିବ ।”ବେଗମ୍ଙ୍କ କଥା ନ ସରୁଣୁହିଁ ରାଜପ୍ରାସାଦରୁ ମୌଲବୀଙ୍କୁ ଡାକି ନେବାକୁ ଲୋକ ଆସିଛି । ବାବର ଭୟରେ ଥରିଲା ଓ ବେଗମ୍ଙ୍କୁ କହିଲା, “ଏବେ ତୁମେ କୁହ ମୁଁ କ’ଣ କରିବି ।”

ବେଗମ୍ କହିଲେ, “ତୁମେ ସେଠାକୁ ଯାଇ ଦେଖିବ ବାଦଶାହଙ୍କ ସାମନାରେ ଦୁଇଟି ଆସନ । ଗୋଟିକ ଉପରେ ମୋତିମାଳା ଓ ଆଉ ଗୋଟିକ ଉପରେ ସୁନାହାର ଥିବ । ତୁମେ ମୋତିର ହାରଟି ନିଜେ ଗଳାରେ ପିନ୍ଧିବ ଓ ସୁନାହାରକୁ ହାତରେ ଧରି କହିବ, “ଏ ମୋର ମିତ୍ର” ଏବଂ ତା’ପରେ ଧର୍ମଚର୍ଚ୍ଚା ଆରମ୍ଭ କରିବ ।”ବାଦଶାହ ପଠାଇଥିବା ଲୋକଙ୍କ ସହିତ ଦରିଦ୍ର ବାବର ଯାଇ ବେଗମ୍ କହିବା ଅନୁସାରେ ସବୁ କାମ କଲା ହେଲେ ଭୟରେ ଥରି ଥରି ଦେହରୁ ତା’ର ଝାଳ ଗମ୍ ଗମ୍ ବୋହିଯାଉଥିଲା । ଭୟରେ ଥରିବା ଯୋଗୁଁ ଦରିଦ୍ର ବାବରର ନିଦ ହଠାତ୍ ଭାଙ୍ଗିଗଲା । ସେ ବୁଝିପାରିଲା ସମଗ୍ର ଘଟଣାଟି ତା’ର ଇଚ୍ଛା ପୂର୍ତି କରିବାର ଏକ ସ୍ୱପ୍ନ ମାତ୍ର ଥିଲା । ଏବେ ସ୍ୱପ୍ନରୁ ଉଠିବା ପରେ ତା’ର ଆଉ ଭୟ ନଥିଲା । ତାକୁ ଏତେ ଶାନ୍ତି ଲାଗିଲା ଯେ ଆନନ୍ଦରେ ତା’ ଆଖିରୁ ଅଶ୍ରୁ ବହିବାକୁ ଲାଗିଲା । ଭୟଙ୍କର ବିପଦର ଅନୁଭୂତିରୁ ହଠାତ୍ ମୁକ୍ତି ମିଳିଲା ।

New Odia Story Bichitra Swapna Odia Short Story Bichitra Swapna Odia Story Bicjhitra swapna
Share. Facebook Twitter Pinterest LinkedIn Tumblr Reddit Email
Previous Articleଭବିଷ୍ୟତ ବାଣୀ
Next Article ବୁଦ୍ଧି ଓ ବିବେକ
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.