• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଉପନ୍ୟାସ»ବାଣିଜ୍ୟେ ବସତେ ଲକ୍ଷ୍ମୀ
ଉପନ୍ୟାସ

ବାଣିଜ୍ୟେ ବସତେ ଲକ୍ଷ୍ମୀ

ଫକୀର ମୋହନ ସେନାପତିBy ଫକୀର ମୋହନ ସେନାପତିNovember 26, 2018No Comments3 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଅସ୍ୟାର୍ଥଃ ‘ବାଣିଜ୍ୟେ ଲକ୍ଷ୍ମୀଙ୍କ ବାସ, ତହୁଁ ଅଧେ କଲେ ଚାଷ ।’

ଆମ୍ଭେମାନେ ଅନୁମାନ କରୁଁ, ଜଣେ ମରହଟ୍ଟୀ କବି ଏହି କବିତା କହିଅଛନ୍ତି । ଆଜିକାଲିର କବି ହୋଇ ଥିଲେ, ଏହିପରି କହନ୍ତେ -”ବାଣିଜ୍ୟେ ଲକ୍ଷ୍ମୀଙ୍କ ବାସ, ତହୁଁ ଅଧେ ବି ଏଲ୍ ପାଶ” ମଙ୍ଗରାଜଙ୍କ ନଅର ଦେଖି କେହି ଅନଭିଜ୍ଞ ଲୋକ ଅନୁମାନ କରିପାରନ୍ତି ଏହା ଗୋଟିଏ ଅଦାଲତର ବି. ଏଲ୍. ପାଶୟା ଓକିଲ ଘର, ବାଷଠି ଘର, ଭଗ୍ନାଶଂର ସମଷ୍ଠି ମାନ୍ତ୍ର । କଥା କଣ ଜାଣନ୍ତି ‘ଭାଗ୍ୟ ଫାଳତି ସର୍ବନ୍ତ୍ର’ । ଏହି ଯେ ଅଦାଲତର ଓଳିରେ ଗଣ୍ତା ଗଣ୍ତା ଶାଲପାଗିଆ, ବୁଲୁଛନ୍ତି, ମଙ୍ଗରାଜଙ୍କ ପଛରେ ପଚିଶ ଘର ଭଗ୍ନାଂଶ ଗାଏ କରିବାକୁ କେତେ କଣ ମିଳିବେ? ସାଆନ୍ତେ ଆପେ କହନ୍ତି ସେ କାହାରି ଗୋଟିଏ ପଇସା ଆଣନ୍ତି ନାହିଁ । ନିଜ ବୁଦ୍ଧି ନିଜ ବାହୁ ବଳରେ ମାଟିରୁ ସୁନା ପଇଦା କରିଅଛନ୍ତି । ଏହିପରି ଶୁଣାଅଛି–ଶୁଣା କିମ୍ପା ଆମ୍ଭେମାନେ ଠିକ୍ କଥା ଜାଣୁ –ମଙ୍ଗରାଜେ ପ୍ରଥମେ ଗାଁ ପ୍ରଧାନ ଠାରୁ ଦୁଇମାଣ ଜମି ଭାଗରେ ଧରିଥିଲେ । ବର୍ତ୍ତମାନ ଚାଷଜମି ଚବିଶ ଦସ୍ତି ପଦିକାରେ ଚାରିବାଟି ଛ’ମାଣ, ଏହା ଛାଡ଼ି ତିରିଶି ବାଟି ସତର ମାଣ ଭାଗରେ ଲାଗିଅଛି । ଜମିସବୁ ଲାଖରାଜ, କିଛି ନିଷ୍ଠୀ ବାଜ୍ୟାପ୍ତି । ଅଧିକାଂଶ ଖରିଦା ବ୍ରହ୍ମୋତ୍ତର । ଚାଷ ବଳଦ ୫ ହଳ, ହଳିଆ ବାର ଜଣ, ଏମାନେ ବାର ମାସିଆ, ଜାତିରେ ବାଉରୀ — ତିନି ଜଣ ପାଣ । ଚାଷ ଓ ବଗିଚା ଏମାନଙ୍କର ଜିମା । ମଙ୍ଗରାଜଙ୍କ ଶିକ୍ଷା ଓ ଉତ୍ସାହରେ ଏମାନେ କର୍ମଠ ଓ ଉତ୍ସାହୀ । ବ୍ରାହ୍ମମୁହୂର୍ତ୍ତରେ ଶଯ୍ୟାତ୍ୟାଗ କରିବା ସ୍ୱାସ୍ଥ୍ୟ – ବିଧାନ ଶାସ୍ତ୍ରର ବିଧି । ଖରା ହେଉ ବରଷା ହେଊ, ତୋଫାନ ହେଉ, ଝଡ଼ି ହେଉ ମଙ୍ଗରାଜେ ଏହି ବିଧି ଲଙ୍ଘନ କରିଥିବାର କେବେ କେହି ଦେଖିନାହିଁ । ଶାସ୍ତ୍ରରେ ଲେଖାଅଛି –

“ଯେତେକ ଦେଖ ନଦନଦୀ,
ସମସ୍ତେ ମିଳନ୍ତି ଜଳଧି ।
ଆପଣାଗୁଣ ପାସୋରନ୍ତି,
ଲବଣ ଗୁଣକୁ ଭଜନ୍ତି ।”

ଠିକ କଥା । ସେହିପରି ସ୍ତ୍ରୀ, ଦାସ ଦାସୀ ସମସ୍ତେ ସାଆନ୍ତଙ୍କ ଗୁଣକୁ ଉଣା ଅଧିକରେ ଲାଭ କରିଥାନ୍ତି । ଆମ୍ଭେମାନେ ସାଆନ୍ତଙ୍କ ଘର ଦାସ ଦାସୀ ମାନଙ୍କୁ ଦେଖି ଏହି ଶିକ୍ଷା ଲାଭ କରିଅଛୁଁ । ମଙ୍ଗରାଜ ବ୍ରାହ୍ମମୁହୂର୍ତ୍ତରେ ଉଠି ଦାନ୍ତ ଘଷି ପକାନ୍ତି । କଲିକତା ସହରରେ ଦୁଇ ଥର ତୋପ ପଡ଼େ । ପ୍ରାତଃ କାଳ ତୋପ ରାତ୍ରି ଶେଷଜ୍ଞାପକ । ମଙ୍ଗରାଜେ କଚେରୀ ପିଣ୍ଡାରେ ଠିଆହୋର ହଳିଆକୁ ଡାକିଦେଲେ ଗ୍ରାମର ଲୋଜେ ଆଖିବୁଜି ମଧ୍ୟ ଜାଣିପାରନ୍ତି, ରାତିପାହିଲାଣି, ବୋହୂ ଭୂଆଶୁଣିଏ ବାସିପାଇଟିରେ ଲାଗିଯାନ୍ତି । ମଫସଲରେ ଲୋକେ ଘଣ୍ଟା ଫଣ୍ଟା ବୁଝନ୍ତି ନାହିଁ । ସୂର୍ଯ୍ୟ ମୁଣ୍ତ ଉପରକୁ ଆସିଲେ ବଳଦ କାନ୍ଧରେ ଯୁଆଳି ବାହାରେ । ଆଖ ପାଖ ଚାଷିମାନେ ଦୂରରୁ ଅନାଇ ଦେଖନ୍ତି, ମଙ୍ଗରାଜଙ୍କ ବଡ଼ ତାଳ ପତ୍ର ଛତା ହିଡ଼ ଉପରୁ ଉଠିଲାଣି କି ନାହିଁ । ମଙ୍ଗରାଜେ ତାଙ୍କର ହଳିଆ ମାନଙ୍କୁ ପୁଅ ପରି ପାଳିଛନ୍ତି । ମା- ବାପ ପିଲାମାନଙ୍କ ଖିଆ ପିଆ ନିଜେ ନଦେଖିଲେ ସେମାନଙ୍କ ମନ ମାନେ ନାହିଁ । ହଳିଆମାନେ ଧାଡ଼ିହୋଇ ଖାଇବାକୁ ବସିଗଲେ ସାଆନ୍ତେ ରାନ୍ଧୁଣିଆକୁ ଉଚ୍ଚସ୍ୱରରେ ଡାକ ଦିଅନ୍ତି, ଆରେ ତୋରାଣି ଆଣ, ଏମାନଙ୍କ ତଣ୍ଟି ଶୁଖିଯାଇଛି । ରାନ୍ଧୁଣିଆ ଅଭ୍ୟସ୍ତ ବିଦ୍ୟା ପ୍ରଭାବରେ ଫି ଜଣକୁ ଦୁଇ କଂସା କରି ତୋରାଣି ଦିଏ । ହଳିଆ ଏତେଗୁଡ଼ାଏ ତୋରାଣୀ ପିଇବାକୁ ନାରାଜ ହେଲେ ସାଆନ୍ତେ ତାହାର ଉପକାରିତା ଓ ବଳକାରିତ୍ୱ ସମ୍ବନ୍ଧରେ ଖୁବ୍ ବକୃତା କରି ତାହା ପିଆଇ ଦେଇ ତହିଁ ଉତ୍ତରେ ଭାତରବ୍ୟବସ୍ଥା କରି ଆପେ ସ୍ନାନ କରିବାକୁ ବାହାରିଯାନ୍ତି । ସାଆନ୍ତଙ୍କ ବଗିଚାରେ ସତରଟା ସଜନାଗଛ । ସଜନାଶାଗ ହଜମୀ, ବଳକାରକ, ରୋଗନାଶକ, ମୁଖରୋଚକ, ରୋଗୀର ପଥ୍ୟ । ନିର୍ଘଣ୍ଟୁରେ ସଜନାର ଏପରି ଗୁଣ ବର୍ଣ୍ଣନା ଅଛି କି ନାହିଁ ଆମ୍ଭେମାନେ ଜାଣୁ ନାହିଁ କାରଣ ସେ ବିଦ୍ୟାରେ ଆମ୍ଭେମାନେ ନିତାନ୍ତ ଅନଭିଜ୍ଞ; କିନ୍ତୁ ସାଆନ୍ତଙ୍କ ମୁଖରୁ ‘ଯଥା ଶ୍ରୁତଂ ତଥା ଲିଖିତଂ’ । ସେଥି ସକାଶେ ବଗିଚାର ସଜନାଶାଗ କେରାଏ ମଧ୍ୟ ହାଟକୁ ଯାଏ ନାହିଁ, ହଳିଆ ମାନଙ୍କର ବଳବର୍ଦ୍ଧନ ଓ ପୋଷଣ ନିମନ୍ତେ ସମସ୍ତ ଉତ୍ସର୍ଗି କୃତ । ଏହି ଯେ ଫୁଲ ଦେଖୁ ଅଛ, ଏପରି ଉପାଦେୟ ପଦାର୍ଥ ପୃଥିବୀରେ ନାହିଁ । ପୁଞ୍ଜାଏ ରାଇ ଯଦି ସେଥିରେ ମିଶେ, ତା କଥା ଛାଡ଼ । ପରମେଶ୍ୱରଙ୍କ ସୃଷ୍ଟିରେ କେତେ ଭଲ ଅଛି – ସେଥିରେ ଭଲମନ୍ଦ ମିଶାମିଶି । ଦେଖ ପଣସ ଖୋସା ଗୁଡ଼ିକ ମଧୁର, କିନ୍ତୁ ତାହା ଭିତରେ ସୁତାଗୁଡ଼ାକ ବଦହଜମୀ । କିନ୍ତୁ ଲୋକଙ୍କଠାରେ କିଛି ଅଖଞ୍ଜ ରହେ ନାହିଁ, ଭଲକୁ ଭଲ, ମନ୍ଦକୁ ମନ୍ଦ, ବାଛିଦିଅନ୍ତି । ସଜନାର ସବୁ ଭଲ, କେବଳ ଛୁଇଁଗୁଡ଼ାକ ଖରାପ ଓ ବଦହଜମୀ । ସେଥିପାଇଁ ହଳିଆ କିମ୍ବା ଚାକରମାନଙ୍କ ପତ୍ର ଛୁଇଁପାରେ ନାହିଁ, ବାହାରେ ବାହାରେ ହାଟକୁଯାଏ ।

Share. Facebook Twitter Pinterest LinkedIn Tumblr Reddit Email
Previous Articleସ୍ୱନାମ ପୁରୁଷ ଧନ୍ୟଃ
Next Article ଅହଂ ନିଜଃ ପରୋବେତ୍ତି
ଫକୀର ମୋହନ ସେନାପତି

Related Posts

ଡାକମୁନ୍ସି

February 10, 2022

ଉପସଂହାର

November 26, 2018

ଅପୂର୍ବ ମିଳନ :

November 26, 2018

ବାବାଜୀ ଲଳିତା ଦାସ :

November 26, 2018

ମଙ୍ଗରାଜ ଘରର ହାଲଚାଲ :

November 26, 2018

ଖୁଣି ତଦାରଖି :

November 26, 2018
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.