• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ବାକ୍ୟବିନ୍ୟାସ
ଗଳ୍ପ

ବାକ୍ୟବିନ୍ୟାସ

Liza SBy Liza SJanuary 2, 2023No Comments3 Mins Read
Facebook Twitter Pinterest Reddit LinkedIn Tumblr Email
Odia-Short-StoryBakyabinyasa
Odia-Short-StoryBakyabinyasa
Share
Facebook Twitter Pinterest Reddit Email

ଦିନେ ସୁରସିଂହ ନାମକ ଜଣେ ଲୋକ ପଡୋଶୀ ଗାଁରେ ଯାଇ ପହଁଚିଲା । ସେଠାରେ ହାଟ ବସିଥାଏ । ହାଟରେ ସେ ଗୋଟିଏ ଛତା ଦୋକାନ ଦେଖିଲା । ଦୋକାନୀ ହେଉଛି ସେହି ଗାଁର ବୀରସିଂହ ।ସେ ଦେଖିଲା ସେ ଦୋକାନକୁ ପତଳା ଲୋକଟିଏ ଆସିଲା । ବୀରସିଂହ ତାକୁ ଛତା ଦେଖାଇ କହିଲା, “ଦେଖ ଭାଇ, ତମେ ତ ପତଳା ଲୋକ । ତମର ତ ହାଲୁକା ଛତାଟିଏ ଦରକାର । ଏହି ଛତାଟି ନିଅ । ତୁମପାଇଁ ସୁବିଧା ହେବ । ଯେତେଦୂର ଚାହିଁବ ବୋହି ନେଲେ ବି ଆଦୌ ଥକା ହେବନାହିଁ ।”ସେହି ପତଳା ଗ୍ରାହକଟି ଛତା ଖୋଲି ଦେଖିଲା । ତା’ପରେ ପଇସା ଦେଇ ଛତାଟି ନେଇ ସେଠାରୁ ସେ ଚାଲିଗଲା । କିଛି ସମୟ ପରେ ଜଣେ ମୋଟା ଗ୍ରାହକ ସେଠାକୁ ଆସିଲା । ବୀରସିଂହ ତାକୁ ଛତାଟିଏ ଧରାଇ ଦେଇ କହିଲା, “ତୁମର ଟିକିଏ ଭଲ ସ୍ୱାସ୍ଥ୍ୟ, ତେଣୁ ହାଲୁକା ଛତା ତୁମ ପାଇଁ ନୁହେଁ । ଶୀଘ୍ର ଖରାପ ହୋଇଯିବ । ତେଣୁ ଏହି ଛତାଟି ନିଅ । ସବୁଆଡୁ ଭଲ ହେବ ।” ଲୋକଟି ଛତା ଖୋଲି ଭଲ ଭାବରେ ଯାଂଚ କରି ଦେଖିଲା । ବୀରସିଂହ କହିଲା, “ଅନ୍ୟାନ୍ୟ ଜିନିଷ କଥା ଛାଡ; ଛତା କିଣିବ ତ ଭଲକରି ଦେଖିଚାହିଁ କିଣିବ; ଯେପରି ତାହା ତୁମ ଶରୀର ଗଠନ ସହିତ ଠିକ୍ ଯାଉଥିବ । ଏହି ଛତା ବହୁତ ଦିନ ଯାଏଁ ରହିବ । ଝଡ ହେଉ, ବର୍ଷା ହେଉ, ତୋଫାନ ହେଉ, ଏ ଛତାର କିଛି ହେଲେବି ହେବନାହିଁ ।” ବୀରସିଂହର କଥା ଶୁଣି ସେହି ମୋଟା ବ୍ୟକ୍ତି ବହୁତ ଖୁସି ହୋଇଯାଇ ଛତାଟି କିଣି ସେଠାରୁ ଚାଲିଗଲା ।

ସୁରସିଂହ ମନ ଦେଇ ଏସବୁ ଦେଖୁଥିଲା; ତା’ପରେ ସେ ଦୋକାନ ପାଖକୁ ଆସିଲା । ବୀରସିଂହ ତାକୁ ଚିହ୍ନିଲା ଓ ତାକୁ ସଙ୍ଗେ ସଙ୍ଗେ ଦୋକାନ ଭିତରକୁ ସସମ୍ମାନେ ପାଛୋଟି ନେଲା । ତା’ପରେ ସେ ପଚାରିଲା, “କ’ଣ ସୁରସିଂହ, ତୁମର ସବୁ କିଛି କୁଶଳ ତ?””ହଁ, ସବୁ କିଛି କୁଶଳ । କିନ୍ତୁ ମୁଁ ତ କେତେବେଳୁ ଆସି ତୁମର ଛତା ବିକ୍ରି କରିବାର କଳାର ନିପୁଣତା ଦେଖୁଛି । ତମେ ତ ବେଶ୍ ଗ୍ରାହକମାନଙ୍କ ମନନେଇ ପାରିଛ? ତମେ ପତଳାକୁ ଓ ମୋଟାକୁ ଦୁହିଁଙ୍କୁ ବେଶ୍ ବୁଝାଇ କରି ଛତା ବିକ୍ରି କଲ । କିନ୍ତୁ ମୁଁ ତ ବେଶି ମୋଟା ନୁହେଁ କି ପତଳାବି ନୁହେଁ । ଏବେ ମୋର ଛତା ଦରକାର । କ’ଣ କରାଯିବ?”ବୀରସିଂହ ଚଟ୍କରି କହିଲା, “ତୁମକୁ ଛତା ବିକିବା କ’ଣ ବା କଷ୍ଟକର କାମ? ବର୍ଷାଦିନ ତ ପ୍ରାୟ ଆସିଗଲାଣି । ତୁମ ପାଇଁ ଛତା କିଣିବା ଏବେ ତୁରନ୍ତ ଆବଶ୍ୟକ । ନହେଲେ ବର୍ଷାରେ ଭିଜି ତୁମେ ତୁମ ଦେହ ନଷ୍ଟ କରିବ । ସ୍ୱାସ୍ଥ୍ୟ ଖରାପ ହେଲେ, ଅନ୍ୟାନ୍ୟ କାମ ମଧ୍ୟ ତୁମେ ଆଉ କିଛିବି କରିପାରିବ ନାହିଁ । ତେଣୁ ତୁମେ ଛତା ନିଶ୍ଚୟ କିଣ ।” ଏତିକି କହି ବୀରସିଂହ ଗୋଟାଏ ଛତା ଉଠାଇ ସୁରସିଂହଙ୍କୁ ଦେଖାଇଲା ଓ କହିଲା, “ଏଇଟି ସବୁଦିଗରୁ ତୁମ ପାଇଁ ଠିକ୍ ହେବ ।”ସୁରସିଂହ ଛତାଟିକୁ ଏପଟ ସେପଟ କରି କରି ପରଖି ଦେଖିଲା ଓ କହିଲା, “ମନେ ହେଉଛି, ଏ ଛତାଟି ଏତେ ବେଶି ଭଲ ନୁହେଁ ।”

“ନା, ନା, ସେପରି କୁହନାହିଁ । ଏହାକୁ ହାତରେ ଧରି ତମେ ରାସ୍ତାରେ ଚାଲିଲେ, ଗ୍ରାମର ସବୁଠାରୁ ବଡ ଭଦ୍ରଲୋକ ପରି ଦେଖାଯିବ । ଆଉ ଯଦି ଏହାକୁ ଖୋଲିକରି ଚାଲିବ, ତେବେ ତ ଜମିଦାର ପରି ଦେଖାଯିବ । ଆଉ ଯଦି ଘୋଡା ଉପରେ ବସି ଏ ଛତା ଖୋଲି ଧରିବ ତେବେ ତ ସାକ୍ଷାତ୍ ମହାରାଜା ପରି ଦିଶିବ ।”ସୁରସିଂହ ଛତା ଖୋଲିଲା ଓ କହିଲା, “ତୁମ କଥାରେ ମୋର ଆଦୌ ବିଶ୍ୱାସ ନାହିଁ ।” ବୀରସିଂହ ପାଦେ ପଛକୁ ଘୁଂଚିଯାଇ କହିଲା, “ମୁଁ ଯାହାକିଛି କହିଲି ସେଥିରେ ଟିକିଏ ହେଲେ ମଧ୍ୟ ମିଥ୍ୟାଚାର ନାହିଁ । ଏ ଛତାକୁ ଧରି ଆପଣ ଯେପରି ଠିଆ ହୋଇଛନ୍ତି, ଦେଖିଲେ ଲାଗୁଛି ଆପଣଙ୍କର ସବୁକିଛି ବହୁତ ବଦଳି ଯାଇଛି ।”

ସୁରସିଂହ ଏପରି କଥା ଶୁଣି କହିଲା, “ଇଏ ପୁଣି କ’ଣ? ତୁମେ ତ ମୋତେ “ତୁମେ” ବୋଲି କୁହ । ଏବେ ହଠାତ୍ “ଆପଣ” ବୋଲି କ’ଣ କହୁଛ?”ବୀରସିଂହ ତାହାର ବିଚକ୍ଷଣ ବୁଦ୍ଧି ଖଟାଇ କହିଲା, “ଏହି ଛତାଟି ଖୋଲି ତା’ ତଳେ ଆପଣଙ୍କୁ ଦେଖି ମୁଁ “ତୁମେ” ବୋଲି ଆଉ କେଉଁ ସାହସରେ କହିବି?”ବୀରସିଂହର କଥାରେ ସୁରସିଂହ ଗଦ୍ ଗଦ୍ ହୋଇ କହିଲା, “ଠିକ୍ ଅଛି, ଏ ଛତା ମୁଁ କିଣୁଛି ।” ତା’ପରେ ଉଚିତ୍ ଦାମ୍ ଦେଇ ସେ ଛତାଟି କିଣିନେଲା । ଯିବାବେଳେ ସେ ନିମ୍ନ ସ୍ୱରରେ କହିଲା, “ବୀରୁଭାଇ, ତୁମେ ମୋତେ କହିଲ – ସତରେ କ’ଣ ଲମ୍ବା, ଛୋଟ, ପତଳା, ମୋଟା ଇତ୍ୟାଦି ସବୁପ୍ରକାର ଲୋକଙ୍କ ପାଇଁ ତୁମେ ସବୁ ପ୍ରକାର ବିଭିନ୍ନ ଛତା ରଖିଛ?”

ବୀରସିଂହ ହସି ହସି କହିଲା, “ନାହିଁ ତ, ସବୁ ଛତା ଏକ । ଗ୍ରାହକ ଅନୁସାରେ କଥା କହିଥାଏ । ମୋ କଥା ଗ୍ରାହକମାନଙ୍କର ପସନ୍ଦ ହୁଏ । ନହେଲେ ମୋ ଛତା କିଏ କିଣିବ?”ସୁରସିଂହ ଦେଖିଲା ଏପରି ଏକ ବ୍ୟବସାୟ ପାଇଁ ବୀରସିଂହଙ୍କ ପରି ଜଣେ କଥା କହିବାର ଆବଶ୍ୟକତା ରହିଛି । ସେ ମଧ୍ୟ ହସି ହସି ନିଜ ଛତାଟି ଖୋଲି ନିଜ ରାସ୍ତାରେ ଚାଲିଗଲା ।

New odia story New Story Jitu Mitu Odia New story
Share. Facebook Twitter Pinterest LinkedIn Tumblr Reddit Email
Previous Articleକୁତର୍କର ଲାଭ
Next Article ଜିତୁ-ମିତୁ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.