• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ବନ୍ଦିନୀ ପରୀ
ଗଳ୍ପ

ବନ୍ଦିନୀ ପରୀ

Liza SBy Liza SMay 18, 2022No Comments3 Mins Read
Facebook Twitter Pinterest Reddit LinkedIn Tumblr Email
Bandini-Pari
Bandini-Pari
Share
Facebook Twitter Pinterest Reddit Email

ଶମ୍ଭୁଦାସ ଅନୁରାଧାପୁରରେ ଦୋକାନଟିଏ କରି ରହୁଥିଲେ । ସେ ଦୂରବର୍ତ୍ତୀ ଏକ ସ୍ଥାନରୁ ଆସିଥିଲେ । ତେଣୁ ସେ ଅତୀତରେ କ’ଣ କରୁଥିଲେ, ସେକଥା ଅନୁରାଧାପୁରର କେହି ଲୋକ ଜାଣି ନଥିଲେ ।

କେବଳ ବିଜୟ ସେକଥା ମୋଟାମୋଟି ଭାବେ ଜାଣିଥିଲା । ବିଜୟ ଗୋଟିଏ ପିଲା । ଛେଉଣ୍ଡ । ତାକୁ ଶମ୍ଭୁଦାସ ପାଳିଥିଲେ ।

ବିଜୟକୁ ଶମ୍ଭୁଦାସ ବହୁତ ସ୍ନେହ କରୁଥିଲେ । ସେ ଯେପରି ଭଲ ମଣିଷ ହେବ, ସେଥିପାଇଁ ଅନେକ ଉପଦେଶ ଦେଉଥିଲେ ।

ବିଜୟ ଜାଣିଥିଲା ଶମ୍ଭୁଦାସ ଅତୀତରେ ଜଣେ ବଡ ମନ୍ତ୍ରବିଦ୍ ଥିଲେ । କିନ୍ତୁ ସେ ମନ୍ତ୍ରତନ୍ତ୍ର ଛାଡିଦେଇଥିଲେ । ସାଧାରଣ ଜୀବନ ବିତାଉଥିଲେ ।

ଶମ୍ଭୁଦାସଙ୍କ ପାଖରେ ଗୋଟାଏ ପୁରୁଣା ବୀଣା ରହିଥିଲା । ସେ ଏକଦା ବୀଣା ବଜାଉଥିଲେ ବୋଲି ବିଜୟ ଅନୁମାନ କରି ପାରୁଥିଲା । କିନ୍ତୁ ସେ କାହିଁକି ଆଉ ବଜାଉ ନଥିଲେ, ସେକଥା ସେ ଜାଣି ନଥିଲା । ବିଜୟ ଥରେ ଥରେ ପଚାରେ “ଜେଜେ! ତମେ ତ ବୀଣା ରଖିଛ, କିନ୍ତୁ କାହିଁକି ବଜାଉ ନାହଁ?”

ଶମ୍ଭୁଦାସ ହସି ଦିଅନ୍ତି ଓ କହନ୍ତି, “ମୁଁ ନ ବଜାଇଲେ କ’ଣ ହେଲା, ତୁ ବଜାଇବୁ ଓ ବଜାଇ ଦେଶ ସାରା ବିଖ୍ୟାତ ହେବୁ । ଏହାହିଁ ହେବ ତୋ ପ୍ରତି ମୋର ସର୍ବଶ୍ରେଷ୍ଠ ଦାନ ।”

ବିଜୟ ପ୍ରଶ୍ନକରେ “ତେବେ ମୋତେ କାହିଁକି ବୀଣା ଶିଖାଉ ନାହଁ?”

ଶମ୍ଭୁଦାସ କହନ୍ତି “ଶିଖାଇବା କିଛିବି ଦରକାର ନାହିଁ ।” ବିଜୟ ଏ କଥାର ରହସ୍ୟ ମୋଟେ ବୁଝିପାରେ ନାହିଁ ।

ସେ ପଚାରେ “ଜେଜେ! ବୀଣା ଯଦି ନ ଶିଖିବି, ତେବେ ତାହା ବଜାଇ ମୁଁ କିପରି ଖ୍ୟାତି ଅର୍ଜନ କରିବି?”

ଶମ୍ଭୁଦାସ କହନ୍ତି, “ମୁଁ ତୋତେ କୌଣସି ବୃଥା ପ୍ରତିଶୃତି ଦେଉନାହିଁ । ଯାହା କହୁଛି, ତାହା ସତ୍ୟ । ଠିକ୍ ବେଳେ ଏହାର ରହସ୍ୟ ବୁଝାଇ କହିବି । ତୋର ଏତେ ବ୍ୟସ୍ତ ହେବା ଆଦୌ ଦରକାର ନାହିଁ ।”

ଦିନେ ଶମ୍ଭୁଦାସ ଅସୁସ୍ଥ ହୋଇ ପଡିଲେ । ସେ ବିଜୟକୁ ପାଖକୁ ଡାକି କହିଲେ, “ବାପା! ମୁଁ ବୁଝି ପାରୁଛି, ସଂସାର ଛାଡି ଚାଲିଯିବାକୁ ମୋର ଆଉ ବିଳମ୍ବ ନାହିଁ । ତା’ ପୂର୍ବରୁ ବୀଣା ରହସ୍ୟ ତୋତେ ଖୋଲି ମୁଁ କହିଦିଏ । ମୁଁ ଥରେ ମୋ ମନ୍ତ୍ରତନ୍ତ୍ର ସାହାଯ୍ୟରେ ଗୋଟିଏ ସଂଗୀତପ୍ରବୀଣା ପରୀକୁ ଏ ବୀଣା ଭିତରେ ବନ୍ଦି କଲି । କିନ୍ତୁ ପୁରାପୁରି ବନ୍ଦୀ ହେବା ପୂର୍ବରୁ ସେ ମୋତେ ଏହି ଅଭିଶାପ ଦେଲା କି ମୁଁ ଯଦି କେବେବି ସେ ବୀଣା ବଜାଇବି, ତେବେ ମୋ ଛାତି ଫାଟିଯିବ । ତେଣୁ ମୁଁ ତାକୁ ଯମାରୁ ବଜାଏ ନାହିଁ । ତୁ କିନ୍ତୁ ବଜାଇବୁ । ବୀଣା ତାରରେ ହାତ ଦେବା ମାତ୍ରେ ସେ ପରୀହିଁ ବଜାଇବାକୁ ବାଧ୍ୟ ହେବ । ଅପରୂପ ସଂଗୀତ ବାହାରିବ । ଖାଲି ଗୋଟିଏ ସର୍ତ୍ତ: ମଧ୍ୟ ରାତ୍ରି ପରେ ତୁ ସେହି ବୀଣାକୁ କେବେବି ହେଲେ ବଜାଇବୁ ନାହିଁ । ସେପରି କଲେ ତହିଁରୁ ପରୀ ଖସି ପଳାଇବ ।”

ଏକଥା କହିବାର ଖୁବ୍ ଅଳ୍ପ ସମୟ ପରେ ଶମ୍ଭୁଦାସ ପରଲୋକଗମନ କଲେ । ତାଙ୍କ ଶୁଦ୍ଧି କାର୍ଯ୍ୟ ଶେଷ ହେବା ପରେ ବିଜୟ ଦିନେ ସନ୍ଧ୍ୟାରେ ସେହି ବୀଣାକୁ ଧରି ବସିଲା । ବାସ୍ତବିକ, ତା ଅଙ୍ଗୁଳି ତାରରେ ଲାଗିବା ମାତ୍ରେ ଅପୂର୍ବ ସଂଗୀତର ଝଙ୍କାର ନିର୍ଗତ ହେଲା । ସେ କିଛି ସମୟ ବଜାଇ ବୀଣା ରଖିଦେଲା ।
ବୀଣାର ମାଧୁର୍ଯ୍ୟରେ ସେ ଏତେ ମୁଗ୍ଧ ହେଲା ଯେ ସେପରି ରାତିରେ ବଜାଇଲେ ସେ ଯେ ନିଶ୍ଚୟ ଅତ୍ୟନ୍ତ ବିଖ୍ୟାତ ସଂଗୀତକାର ଭାବରେ ସମ୍ମାନିତ ହେବ, ଏ ବିଷୟରେ ତା’ର ଆଉ କୌଣସି ସନ୍ଦେହ ରହିଲା ନାହିଁ । ସେ ଅନେକ ସମୟ ଚୁପ୍ଚାପ୍ ବସିରହି ଚିନ୍ତା କଲା । ତା’ପରେ ସେ ଗୋଟିଏ ବିଶେଷ ସିଦ୍ଧାନ୍ତ ନେଲା ଓ ମଧ୍ୟରାତ୍ର ପର୍ଯ୍ୟନ୍ତ ଅପେକ୍ଷା କଲା ।

ସେ ପୁଣି ମଧ୍ୟ ରାତ୍ରରେ ବୀଣାଟି ହାତକୁ ନେଲା । ସଙ୍ଗେ ସଙ୍ଗେ ସେ ଗୋଟିଏ ମଧୁର ହାସ୍ୟ ଶୁଣିଲା ଓ ପରୀର ରୂପ ଦେଖିଲା ।

ପରୀ ପଚାରିଲା “ଧନ୍ୟବାଦ । କିନ୍ତୁ ତମେ ଜାଣି ଜାଣି ମୋତେ ଛାଡି ଦେଲ ନା ଦୈବାତ୍ ଏମିତି ଭୁଲ୍ କରି ମଧ୍ୟ ରାତ୍ରରେ ବୀଣା ବଜାଇଲ?”

ବିଜୟ କହିଲା “ନା, ନା, ମୁଁ ଜାଣି ଜାଣି ତୁମକୁ ଛାଡିଦେଲି । ତୁମେ ବନ୍ଦିନୀ ହୋଇ ରୁହ, ଏକଥା ମୁଁ କେବେବି ଚାହେଁନା ।”

ପରୀ ପଚାରିଲା “ବଡ ଆଶ୍ଚର୍ଯ୍ୟର କଥା ତ! ତମେ ବହୁତ ମହତ୍ ପିଲା ଦେଖୁଛ! ସଙ୍ଗୀତଜ୍ଞ ଭାବରେ ଜଗତ୍ବିଖ୍ୟାତ୍ ହେବାକୁ ତମର ଅଭିଳାଷ ନାହିଁ?”

ବିଜୟ କହିଲା “ନା, ତମକୁ ବନ୍ଦିନୀ କରି ରଖି କଷ୍ଟ ଦେଇ ଜଗତ୍ବିଖ୍ୟାତ୍ ହୋଇ ମୁଁ କୌଣସି ଆନନ୍ଦ ପାଇବି ନାହିଁ । ବରଂ ମୁଁ ସର୍ବଦା ଗ୍ଳାନି ଅନୁଭବ କରିବି ।”

ପରୀ ଆନନ୍ଦରେ ଚାଲିଗଲା ।

ବିଜୟ ଦୀର୍ଘନିଃଶ୍ୱାସ ଛାଡିଲା ।

ପରଦିନ ବିଜୟ ବୀଣାକୁ ବିକ୍ରି କରିଦେବା ନିମନ୍ତେ ମନେ ମନେ ସ୍ଥିର କରି ଆଉ ଥରେ ବୀଣାକୁ ବଜାଇବା ମାତ୍ରେ ତହିଁରୁ ଅଦ୍ଭୁତ ସୁନ୍ଦର ସଙ୍ଗୀତ ବାହାରିଲା । ସେ ଆଶ୍ଚର୍ଯ୍ୟ ହେଲା । ସଙ୍ଗେ ସଙ୍ଗେ ମଧୁର କଣ୍ଠସ୍ୱରରେ ପରୀର କଥା ଶୁଭିଲା: “ବର୍ତ୍ତମାନ ମୁଁ ମୁକ୍ତ । କିନ୍ତୁ ତମେ ଯେତେବେଳେବି ବୀଣା ବଜାଇବ, ମୋ ନିଜ ଇଚ୍ଛାରେ ମୁଁ ଆସି ତମପାଇଁ ବଜାଇବି । ତମ ଦୟା ପ୍ରତି ଏହାହିଁ ମୋର ପ୍ରତିଦାନ ହେବ ।”

ବିଜୟ ପରୀକୁ ଧନ୍ୟବାଦ ଦେଲା । ସେ ଅଦ୍ଭୁତ ଶକ୍ତିଶାଳୀ ବୀଣାବାଦକ ହିସାବରେ ବେଶ୍ ଖ୍ୟାତିଲାଭ କଲା ।

New odia story Odia Gapa ODia Stoey
Share. Facebook Twitter Pinterest LinkedIn Tumblr Reddit Email
Previous Articleବୁଦ୍ଧି ଓ ସିଦ୍ଧି
Next Article ଶିବ ପୁରାଣ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.