• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ପାପ
ଗଳ୍ପ

ପାପ

Liza SBy Liza SDecember 29, 2022No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Odia-Short-StoryPapa
Odia-Short-StoryPapa
Share
Facebook Twitter Pinterest Reddit Email

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅ ମଧ୍ୟରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଉକ୍ତ ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ନିଜ କାନ୍ଧରେ ପକାଇ ସେହି ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ରାଜା, ଏପର୍ଯ୍ୟନ୍ତ ତୁମର ସମସ୍ତ ପ୍ରକାର କଷ୍ଟ ଓ ପ୍ରଚେଷ୍ଟା ବିଫଳ ହୋଇଛି । ତଥାପି ତମେ କାହିଁକି ଏପରି କଷ୍ଟ ସହ୍ୟ କରୁଛ, କେଉଁ ପୁଣ୍ୟ ଲାଭ ଆଶାରେ? କିନ୍ତୁ ବେଳେ ବେଳେ ଆମର ପୁଣ୍ୟ କାର୍ଯ୍ୟ ମଧ୍ୟ ପାପରେ ବଦଳି ଯାଇ ପାରେ । ସେ ବିଷୟରେ ମୁଁ ତୁମକୁ ରାଜା ଚନ୍ଦ୍ରସେନଙ୍କ ସମ୍ପର୍କରେ ଗଳ୍ପଟିଏ କହିବି । ମନଦେଇ ତାହା ଶୁଣ – ଫଳରେ ତମ ଶ୍ରମଭାର କିଛିଟା ଲାଘବ ହେବ ।” ଏହାପରେ ସେ ବେତାଳ କହିବାକୁ ଆରମ୍ଭ କଲା –

ପୁରାକାଳରେ ରାଜା ଚନ୍ଦ୍ରସେନ ଉଜ୍ଜୟିନୀ ରାଜ୍ୟରେ ରାଜତ୍ତ୍ୱ କରୁଥା’ନ୍ତି । ତାଙ୍କର ମନ ସର୍ବଦା କବି ପଣ୍ଡିତଙ୍କ ପ୍ରତି ଆଦର ଓ ସମ୍ମାନରେ ପୂର୍ଣ୍ଣ ଥିଲା । ତେଣୁ ତାଙ୍କ ଦରବାରରେ ଅନେକ ପଣ୍ଡିତ ଓ କବି ରହିଥିଲେ । ଥରେ କାଶୀରୁ ଆଗତ ଶ୍ରୀଦତ ନାମରେ ଜଣେ ପଣ୍ଡିତ ସେ ରାଜାଙ୍କୁ ଦେଖା କରିବାକୁ ଚାହିଁଲେ । ରାଜା ତାଙ୍କୁ ଦରବାରକୁ ଡକାଇଲେ । ସେ ତାଙ୍କର କବିତା ଚାତୁରୀ ଦ୍ୱାରା ଦରବାରରେ ସମସ୍ତଙ୍କୁ ମୁଗ୍ଧ କରିଦେଲେ । ରାଜା ତାଙ୍କୁ ଅତି ଆନନ୍ଦରେ ଆଲିଙ୍ଗନ କଲେ ଓ ନିଜ ଗଳାରୁ ରତ୍ନ ମାଳାଟିଏ କାଢି ସେ କବିଙ୍କୁ ତାହା ପିନ୍ଧାଇ ଦେଲେ ।ଶ୍ରୀଦତ ରାଜାଙ୍କଠାରୁ ବିଦାୟ ନେଇ କାଶୀ ଫେରିଗଲେ । ରାସ୍ତାରେ ଜଣେ ଡକାୟତ ସେ ରତ୍ନମାଳା ଲୋଭରେ ତାଙ୍କୁ ମାରି ତାଙ୍କର ସର୍ବସ୍ୱ ଲୁଟିନେଲା । କିନ୍ତୁ ରାଜାଙ୍କର ଗୁପ୍ତଚରମାନେ ସେ ଡକାୟତକୁ କୌଣସି ମତେ ଧରି ଆଣି ତାକୁ ରାଜାଙ୍କ ପାଖରେ ପହଁଚାଇଲେ । ଶ୍ରୀଦତର ମୃତ୍ୟୁରେ ସେ ରାଜା ଏତେ ଦୁଃଖିତ ହୋଇଥିଲେ ଯେ ତାଙ୍କ ମନରେ ବହୁତ ଅନୁତାପ ହେଲା । ସେ ସେହି ହତ୍ୟାକାରୀକୁ ମୃତ୍ୟୁଦଣ୍ଡର ଆଦେଶ ଦେଲେ ।

କିନ୍ତୁ ସେହିଦିନଠାରୁ ସେ ରାଜାଙ୍କ ମନ ବଡ ଅଶାନ୍ତି ପୂର୍ଣ୍ଣ ହେଲା । କାରଣ ତାଙ୍କ ମନରେ ଏପରି ଏକ ଚିନ୍ତା ଆସିଲା ଯେ, ଯେପରିକି ପରୋକ୍ଷ ଭାବରେ ଶ୍ରୀଦତର ମୃତ୍ୟୁର କାରଣ ସ୍ୱୟଂ ସେହିଁ । ରାଜା ଭାବିଲେ ଶ୍ରୀଦତକୁ ତ ସେ ଉପହାର ସ୍ୱରୂପ ରତ୍ନହାରଟି ଦେଇଥିଲେ । ହେଲେ କାଳକ୍ରମେ ତାହାହିଁ କାଳସର୍ପ ହୋଇ ତାକୁ ଦଂଶନ କଲା । ଏପରି ଭାବି ଭାବି ତାଙ୍କ ମନ ବଡ ଉଦାସ ହୋଇଯାଏ । ସେ ଆଉ ତାଙ୍କ ରାଜକାର୍ଯ୍ୟରେ ଆଦୌ ମନଦେଇ ପାରିଲେ ନାହିଁ । ଆତ୍ମଗ୍ଳାନି ଯୋଗୁଁ ସେ ବହୁତ ମାନସିକ କଷ୍ଟ ଭୋଗିଲେ ଓ ଶେଷକୁ ସେ ଶଯ୍ୟାଶାୟୀ ମଧ୍ୟ ହେଲେ । ରାଜବୈଦ୍ୟମାନେ ବହୁତ ଚେଷ୍ଟା କଲେ, କିନ୍ତୁ ରାଜାଙ୍କ ମନ ଯେତେବେଳେ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡୁଥିଲା ସେତେବେଳେ ସେମାନେ ନାଚାର ଥିଲେ ।

ଏପରି ଏକ ସମୟରେ ଦିନେ ତାଙ୍କ ମନ୍ଦିରକୁ ଜଣେ ସନ୍ନ୍ୟାସୀ ଆସିଲେ । ରାଣୀ ଓ ମହାମନ୍ତ୍ରୀ ତାଙ୍କୁ ଦେଖାକରି ରାଜାଙ୍କର ଏଭଳି ଅବସ୍ଥା ବିଷୟରେ କହିଲେ ଓ ତାଙ୍କୁ ଭଲ କରିଦେବା ପାଇଁ ବିନୀତ ଅନୁରୋଧ ବି କଲେ । ତା’ପରେ ସେ ସନ୍ନ୍ୟାସୀ ଜଣକ ରାଜାଙ୍କ ଶୟନକକ୍ଷକୁ ଗଲେ । ରାଜା କେବଳ ଏକ କଂକାଳସାର ଶରୀର ନେଇ ଶଯ୍ୟା ଉପରେ ସେମିତି ପଡିଥା’ନ୍ତି । ରାଜାଙ୍କର ଏଭଳି ଅବସ୍ଥା ଦେଖି ସନ୍ନ୍ୟାସୀଙ୍କର ବଡ ଦୟା ହେଲା । ସେ ରାଜାଙ୍କ ଶଯ୍ୟାରେ ବସିଗଲେ ଓ ତାଙ୍କ ମଥାକୁ ଧୀରେ ଧୀରେ ସ୍ନେହରେ ଆଉଁସି ଦେଉ ଦେଉ କହିଲେ, “ବତ୍ସ, ତମେ ଜଣେ କ୍ଷତ୍ରିୟ । ନିଜ ମନକୁ ଏପରି ଭାବେ ଦୁର୍ବଳ କରିବା ତୁମକୁ ମୋଟେ ଶୋଭା ଦେଉ ନାହିଁ । ରଣଭୂମିରେ ତମେ ପରା ହଜାର ହଜାର ସୈନ୍ୟଙ୍କୁ ବିନାଶ କରିଛ; କାହିଁ ସେମାନଙ୍କ ପାଇଁ ତ ତମେ କେବେ ହେଲେବି ଦୁଃଖ କରିନାହଁ! ଆଉ ଯଦି ଜଣେ ଡାକୁ ତା’ର ରାକ୍ଷସ ବୁଦ୍ଧିରେ ଶ୍ରୀଦତଙ୍କୁ ହତ୍ୟା କରିଦେଲା ତେବେ ତା’ର ଦାୟିତ୍ୱ ତୁମ ଉପରେ ଦେଲା କିଏ? ତୁମେ ସେହି ଡାକୁକୁ ମୃତ୍ୟୁଦଣ୍ଡ ଦେଲ, ତୁମର କର୍ତ୍ତବ୍ୟ ସେଇଠି ଶେଷ । ତା’ପରେ ତମେ ପୁଣି ଏ ଦୁଃଖ କାହିଁକି ନିଜ ଉପରକୁ ଆଣି ଅଯଥା କଷ୍ଟ ସହୁଛ?”

“ମୁଁ ଜାଣେନାହିଁ, ମହାଶୟ, ଏଭଳି କିପରି ହେଲା? ମୋତେ ଲାଗୁଛି ମୁଁ ଯେପରି ଅଭିଶାପଗ୍ରସ୍ତ । ଯାହା କିଛି କଲେ ମଧ୍ୟ ମୋ ମନ ଅସୁସ୍ଥ ।” ଏକଥା ଶୁଣି ସେ ସନ୍ନ୍ୟାସୀ ଟିକିଏ ନୀରବ ରହିବା ପରେ କହିଲେ, “ମୁଁ ଯଦି ମୋର ତପଶକ୍ତି ଦ୍ୱାରା ଶ୍ରୀଦତକୁ ପୁନଃ ଜୀବିତ କରିଦେବି, ତେବେ ତୁମେ ତୁମର ମନର ଶାନ୍ତି ପୁଣିଥରେ ଫେରି ପାଇବ କି? ଭାବିଚିନ୍ତି କୁହ ।”ସନ୍ନ୍ୟାସୀଙ୍କ କଥା ଶୁଣି ସେ ରାଜାଙ୍କ ଚେହେରା ହଠାତ୍ ବଦଳିଗଲା । ସେ ଖୁସି ହୋଇଗଲେ ଓ ପରେ ଦୁଃଖିତ ହୋଇ କହିଲେ, “ମହାତ୍ମା, କ’ଣ ଆପଣ ସେ ଡାକୁକୁ ମଧ୍ୟ ବଂଚାଇ ଦେଇ ପାରିବେ? ଯଦି ପାରିବେ ତ ମୋର ବଡ ଉପକାର ହେବ ।”

ସନ୍ନ୍ୟାସୀ କହିଲେ “ବତ୍ସ, ମୋର ତପଶକ୍ତି ଦ୍ୱାରା ମୁଁ ମାତ୍ର ଜଣକୁହିଁ ବଂଚାଇ ପାରିବି ।”ସନ୍ନ୍ୟାସୀଙ୍କ ଉତ୍ତର ଶୁଣି ରାଜା ଦୀର୍ଘ ନିଶ୍ୱାସ ପକାଇ କହିଲେ, “ଯଦି ଏପରି କଥା ହୁଏ ତେବେ ବରଂ ଶ୍ରୀଦତ ଜୀବିତ ହେବା କିଛିବି ଦରକାର ନାହିଁ । ଜାଣିଶୁଣି ମୁଁ କାହିଁକି ମୋର ପାପ ବଢାଇବି?”ବେତାଳ ତା’ କାହାଣୀଟି ଶୁଣାଇ ସାରି ରାଜାଙ୍କୁ ପ୍ରଶ୍ନ କଲା, “ରାଜନ୍, ତୁମକୁ ରାଜା ଚନ୍ଦ୍ରସେନ୍ଙ୍କ ବ୍ୟବହାର ଟିକେ ଆଶ୍ଚର୍ଯ୍ୟକର ମନେ ହେଉନାହିଁ? ଶ୍ରୀଦତକୁ ଜୀବିତ କରିବାକୁ ରାଜା ମନାକଲେ କାହିଁକି? ପୁଣି ସେ କାହିଁକି ବା ଡାକୁର ଜୀବନ ପାଇଁ ପ୍ରାର୍ଥନା କଲେ? ସେ କାହିଁକି ଭାବିଲେ ଯେ ଶ୍ରୀଦତ ବଂଚିଲେ ତାଙ୍କର ପାପ ବଢିବ? ଏସବୁ ପ୍ରଶ୍ନର ଉତ୍ତର ଜାଣିକିବି ତମେ ଯଦି କିଛି ନ କହିବ ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”

ବେତାଳର କଥା ଶୁଣି ରାଜା ବିକ୍ରମ କହିଲେ, “ରାଜା ଚନ୍ଦ୍ରସେନଙ୍କର ଯେପରି ତାର୍କିକ ବୁଦ୍ଧି ଥିଲା, ଠିକ୍ ସେହିପରି ତାଙ୍କର ବିବେକ ବୁଦ୍ଧି ମଧ୍ୟ ଥିଲା । ରାଜା ଯଦି ସେ ସନ୍ନ୍ୟାସୀକୁ କହି ଶ୍ରୀଦତକୁ ଜୀବିତ କରନ୍ତି ତେବେ ଶ୍ରୀଦତ ଯୋଗୁଁ ମରିଥିବା ଡାକୁର ସମ୍ପୂର୍ଣ୍ଣ ପ୍ରାଣଦଣ୍ଡର ପାପ ରାଜାଙ୍କୁ ବହନ କରିବାକୁ ହେବ । ପୁଣି ସନ୍ନ୍ୟାସୀଙ୍କ ତପୋବଳ ମଧ୍ୟ ନଷ୍ଟ କରିବାର ପାପ ତାଙ୍କୁହିଁ ବହନ କରିବାକୁ ହେବ । କାରଣ ଫଳ ହେବ ଶ୍ରୀଦତ ବଂଚିଲେ ଡାକୁର ପ୍ରାଣଦଣ୍ଡର କୌଣସି ବି ଅର୍ଥ ନାହିଁ; ତେଣୁ ତାହା ସାଧାରଣ ହତ୍ୟା ସହିତ ସମାନ ହେବ । ପୁଣି ସନ୍ନ୍ୟାସୀଙ୍କର ଶକ୍ତିଶାଳୀ ତପୋବଳ ବି ନଷ୍ଟ ହେବ । ତାଙ୍କରି ଉପରେ ସବୁ ପଡିବ । ତେଣୁ ଯାହା ଘଟୁଛି ତାହା ଭଗବାନ୍ଙ୍କ ଇଚ୍ଛାରେ ଘଟିଛି ବୋଲି ଭାବି ସେ ଚୁପ୍ ରହିଲେ ।”କିନ୍ତୁ ବେତାଳର ଉତ୍ତର ଦେବାକୁ ଯାଇ ରାଜା ବିକ୍ରମଙ୍କର ମୌନଭଙ୍ଗ ହେବା ମାତ୍ରେ ପୂର୍ବ ସର୍ତ୍ତ ଅନୁଯାୟୀ ଶବ ସହ ବେତାଳ ରାଜାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ବୃକ୍ଷ ଡାଳରେ ଝୁଲି ପଡିଲା ।

New odia story New Story Papa Odia New story
Share. Facebook Twitter Pinterest LinkedIn Tumblr Reddit Email
Previous Articleଚିକିତ୍ସା
Next Article ଆନ୍ତର ସୌନ୍ଦର୍ଯ୍ୟ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.