• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ପାପପୁଣ୍ୟ
ଗଳ୍ପ

ପାପପୁଣ୍ୟ

Liza SBy Liza SFebruary 17, 2023No Comments6 Mins Read
Facebook Twitter Pinterest Reddit LinkedIn Tumblr Email
Papa-Punya
Papa-Punya
Share
Facebook Twitter Pinterest Reddit Email

ସୁରଦାସ ବହୁତ ବଡ ଦାନୀ ଥିଲେ । ଗଙ୍ଗା ନଦୀର ଉପତ୍ୟକାରେ ଥିବା ତାଙ୍କର ଜମି ବଡ ସରସ । ଦୂର ଗ୍ରାମରୁ ଲୋକେ ତାଙ୍କର ଜମିସବୁ ଚାଷ କରିବାକୁ ଆସନ୍ତି । ସେମାନଙ୍କର ଅଧିକ ଆକର୍ଷଣ କାମ ଓ ମଜୁରୀ ଅପେକ୍ଷା ସୁରଦାସଙ୍କ ଅନ୍ନଦାନ ପ୍ରତି ଥାଏ । କାହିଁକିନା ସୁରଦାସ ଗରୀବ, ଦୁଃଖୀ ଶ୍ରମିକ ମାନଙ୍କୁ ଅନ୍ନଦାନ ଦିଅନ୍ତି ।ସେ ଶ୍ରମିକମାନଙ୍କୁ କହନ୍ତି, “ସଙ୍କୋଚ କର ନାହିଁ, ଆରାମ୍ରେ ଖାଅ; ଶ୍ରମ ତ ପେଟ ପାଇଁ କରୁଚ । ପେଟ ଭରି ଶାନ୍ତିରେ ଖାଅ । ତୁମମାନଙ୍କୁ ଖାଦ୍ୟ ଦେବାରେ ମୋର ଏମିତି କିଛି ନଷ୍ଟ ହୋଇଯିବ ନାହିଁ ।” କେହି ତୀର୍ଥଯାତ୍ରୀ ବା ପଥିକ ରାତିରେ ହଠାତ୍ ଆସି ପହଁଚିଲେ ସୁରଦାସ ତାଙ୍କର ଅତି ଆଦରର ସହିତ ଯଥାର୍ଥ ସତ୍କାର କରନ୍ତି ।ଦିନେ ନୀଳକଣ୍ଠ ନାମକ ଜଣେ ଧନୀ ବଳଦଗାଡିରେ ସେଇ ଗ୍ରାମ ମଧ୍ୟ ଦେଇ ଯାଉଥିଲେ । ବାଟରେ ସୂର୍ଯ୍ୟାସ୍ତ ହୋଇଗଲା, ଏଣେ ଲକ୍ଷସ୍ଥଳ ବହୁତ ଦୂର । ତେଣୁ ସେ ରାତିଟା ଏଠାରେ ରହିଯିବା ପାଇଁ ମନସ୍ଥ କଲେ । ସେ ଗାଡିବାଲାକୁ କହିଲେ, “ଯାଇ ବୁଝିଆସ, ଏଠାରେ ରହିବା ପାଇଁ ଓ ଖାଇବା ପାଇଁ କେଉଁଠି ବ୍ୟବସ୍ଥା କରାଯାଇ ପାରିବ ।”ତହୁଁ ସେ ଗାଡିବାଲା କହିଲା, “ବାବୁ, ଯେଉଁ ଗ୍ରାମରେ ସୁରଦାସଙ୍କ ପରି ଦାନୀ ଅଛନ୍ତି, ସେଠାରେ ପୁଣି ଏସବୁ ଚିନ୍ତା କରିବାର କୌଣସି ପ୍ରୟୋଜନହିଁ ନାହିଁ । ଆମେ ତ ଏବେ ସେଇଠାକୁହିଁ ଯିବା ।”

ନୀଳକଣ୍ଠ ବାଧ୍ୟହୋଇ ସେଠାକୁ ଗଲେ । ସେତେବେଳେ କବାଟ ବନ୍ଦ ଥିଲା । ତେଣୁ ଦୁଆରରେ ପଡିଥିବା ଚଉକି ଉପରେ ଯାଇ ସେ ବସିପଡିଲେ । କିଛି ସମୟ ପରେ ସୁରଦାସ ବାହାରକୁ ଆସିବାରୁ, ତାଙ୍କୁ ନୀଳକଣ୍ଠ କହିଲେ, “ମୋ ପାଇଁ ଓ ମୋ ଗାଡିବାଲା ପାଇଁ, ଭୋଜନ ଦରକାର ଓ ରାତ୍ରିଟି କଟାଇବା ପାଇଁ ସ୍ଥାନ । ପଇସା ପାଇଁ ଭାବିବ ନାହିଁ । ସ୍ୱାଦିଷ୍ଟ ଖାଦ୍ୟ ଦରକାର । ମୋ ନାମ ନୀଳକଣ୍ଠ । ମୁଁ ବିଷ୍ଣୁପୂର ଜମିଦାରଙ୍କର ନିକଟ ସମ୍ପର୍କୀୟ; ଏଣୁ ଭୋଜନ ମୋର ଯୋଗ୍ୟ ହେବା ଦରକାର ।”ସୁରଦାସ ନୀଳକଣ୍ଠଙ୍କ କଥାରେ ମନେ ମନେ ଅତ୍ୟନ୍ତ ଚିଡିଗଲେ କିନ୍ତୁ ବାହାରେ ସେ ଅଳ୍ପ ହସି କହିଲେ, “ମୋ ଦୃଷ୍ଟିରେ ତ ମୋ ଘରକୁ ଆସୁଥିବା ସବୁ ଅତିଥି ବିଷ୍ଣୁ ଭଗବାନଙ୍କ ସହ ସମାନ ଅଟନ୍ତି । ତେଣକି ସେ ଧନୀ ହେଉ ବା ଦରିଦ୍ର ହେଉ । ଏକାଠି ବସି ପରଂବ୍ରହ୍ମରୂପ ଅନ୍ନଭୋଜନ କରୁଥିବାର ଦେଖି ମୋର ଅପାର ଆନନ୍ଦ ହୁଏ । ମନେହୁଏ ମୋର ଜୀବନ ଧନ୍ୟ ହୋଇଗଲା । ମୋ ବାପା, ଜେଜେବାପା ମୋଲାଗି ବହୁତ ସମ୍ପତ୍ତି ରଖିଯାଇଛନ୍ତି । କିନ୍ତୁ ମୁଁ ଯେପରି ସମସ୍ତଙ୍କୁ ଖୁଆଏ, ଆପଣଙ୍କୁ ମଧ୍ୟ ମୁଁ ଠିକ୍ ସେହିପରି ଖୁଆଇବି ।”

କ୍ଷୁଧା ଆପଣଙ୍କର ଓ ଗାଡିବାଲାର ସମାନ ପ୍ରକାରର; କ୍ଷୁଧାରେ ଯଦି କୌଣସି ଉଚ୍ଚନୀଚ୍ଚ ନାହିଁ, ତେବେ ଖାଦ୍ୟରେ ମଧ୍ୟ ଭିନ୍ନତା ନାହିଁ । ମୋ ଘରେ ଅନ୍ନ ବିକ୍ରି କରାଯାଏ ନାହିଁ; ଅନ୍ନଦାନ ଦିଆଯାଏ । ନିଜର ଧନମାନ ଭୁଲି ସମସ୍ତେ ଏକାଠି ବସି ନିତ୍ୟ ଭୋଜନ କରନ୍ତି । ପାଦ ଧୋଇ ଭୋଜନ କରିବାକୁ ଆସନ୍ତୁ ।”ସୁରଦାସଙ୍କର ଧର୍ମବୁଦ୍ଧି ଓ ଦାନଗୁଣକୁ ଦେଖି ନୀଳକଣ୍ଠ ନିଜର ଅହଙ୍କାରପୂର୍ଣ୍ଣ ବ୍ୟଙ୍ଗ ଯୋଗୁଁ ଲଜ୍ଜିତ ହୋଇ କହିଲେ, “ଆପଣଙ୍କ ପରି ଦାନୀଙ୍କର ମୁଁ କ’ଣ କେବେବି ସମକକ୍ଷ ହୋଇପାରିବି? ମୋତେ କ୍ଷମା କରନ୍ତୁ ।”ପରେ ସେ ପେଟଭରି ଖାଇଲେ ଓ ସାଙ୍ଗରେ ଖାଇ ବସିଥିବା ଗାଡିବାଲାକୁ କହିଲେ, “କିଛି ସମୟ ପାଇଁ ଭୁଲିଯାଅ ଯେ ମୁଁ ମାଲିକ ଆଉ ତୁମେ ଗାଡିବାଲା ।” ଗାଡିବାଲାର ଖାଇବା ଶେଷ ନ ହେବା ପର୍ଯ୍ୟନ୍ତ ଧନୀ ମଧ୍ୟ ସେଠାରେ ସେମିତି ବସି ରହିଥା’ନ୍ତି ।

ପରଦିନ ସକାଳୁ ନୀଳକଣ୍ଠ ସୁରଦାସଙ୍କୁ ନିଜର କୃତଜ୍ଞତା ଜଣାଇଲେ ଓ ଗାଡିରେ ବସି ଲକ୍ଷ୍ୟ ସ୍ଥଳକୁ ବାହାରି ପଡିଲେ । ଗାଡି ଗ୍ରାମର ବାହାରେ ଆସି ନଦୀବନ୍ଧ ଉପରେ ଚାଲୁଥିଲା ବେଳେ ଗାଡିବାଲା ମୁଣ୍ଡରେ ଏକ ଦୁର୍ବୁଦ୍ଧି ଦେଖାଦେଲା, ସେ ଗାଡି ବନ୍ଦ କରି ନୀଳକଣ୍ଠଙ୍କୁ ଓହ୍ଲାଇବାକୁ କହିଲା । ନୀଳକଣ୍ଠ ଏହାର ଅର୍ଥ କିଛି ବି ବୁଝିପାରିଲେ ନାହିଁ; ତେଣୁ ଶେଷକୁ ବାଧ୍ୟ ହୋଇ ସେ ଓହ୍ଲାଇଲେ । ଗାଡିବାଲା ଗର୍ଜନ କରି କହିଲା, “ମୁଁ କାହାର ଚାକର ହୋଇ ରହିବାକୁ ଚାହେଁ ନାହିଁ, ତୁମ ପାଖରେ ଯେତେ ଧନ ଅଛି ଶୀଘ୍ର ବାହାର କର ।ନୀଳକଣ୍ଠ ଡରି ଡରି କହିଲେ, “ଚୋରୀ ଧନ ବହୁତ ଶୀଘ୍ର ଶେଷ ହୋଇଯାଏ । ଆଉ ତୁ ଯଦି ଏହି ଧନକୁ ନେଇ ଧନୀ ହୋଇଯିବାକୁ ଭାବୁଛୁ, ତେବେ ତାହା ତୋର ଭ୍ରମ । ତୁ ଘରକୁ ଫେରି ଧର୍ମମାର୍ଗରେ ଧନ ଉପାର୍ଜନ କର । ସେଥିପାଇଁ ତୁ ଯେତେ ଧନ ଚାହିଁବୁ ମୁଁ ଦେବି ।” କିନ୍ତୁ ସେତେବେଳକୁ ଦୁରାଶା ନାମକ ପିଶାଚ ଗାଡିବାଲା ଉପରେ ସବାର ହୋଇସାରିଲାଣି । ତେଣୁ ସେ ଏସବୁ କଥା ମୋଟେ ଶୁଣିଲା ନାହିଁ । ନୀଳକଣ୍ଠଙ୍କ ଠାରୁ ଜୋର୍ କରି ସମସ୍ତ ଧନ ଲୁଟି ନେଇ ତାଙ୍କୁ ସେ ନଦୀରେ ଠେଲି ପକାଇ ଦେଲା ।

କିଛି ଦିନ ପରେ ସେ ସହରକୁ ଯାଇ ଜଣେ ଜମିଦାରଙ୍କ ସହିତ ବ୍ୟବସାୟ କଲା । ଫଳରେ ଖୁବ୍ ଅଳ୍ପଦିନରେ ସେ ଧନୀ ହୋଇଗଲା । ସହରର ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ମଧ୍ୟରୁ ସେ ଜଣେ ହୋଇ ରହିଥାଏ ।କିନ୍ତୁ ଧୀରେ ଧୀରେ ତା’ର କୃତକର୍ମ ପ୍ରତି ଭୟ ଆସିଲା । ତେଣୁ ପ୍ରତିଦିନ ସେ ଦୁଇଜଣ ଦରିଦ୍ର ଲୋକଙ୍କୁ ଡାକି ଖୁଆଏ । ସେ ଭାବୁଥାଏ ଯେ ଏଥିରୁ ଯେଉଁ ପୁଣ୍ୟ ହେବ ସେଥିରେ ମୋର କୃତ ପାପ କଟିଯିବ ।ତେଣେ ନୀଳକଣ୍ଠ ନଦୀରେ ପଡି ମରିଗଲେ ଓ ପିଶାଚ ହୋଇଗଲେ । ସେ ସର୍ବଦା ଭାବୁଥାନ୍ତି କିପରି ଶୀଘ୍ର ଗାଡିବାଲା ଉପରେ ପ୍ରତିଶୋଧ ନେବେ । ପିଶାଚ ରୂପୀ ନୀଳକଣ୍ଠ ଆସି ସେହି ସହରରେ ପହଁଚିଲେ । ସେ ଦେଖିଲେ ଗାଡିବାଲା ବଡ ବୈଭବ ସହ ଜୀବନ ବିତାଉଛି । ତାକୁ ଦେଖି ସେ ଅତ୍ୟନ୍ତ କ୍ରୋଧରେ ଜଳିଗଲେ । ସେତେବେଳେ ସେ ଗାଡିବାଲା ମୂଲ୍ୟବାନ୍ ପୋଷାକ ପିନ୍ଧି ଜମିଦାରଙ୍କ ନିକଟରେ ଉଚ୍ଚ ଆସନରେ ବସିଛି । ଏବଂ ସମସ୍ତେ ମିଶି ପିଶାଚମାନଙ୍କ ଦୁଷ୍ଟାମୀ ବିଷୟରେ କଥା ହେଉଛନ୍ତି । ସେଠାରେ ଉପସ୍ଥିତ ଥିବା ଲୋକେ ସେମାନଙ୍କର ମତ ପ୍ରକାଶ କରୁଥିଲେ ।ନୀଳକଣ୍ଠ ଦେଖିଲେ ଏହାହିଁ ଉପଯୁକ୍ତ ସମୟ । ଦେଖୁ ଦେଖୁ ସେ ଯାଇ ଗାଡିବାଲା ମଧ୍ୟରେ ପ୍ରବେଶ କଲେ । ଗାଡିବାଲା ହଠାତ୍ ଉଠି ପଡି ହାତ ପାଦ ଛିଂଚାଡି, ଚିତ୍କାର କରି କହିଲା, “ଦେଖ, ପିଶାଚ ଆସିଗଲା । ମୋତେ ତା’ଠାରୁ ରକ୍ଷାକର, ମରିଗଲି ରେ ।”

ପ୍ରଥମେ ଉପସ୍ଥିତ ଲୋକେ ଏହାକୁ ଅଭିନୟ ଭାବି ବଡ ଆନନ୍ଦ ଉପଭୋଗ କରୁଥିଲେ । କିନ୍ତୁ କିଛି ସମୟ ପରେ ସମସ୍ତେ ଡରିଗଲେ । ଛାନିଆ ବି ହୋଇଗଲେ । ଜମିଦାରଙ୍କର ଭୂତବୈଦ୍ୟଙ୍କୁ ଡକା ହେଲା । ସେ ଆସି ମନ୍ତ୍ର ପଢିଲେ ଓ ପିଶାଚରୂପୀ ନୀଳକଣ୍ଠଙ୍କ ସହିତ କଥାବାର୍ତ୍ତା କଲେ । ଏଥର ସମସ୍ତେ ଜାଣିଲେ କି ସେ ଗାଡିବାଲା ନୀଳକଣ୍ଠଙ୍କ ଉପରେ କେତେଯେ ଅକଥନୀୟ ଅତ୍ୟାଚାର କରିଛି ।ଭୂତବୈଦ୍ୟ କହିଲେ, “ହେ ପିଶାଚ, ଏବେ ତ ସମସ୍ତକଥା ଜଣାପଡିଲାଣି । ତୁମେ ଗାଡିବାଲାକୁ ଛାଡିଚାଲିଯା । ଆମେ ତାକୁ ଦଣ୍ଡ ଦେବୁ ।”ଏକଥା ଶୁଣି ପିଶାଚ ହସି ହସି କହିଲା, “ଏହି ଦୁଷ୍ଟର ଶରୀର ମୋତେ ଦରକାର ନାହିଁ । ପିଶାଚ କବଳରୁ ମୁକ୍ତ ହେବାର ମାତ୍ର ଗୋଟିଏ ମାର୍ଗ ଅଛି । ସୁରଦାସ ଏଠାକୁ ଆସି ଏହାକୁ ଅନ୍ନଦାନ କରି ସେହି କାର୍ଯ୍ୟର ପୁଣ୍ୟ ମୋତେ ଦାନ ଦେଲେ ଯାଇ ମୁଁ ମୋକ୍ଷ ପାଇବି ।”ସୁରଦାସଙ୍କୁ ସେଠାକୁ ଅଣାଗଲା । ତାଙ୍କୁ ଦେଖିବା ମାତ୍ରେ ପିଶାଚ ବିନୟ ଭାବରେ କହିଲା, “ନମସ୍କାର, ମହାଶୟ, ଆପଣଙ୍କୁ ଏବେ ପ୍ରମାଣିତ କରିବାକୁ ହେବ ଯେ ଅପାତ୍ରକୁ ଅନ୍ନ ଖୁଆଇଲେ ମଧ୍ୟ ତାକୁ ଉତ୍ତମ ଦାନ ବୋଲି ଯେପରି ସମସ୍ତେ କହିବେ । ଗାଡିବାଲାକୁ ଅନ୍ନଦାନ କରିବାରେ ଯେଉଁ ପୁଣ୍ୟଫଳ ଆପଣଙ୍କୁ ମିଳିବ, ତାକୁ ମୋତେ ଦିଅନ୍ତୁ ଓ ଏହି ପିଶାଚ୍ ରୂପରୁ ମୋତେ ଯଥାଶୀଘ୍ର ମୁକ୍ତ କରାନ୍ତୁ ।”

ସୁରଦାସ କହିଲେ, “ମୁଁ ତ ଅନ୍ନଦାନର ମହିମା ବିଷୟରେ କିଛି ହେଲେ ମଧ୍ୟ ଜାଣେ ନାହିଁ । ସେ ଧନୀ ହେଉ ବା ଦରିଦ୍ର, ଚୋର ହେଉ ବା ଭିକାରୀ, କ୍ଷୁଧା ନିବୃତି କରିବା ଥିଲା ମୋର ପ୍ରଧାନ ଉଦ୍ଧେଶ୍ୟ । ଫଳର ପ୍ରତିକ୍ଷାରେ ମୁଁ କେବେହେଲେବି କାହାକୁ ଅନ୍ନଦାନ ଦେଇନାହିଁ । କିନ୍ତୁ ସତରେ ଯଦି ଅନ୍ନଦାନରେ କିଛିଟା ପୁଣ୍ୟ ଥାଏ, ତେବେ ତଦ୍ୱାରା ତମେ ନିଶ୍ଚୟ ମୁକ୍ତି ପାଇବ ।”ତାଙ୍କ କଥା ଶୁଣିସାରି ସେ ପିଶାଚ ବିନୟପୂର୍ବକ କହିଲା, “ଧର୍ମାତ୍ମା, କ୍ଷୁଧା ବଡ ଖରାପ । ତାହା ମଣିଷକୁ ପୂର୍ଣ୍ଣ ମାତ୍ରାରେ ଅବିବେକୀ କରିଦିଏ । ଆପଣ ନିଜର ପୁଣ୍ୟ ମୋତେ ଦେଇ ମୋତେ ରକ୍ଷା କରିଛନ୍ତି । ଆପଣଙ୍କ ଦାନର ମହିମା ସଂସାରରେ ପ୍ରଚାର କରିବା ପାଇଁ ହିଁ ମୁଁ ଏହି ମନୁଷ୍ୟ ଦେହରେ ପ୍ରବେଶ କରିଥିଲି । ଏଥର ମୋର କାମ ହୋଇଗଲା । ଏବେ ମୁଁ ଯାଉଛି ।”ପିଶାଚ ଚାଲିଯିବାରୁ ଗାଡିବାଲା ବେହୋସ ହୋଇ ତଳେ ପଡିଗଲା । କିଛି ସମୟ ପରେ ତା’ର ଚେତା ଆସିବାରୁ, ଯାହା ସବୁ ଘଟିଥିଲା ସବୁ କିଛି ଜଣା ପଡିଲା । ପଶ୍ଚାତାପରେ ସେ ଅତୀଶୟ ଭାଙ୍ଗିପଡିଲା; ସେ ନିଜର ସମଗ୍ର ଧନ ଜମିଦାରଙ୍କୁ ଦେଇ ଦେଲା ଓ ସୁରଦାସଙ୍କ ସହିତ ନିଜ ଗ୍ରାମକୁ ବାହୁଡି ଗଲା । ସେଠାରେ ଅନ୍ନଦାନରେ ସେ ସୁରଦାସଙ୍କୁ ସାହାଯ୍ୟ କଲା ।ଯେଉଁମାନେ ଆସନ୍ତି, ସେ ସେମାନଙ୍କୁ ଅନ୍ନଦାନର ମହିମା କହିଥାଏ । ସେ କହେ, “କ୍ଷୁଧାର୍ତକୁ ଅନ୍ନ ଦିଅ ପରିଶ୍ରମ କର । ଅନ୍ନଦାନ କରି ତୁମ ଧନର ସଦୁପଯୋଗ କର ।”

New Odia Story papapurnya Papapurnya Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleହାରଜିତ୍
Next Article ବୁଦ୍ଧି
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.