• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ପରମେଶ୍ୱରଙ୍କ କରୁଣା
ଗଳ୍ପ

ପରମେଶ୍ୱରଙ୍କ କରୁଣା

Liza SBy Liza SMarch 18, 2023No Comments3 Mins Read
Facebook Twitter Pinterest Reddit LinkedIn Tumblr Email
Parameswaranka-Karuna
Parameswaranka-Karuna
Share
Facebook Twitter Pinterest Reddit Email

ବହୁଦିନ ତଳର କଥା । ପର୍ସିଆର ଗୋଟିଏ ଗ୍ରାମରେ ଜଣେ ଫକୀର ରହୁଥିଲେ । ତାଙ୍କର ଶାରିରୀକ ଗଠନ ସୁସ୍ଥ ଓ ବଳିଷ୍ଠ ଥିଲା । କିନ୍ତୁ ସେ ବୁଦ୍ଧିହୀନ, ମୂର୍ଖ ଥିଲେ । ଡଉଲ ଡାଉଲ ଚେହେରା, ମଜଭୁତ ହାତଗୋଡ ଥାଇ ମଧ୍ୟ, ପରିଶ୍ରମ କରି ପେଟ ପୋଷିବା ପାଇଁ ତାଙ୍କର ଇଚ୍ଛା ନ ଥିଲା । ଏଣୁ ଗୁଜୁରାଣ ମେଂଟାଇବା ପାଇଁ ସେ ଭିକ୍ଷା-ବୃତିକୁ ଆଦରି ନେଇଥାନ୍ତି । ଗୋଟିଏ ବର୍ଷ ସେହି ଗ୍ରାମରେ ଭୟଙ୍କର ମରୁଡି ପଡିଲା । ଗ୍ରାମବାସୀମାନଙ୍କର ଭିକ୍ଷା ଦେବାପରି ସାମର୍ଥ୍ୟ ରହିଲା ନାହିଁ । ଫକୀର ବୁଝିପାରିଲେ ଯେ, ଏହି ଗ୍ରାମରେ ଭିକ୍ଷାବୃତି ଅବଲମ୍ବନ କରି, ତାଙ୍କର ଜୀବନ-ନିର୍ବାହ ଆଉ ହୋଇପାରିବ ନାହିଁ । ତେଣୁ ପରଦିନ ସକାଳେ ସେ ଅନ୍ୟ ଏକ ଗ୍ରାମ ଅଭିମୁଖେ ବାହାରି ପଡିଲେ । ପଥରେ ଏକ ଜଙ୍ଗଲ ପଡିଲା । ଜଙ୍ଗଲ ଅତିକ୍ରମ କରିବା ସମୟରେ, ଫକୀର ଗୋଟିଏ ହସ୍ତପାଦହୀନ ଶିଆଳ ଦେଖିଲେ । ଏହି ବିକଳାଙ୍ଗ ଶିଆଳଟିକୁ ଦେଖି ଫକୀର ବିସ୍ମିତ ହୋଇ ନିଜେ ନିଜକୁ କହିପକାଇଲେ, “ବାଃ, ସତରେ ଭଗବାନଙ୍କର ସୃଷ୍ଟି ବଡ! ଏଇ ହାତଗୋଡ ନଥିବା ଶିଆଳ, ଏ ଜଙ୍ଗଲରେ କ’ଣ କରୁଛି? କିପରି ବଂଚୁଛି? କେଉଁଠାରୁ ଆହାର ପାଉଛି?” ଠିକ୍ ଏହି ସମୟରେ ଗୋଟିଏ ବାଘ, ହରିଣଟିଏ ମାରି ତାକୁ ଘୋଷାରି ଘୋଷାରି ସେଇ ଦିଗରେ ଆସିଲା । ବାଘକୁ ଦେଖୁ ଦେଖୁ ଫକୀର ଏକ ବୁଦା ଆଢୁଆଳରେ ଯାଇ ଲୁଚିଗଲା ।

ବାଘ, ମନଭରି ଆହାର ଖାଇଲା । ହରିଣର ଅବଶିଷ୍ଟ ମୃତଶରୀର ସେହି ସ୍ଥାନରେ ଛାଡି ସେ ଚାଲିଗଲା । ବାଘ ଛାଡିଯାଇଥିବା ମାଂସକୁ, ସେଇ ବିକଳାଙ୍ଗ ଶିଆଳ ଖାଇ ନିଜର କ୍ଷୁଧା ମେଂଟାଇଲା ।ଏହା ଦେଖି ସେ ଫକୀର, ତାଙ୍କ ଅନ୍ତରରେ ଏକ ସତ୍ୟକୁ ଉପଲବ୍ଧି କଲେ । ସମସ୍ତ ଜୀବଜଗତର ପୋଷାକ ହେଉଛନ୍ତି ଭଗବାନ୍ – ଯେ’କି ଠିକ୍ ସମୟରେ ଏହି ଶିଆଳ ପାଇଁ ମଧ୍ୟ ଆହାର ଖଞ୍ଜି ଦେଇଛନ୍ତି ।”ଯେଉଁ ଭାବରେ ଭଗବାନ ଏହି ଶିଆଳ ପାଇଁ ଆହାର ଯୋଗାଉଛନ୍ତି, ସେହି ଭାବରେ ମୋର ଦାୟିତ୍ୱ ସେ କାହିଁକି ନେଉ ନାହାଁନ୍ତି? ତାଙ୍କୁ କ’ଣ ମୋ ଚିନ୍ତା ଘାରୁନାହିଁ । ନା’ ସେ ଯାହା ବି ହେଉ ଏଣିକି ମୁଁ ଆଉ କାହା ଆଗରେ ହାତ ପତେଇ ଭିକ୍ଷା ମାଗିବି ନାହିଁ । ଏହି ଶିଆଳ ପରି ମୁଁ ମଧ୍ୟ ଭଗବାନଙ୍କ ଉପରେ ନିର୍ଭର କରି ରହିବି । ଗୋଟିଏ ସ୍ଥାନରେ ଚଳପ୍ରଚଳ ନ ହୋଇ ପଡିରହିବି । ମୋର ପ୍ରତିଦିନର ଆବଶ୍ୟକତା, ଭଗବାନ ନିଶ୍ଚୟ ପୂରଣ କରିବେ ।” ଫକୀର ମନରେ ଏହା ସ୍ଥିର କରି, ନିକଟବର୍ତ୍ତୀ ଗ୍ରାମ ଅଭିମୁଖେ ଚାଲିଲେ ।

ସେହି ଗ୍ରାମରେ ପହଁଚି, ସିଧା ମସ୍ଜିଦ୍ ପାଖକୁ ସେ ଗଲେ । ସେଠାରେ ଠିଆହୋଇ ରହିବାରୁ, ଜଣେ ଲୋକ ତାଙ୍କୁ ପରାମର୍ଶ ଦେଇ କହିଲେ, “ବାବୁ, ଏଠାରେ କେହି ରହନ୍ତି ନାହିଁ । ଅନ୍ୟ କେଉଁସ୍ଥାନକୁ ଯାଇ ଭିକ୍ଷା ମାଗ ।” ଫକୀର ପଚାରିଲେ “ଘର ଯେତେବେଳେ ଅଛି, ତେବେ କେହି ନା କେହି ତ ସେଠାରେ ନିଶ୍ଚୟ ରହୁଥିବେ । ଏଠାରେ ଯିଏ ରୁହନ୍ତି, ତାଙ୍କ ହୃଦୟରେ କ’ଣ ଦୀନ-ଦୁଃଖୀମାନଙ୍କ ପ୍ରତି କରୁଣା ନାହିଁ?” ତା’ପରେ ସେହି ଲୋକ ଜଣକ ବିରକ୍ତି ହୋଇ କହିଲେ, “ଜାଣିଛ, ଏଠାରେ କିଏ ରହନ୍ତି? ଯେଉଁ ପ୍ରଭୁ ତୁମର, ମୋର, ସକଳ ଜଗତର ସୃଷ୍ଟିକର୍ତ୍ତା, ଯିଏ ଏହି ଜୀବଜଗତର ପାଳନକର୍ତ୍ତା, ସେହି ପରମେଶ୍ୱରଙ୍କର ଏହା ନିବାସସ୍ଥଳୀ । ତାଙ୍କର ଏପରି ନିନ୍ଦାଗାନ ନ କରି, ଏ ସ୍ଥାନ ଯଥାଶୀଘ୍ର ଛାଡି ଚାଲିଯାଅ ।””ଯେତେବେଳେ ପରମେଶ୍ୱରଙ୍କ ଦ୍ୱାରସ୍ଥ ହୋଇଛି, ତେବେ ଏଠାରୁ ଖାଲିହାତରେ ଯିବାର କୌଣସି ପ୍ରଶ୍ନହିଁ ଉଠୁନାହିଁ, ସେ ଯାହା ବି ହେଉ, ଭିକ୍ଷା ନ ନେଇ, ମୁଁ ଏ ସ୍ଥାନ ଛାଡି ଯାଉନାହିଁ ।” ଏପରି କହି ଫକୀର, ନିକଟସ୍ଥ ଏକ ବୃକ୍ଷମୂଳରେ ଯାଇ ବସିଲେ । ନିଜେ ହସ୍ତ ପ୍ରସାରଣ କରି ସେ କହିଲେ, “ହେ ଦୀନବନ୍ଧୁ, ତୁମର ଅଦୃଶ୍ୟ ଭଣ୍ଡାରରୁ ମୋ ପାଇଁ ନିର୍ଦ୍ଧାରିତ ଥିବା ଆହାର ଶୀଘ୍ର ପଠାଇ ଦିଅ ।” ଯେହେତୁ, ସେହି ଫକୀର, ସେହି ଗ୍ରାମକୁ ନୂଆ ହୋଇ ଆସିଥିଲେ, ତେଣୁ ସେ ସେଠାରେ ପଡିରହିଥିବା ବିଷୟ କାହାକୁ ଜଣା ନଥିଲା ।

ଏପରି କିଛିଦିନ ନ ଖାଇ ନପିଇ ସେଠାରେ ସେ ପଡିରହିବାରୁ ତାଙ୍କର ଶରୀର କ୍ଷୀଣ ଓ ଶକ୍ତିହୀନ ହୋଇଗଲା । ତାଙ୍କର ମାଂସପେଶୀ ଦୁର୍ବଳ ହୋଇଗଲା । ଦେହ ଅସ୍ଥି-କଙ୍କାଳସାର ହୋଇ ଏପରି ମନେହେଲା, ସତେ କି ତାଙ୍କର ଅନ୍ତିମ ସମୟ ଆସନ୍ନପ୍ରାୟ ।ହଠାତ୍ ଦିନେ ମସ୍ଜିଦ ଦ୍ଭିତରୁ ତାଙ୍କୁ ଏକ ସ୍ୱର ଶୁଭିଲା ।”ମୂର୍ଖ, ତୁମେ କ’ଣ ସେହି ଶିଆଳ ପରି ହସ୍ତପାଦହୀନ ଏକ ଅସହାୟ ଜୀବ । ନିଜର ଶକ୍ତି ସାମର୍ଥ୍ୟ ଥାଇ, ଅନ୍ୟର ଦୟା ଓ ଭିକ୍ଷା ଉପରେ ଆଶା ରଖି ବଂଚିବା ଅତ୍ୟନ୍ତ ହୀନ ଆଚରଣ ଅଟେ । ଯେଉଁ ବ୍ୟକ୍ତି ନିଜେ ପରିଶ୍ରମ କରି ନିଜେ ବଂଚିବା ସହିତ, ପରୋପକାର କରିଥାଏ, ତା’ ଉପରେ ମୋ କୃପା ଦୃଷ୍ଟି ସଦା ସର୍ବଦା ରହିଥାଏ ।”ପ୍ରଭୁଙ୍କର ଏପରି ବାଣୀ ଶୁଣି, ଫକୀର ଅତି ମାତ୍ରାରେ ଲଜ୍ଜିତ ଅନୁଭବ କଲେ । ଏହାପରେ ତାଙ୍କର ଜ୍ଞାନୋଦୟ ଘଟିଲା । ପରିଶ୍ରମ କରି ଆତ୍ମନିର୍ଭରଶୀଳ ହେବାପାଇଁ ସେ ଏଥର ବଦ୍ଧପରିକର ହେଲେ । ଏହାପରେ ସେ ସ୍ୱାବଲମ୍ବୀ ଜୀବନଯାପନ ଆରମ୍ଭ କଲେ ।

Latest New Odia Story New odia story Odia Short Story
Share. Facebook Twitter Pinterest LinkedIn Tumblr Reddit Email
Previous Articleସୁଖଦୁଃଖର ସାଥୀ
Next Article ଶିବମଲ୍ଲଙ୍କ କାହାଣୀ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.