• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଧନର ମୂଲ୍ୟ
ଗଳ୍ପ

ଧନର ମୂଲ୍ୟ

Liza SBy Liza SJanuary 28, 2023No Comments6 Mins Read
Facebook Twitter Pinterest Reddit LinkedIn Tumblr Email
Odia-story-Dhanara-Mulya
Odia-story-Dhanara-Mulya
Share
Facebook Twitter Pinterest Reddit Email

କରଜ ଦେବା ପ୍ରଶାନ୍ତଙ୍କର ବ୍ୟବସାୟ ଥିଲା । ସେ ଏତେ ମଧୁର ଭାବରେ କଥା କୁହନ୍ତି ଯେ ଲୋକେ, ଅଳ୍ପ ଦରକାର ହେଲେ ମଧ୍ୟ ପ୍ରଶାନ୍ତଙ୍କ ପାଖକୁ ଦୌଡିବେ ।ବହୁତ ଲୋକ ଟଙ୍କା କରଜ ନେବାକୁ ଆସନ୍ତି । କ୍ରମେ ସେମାନଙ୍କ ସଂଖ୍ୟା ବଢିଚାଲିଲା । ତେଣୁ ସେଥିପାଇଁ ଗୁମାସ୍ତା ଚାରିଜଣ ରହିଥା’ନ୍ତି, କରଜ ନେଇଥିବା ଲୋକର ନାମଧାମ ଲେଖିବାକୁ ଓ କରଜ ଟଙ୍କା ଆଦାୟ କରିବାକୁ ।ପ୍ରଶାନ୍ତଙ୍କ ଏହି କରଜ ଦେବାର ବ୍ୟବସାୟ ଦେଖି ସେହି ଗ୍ରାମର ଅନ୍ୟକେତେକ ଲୋକ ମଧ୍ୟ ଭାବିଲେ ଯେ ସେହିପରି ଟଙ୍କା କରଜ ଦେଇ ସୁଧ ଟଙ୍କାରେ ଘରେ ବସି କିଛି କାମ ନ କରି ଆରାମ୍ରେ ଚଳିବେ । କିନ୍ତୁ ଯେଉଁ ବ୍ୟକ୍ତି କରଜ ନେଇଥାଏ ତା’ଠାରୁ ଟଙ୍କା ଆଦାୟ କରିବା ଗୋଟାଏ ବିଦ୍ୟା କହିଲେ ଚଳେ । ସେ ବିଦ୍ୟା ତ ଆଉ ସମସ୍ତେ ଜାଣି ନଥା’ନ୍ତି । ଚନ୍ଦ୍ରକାନ୍ତ ନାମକ ଜଣେ ବ୍ୟକ୍ତି, ସେହି ଗ୍ରାମର ବାସିନ୍ଦା; ତାଙ୍କର କିଛି ଧନ ଥାଏ । ସେ ଚାହିଁଲେ ଏହିପରି କିଛି ଏକ ବ୍ୟବସାୟ କରି ଟଙ୍କା ଅର୍ଜନ କରିବେ ।

ବହୁତ ଭାବି ଭାବି ଶେଷରେ ସେ ଠିକ୍ କଲେ ଯେ ସେ ଏଥର ଟଙ୍କା କରଜ ଦେବାର ବ୍ୟବସାୟ କରିବେ । ସେ ଭାବିଲେ, ”ପ୍ରଶାନ୍ତ ତ ଶହେ ଟଙ୍କାରେ ପନ୍ଦର ଟଙ୍କା ସୁଧ ନେଉଛନ୍ତି, ମୁଁ ଯଦି ସାଢେ ସାତଟଙ୍କା ସୁଧ ନିଏ, ତେବେ ମୋ ପାଖକୁ ବେଶି ଲୋକ ଆସିବେ ଓ ମୋ ପ୍ରତି କୃତଜ୍ଞ ରହିବେ ।” ଏହି କଥା ସେ ତାଙ୍କ ସ୍ତ୍ରୀ ସୁଜାତାଙ୍କୁ ମଧ୍ୟ କହିଲେ । ସୁଜାତା ବହୁତ ବୁଦ୍ଧିମତୀ । ସେ କହିଲେ, ”ତମେ ଯଦି ଏପରି କରଜ ଦେବ ତ ବହୁତ ଲୋକ ଆସିବେ ସତ, କିନ୍ତୁ ଆମର ଯେତେକ ସମ୍ପତ୍ତି ଅଛି ସେସବୁ ନଷ୍ଟ ହୋଇ ଯିବ । ଦେଖୁ ଦେଖୁ ଆମେ ଦରିଦ୍ର ହୋଇ ଯିବା । ପ୍ରଶାନ୍ତ ଟଙ୍କା ଆଦାୟ କରିବାରେ ହଇରାଣ ହୋଇଯାଏ । ତମେ ଏତେ କମ୍ ସୁଧ ନେଲେ, ବହୁତ ଲୋକ ଆସିବେ ଓ ତମେ ଟଙ୍କା ଆଦାୟ କରିବାରେ ବଡ ହଇରାଣ ହେବ । ପୁଣି ପ୍ରଶାନ୍ତ ଆମର ବନ୍ଧୁବାନ୍ଧବ । ତା’ମନ ଭିତରେ ଆମ ପ୍ରତି ଖରାପ ଭାବ ଆସିବ । ଧର୍ମରାଜ ଯୁଧିଷ୍ଠିର ଯୁଦ୍ଧ ଜିତିବା ପାଇଁ ଶତ୍ରୁପକ୍ଷର ବ୍ୟକ୍ତି ଭୀଷ୍ମଙ୍କ ପାଖକୁ ଯାଇଥିଲେ । ତେଣୁ ତମେ ମଧ୍ୟ ପ୍ରଶାନ୍ତଙ୍କ ପାଖକୁ ଯାଇ ତାଙ୍କର ମତାମତ ନେଇ ଯାହା କରିବାର କର ।”

ସୁଜାତାଙ୍କର କଥାର ସତ୍ୟତା ଚନ୍ଦ୍ରକାନ୍ତ ଉପଲବ୍ଧି କଲେ । ସେ ପ୍ରଶାନ୍ତଙ୍କ ପାଖକୁ ଯାଇ ତାଙ୍କୁ ସମସ୍ତ କଥା କହିଲେ । ପ୍ରଶାନ୍ତ ସବୁ ଶୁଣି କହିଲେ, ”ଭଲ ହେଲା, ତମେ ମୋ ପାଖକୁ ଆସିଲ; ଟଙ୍କା କରଜ ଦେବା ଓ ସୁଧ ମୂଳ ଆଦାୟ କରିବା ଏକ ବିରକ୍ତିକର କାମ । ଖଣ୍ଡାଧାରରେ ଚାଲିବା ଯାହା ସେ କାମ କରିବା ତାହା । ତେଣୁ ବରଂ ତୁମେ ତୁମ ଟଙ୍କାସବୁ ମୋତେ ଦେଇଦିଅ । ମୁଁ ତ ଆଉ ତୁମକୁ ଠକିବି ନାହିଁ; ଶହେ ଟଙ୍କାରେ ଦଶଟଙ୍କା ସୁଧ ଦେବି । ତୁମେ ଘରେ ଅଚିନ୍ତା ହୋଇ ବସି ଖୁସିରେ ସୁଧ ଟଙ୍କା ପାଉଥିବ । କିନ୍ତୁ ଗୋଟିଏ ସର୍ତ୍ତ । ତୁମେ ପାଂଚବର୍ଷ ପର୍ଯ୍ୟନ୍ତ ମୂଳ ଟଙ୍କା ଆଦୌ ମାଗିବ ନାହିଁ ।”

ଚନ୍ଦ୍ରକାନ୍ତ ଭାବିଲା, ”ପ୍ରକୃତରେ ଇଏ ତ ଅତି ସହଜ କଥା । ମୁଁ ତ ସାଢେ ସାତ ଟଙ୍କା ଦେବାକୁ ଚାହିଁଥିଲି, ପ୍ରଶାନ୍ତ ତ ହେଲେ ଦଶଟଙ୍କା ଦେଉଛି । ସବୁ ଭଲ ଯେ, ଯଦି ହଠାତ୍ ପାଂଚବର୍ଷ ମଝିରେ ଟଙ୍କା ଦରକାର ପଡିଲେ କ’ଣ କରାଯିବ?” ନିଜ ମନରେ ଥିବା ଏହି ସନ୍ଦେହକୁ ସେ ପ୍ରଶାନ୍ତକୁ କହିଲେ । ପ୍ରଶାନ୍ତ କହିଲେ, ”ଏଥିରେ ଭୟ କରିବାର କ’ଣ ଅଛି? ତମର ଯେତେବେଳେ ଦରକାର ହେବ, ତମେ ମୋଠାରୁ ଟଙ୍କା ନେବ, କିନ୍ତୁ ବାହାର ଲୋକଙ୍କ ପରି କରଜ ସୂତ୍ରରେ ନେବ । ସେତେବେଳେ ମୁଁ ତୁମଠାରୁ ସାଢେବାର ଟଙ୍କା ମାତ୍ର ସୁଧ ନେବି । ଆଉ ଯଦି ତୁମେ ଶୀଘ୍ର ଟଙ୍କା ଫେରାଇ ଦିଅ ତ କମ୍ ଟଙ୍କା ହାତରୁ ଦେବ ।”

ପ୍ରଶାନ୍ତଙ୍କ କଥା ଶୁଣି ତାଙ୍କ ମୁଣ୍ଡ ଘୁରିଗଲା । ସେ ସେଠାରୁ ଯାଇ ସୁଜାତାକୁ ସବୁ କଥା କହିଲେ । ସୁଜାତା ଏଥରେ ଖୁସି ହୋଇ କହିଲେ, ”ପ୍ରତିବର୍ଷ ତ ଘରଖର୍ଚ୍ଚ ଠାରୁ ଅଧିକ ପଇସା କ୍ଷେତବାଡିରୁ ଆମକୁ ମିଳୁଛି । ତା’ଛଡା ନିଜର ଟଙ୍କା ମଧ୍ୟ ଅଛି । ତେଣୁ ତାଙ୍କୁ କିଛି ଟଙ୍କା ଦେଇ ଆରାମ୍ରେ ଘରେ ବସି ସୁଧ ପାଇବା । ପାଂଚବର୍ଷ ଯାଉ । ଆମେ ତ କିଛି କଷ୍ଟ ନ କରି ଟଙ୍କା ପାଇବା । ସେଥିରେ କ’ଣ ଅଛି? ପୁଣି ଏପରି ସହଜରେ ଟଙ୍କା ପାଇବା ପରେ ଆମର ଇଚ୍ଛା ହେବ ବେଶି ଟଙ୍କା ଆଣି ତାଙ୍କୁ ଦେବାକୁ । ସୁଧମୂଳ ଆଦାୟ କରିବାର ଝିନ୍ଝଟ୍ ତ ନାହିଁ । ସେଇଟା ତ ବଡ କଥା, ପୁଣି ଟଙ୍କା ମଧ୍ୟ ବଢି ଚାଲିବ ।” ସ୍ତ୍ରୀର କଥା ଶୁଣି ଚନ୍ଦ୍ରକାନ୍ତ ଆଉ ଅଧିକ ଚିନ୍ତା ନ କରି କିଛି ଟଙ୍କା ପ୍ରଶାନ୍ତଙ୍କୁ ଦେଇଦେଲେ ।

ଚନ୍ଦ୍ରକାନ୍ତଙ୍କର ବନ୍ଧୁ ଓ ପଡୋଶୀ ବୀରଭଦ୍ରଙ୍କର ଯେତିକି ଆମଦାନୀ ତା’ଠାରୁ ବେଶି ଖରଚ ହୋଇଯାଏ । ତେଣୁ ବେଳେବେଳେ ସେ ଚନ୍ଦ୍ରକାନ୍ତଙ୍କ ଠାରୁ ଟଙ୍କା ଧାର୍ ନିଅନ୍ତି । ତାଙ୍କୁ ଚନ୍ଦ୍ରକାନ୍ତ କହିଲେ, ”ଅନାବଶ୍ୟକ ଖର୍ଚ୍ଚ କର ନାହିଁ । ବର୍ଷ ଶେଷରେ ଯାହା ଟଙ୍କା ବଳିବ ସେତକ ପ୍ରଶାନ୍ତଙ୍କୁ ଦେଇ ଦିଅ । ଦେଖିବ, ତୁମର ଆର୍ଥିକ ପରିସ୍ଥିତିରେ ଉନ୍ନତି ହେବ । ପ୍ରଶାନ୍ତଙ୍କ ପାଖରେ ଟଙ୍କା ରଖିଲେ ସେ ତୁମକୁ ସୁଧ ଦେବେ ପୁଣି ଟଙ୍କା ଓ ସୁଧ ଆଦାୟ କରିବାର ଝିନ୍ଝଟ୍ ନାହିଁ । ପ୍ରଶାନ୍ତ ଅତି ସାଧୁ ଲୋକ । ଏକଥା ମୁଁ ତୁମକୁ ଜୋର୍ ଦେଇ କହିପାରେ । ଘରେ ବସି ସୁଧ ଟଙ୍କା ପାଇବ । ଟଙ୍କା ଆପେ ଆପେ ବଢୁଥିବ । ତୁମର କିଛି କଷ୍ଟ କରିବାର ନାହିଁ:, କ’ଣ ଏହା ଭଲକଥା ନୁହେଁ କି?”

ବୀରଭଦ୍ର ଏକଥା ଯାଇ ତାଙ୍କ ସ୍ତ୍ରୀ ବୀଣାକୁ କହିଲେ । ବୀଣା କହିଲା, ”ପ୍ରତ୍ୟେକ ଲୋକର ଧନ ଅର୍ଜନ କରିବାର ପଦ୍ଧତି ଭିନ୍ନ । କେହି ଧନକୁ ସୁରକ୍ଷିତ ରଖି ସୁଖୀ ହୁଅନ୍ତି । କିଏ ବା ଖର୍ଚ୍ଚ କରି ସୁଖୀ ହୁଅନ୍ତି, ଆମେ ଦ୍ୱିତୀୟ ପ୍ରକାରର ।”କିଛି ଦିନ ପରେ ବୀରଭଦ୍ର ଫସଲରୁ ହଠାତ୍ ଚାରିହଜାର ଟଙ୍କା ଅଧିକା ପାଇଲେ । ବୀଣା ସେତକ ଟଙ୍କାରେ ନିଜର ହୀରାର ହାରଟିଏ ବନାଇବାକୁ ବଣିଆ ପାଖକୁ ଗଲା । ବଣିଆ କହିଲା ଏଥିଲାଗି ପୁରା ପାଂଚହଜାର ଲାଗିବ । ବୀଣା ତା’ର ସ୍ୱାମୀ ବୀରଭଦ୍ରକୁ କହିଲା, ”ତୁମ ବନ୍ଧୁ ଚନ୍ଦ୍ରକାନ୍ତ ଏବେ ନଡିଆ ବିକି ପାଂଚହଜାର ପାଇଛନ୍ତି ଯାଅ ତାଙ୍କଠାରୁ କରଜ ଆଣିବ । ସେ ଟଙ୍କା ସେ ଏବେ ମଧ୍ୟ ପ୍ରଶାନ୍ତଙ୍କୁ ଦେଇ ନାହାଁନ୍ତି ।”

ଏକଥା ଶୁଣି ବୀରଭଦ୍ର ଯାଇ ପ୍ରଶାନ୍ତଙ୍କୁ ସବୁକଥା କହିଲେ । ପ୍ରଶାନ୍ତ ତାଙ୍କ କଥା ଶୁଣି କହିଲେ; ”ହୀରାହାର କରି କାହିଁକି ବାଜେ ଖର୍ଚ୍ଚ କରିବ? ଦେଖ ବୀରଭଦ୍ର ହୀରାହାରଟିଏ ପିନ୍ଧିଲେ କ’ଣ ତୁମ ସ୍ତ୍ରୀ ଧନୀ ହୋଇଯିବେ? ମୋ ସ୍ତ୍ରୀକୁ ତ ମୁଁ ଦୁଇଟା ହୀରା ହାର ଦେଇ ପାରନ୍ତି । କିନ୍ତୁ ତାହା ଅଯଥା ଖର୍ଚ୍ଚ । ଏବେ ତୁମର ପିଲାଟିଏ ହେଲାଣି ଭବିଷ୍ୟତ ପାଇଁ କିଛି ରଖ । ଉପାର୍ଜନ ତ ତୁମର ବେଶ୍ ହେଉଛି । ଅଥଚ ବଦ ଖର୍ଚ୍ଚ ଯୋଗୁଁ ଟଙ୍କା ନଅଂଟ ପଡୁଛି । ଟଙ୍କା ରଖିବା ପରେ ଘର ଖର୍ଚ୍ଚ ଯାଇ ଯାହା ବଳିବ ସେଥିରେ ହାରଟିଏ କଲେ ଭଲ ହୁଅନ୍ତା ନାହିଁ । ଟଙ୍କା ନିଅଂଟ ପଡିବା ବେଳେ ହାରଟିଏ ପିନ୍ଧିବାରେ କି ଆନନ୍ଦ ଥାଏ ମୁଁ ତ କାହିଁ କିଛି ବୁଝିପାରୁ ନାହିଁ । ଟଙ୍କାଗୁଡାଏ ଅଯଥା ଖର୍ଚ୍ଚ, ବରଂ ସେ ଟଙ୍କା ଯାଇ ଚନ୍ଦ୍ରକାନ୍ତକୁ ଦେଇ ଦିଅ ।”

ବୀରଭଦ୍ର କହିଲେ, ”ଦେଖ ମୁଁ କେଉଁଠି ଟଙ୍କା ଖର୍ଚ୍ଚ କଲେ ଅଧିକ ସନ୍ତୋଷ ପାଇବି ସେକଥା ତୁମେ କିପରି ବୁଝିବ? ମୁଁ ହୀରା ହାର ନ ଦେଲେ ମୋ ସ୍ତ୍ରୀର ମନ ଭାରି ଦୁଃଖ ହେବ । ଟଙ୍କା ପାଇଁ ତା’ ମନରେ ଦୁଃଖ ଦେବା ଭଳି ଲୋକ ମୁଁ ନୁହେଁ । ତା’ପରେ ଟଙ୍କା କ’ଣ ହେବ, ଯଦି କାମରେ ନ ଲାଗିଲା?”ଚନ୍ଦ୍ରକାନ୍ତ କହିଲେ, ”ଆଚ୍ଛା ତେବେ ଗୋଟିଏ କାମ କରାଯାଉ । ତୁମ ସ୍ତ୍ରୀକୁ ଖୁସି କରିବା ଯେବେ ଏତେ ଜରୁରୀ ତେବେ ମୋ ଟଙ୍କା ମୁଁ ପ୍ରଶାନ୍ତଙ୍କୁ ଦେଇ ଦେଉଛି ଏବଂ ତୁମ ପାଇଁ ତାଙ୍କଠାରୁ ଧାର୍ ଆଣି ଦେବି । କାରଣ ତମେ ଧାର୍ କଲେ ଶହେ ଟଙ୍କାରେ ପନ୍ଦର ଟଙ୍କା ସେ ସୁଧ ନେବେ । ମୁଁ ଧାର୍ କଲେ ସାଢେବାର ଟଙ୍କା ନେବେ, କାରଣ ମୋର ମୂଳଧନ ରହିଛି । ତେଣୁ ତମେ ଅଢେଇ ଟଙ୍କା ଶସ୍ତାରେ ପାଇବ । ଏବେ କୁହ ତୁମର ଇଚ୍ଛା କ’ଣ?”

ଏକଥା ସତ ଯେ ବୀରଭଦ୍ର ଖୁବ୍ ଖର୍ଚ୍ଚ କରନ୍ତି । କିନ୍ତୁ ଏମିତି ସୁଧ ଦେଇ କରଜ ଆଜି ପର୍ଯ୍ୟନ୍ତ ସେ କେବେବି କରି ନାହାଁନ୍ତି । କିନ୍ତୁ ଜଣେ ବନ୍ଧୁ ଯଦି ଏପରି ପ୍ରସ୍ତାବ ଦେଉଛି ଏବଂ ତାଙ୍କର ମଧ୍ୟ ଟଙ୍କା ଆଣିବା ଜରୁରୀ ଦରକାର, ତେଣୁ ସେ ବାଧ୍ୟ ହୋଇ ତାଙ୍କ ପ୍ରସ୍ତାବ ମାନିନେଲେ ।ତା’ପରେ ଚନ୍ଦ୍ରକାନ୍ତ ପ୍ରଶାନ୍ତଙ୍କୁ ନିଜର ଟଙ୍କା ଜମାଦେଲେ ଓ ବୀରଭଦ୍ରଙ୍କ ପାଇଁ କରଜ ଆଣିଲେ । ବୀରଭଦ୍ରର ସ୍ତ୍ରୀ ବୀଣା କହିଲା, ”ମନେହୁଏ ତୁମ ବନ୍ଧୁଙ୍କର ମୁହଁରେ ଟଙ୍କା ଲାଗିଗଲାଣି, ନହେଲେ ବନ୍ଧୁତାକୁ ଭୁଲିଯାଇ ଏପରି ପ୍ରସ୍ତାବ ସେ ବା କାହିଁକି ଦିଅନ୍ତେ?”ତା’ପରେ ବୀରଭଦ୍ର ତା’ ସ୍ତ୍ରୀ ପାଇଁ ହୀରାରହାର ତିଆରି କଲେ । କିଛି ମାସ ଧରି ଟଙ୍କା ଏକାଠି କରି ଦିନେ ବୀରଭଦ୍ର ଚନ୍ଦ୍ରକାନ୍ତଙ୍କୁ ଦୁଇହଜାର ଏକଶହ ଟଙ୍କା ସୁଝିବାକୁ ଗଲେ । ଚନ୍ଦ୍ରକାନ୍ତ କହିଲେ, ”ତମେ ତ ମୋଠାରୁ ଦୁଇହଜାର ନେଇଥିଲ ପୁଣି ଶହେ କ’ଣ ପାଇଁ?”

ବୀରଭଦ୍ର କହିଲେ ”ଇଏ ତ ସୁଧ ଟଙ୍କା ।”ଚନ୍ଦ୍ରକାନ୍ତ କହିଲେ ”ଛି, ଛି, ଏ କି କଥା କହୁଛ । ମୁଁ ପୁଣି ମୋର ବନ୍ଧୁଠାରୁ ସୁଧ ନେବି? ଆମେ ଦୁହେଁ ପରା ପିଲାଦିନରୁ ସାଥୀ ହୋଇ ରହିଛେ । ଆଜି ତୁମଠାରୁ ସୁଧ ନେବି । ତମେ ବୋଧେ ମୋତେ ଭୁଲ୍ ବୁଝିଲ ।”ବୀରଭଦ୍ର କହିଲେ, ”ହୁଏତ ଏବେ ତୁମ ମନ ବଦଳି ଯାଇଛି । ତୁମେ ଟଙ୍କା ଦେବାବେଳେ କହିଥିଲ କି ମୋ ପାଇଁ ତୁମେ ପ୍ରଶାନ୍ତଠାରୁ କରଜ କରି ଆଣିବ ।”ତାଙ୍କ କଥା ଶୁଣି ଚନ୍ଦ୍ରକାନ୍ତ କହିଲେ ”ତମେ ଏତିକି ବୁଝିଲ ନାହିଁ? ତୁମକୁ ମୂଳସୁଧ ପ୍ରଭୃତି ବିଷୟରେ ବୁଝାଇବାପାଇଁ ସେକଥା କହିଥିଲି । ସୁଧ ଟଙ୍କା ନେବାପାଇଁ ନୁହେଁ । ଯେମିତିକି ତୁମେ ବୁଝିପାରିବ ଯେ ଧନର ମୂଲ୍ୟ କ’ଣ?”ଏବେ ବୀରଭଦ୍ର ବୁଝିଲେ ଯେ ଚନ୍ଦ୍ରକାନ୍ତ ତାଙ୍କର ଜଣେ ପ୍ରକୃତ ବନ୍ଧୁ ଓ ଧନର ମୂଲ୍ୟ କ’ଣ । ଏଣୁ ସେ ଚନ୍ଦ୍ରକାନ୍ତକୁ କ୍ଷମା ମାଗିଲେ ।ଏହି ଘଟଣା ପରଠାରୁ ବୀରଭଦ୍ର ଖର୍ଚ୍ଚ କମ୍ କଲେ ଓ ବହୁତ ଆନନ୍ଦରେ ଚଳିଲେ ।

Latest New Story New odia story Odia New story
Share. Facebook Twitter Pinterest LinkedIn Tumblr Reddit Email
Previous Articleମହାବୀର
Next Article କୀର୍ତ୍ତି ସିଂହ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.