• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଦେଢଶହ ବର୍ଷର ଅପେକ୍ଷା
ଗଳ୍ପ

ଦେଢଶହ ବର୍ଷର ଅପେକ୍ଷା

Liza SBy Liza SDecember 17, 2022No Comments4 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Dedha shaha barshara apeklshya
Odia-Story-Dedha shaha barshara apeklshya
Share
Facebook Twitter Pinterest Reddit Email

ବିଶ୍ୱନାଥ ଆଚାର୍ଯ୍ୟ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ । ଆୟୁର୍ବେଦ ସମ୍ପର୍କରେ ସେ ଅନେକ ପ୍ରାଚୀନ ପୋଥିପତ୍ର ସଂଗ୍ରହ କରିଥିଲେ । ତେବେ ଆୟୁର୍ବେଦ ସମ୍ପର୍କରେ ପୋଥିପତ୍ର ସଂଗ୍ରହ କରିବା ଅବସରରେ ଅନ୍ୟାନ୍ୟ ଅନେକ ପ୍ରକାର ବିଦ୍ୟା ଉପରେ ଲିଖିତ ପୁରୁଣା ପୋଥି ମଧ୍ୟ ତାଙ୍କ ଆୟତକୁ ଆସି ଯାଇଥିଲା ।ଦିନେ ସେ ଖଣ୍ଡିଏ ପୁରୁଣା ତନ୍ତ୍ର ପୋଥି ପଢି ଦେଖିଲେ, କୌଣସି ଏକ ଶନିବାରରେ ଅମାବାସ୍ୟା ପଡିଲେ ସେଦିନ ଆଖିରେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାର ଅଞ୍ଜନ ଲଗାଇ ବାହାରିଲେ ପୋତାଧନ ଦେଖାଯାଏ । ସେ କୌତୁହଳୀ ହୋଇ ସେଭଳି ଅଞ୍ଜନ ପ୍ରସ୍ତୁତ କଲେ । ବର୍ଷକ ପରେ ଅମାବାସ୍ୟା ଓ ଶନିବାର ଏଦୁହେଁ ଏକତ୍ର ପଡିବାରୁ ସେ ଆଖିରେ ଉକ୍ତ ଯାଦୁ ଅଞ୍ଜନ ଲଗାଇ ବାହାରି ପଡିଲେ ।

ସେତେବେଳକୁ ସୂର୍ଯ୍ୟାସ୍ତ ସମୟ । ଗାଁ ରାସ୍ତାରେ ବିଶେଷ କେହି ଚଳପ୍ରଚଳ ହେଉ ନଥିଲେ । ଆଚାର୍ଯ୍ୟ ବାଟ ଚାଲିଲାବେଳେ କାହାରି ଘର ଆଡକୁ ବା ହତା ଭିତରକୁ କେବେବି ଅନାନ୍ତି ନାହିଁ । କିନ୍ତୁ ସେଦିନ ସେ ବାମ ଡାହାଣ ଚାରିଆଡେ ଅନାଇ ଦେଖୁଥାନ୍ତି । ଗାଁ ମଝି ମନ୍ଦିର ଆଗରେ ଗୋଟିଏ ପୁରୁଣା ପୋଖରୀ ଥାଏ । ସେଠି ଠିଆ ହୋଇପଡି ସେ ଭଲ ଭାବରେ ମାଟି ଉପରକୁ ଦୃଷ୍ଟିପାତ କଲେ । ପ୍ରଥମେ ତ ସେ କିଛିବି ଦେଖିପାରିଲେ ନାହିଁ । ମାତ୍ର ତା’ପରେ ଧିରେ ଧିରେ ତାଙ୍କୁ ଦେଖାଗଲା, ମାଟି ତଳେ କେଉଁଠି ପଇସାଟିଏ ପୋତି ହୋଇ ରହିଛି ତ ଆଉ କେଉଁଠି ସୁଉକିଟିଏ ବା ଟଙ୍କାଟିଏ । ସେ ବୁଝିପାରିଲେ, ଭକ୍ତମାନଙ୍କ ହାତରୁ ଏସବୁ ଖସି ପଡିଛି । କିମ୍ବା ମେଳା ବେଳେ କୌଣସି କୌଣସି ଦୋକାନୀଙ୍କ ତହବିଲ୍ରୁ କିଛି ପଇସା ଦୈବାତ୍ ପଡିଯାଇ ମାଟି ଭିତରେ ତାହା ରହି ଯାଇଛି । ତେବେ ସେସବୁ ଗୋଟାଇବାକୁ ତାଙ୍କର ଆଉ ଆଗ୍ରହ ହେଲା ନାହିଁ । ତେବେ ସେ ଅଞ୍ଜନର ଗୁଣ ସମ୍ପର୍କରେ ସେ ନିଶ୍ଚିତ ହୋଇ ଆଗକୁ ଚାଲିଲେ ।

ଗାଁ ବାହାରେ ଖଣ୍ଡିଏ ଜମି ଉପରେ ତାଙ୍କ ଆଖି ପଡିଲା । ସେ ସତକୁ ସତ ଦେଖି ପାରିଲେ, ସେ ଜମିତଳେ ଗୋଟିଏ ସୁନାଭର୍ତ୍ତି ପେଡି ପୋତା ହୋଇଛି । ସେ ଜମିଖଣ୍ଡିକ ଜମିଦାରଙ୍କର । ତେଣୁ ସେ ଠିକ୍ କଲେ, ପରଦିନ ଯାଇ ଜମିଦାରଙ୍କୁ ସେ ପୋତାଧନର ଖବର ଦେବେ । ସ୍ଥାନଟି ଠିକ୍ ନିରୂପଣ କରିବା ନିମନ୍ତେ ସେ ସେଠାରେ ଖଣ୍ଡିଏ ବାଡି ପୋତିଦେଲେ ।ଠିକ୍ ମଝି ରାତିରେ ହଠାତ୍ ତାଙ୍କ ନିଦ ଭାଙ୍ଗିଗଲା । ସେ ଦେଖିଲେ, ତାଙ୍କ ଖଟ ପାଖରେ ଗୋଟିଏ ବାୟବୀୟ ମୂର୍ତ୍ତି ଠିଆ ହୋଇଛି । ଏହା ଦେଖି ସେ ଚମକି ଉଠିଲେ । ମୂର୍ତ୍ତିଟି କହିଲା,”ଆଚାର୍ଯ୍ୟ! ତମେ ଆଜି ସେ ଜମି ଉପରେ ବାଡି କାହିଁକି ପୋତିଲ?”

ଆଚାର୍ଯ୍ୟ ଏ ପ୍ରଶ୍ନର ଉତ୍ତରରେ କ’ଣ କହିବେ ବୋଲି କିଛି ଠଉରାଇ ନପାରି ଶେଷରେ ସେ ନୀରବ ରହିଲେ । ସେ ଅସ୍ପଷ୍ଟ ମୂର୍ତ୍ତି କହିଲା,”ମୁଁ ଜାଣେ, ସେଠି ଥିବା ପୋତାଧନ ତମ ଆଖିରେ ପଡିଛି । ସେ ଧନ କିନ୍ତୁ ମୋ ବଂଶଧର ମାଧବ ମିଶ୍ର ପାଇବା ଉଚିତ୍ । ଆଜିକୁ ପ୍ରାୟ ଦେଢଶହ ବର୍ଷ ଧରି ମୁଁ ଅପେକ୍ଷା କରିଛି – ମୋର କୌଣସି ବଂଶଧର ତାହା ପାଇଲେ ମୁଁ ଶାନ୍ତି ପାଇବି । କାରଣ ତାହା ମୋର ଉପାର୍ଜିତ ଧନ!”

ଆଚାର୍ଯ୍ୟ ଉଠି ବସି ରାମନାମ ସ୍ମରଣ କରି କହିଲେ,”ଶୁଣ, ମାଧବ ମିଶ୍ରର ଜେଜେବାପା ଋଣଗ୍ରସ୍ତ ହୋଇଯାଇ ସବୁ ଜମି ବିକ୍ରିବଟା କରିଦେଲେ । ସେ ଜମି ବର୍ତ୍ତମାନ ଜମିଦାରଙ୍କର । ମାଧବ ସେ ଧନ କିପରି ପାଇବ? ତା’ଛଡା ମାଧବ ସେ ଧନ ପାଇଗଲେ ଯେ ତମେ ଶାନ୍ତି ପାଇଯିବ, ଏଭଳି କଥା ନୁହେଁ । ମୋର ଯେତିକି ଶାସ୍ତ୍ରଜ୍ଞାନ ଅଛି, ସେଥିରୁ ମୁଁ କହିବି, ସେ ଅର୍ଥ କୌଣସି ଏକ ପୂଣ୍ୟ କାର୍ଯ୍ୟରେ ଲାଗିଲେ ଯାଇ ତମେ ଶାନ୍ତି ପାଇବ । ତମେ ମାଧବର କେଉଁ ପୂର୍ବପୁରୁଷ ତା ତ ମୁଁ ଜାଣେନା । କିନ୍ତୁ ସେ ବଂଶ ପୁରୋହିତ ବଂଶ । ତମେ ପୁରୋହିତ ଭାବରେ ଏତେ ସୁନା ଅର୍ଜନ କରିଥିଲ, ସେକଥା ତ ମୁଁ କଦାପି ମଧ୍ୟ ବିଶ୍ୱାସ କରିପାରିବି ନାହିଁ । ଯଦିବା ଅର୍ଜନ କଲ, ତେବେ ତାକୁ କାହିଁକି ଲୁଚାଇଲ?”

ଏହାଶୁଣି ସେ ବାୟବୀୟ ରୂପ ନୀରବ ରହିଲା ।ଆଚାର୍ଯ୍ୟ କହିଲେ”ବେଶ୍ । ମୁଁ ଏପରି ବ୍ୟବସ୍ଥା କରିବି, ଯାହା ଦ୍ୱାରା ସେ ଅର୍ଥରେ ବହୁତ ପୁଣ୍ୟକାର୍ଯ୍ୟ ହେବ, ତା’ ସଙ୍ଗେ ସଙ୍ଗେ ମାଧବ ବି ଖୁବ୍ ଖୁସିରେ ରହିବ । ଅପେକ୍ଷା କର ।”ଏହାପରେ ସେ ବାୟବୀୟ ରୂପ ଅନ୍ତର୍ହିତ ହୋଇଗଲା ।ପରଦିନ ଆଚାର୍ଯ୍ୟ ଯାଇ ଜମିଦାରଙ୍କୁ କହିଲେ,”ମହାଶୟ, ମୁଁ ଗୋଟିଏ ଶିବମନ୍ଦିର ଗଢିବାକୁ ମନସ୍ଥ କରିଛି ।”ଜମିଦାର ବୈଦ୍ୟରାଜ ତ ସେ ଆଚାର୍ଯ୍ୟଙ୍କୁ ଖୁବ୍ ଶ୍ରଦ୍ଧା କରୁଥିଲେ । ସେ କହିଲେ,”ଏହା ତ ଅତି ଆନନ୍ଦର କଥା । ଏବେ କୁହନ୍ତୁ ଆପଣ ମୋଠୁଁ କେତେ ଚାନ୍ଦା ଆଶା କରୁଛନ୍ତି?”

ଆଚାର୍ଯ୍ୟ କହିଲେ”ମହାଶୟ, ଅର୍ଥ ଆକାରରେ ଚାନ୍ଦା ଆଦୌ ଦରକାର ନାହିଁ । ମୋତେ ଖାଲି ଜମି ଖଣ୍ଡିଏ ଦିଅନ୍ତୁ ।” ତା’ପରେ ସେ ପୋତାଧନ ଥିବା ଜମିଖଣ୍ଡିକ ମାଗିଲେ । ଜମିଦାର ବିନା ଦ୍ୱିଧାରେ ସେଥିରେ ସମ୍ମତ ହେଲେ ।କବିରାଜ ସମିତିଟିଏ ଗଢି ତା’ ନାମରେ ଜମିଟି ଲେଖାଇନେବା ପରେ ପୋତାଧନ ଥିବା ସ୍ଥାନ ଖୋଳି ତହିଁରୁ ଧନ ବାହାର କଲେ ଓ ସେଥିରେ ସେ ଏକ ମନ୍ଦିର ଗଢିଲେ । କିନ୍ତୁ ସେଥିରେ ସେ ମାଧବ ମିଶ୍ରଙ୍କୁ ଆଜୀବନ ପୂଜକ ଭାବରେ ନିଯୁକ୍ତ କଲେ । ଏଣେ ମାଧବ ମିଶ୍ରଙ୍କ ଆନନ୍ଦ କହିଲେ ନ ସରେ ।ମନ୍ଦିର ପ୍ରତିଷ୍ଠା ହେବା ପରେ ପରେ ଦିନେ ରାତିରେ ସେ ମୂର୍ତ୍ତିଟି ଆସି ଆଚାର୍ଯ୍ୟଙ୍କୁ କହିଲା,”ଆଚାର୍ଯ୍ୟ, ତମକୁ ଅନେକ ଅନେକ ଧନ୍ୟବାଦ । ଆଜି ମୋତେ ମୁକ୍ତି ମିଳିଲା ।”

New ODia Gapa Odia gapa Dedhashaha Barshara Apekshya Odia Latest Gapa
Share. Facebook Twitter Pinterest LinkedIn Tumblr Reddit Email
Previous Articleଚତୁର ଶତ୍ରୁ
Next Article ପାଞ୍ଚ ପ୍ରଶ୍ନ
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.