• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଦଣ୍ଡବିଧି
ଗଳ୍ପ

ଦଣ୍ଡବିଧି

Liza SBy Liza SFebruary 2, 2023No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Odia Story Dhanda-bidhi
Odia Story Dhanda-bidhi
Share
Facebook Twitter Pinterest Reddit Email

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ ସେ ଆପଣା କାନ୍ଧରେ ପକାଇ ସେହି ଶୂନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରନ୍ତେ ଶବସ୍ଥିତ ବେତାଳ କହିଲା, “ରାଜନ୍, ଅର୍ଦ୍ଧରାତ୍ରି ସମୟରେ, ଏତେ ଭୟଙ୍କର ବାତାବରଣ ମଧ୍ୟରେ, ଶ୍ମଶାନର ଅନେକ ଭୂତପ୍ରେତଙ୍କର ମଧ୍ୟରେ, ତୁମେ ଯେ ନିର୍ଭୀକ ହୋଇ ଆଗେଇ ଚାଲିଛ, ତୁମେ ନିଶ୍ଚୟ ପ୍ରଶଂସାର ପାତ୍ର । ତୁମେ ଥକା ହେଉ ନାହଁ, ମୁହଁରେ କୌଣସି ଦୁଃଖକଷ୍ଟର ଭାବ ମଧ୍ୟ ନାହିଁ । ମନେ ହେଉଛି ତୁମର ମନୋବଳ ଅପାର । କିନ୍ତୁ ମୁଁ ବୁଝିପାରୁନାହିଁ ଯେ କେଉଁ ଲକ୍ଷ୍ୟ ସାଧନ ପାଇଁ ତମେ ଏତେ କଷ୍ଟ ସହୁଛ? କେହି କେହି ଅଲୌକିକ ଶକ୍ତି ପାଇଁ ଏସବୁ କରନ୍ତି; ଆଉ କେହି କେହି ମଧ୍ୟ ବ୍ୟର୍ଥ ପ୍ରୟାସ କରନ୍ତି; ଏହି ପରିପ୍ରେକ୍ଷୀରେ ତୁମକୁ ମୁଁ ଚନ୍ଦ୍ରସେନଙ୍କ କାହାଣୀ କହୁଛି । ମନଦେଇ ତାହା ଶୁଣ । ଯାହା ଫଳରେ କି ତୁମର ଶ୍ରମଭାର ଲାଘବ ମନେ ହେବ । ଏତିକି କହିସାରି ସେ ବେତାଳ ଗପିଲା

ଚକ୍ରପୁର ରାଜ୍ୟର ରାଜା ଚନ୍ଦ୍ରସେନ ଥରେ ଶିକାର କରିବାକୁ ବଣକୁ ଯାଇଥିଲେ । ବଣରେ ହଠାତ୍ ସେ ରାସ୍ତା ଭୁଲିଗଲେ । ତୃଷ୍ଣାରେ ଅସ୍ଥିର ହୋଇ ବୁଲୁବୁଲୁ ସେ ଗୋଟିଏ ଆଶ୍ରମ ଦେଖିଲେ । ତାହା ଋଷି ପ୍ରଦୀପଙ୍କର ଆଶ୍ରମ ଥିଲା । ଜଳପାନ କରି ରାଜା ସୁସ୍ଥ ହେଲେ । ରାଜା କହିଲେ, “ମୋ ନାମ ଚନ୍ଦ୍ରସେନ, ମୁଁ ଏହି ଦେଶର ରାଜା । ଆପଣ କିଏ? ଏବଂ କେତେଦିନ ଧରି ଆଶ୍ରମ କରି ଏଠାରେ ରହିଛନ୍ତି?”ପ୍ରଦୀପ କହିଲେ, “ମୁଁ ମଧ୍ୟ ଏକଦା ଜଣେ ରାଜା ଥିଲି; ମୋ ପ୍ରଜାମାନେ ସୁଖରେ ରହିବେ ବୋଲି ଅପରାଧିମାନଙ୍କୁ ମୁଁ କଠୋର ଦଣ୍ଡ ଦେଉଥିଲି । ଅକସ୍ମାତ୍ ମୁଁ ଅସୁସ୍ଥ ହୋଇ ପଡିଲି । ବୈଦ୍ୟମାନେ କେହି ମୋର ରୋଗ ଭଲ କରି ପାରିଲେ ନାହିଁ । ଦିନେ ଜଣେ ମହାତ୍ମା ମୋତେ ଦେଖିବାକୁ ଆସିଲେ । ସେ କହିଲେ, “ଅପରାଧିଙ୍କୁ ତାଙ୍କୁ ଅପରାଧ ଅନୁସାରେ ଦଣ୍ଡ ନଦେଇ ଅଧିକ ଦଣ୍ଡ ଦେବାର ପାପ ଯୋଗୁଁ ତୁମେ ରୋଗଗ୍ରସ୍ଥ ହୋଇଛ । ବନକୁ ଯାଇ ତପସ୍ୟା କରି ନିଜ ପାପର କ୍ଷାଳନ କର ।”

କିଛି ଦିନ ପରେ ମୁଁ ମୋ ଭାଇକୁ ରାଜ୍ୟ ଭାର ଦେଇ ମୋ ସ୍ତ୍ରୀକୁ ନେଇ ବନକୁ ଚାଲିଗଲି । ବହୁଦିନ ତପସ୍ୟା କରିବା ପରେ ରୋଗର ପ୍ରଭାବ ବହୁତ କମିଗଲା । କିନ୍ତୁ ପୁଣି ଫେରିଯାଇ ରାଜ୍ୟ ଶାସନ କରିବାକୁ ମୋର ଆଉ ଇଚ୍ଛା ହେଲା ନାହିଁ । ମୋ ଭାଇର ମନରେ ସନ୍ଦେହ ହେବାରୁ ସେ ମୋତେ ହତ୍ୟା କରିବା ପାଇଁ ଦୁଇଜଣ ସୈନିକଙ୍କୁ ଏଠାକୁ ପଠାଇଥିଲା । ସେମାନେ ଆସିଥିଲେ; ହେଲେ ମୋତେ ମାରିପାରିଲେ ନାହିଁ । ସେମାନେ ସମସ୍ତ ସତ୍ୟ ମୋତେ କହିପକାଇଲେ । ସେହି ଦିନଠାରୁ ମୁଁ ଅନେକ ସ୍ଥାନ ଜଙ୍ଗଲରେ ବୁଲି ବୁଲି ଅଳ୍ପ କେତେଦିନ ହେବ ଏଠାରେ ପହଁଚି କୁଟୀର ବନାଇ ରହୁଛି । ସେମାନେ ମୋ ଭାଇକୁ ମିଛରେ କହିଲେ କି କୌଣସି ଭୟଙ୍କର ଜନ୍ତୁ ମୋତେ ଖାଇଦେଇଛି । ସେମାନଙ୍କ କଥା ଶୁଣି ସେ ଚୁପ୍ ହୋଇ ରହିଲା । ଅଧିକାର ପ୍ରତି ଲୋଭମୋହ ଦେଖି ମୋର ବିରକ୍ତିବୋଧ ଆସିଲା । ଯେଉଁ ଭାଇକୁ ଭଲ ପାଇ ମୁଁ ତାକୁ ମୋ ରାଜ୍ୟଭାର ଦେଇ ଆସିଲି, ଶେଷରେ ସେହି ଭାଇ ମୋତେ ମାରିବା ପାଇଁ ସବୁ ପ୍ରକାର ଚେଷ୍ଟା କଲା । ତେଣୁ ମୁଁ ମୋ ଜୀବନକୁ ସାର୍ଥକ କରିବା ପାଇଁ ଏବେ ହିମାଳୟ ଯିବାକୁ ଚାହୁଁଛି ।”

ଏକଥା ଶୁଣି ଚନ୍ଦ୍ରସେନ ଭାରି ଆଶ୍ଚର୍ଯ୍ୟ ହେଲେ ଓ ଭୟଭୀତ ମଧ୍ୟ ହେଲେ । ସେ କହିଲେ, “ମହାଶୟ, ଅପରାଧୀଙ୍କ ଉପରେ ମୋର କୌଣସି ପ୍ରତିଶୋଧର ଭାବନା ନାହିଁ । କିନ୍ତୁ ସେମାନଙ୍କୁ କଠୋର ଦଣ୍ଡ ଦିଆ ନ ଗଲେ ତ’ ସାଧାରଣ ଜନତାଙ୍କ ଉପରେ ବିପଦର ସମ୍ଭାବନା ଅଧିକ ହେବ । ଆପଣ କହନ୍ତୁ ଏ ବିଷୟରେ ମୁଁ କ’ଣ ବା କରି ପାରିବି? ମୁଁ କ’ଣ ସେଥିପାଇଁ ରୋଗଗ୍ରସ୍ଥ ହୋଇ ରାଜ୍ୟ ଛାଡି ଦେବି?”ପ୍ରଦୀପ କହିଲେ, “ଅପରାଧ ପ୍ରତ୍ୟେକ ବ୍ୟକ୍ତି ନିକଟରେ ଭିନ୍ନ ଫଳ ଦିଏ । ମୁଁ ପୂର୍ବରୁ ଅନେକ ପ୍ରକାର ଅପରାଧ କରିଛି । ତା’ପରେ ଏହି ପାପ ସେଥିରେ ମିଶି ଯିବାରୁ ଆଜି ମୋର ଏହି ଅବସ୍ଥା ହେଲା । ତୁମେ ଭୟ କରନାହିଁ; ତୁମକୁ ମୁଁ ଗୋଟିଏ ସ୍ଫଟିକ ଦେବି, ଯାହା ଯୋଗୁଁ ତୁମେ ନିର୍ଭୀକ ହୋଇ ପାରିବ ।” ସେହି ସ୍ଫଟିକକୁ ଦେଖି ଚନ୍ଦ୍ରସେନ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ ।ପ୍ରଦୀପ କହିଲେ “ଏହାର କାର୍ଯ୍ୟ ହେଉଛି, ସେ ତୁମର ଦଣ୍ଡ ନିର୍ଣ୍ଣୟ ପ୍ରଥା ଠିକ୍ ବା ଭୁଲ୍, ସେ ବିଷୟରେ ସଙ୍କେତ ଦେବ । ତୁମେ ଅପରାଧ ଅନୁସାରେ ଯୋଗ୍ୟ ଦଣ୍ଡ ଦେଲେ ତାହା ପୀତବର୍ଣ୍ଣ ଧାରଣ କରିବ । ଦଣ୍ଡ ଅପରାଧ ମାତ୍ରାଠାରୁ ଅଧିକ ହେଲେ ତାହା ଲୋହିତବର୍ଣ୍ଣ ଧାରଣ କରିବ, କମ୍ ହେଲେ କୃଷ୍ଣବର୍ଣ୍ଣ ଧାରଣ କରିବ । କିନ୍ତୁ ସ୍ଫଟିକ ନିଜେ କୌଣସି ନିର୍ଣ୍ଣୟ କରିପାରିବ ନାହିଁ ।

ଏହି ସ୍ଫଟିକଟି ମୁଁ ମୋହର ତପଃଶକ୍ତି ଦ୍ୱାରା ପାଇଛି । ମୁଁ ଚାହୁଁଥିଲି କି ହିମାଳୟ ଯିବା ପୂର୍ବରୁ ମୁଁ ଏହି ସ୍ଫଟିକକୁ କୌଣସି ଏକ ଯୋଗ୍ୟ ରାଜାକୁ ଦେଇଯିବି; ତୁମ ଭାଗ୍ୟ ତୁମକୁ ଏଠାକୁ ନେଇ ଆସିଲା । ତମେ ଶାସନ ଏପରି ଭାବରେ ଚଳାଇବ ଯେ ଯେପରି ପାପ ତୁମକୁ ସ୍ପର୍ଶ ସୁଧା ବି ନକରେ ।”ଏହାପରେ ସ୍ଫଟିକଟି ଧରି ରାଜା ରାଜଧାନୀକୁ ଫେରିଲେ । ଏଣିକି ରାଜା ନିଜ ପାଖରେ ପାଂଚଜଣ ନ୍ୟାୟାଧୀଶ ରଖିଥାନ୍ତି । ତା’ପରେ ସ୍ଫଟିକର ନିର୍ଦ୍ଧେଶ ଅନୁସାରେ ରାଜା ଦଣ୍ଡ ଦିଅନ୍ତି । ସ୍ପଟିକଟି ସଦା ସର୍ବଦା ଲାଲ୍ ଓ କଳା ରଙ୍ଗରେ ପରିଣତ ହୁଏ । କେବେବି ମଧ୍ୟ ତାହା ପୀତ ବର୍ଣ୍ଣରେ ପରିବର୍ତିତ ହୁଏ ନାହିଁ । ତେଣୁ ରାଜା ବଡ ଅସୁବିଧାରେ ପଡିଲେ । ସେ ଜାଣିଲେ ଅପରାଧ ଅନୁସାରେ ଦଣ୍ଡଦେବା ଭାରି କଷ୍ଟକର ।

ଚନ୍ଦ୍ରସେନ ସର୍ବଦା ସ୍ଫଟିକକୁ ପାଖରେ ରଖିଥାନ୍ତି । ଦିନେ ଛଦ୍ମବେଶରେ ସେ ସହରରେ ବୁଲୁଥା’ନ୍ତି; ଗୋଟିଏ ସ୍ଥାନରେ ଦେଖିଲେ ଏକ ବୃକ୍ଷମୂଳରେ ଜଣେ ଗରିବ ଲୋକ ଆଉ ଜଣେ ଧନୀକୁ ଟଙ୍କା ଥଳୀ ଦେଉଛି । ଏସବୁ ଘଟଣା ଦେଖି ସେ ରାଜା ପଚାରିଲେ, “ତମେମାନେ ଏଠାରେ କ’ଣ କରୁଛ?”ଗରିବ କହିଲା, “ଏହି ବ୍ୟକ୍ତି ଜଣେ ମହାଜ୍ଞାନୀ । ସେ ମୋତେ ସାହାଯ୍ୟ କରିବାକୁ କହିଛନ୍ତି । ତେଣୁ ମୋର ସମସ୍ତ ଅର୍ଜିତ ଧନ ମୁଁ ତାଙ୍କୁ ଦେଇ ଦେଉଛି ।”ରାଜା ପ୍ରଶ୍ନକଲେ “ତୁମର କି ପ୍ରକାର ସାହାଯ୍ୟ ଲୋଡା?”

ତହୁଁ ସେ ଗରିବଟି କହିଲା, “ମହାଶୟ, ମୋର ଚାରିଟି ପୁତ୍ର । ଦିନେ ଜଣେ ସାଧୁ ଆସି ମୋତେ କହିଲେ କି ତୁମ ପିଲାଙ୍କ ମଧ୍ୟରୁ କେହି ଜଣେ ମହାଜ୍ଞାନୀ ହେବ । ତାକୁ ଭଲକରି ପଢାପଢି କରାଅ । ମୁଁ ପଚାରିଲି ଯେ କେଉଁ ଜଣକ ମହାଜ୍ଞାନୀ ହେବ? ସେ କେବଳ ଏତିକି କହିଲେ ଯେ ଅଗ୍ନି ଓ ଜ୍ଞାନ ବିଷୟରେ କିଛି କୁହାଯାଏ ନାହିଁ । ଚାରିପୁତ୍ରଙ୍କୁ ଶିକ୍ଷା ଦେବାର ଶକ୍ତି ମୋ ପାଖରେ ନାହିଁ । ସେଥିପାଇଁ ଏହି ମହାଶୟଙ୍କୁ ମୁଁ ଅନୁରୋଧ କରୁଛି, ଅନ୍ତତଃ ସେ କହିଦେବେ ଚାରିଜଣଙ୍କ ମଧ୍ୟରୁ କିଏ ମହାଜ୍ଞାନୀ ହେବ?”ରାଜା ଉକ୍ତ କପଟୀ ମହାଜ୍ଞାନୀଙ୍କଠାରୁ ଟଙ୍କା ଫେରାଇ ଆଣି ଦରିଦ୍ରକୁ ଦେଲେ ଓ କହିଲେ, “ତୁମେ ମୋ ସହିତ ଆସ, ମୁଁ ତୁମକୁ ସାହାଯ୍ୟ କରିବି ।”

ତା’ପରେ ରାଜା ଓ ଗରିବ ଦୁହେଁ ଗରିବର ଘରକୁ ଗଲେ । ଦୂରରୁ ଶୁଣିଲେ ଚାରିଜଣଯାକ ପୁଅ ପାଟିତୁଣ୍ଡ କରୁଛନ୍ତି । ପାଖରେ ପହଁଚି ଦେଖିଲେ ଯେ ସେମାନେ ମିଳିମିଶି ସୁନ୍ଦର ମୂର୍ତ୍ତିଟିଏ ତିଆରି କରିଥିଲେ ଓ ରଙ୍ଗ ଦେଇଥିଲେ । ସମସ୍ତେ କହିଲେ ଏଇଟି ବଜାରରେ ବିକ୍ରିକଲେ ବହୁତ ପଇସା ମିଳିବ । ପଡୋଶୀ ଘରର ପିଲା ଚନ୍ଦ୍ର ଆସି ମୂର୍ତ୍ତିଟିକୁ ଭାଙ୍ଗିଦେଲା । ଏମାନେ ଚାରିଜଣ ତାକୁ ଧରି ଭାବୁଛନ୍ତି କି ଦଣ୍ଡ ଦେବେ । ଇତିମଧ୍ୟରେ ରାଜା ଓ ପିଲାଙ୍କ ବାପା ଆସି ସେଠାରେ ପହଁଚିଲେ ।

ରାଜା ସ୍ଫଟିକଟି ହାତରେ ଧରି ଜଣ ଜଣ କରି ପଚାରିଲେ ଯେ ଚନ୍ଦ୍ରପତି ଲାଗି ଉଚିତ୍ ଦଣ୍ଡ କ’ଣ ହେବ? ପ୍ରଥମ ପୁଅ କହିଲା, “ତାକୁ ଶହେ ଚାବୁକ୍ ଦିଆଯିବ ।” ସ୍ଫଟିକର ରଙ୍ଗ ଲାଲ୍ ହୋଇଗଲା ।ଦ୍ୱିତୀୟଟି କହିଲା, “ତା’ପାଖରେ ଯେତେ ମୂର୍ତ୍ତି ଅଛି ତାକୁ ସବୁ ଭାଙ୍ଗି ଦିଆଯିବ ।” ସ୍ଫଟିକଟି ପୁଣି ଲାଲ୍ ହୋଇ ରହିଲା ।ତୃତୀୟଟି କହିଲା, “ତାକୁ କୁହ ଏପରି ଏକ ମୂର୍ତ୍ତି ତିଆରି କରିବା ପରେ ସେହି ମୂର୍ତ୍ତିକୁ ଭାଙ୍ଗିଦେଲେ ସେ ନିଜର ଅପରାଧ ଠିକ୍ ବୁଝିପାରିବ ।” ସ୍ଫଟିକଟି କୃଷ୍ଣ ବର୍ଣ୍ଣ ଧାରଣ କଲା ।

ତା’ପରେ ଚତୁର୍ଥ ପୁଅଟି କହିଲା, “ତାକୁ ମାରିଲେ କ’ଣ ଆମେ ଆମ ମୂର୍ତ୍ତି ଫେରିପାଇବା? ମୋର ଯଦି ଶକ୍ତି ଥା’ନ୍ତା ତେବେ ତାକୁ ବୁଝାଇ ଦିଅନ୍ତି, ଯଦ୍ୱାରା ସେ ନିଜେ ଅନୁତାପ କରି ନିଜକୁ ପରିବର୍ତ୍ତନ କରନ୍ତା ଓ ଆଉ ସେପରି କାମ କେବେବି ମଧ୍ୟ କରନ୍ତା ନାହିଁ ।” ସେହିକ୍ଷଣି ସ୍ଫଟିକର ବର୍ଣ୍ଣ ପୀତ ହେଲା । ଏବେ ସେ ରାଜା ଠିକ୍ ବୁଝିଗଲେ କି ଏହି ପିଲାଟି ହିଁ ଭବିଷ୍ୟତରେ ନିଶ୍ଚୟ ମହାଜ୍ଞାନୀ ହେବ । ଏହାପରେ ରାଜା ସେମାନଙ୍କୁ ନିଜର ପରିଚୟ ଦେଇ ଗରିବକୁ କହିଲେ, “ତୁମର ସବୁ ପିଲାଙ୍କର ଶିକ୍ଷାର ଭାର ଏଥର ମୁଁ ନେଲି । ମୁଁ ତୁମ ଆର୍ଥିକ ସହାୟତା ଦେବି । କିନ୍ତୁ ତୁମେ ଅନୁମତି ଦେଲେ, ତୁମର ଚତୁର୍ଥ ପୁତ୍ରର ଶିକ୍ଷା ଭାର ମୁଁ ନିଜେ ଗ୍ରହଣ କରିବି ।”ଏହା ଶୁଣି ସେ ଗରିବ ଲୋକଟିର ଆନନ୍ଦର ଆଉ ସୀମା ରହିଲା ନାହିଁ । ତା’ର ଅନୁମତି ନେଇ ରାଜା ପିଲାଟିକୁ ଧରି ନଗରକୁ ଫେରି ଆସିଲେ ।

ବେତାଳ ଏହି କାହାଣୀଟି ଶୁଣାଇ ସାରି ବିକ୍ରମାର୍କଙ୍କୁ ପଚାରିଲା, “ରାଜନ୍, ସେ ଚତୁର୍ଥ ପୁତ୍ରର ଅପରାଧ ନିର୍ଣ୍ଣୟ ଠିକ୍ ହୋଇପାରେ । କିନ୍ତୁ ସମାଜ, ନିୟମ, ବିଚାର, ବାତାବରଣ ସବୁକିଛି ଦିନକୁ ଦିନ ପରିବର୍ତ୍ତନ ହେଉଛି । ଏପରି ମଧ୍ୟ ଦେଖାଯାଏ ଶାସକ ଗୋଷ୍ଠୀ ନିଜର ସ୍ୱାର୍ଥ ପାଇଁ କେତେ ପ୍ରକାର ପରିବର୍ତ୍ତନ ଭିତରେ ଗତି କରୁଛନ୍ତି । ତେଣୁ ଦଣ୍ଡ ନିର୍ଣ୍ଣୟ କରିବା ଏକ ଆପେକ୍ଷିକ ନୀତି । ନିରପେକ୍ଷ ନୁହେଁ । କୌଣସି ସମୟରେ ଯାହା ସମାଜରେ ଧର୍ମ ନ୍ୟାୟ ହୋଇଥାଏ, ପରେ ତାହା ଅଧର୍ମ ଓ ଅନ୍ୟାୟ ବି ତ ହୋଇପାରେ । ଏଥିରୁ ପ୍ରମାଣ ହେଉନାହିଁ କି ସ୍ଫଟିକର ବର୍ଣ୍ଣ ଅନୁସାରେ ନ୍ୟାୟ ନିର୍ଣ୍ଣୟ ସମ୍ପୂର୍ଣ୍ଣ ଭୁଲ୍ । ମୋ ସମସ୍ୟାର ସମାଧାନ ଜାଣି କରି ମଧ୍ୟ ତୁମେ ଯଦି ଚୁପ୍ ରହିବ, ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମାର୍କ ଆଉ ସମୟ ନଷ୍ଟ ନକରି ସେ ବେତାଳର ସନ୍ଦେହ ଦୂର କରିବାକୁ ଯାଇ କହିଲେ, “ସମୟ ଅନୁସାରେ ଦଣ୍ଡବିଧିର ପରିବର୍ତ୍ତନ ଏକ ନିର୍ବିବାଦ ସତ୍ୟ । ରାଜା ଚନ୍ଦ୍ରସେନଙ୍କ ପାଇଁ ତାହା ସମସ୍ୟା ନଥିଲା । ବରଂ ସେ ସ୍ଫଟିକ ଦ୍ୱାରା ଏହା ଜାଣିବାକୁ ଚାହୁଁଥିଲେ ଯେ ସେ ଦେଉଥିବା ଦଣ୍ଡ ଅପରାଧ ପରିପ୍ରେକ୍ଷିରେ ଅଧିକ ନା କମ୍ । ସ୍ଫଟିକଟି ମଧ୍ୟ ଏକ ସାଧାରଣ ଚିଜ ନୁହେଁ । ଏହା ମୁନିଙ୍କର ତପସ୍ୟା ଶକ୍ତିରୁ ଉତ୍ପନ୍ନ । ସମୟ ଓ ସାମାଜିକ ନିୟମ ପ୍ରଭୃତି ପରିବର୍ତ୍ତନ ହେଲେ ମଧ୍ୟ ସେ ତାହାର କାମ କରିବ ଓ ପ୍ରକୃତ ସତ୍ୟ ପ୍ରକାଶ କରିବ । ତେଣୁ ତାହାଥିଲା ସମୟାତୀତ ଏକ ଅଲୌକିକ ଶକ୍ତିସମ୍ପନ୍ନ ସ୍ଫଟିକ । ତେଣୁ ସେ ଯାହା ଦେଖାଇବ, ତାହା ଯଥାର୍ଥ ନ୍ୟାୟ ହେବାକୁ ବାଧ୍ୟ, ସମାଜର ନୀତି ସହିତ ତାହାର କୌଣସି ବିଶେଷ ସମ୍ପର୍କ ନାହିଁ । କାରଣ ନ୍ୟାୟଶାସ୍ତ୍ରଜ୍ଞର ଦୋଷତୃଟି ଥାଇପାରେ । ମାତ୍ର ତପସ୍ୟାପ୍ରସୂତ ଏହି ସ୍ଫଟିକର ସେସବୁ କିଛି ନାହିଁ । ପୁଣି ସ୍ଫଟିକ ଦଣ୍ଡବିଧାନ ନିଜେ କରିପାରୁ ନାହିଁ ।

କିନ୍ତୁ ବିବେକବାନ୍ ଲୋକ ହାତରେହିଁ ତାହା ପ୍ରକୃତ ନ୍ୟାୟ ଦେଉଛି; ଜଣେ ଅବିବେକୀ ହାତରେ ତାହା ଥିଲେ ସେ ସ୍ଫଟିକର ସଙ୍କେତକୁ ନିଜ ସ୍ୱାର୍ଥ ପାଇଁ ଉପେକ୍ଷା କରିପାରେ । ତେଣୁ ରାଜାଙ୍କ ହାତରେ ତାହା ଯଥାର୍ଥରେ କାମ ଦେବ ଏବଂ ରାଜା ଜୟସେନ୍ ସ୍ଫଟିକ ଦ୍ୱାରା ବହୁତ ସାହାଯ୍ୟ ପାଉଛନ୍ତି । ତମେ ଯଦି ଭାବୁଛ ଗରିବ ଲୋକର ଚତୁର୍ଥ ପୁତ୍ରର ଦଣ୍ଡ ନିର୍ଣ୍ଣୟ ସ୍ଫଟିକର ସଙ୍କେତ ଅନୁସାରେ ଠିକ୍ ହୋଇଗଲା ବୋଲି ସେ ଜ୍ଞାନୀ ହୋଇପାରେ ନ ହୋଇ ମଧ୍ୟ ପାରେ, ତେବେ ତୁମରି ଭାବନା ହିଁ ପ୍ରମାଦ ପୂର୍ଣ୍ଣ ।”ରାଜା ବେତାଳର ପ୍ରଶ୍ନର ଉତ୍ତର ଦେବାରୁ ତାଙ୍କର ମୌନଭଙ୍ଗ ହୁଅନ୍ତେ, ପୂର୍ବ ସର୍ତ୍ତ ଅନୁସାରେ ବେତାଳ ତାଙ୍କ କାନ୍ଧରୁ ପୁଣି ଖସି ପୂର୍ବୋକ୍ତ ଗଛରେ ଯାଇ ଝୁଲିପଡିଲା ।

New Odia short story Odia Short Story danda Bidhi Odia Story Danda Bidhi
Share. Facebook Twitter Pinterest LinkedIn Tumblr Reddit Email
Previous Articleଘୋରକର ଉଦାରତା
Next Article ଭୁଲାପଣ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.