• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ତାଙ୍କ କଥା ଶୁଣି ସମସ୍ତେ ନୀରବ ରହିଲେ
ଗଳ୍ପ

ତାଙ୍କ କଥା ଶୁଣି ସମସ୍ତେ ନୀରବ ରହିଲେ

Liza SBy Liza SJanuary 20, 2023No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Tanka-katha-shuni-samaste-niraba-rahile
Odia-Story-Tanka-katha-shuni-samaste-niraba-rahile
Share
Facebook Twitter Pinterest Reddit Email

ବୁଦ୍ଧିମାନ୍ କହିଲେ, ”ମହାଶୟ, କେହି ଯଦି ଆମ ଯୁବକମାନଙ୍କୁ ପ୍ରତିଯୋଗିତା ପାଇଁ ଆହ୍ୱାନ କରେ, ତେବେ ସେମାନେ ଯଥାର୍ଥ ପ୍ରତ୍ୟୁତ୍ତର ଦିଅନ୍ତି । କିନ୍ତୁ ଆପଣଙ୍କ ଦକ୍ଷତା ଅତୁଳନୀୟ । ସେଥିପାଇଁ ସମସ୍ତେ ନୀରବ । ତେଣୁ ଆପଣଙ୍କୁ ଆମେ ଅନୁରୋଧ କରୁଛୁ, କିଛିଦିନ ଏଠାରେ ରହି ଆମ ଯୁବକମାନଙ୍କୁ କ୍ରୀଡା ଓ ଯୁଦ୍ଧର କୌଶଳସବୁ ଶିଖାଇବେ । ଏଠାରେ ଆମେ ମଧ୍ୟ ଯତ୍ନର ସହିତ ଆପଣଙ୍କୁ ରଖାଇଛୁ । ଆନନ୍ଦ ଓ ଖୁସିରେ ରହନ୍ତୁ । ଆପଣ ଦେଶକୁ ଫେରିଯିବା ପରେ ଆମେ ଆପଣଙ୍କୁ ମନେ ପକାଇଥିବୁ । ଆପଣ ମଧ୍ୟ ଆମକୁ ମନେ ପକାଉଥିବେ ”

ତା’ପରେ ନୃତ୍ୟ ପରିବେଷଣ କରାଗଲା । ଅନେକ ନର୍ତ୍ତକ ନର୍ତ୍ତକୀ, ସଂଗୀତ ସହିତ ନାଚୁଥା’ନ୍ତି । ରୂପଧର ଖୁସି ହୋଇ ରାଜାଙ୍କୁ କହିଲେ, ”ମହାଶୟ, ଏପରି ସୁନ୍ଦର ନୃତ୍ୟ, ମୁଁ ଅନ୍ୟ କେଉଁଠାରେ ହେଲେ ଦେଖିନାହିଁ । ଏହା ତ ଅପୂର୍ବ ”
ରାଜା ତାଙ୍କ ପରିବାରର ବାରଜଣ ରାଜକୁମାରଙ୍କୁ ଡାକିଲେ । ସେମାନେ ମଧ୍ୟ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲେ । ରୂପଧରଙ୍କର ଅଦ୍ଭୁତ ପ୍ରତିଭା ଦେଖି ସେମାନେ ହାତୀଦାନ୍ତର ଓ ରୂପାରେ ତିଆରି ହୋଇଥିବା ତରବାରୀର ମୁଠା ଓ ଖୋଳ ସହିତ ଅନେକ ତରବାରୀ ତାଙ୍କୁ ଉପହାର ସ୍ୱରୂପ ଦେଲେ ।

ସେଦିନ ରାତ୍ରିରେ ପୁଣି ଅନ୍ଧଗାୟକ ଟ୍ରୋଜନ୍ ଯୁଦ୍ଧର କାଠଘୋଡା ବିଷୟରେ ଗାୟନ କଲେ । ଗ୍ରୀକ୍ମାନେ ନିଜ ଶିବିରରେ ନିଆଁ ଧରାଇ, ନିଜ ନିଜର ବୋଇତମାନ ଖୋଲି ଚାଲିଯିବାର ଛଳନା କରିଥିଲେ; ଟ୍ରୋଜନ୍ ଯୁଦ୍ଧର ଅବସାନ ହେଲା ବୋଲି ଘୋଷଣା କରାଗଲା । ଗ୍ରୀକ୍ମାନେ ଚାଲିଗଲେ ବୋଲି ସମସ୍ତେ ଜାଣିଲେ । ରାତିରେ କାଠର ଏକ ବିରାଟ ଘୋଡା ତିଆରି କରି କିପରି ସେମାନେ ତା’ ମଧ୍ୟରେ ଲୁଚି ଲୁଚି ଯାଇ ଯୁଦ୍ଧ କରି ଜିତିଲେ, ସେକଥା ସବୁ ଅନ୍ଧ ଗୀତ ବୋଲି ଶୁଣାଉଥାଏ । ଏଣେ ସେସବୁ ଶୁଣି ରୂପଧରଙ୍କ ଚକ୍ଷୁରେ ଅଶ୍ରୁଧାରା ପ୍ରବାହିତ ହେଲା ।

ଏକଥା ଦେଖି ରାଜା ଗୀତ ବନ୍ଦ କରାଇଲେ; ସେ ରୂପଧରଙ୍କୁ ପଚାରିଲେ, ”ମହାଶୟ, ସତ କଥା କୁହନ୍ତୁ ଆପଣ କିଏ? ଆପଣଙ୍କ ନାମ କ’ଣ? କେଉଁ ଦେଶରେ ଆପଣଙ୍କ ଘର? ଆପଣ କେଉଁଠୁ ଆସିଲେ? ଟ୍ରୋୟ ଯୁଦ୍ଧର କାହାଣୀ ଶୁଣିବା ମାତ୍ରେ ଆପଣ କାହିଁକି କାନ୍ଦି ପକାଉଛନ୍ତି? ସେହି ଯୁଦ୍ଧରେ ଆପଣଙ୍କର କେହି ନିଜ ଲୋକ କ’ଣ ମରିଯାଇଛନ୍ତି? ଆପଣଙ୍କ ମନରେ କାହିଁକି ଏତେ ଦୁଃଖ?

ଆପଣ ଏବେ ସମସ୍ତ କଥା ମୋତେ ଖୋଲି କହନ୍ତୁ । ଆମେ ଯେତେବେଳେ ଆପଣଙ୍କୁ ବନ୍ଧୁଭାବରେ ଓ ନିଜଲୋକ ଭାବରେ ଗ୍ରହଣ କରିଛୁ । ଆପଣ ମଧ୍ୟ ନିଜର ଭାବି ଆମକୁ ଆପଣଙ୍କର ସମସ୍ତ ଇତିହାସ ଖୋଲି କୁହନ୍ତୁ । ମୁଁ ବରାବର ଲକ୍ଷ୍ୟ କରୁଛି ଯେ ଟ୍ରୋୟ ଯୁଦ୍ଧ କଥା ଆପଣଙ୍କ ଚକ୍ଷୁରେ ଅଶ୍ରୁ ଆଣି ଦେଉଛି । ଏହାର ରହସ୍ୟ ବା କ’ଣ?”

Latest New Story New odia story Odia New story
Share. Facebook Twitter Pinterest LinkedIn Tumblr Reddit Email
Previous Articleରୂପଧରଙ୍କ ଯାତ୍ରା
Next Article ଅଧିକ ଦଣ୍ଡ
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.