• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ତରବର
ଗଳ୍ପ

ତରବର

Liza SBy Liza SMarch 5, 2023No Comments3 Mins Read
Facebook Twitter Pinterest Reddit LinkedIn Tumblr Email
Tarabara
Tarabara
Share
Facebook Twitter Pinterest Reddit Email

ସୋମଶାସ୍ତ୍ରୀ ନାମକ ଜଣେ ପୁରୋହିତ ଥିଲେ । ସଦାବେଳେ ସେ ଟିକିଏ ଟିକିଏ କଥାରେ ଖାଲି ବିବ୍ରତ ହୋଇ ପଡନ୍ତି । ତାଙ୍କର ଅଭ୍ୟାସ ହେଲା ତରବରରେ ସେ ସବୁ କାମ କରି ପକାଇବେ ।ଥରେ ପାଖ ଗ୍ରାମରେ ଗୋଟିଏ ବିବାହ ଉତ୍ସବ ହେବାର ଥାଏ । ତାଙ୍କୁ ସେଥିରେ ପୌରାହିତ୍ୟ କରିବା ପାଇଁ ଡକାଗଲା । ଏହି କାରଣରୁ ସେ ବି ବହୁତ ଖୁସି ଥିଲେ । ତେଣୁ ସେ ପ୍ରଭାତରୁ ଉଠି ସୂର୍ଯ୍ୟୋଦୟ ପୂର୍ବରୁ ଘରୁ ବାହାରି ପଡିଲେ । ଯିବା ପୂର୍ବରୁ ସେ ତାଙ୍କ ସ୍ତ୍ରୀଙ୍କୁ କହିଗଲେ, “ମୁଁ ଯାଉଛି । କବାଟ ବନ୍ଦ କରିଦିଅ । ଚୋର ପଶିପାରେ । ତେଣୁ ତମେ ଟିକେ ସାବଧାନ୍ ହୋଇ ଥିବ ।” ଏକଥା ଶୁଣି ତାଙ୍କ ସ୍ତ୍ରୀ ନିଦରୁ ଉଠି କବାଟ ବନ୍ଦ କରି ପୁଣି ଶୋଇବାକୁ ଗଲେ ।ଚୋରମାନେ ଘର ପଛପଟେ ରହି ଏସବୁ ଘଟଣା ଦେଖୁଥିଲେ ଓ ଶୁଣୁଥିଲେ ମଧ୍ୟ; ସେମାନେ ରାତି ଶେଷରେ ଏହି ଘରେ ଚୋରୀ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ପାଇଲେ । ଏଠାରେ କେବଳ ସ୍ତ୍ରୀ ଲୋକଟି ଶୋଇଛି । ସମ୍ପୂର୍ଣ୍ଣ ଭାବରେ ଦିନର ଆଲୋକ ଦେଖା ଦେଇ ନାହିଁ । ସେମାନେ ଭାବିଲେ ଏହି ସୋମଶାସ୍ତ୍ରୀଙ୍କ ଘରେ ପଶିବା । କିଛି ନମିଳିଲେ ବି କମ୍ସେ କମ୍ ଆମକୁ ଚାଉଳ ଗଣ୍ଡାଏ ତ ମିଳିବ!ଏହାପରେ ସେ ଚୋରମାନେ ପଣ୍ଡିତଙ୍କ ଘରେ ପଶିଲେ । ସେମାନେ ଦେଖିଲେ ଚାରିଆଡ ଅନ୍ଧାର । ତା’ପରେ ସେମାନେ ତାଙ୍କ ନିଜ କାମରେ ଲାଗିଗଲେ । ପଣ୍ଡିତଙ୍କ ସ୍ତ୍ରୀ ତ ଅନ୍ଧାରରେ କିଏ ବୋଲି ତାଙ୍କୁ ଦେଖିପାରୁ ନଥିଲେ ।

ଇତିମଧ୍ୟରେ ସୋମଶାସ୍ତ୍ରୀ ତରବରରେ ଫେରିଆସି କବାଟ ବାଡେଇଲେ । ତାଙ୍କ ସ୍ତ୍ରୀ ଦରଜା ଖୋଲିଲେ । ସେ କହିଲେ, “ଶାଲ୍ ନେବାକୁ ଭୁଲିଗଲି ।” ତା’ପରେ ସେ ତାଙ୍କ ଶାଲ୍ଟି କାନ୍ଧ ଉପରେ ରଖି ପୁଣି ଶୀଘ୍ର ସେଠାରୁ ଚାଲିଗଲେ । ପଣ୍ଡିତଙ୍କ ସ୍ତ୍ରୀ କବାଟ କିଳି ପୁଣି ଶୋଇଗଲେ । ସେମାନେ ଟିକିଏ ଅପେକ୍ଷା କଲେ । ସେ ଭଲ କରି ଶୋଇବା ପରେ କିଛି ନପାଇ ଶେଷରେ ଚାଉଳ ତକ ପାତ୍ରଟିରୁ ଢାଳି ନେଇ ଯିବାକୁ ଚେଷ୍ଟାକଲେ । ସେଥିପାଇଁ ସେମାନେ ତଳେ ଚଦର ବିଛାଇଲେ ।ଇତିମଧ୍ୟରେ ପଣ୍ଡିତ ପୁଣି ତରବରରେ ଫେରି ଆସିଲେ ଓ ସ୍ତ୍ରୀଙ୍କୁ ଡାକିଲେ । ସ୍ତ୍ରୀ କବାଟ ଖୋଲି କହିଲେ, “ଏଥର ତମେ ପୁଣି କ’ଣ ଭୁଲିଗଲ?”ସ୍ତ୍ରୀକଥା ଶୁଣି ସୋମଶାସ୍ତ୍ରୀ କହିଲେ “ମୁଁ ଏଥର ଥଳି ଭୁଲିଗଲି । ତାକୁ ଟିକିଏ ଶୀଘ୍ର ଆଣିଦିଅ ନା!”ପଣ୍ଡିତଙ୍କ ସ୍ତ୍ରୀ ଥଳୀଟି ନେଇ ଆସିଲେ । ତାହା ଚାଉଳ ଥିବା ପାତ୍ର ପାଖରେ ଟଙ୍ଗା ହୋଇଥିଲା ।ଚୋରମାନେ ପୁଣି ଟିକିଏ ଲୁଚିଗଲେ । ପଣ୍ଡିତଙ୍କ ସ୍ତ୍ରୀଙ୍କ ପାଦ ଚଦର ଉପରେ ପଡିଲା; ସେ ତାକୁ ହାତରେ ଉଠାଇନେଇ ଅଗଣାରେ ରଖିଦେଲେ ଓ ଯାଇ ଶୋଇଗଲେ । ସେ ଶୋଇବା ପରେ ଚୋରମାନେ ଭାବିଲେ କି ଚାଦର ତ ତଳେ ପଡିଛି । ତେଣୁ ଚାଉଳର ବଡ ପାତ୍ରଟିରୁ ତଳେ ସବୁ ଚାଉଳ ଢାଳିଦେଲେ । ତା’ପରେ ଚାଦର ଉଠାଇ ବାନ୍ଧିବାକୁ ଯାଇ ସେମାନେ ଦେଖିଲେ ସେଠାରେ ଆଉ ତାଙ୍କ ଚାଦର ନାହିଁ । ଚାଉଳ ତଳେ ଢଳା ହୋଇଛି ।

ସେମାନେ କ’ଣ କରିବେ ଭାବୁଛନ୍ତି, ଇତିମଧ୍ୟରେ ପଣ୍ଡିତେ ପୁଣି ତୃତୀୟବାର ଫେରି କବାଟ ବାଡେଇଲେ । ପଣ୍ଡିତଙ୍କ ସ୍ତ୍ରୀ ଉଠିପଡି କହିଲେ, “ଏବେ ତ ଆସି ସକାଳ ହେଲାଣି, ମୁଁ ଯାଏଁ ମୋ କାମ ଦାମ ସବୁ ଆରମ୍ଭ କରିବି ।”ଚୋରମାନେ ଏକଥା ଶୁଣି ପଛ କବାଟ ବାଟେ ଧାଇଁ ପଳାଇଲେ ଓ ପ୍ରାଣବିକଳରେ ପଳେଇବା ବେଳେ ଭୁଲ୍ରେ ତାଙ୍କର ଚୋରୀ ଧନରେ ପୂର୍ଣ୍ଣ ଟଙ୍କା ଥଳୀଟି ଚାଉଳ ପାଖରେ ଛାଡି ଦେଇ ଗଲେ ।ଏଥର ସୋମ ଶାସ୍ତ୍ରୀ କିଛିବି ଭୁଲି ନଥିଲେ । ସମସ୍ତ କିଛି ଆବଶ୍ୟକୀୟ ବସ୍ତୁ ନେଇ ବିବାହସ୍ଥଳରେ ଯାଇ ପହଁଚିଗଲେ । ତାଙ୍କ ତରବରିଆ ସ୍ୱଭାବ ଯୋଗୁଁ ତାଙ୍କ ଅଜାଣତରେ ଚୋର ଛାଡିଯାଇଥିବା ଗୁଡିଏ ଧନ ତାଙ୍କର ଲାଭ ହେଲା ।

New odia story Tarabara Odia story New tarabara Tarabara New odia story
Share. Facebook Twitter Pinterest LinkedIn Tumblr Reddit Email
Previous Articleପୁରସ୍କାର – ପ୍ରୋତ୍ସାହନ
Next Article କଞ୍ଜୁସ୍
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.