• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଟଙ୍କା ଥଳୀଟି କାହାର?
ଗଳ୍ପ

ଟଙ୍କା ଥଳୀଟି କାହାର?

Liza SBy Liza SMarch 21, 2022No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Tanka Thaliti Kahara
Tanka Thaliti Kahara
Share
Facebook Twitter Pinterest Reddit Email

ଆଗ୍ରା ସହରରେ ଜଣେ ମାଂସ ବିକାଳୀ ମାଂସ ବିକ୍ରୀ କରୁଥାଏ । ଲୋକଟି ସଚ୍ଚୋଟ୍ ସ୍ୱଭାବର ହୋଇଥିବାରୁ ଏବଂ ଗ୍ରାହକ ମାନଙ୍କର ମନଜାଣି ଜିନିଷ ଦେଉଥିବାରୁ ସବୁ ସମୟରେ ତା’ର ଦୋକାନରେ ଗହଳି ଲାଗିରହୁଥାଏ ।

ଦିନେ ତା’ର ଦୋକାନରେ ଅସମ୍ଭବ ଗହଳି ହୋଇଗଲା । ମାଂସ ବିକାଳୀ ତା’ର କାରବାରକୁ ନେଇ ବ୍ୟସ୍ତଥାଏ । ଏହି ସମୟରେ ଜଣେ ବଣିକ ଆସି ମାଂସ ବିକାଳୀକୁ ଏକ କେ.ଜି. ମାଂସ ଦେବା ପାଇଁ କହିଲେ। ମାଂସ ବିକାଳୀର ଟଙ୍କା ଥଳୀଟି ତାର ଦୋକାନଘରର ବାହାରକୁ ଥିବା ଏକ କାନ୍ଥରେ ଟଙ୍ଗା ଯାଇଥାଏ । ବଣିକଙ୍କପାଇଁ ଏକ କିଲୋ ମାଂସ ଠିକ୍ କରିବା ପାଇଁ ଲାଗି ପଡିଲେ । ସେ ଯେମିତି ପଛକୁ ବୁଲି ପଡି ତାଙ୍କ କାର୍ଯ୍ୟରେ ଲାଗିଛନ୍ତି, ସେହି ସମୟରେ ବଣିକ ମାଂସ ବିକାଳୀର ଟଙ୍କା ଥଳୀକୁ ସେଠାରୁ ନେଇ ଆସିଲେ ।

ମାଂସ ବିକାଳୀ ଯେତେବେଳେ ମାଂସ ତାଙ୍କ ହାତକୁ ବଢାଇ ଦିଏ, ସେହି ସମୟରେ ସେ ନିଜ ଥଳୀଟିକୁ ବଣିକଙ୍କ ହାତରେ ଦେଖି ପାରିଲା । ବଣିକ କ’ଣ କଲେନା, ସେହି ଥଳୀରୁ ପଇସା ବାହାର କରି ମାଂସ ବିକାଳୀ ହାତକୁ ବଢାଇ ଦେଲେ । ମାଂସ ବିକାଳୀ ଏହା ଦେଖି ଜୋର୍ରେ ରାଗିଯାଇ ଏହା ତା’ର ଟଙ୍କା ଥଳୀ ବୋଲି କହିଲା । ହେଲେ ବଣିକ ବା’ କୋଉଠୁ ଛାଡୁଛନ୍ତି । ସେ ମଧ୍ୟ ଏହା ତାଙ୍କର ବୋଲି କହିଲେ । ସେଠାରେ ଯେତେ ଲୋକ ଜମା ହୋଇଥିଲେ, ସେମାନଙ୍କ ମଧ୍ୟରୁ କେତେଜଣ ଟଙ୍କାଥଳୀ ମାଂସ ବିକାଳୀର ବୋଲି କହୁଥିଲା ବେଳେ ଆଉ କେତେଜଣ ଏହାକୁ ବଣିକର ବୋଲି କହୁଥାଆନ୍ତି । ଝଗଡା ଏତେ ବଢିଗଲା ଯେ, ଶେଷରେ ତାହା ସମାଧାନ ହେବା ପାଇଁ ବିରବଲଙ୍କ ପର୍ଯ୍ୟନ୍ତ ଗଲା ।

ଉଭୟେ ଯାଇ ବିରବଲଙ୍କ ପାଖରେ ପହଁଚିଲେ । ବିରବଲ ଟଙ୍କା ଥଳୀଟିକୁ ଭଲ ଭାବରେ ପରୀକ୍ଷା କଲେ । ସେ ସେହି ଥଳୀ ମଧ୍ୟରେ କିଛି ରକ୍ତ ଛିଟା ଲାଗିଥିବାର ଲକ୍ଷ୍ୟ କଲେ । ଏହାପରେ ସେ ଯେତେବେଳେ ଥଳୀ ମଧ୍ୟରୁ କିଛି ଟଙ୍କା ବାହାର କଲେ । ସେଥିରେ ମଧ୍ୟ ରକ୍ତର ଦାଗ ଲାଗିଥିବାର ଦେଖି ପାରିଲେ । ଏହା ଦେଖି ସେ ଅନୁମାନ କଲେ ଯେ ଟଙ୍କା ଥଳୀଟି ମାଂସ ବିକାଳୀର । ସଂଗେ ସଂଗେ ବିରବଲ ମାଂସ ବିକାଳୀକୁ ତାର ଥଳୀ ଫେରାଇ ଦେଲେ । ବଣିକ ବ୍ୟକ୍ତି ଟଙ୍କା ଚୋରୀ ଅଭିଯୋଗରେ ଦଣ୍ଡିତ ହେଲେ ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଯେସାକୁ ତେସା
Next Article ଶୁଆର ମୃତ୍ୟୁ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.