• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଶିଶୁ»ଶିଶୁ ଗଳ୍ପ»ଚାକରର ବୁଦ୍ଧି
ଶିଶୁ ଗଳ୍ପ

ଚାକରର ବୁଦ୍ଧି

Liza SBy Liza SDecember 8, 2022No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Odia--Story-Chakarara-Budhi
Odia--Story-Chakarara-Budhi
Share
Facebook Twitter Pinterest Reddit Email

ରଥିପୁରର ଭୂପତିଙ୍କର ଜଣେ ଚାକର ଦରକାର ଥିଲା । ସେ ଏକଥା ତାଙ୍କ ବନ୍ଧୁ କିଶୋରଙ୍କୁ କହିଥିଲେ । କିଶୋର କହିଲେ, “ମୋ ପାଖରେ ଦୁଇ ଜଣ ଚାକର ଅଛନ୍ତି । ସେ ଦୁହେଁ ଭାରି ବିଶ୍ୱାସୀ । ସେ ଦୁହିଁଙ୍କର ସ୍ୱଭାବ ମଧ୍ୟ ବହୁତ ଭଲ । ସେମାନଙ୍କ ମଧ୍ୟରୁ ଜଣେ ଭାରି ଚତୁର । କାମରେ ବେଶି ମନ ଦିଏ ନାହିଁ କିନ୍ତୁ ବେଶି ବେତନ ମାଗେ । ଅନ୍ୟଟି ଟିକିଏ ବୋକା, ହେଲେ ସେ ଖୁବ୍ ମନପ୍ରାଣ ଦେଇ କାମ କରେ । ବେତନ ମଧ୍ୟ ବେଶି ଦାବୀ କରେ ନାହିଁ । ଏଥିମଧ୍ୟରୁ କେଉଁ ଜଣକ ତୁମର ଦରକାର? କୁହ ମୁଁ ତାକୁ ତୁମ ନିକଟକୁ ପଠାଇଦେବି ।”ତା’ପରେ ଭୂପତି ଟିକେ ଭାବିଚିନ୍ତି କହିଲେ “ଗୃହକର୍ତ୍ତା ବୁଦ୍ଧିମାନ ହୋଇଥିଲେ, ଚାକର ବୋକା ହେଲେ ବି ଚଳିବ । କାମ ମନ ଦେଇ କରେ, ସେ ପୁଣି ଭାରି ବିଶ୍ୱାସୀ । ସେଇ ଭଲ ହେବ । ତୁମେ କହୁଛ ସେ ଅଧିକ ବେତନ ମଧ୍ୟ ଦାବୀ କରେ ନାହିଁ । ତେଣୁ ଦ୍ୱିତୀୟଟିକୁହିଁ ପଠାଇଦିଅ ।”

ତା’ପରେ ଦ୍ୱିତୀୟ ଚାକର ଶଙ୍କର, ଭୂପତିଙ୍କ ପାଖରେ ଯାଇ କାମକଲା । ମାସେ ତା’ର କାମ ଦେଖି ଭୂପତି ଖୁବ୍ ସନ୍ତୁଷ୍ଟ ହେଲେ । ଭୂପତିଙ୍କ ବିବାହିତା ଝିଅ ସହରରେ ଥାଏ । ସେ ଥରେ ତା’ର ଜଣେ ଚାକର ଦ୍ୱାରା ଚିଠିଟିଏ ବାପାଙ୍କ ପାଖକୁ ପଠାଇଥିଲା । ସେଥିରେ ଲେଖିଥିଲା, “ମୋ ନଣନ୍ଦର ବିବାହ ଠିକ୍ ହୋଇଯାଇଛି । ଦୁଇଟି ସବୁଜ ରଙ୍ଗର ଶାଢୀ ପାଇଁ ବରପକ୍ଷ ବରାଦ ଦେଇଛନ୍ତି । ଆସନ୍ତା ଶନିବାର ମଧ୍ୟରେ ଆପଣ ତାହା ପଠାନ୍ତୁ ।”ପତ୍ରବାହକ ଭୂପତିଙ୍କୁ କହିଲା, “ମହାଶୟ, ଆଜି ସଂଧ୍ୟାକୁ ମୁଁ ସହର ଫେରିଯାଉଛି । ଆଜି ଯଦି ଶାଢୀ ଦେଇପାରିବେ ତ ମୁଁ ତାହା ନେଇଯିବି ।”

ଭୂପତି ମଙ୍ଗୁଦାଦାଙ୍କୁ ଖବର ପଠାଇ ଜାଣିଲେ ଯେ ତାଙ୍କ ପାଖରେ ସେପରି ଶାଢୀ ନାହିଁ । ରଙ୍ଗ ଦେଇ ଶାଢୀ ପ୍ରସ୍ତୁତ କରିବାକୁ ନିହାତି କମ୍ରେ ଦୁଇଦିନ ଲାଗିବ ।” ଭୂପତି ସେହି ଲୋକକୁ କହିଲେ, “ତୁମେ ସହରକୁ ଚାଲିଯାଅ । ମୁଁ ଆମ ଲୋକ ହାତରେ ଶାଢୀ ପଠାଇଦେବି ।”ଭୂପତି ଶଙ୍କରକୁ ଡାକି ସବୁ ବୁଝାଇଦେବା ପରେ, ସେ କହିଲା, “ଆପଣ ନିଶ୍ଚିନ୍ତ ରହନ୍ତୁ । ଶାଢୀ ପ୍ରସ୍ତୁତ ହୋଇଗଲେ ମୁଁ ନିଜେ ଯାଇ ଦେଇ ଆସିବି ।”ଶୁକ୍ରବାର ଦିନ ପ୍ରବଳ ବର୍ଷା; ସକାଳୁ ବର୍ଷା ସେମିତି ଲାଗିରହିଛି । ବର୍ଷା ଟିକିଏ ବନ୍ଦ ହେବାମାତ୍ରେ ମଙ୍ଗୁଦାଦା ଶାଢୀ ଦୁଇଟି ଧରି ଭୂପତିଙ୍କ ପାଖରେ ଆସି ପହଁଚିଲେ । ସେ କହିଲେ, “ମହାଶୟ ବର୍ଷା ଯୋଗୁଁ ଶାଢୀର ରଙ୍ଗ ଭଲ ଭାବରେ ଶୁଖିନାହିଁ । ସାବଧାନତାର ସହିତ ମୁଁ ବାନ୍ଧି ଦେଇଛି । ଆଉ ଏକଦିନ ପର୍ଯ୍ୟନ୍ତ ଯେପରି ତାହା ପାଣିର ସଂସ୍ପର୍ଶରେ ନଆସେ ।” ଏତିକି କହି ସେ ସେଠାରୁ ଚାଲିଗଲେ ।

ଭୂପତି, ଶଙ୍କରକୁ ଡାକି ସବୁ ବୁଝାଇ ଦେଇ କହିଲେ, “ଶଙ୍କର, ସବୁ ଶୁଣିଲତ? ଏବେ ଏହାକୁ ଯତ୍ନର ସହିତ ସହରକୁ ନେଇଯିବ ।”ଶଙ୍କର କହିଲା, “ଆପଣ କହିବା ମୁତାବକ ମୁଁ ଏହାକୁ ବହୁତ ଯତ୍ନରେ ନେବି । ଯେପରିକି ବୁନ୍ଦାଏ ପାଣି ମଧ୍ୟ ଏଥିରେ ପଡିବ ନାହିଁ । ମୁଁ ମୋ କଥାରୁ ଭିନ୍ନ କାମ କେବେବି କରେ ନାହିଁ । ମୁଁ ଏବେ ମୋ ଘରକୁ ଯାଇ ଖାଇପିଇ ସେଠାରୁ ଶୀଘ୍ର ସହରକୁ ଯିବି ।”ସେ ଯିବା ପରେ ଭୂପତି ଓ ତାଙ୍କ ସ୍ତ୍ରୀ ସହରରେ ଥିବା ଝିଅ ବିଷୟରେ ଆଳାପ ଆଲୋଚନା କଲେ । ଭୂପତି କହିଲେ, “ନଣନ୍ଦର ବିବାହ ପାଇଁ ବରବାଲା ଯେଉଁପରି ଶାଢୀ ଚାହୁଁଥିଲେ, ତାହା ଆମ ଝିଅ ଦେଉଛି । ଶାଶୁଘରେ ଆମ ଝିଅର ବହୁତ ପ୍ରଶଂସା ନିଶ୍ଚୟ ହେବ ।”

ଭୂପତି ପୁଣି କହିଲେ, “ଭଲ ହେଲା; ଶଙ୍କର ପରି ବିଶ୍ୱାସୀ ଚାକର ଠିକ୍ ସମୟରେ କାମ ଦେଲା । ନହେଲେ ଶନିବାର ସକାଳୁ ମୋତେହିଁ ସେଠାକୁ ଯିବାକୁ ହୋଇଥା’ନ୍ତା । ଆଜିକାଲି ବେଶି ବୁଲାବୁଲି କରିବାକୁ ମୋତେ ଆଦୌ ଭଲ ଲାଗେନି ।”ହଠାତ୍ ପଡୋଶୀ ଘରୁ ନାନା ପ୍ରକାର ହଇଚଇ ଶବ୍ଦ ଶୁଣି ଏମାନେ ସେଠାକୁ ଦୌଡିଲେ । ଭୂପତିଙ୍କ ବନ୍ଧୁ ରାଜୁଙ୍କ ବାପା ହଠାତ୍ ଅସୁସ୍ଥ ହୋଇ ପଡିଛନ୍ତି । ବୈଦ୍ୟ ପରୀକ୍ଷା କରି କହିଲେ, “ଏହି ରୋଗ ପାଇଁ ମୋ ପାଖରେ କିଛି ହେଲେବି ଔଷଧ ନାହିଁ । ଏହି ରୋଗୀକୁ ଯଦି ସହରକୁ ନେଇଯାଆନ୍ତ, ତେବେ ଭାରି ଭଲ ହୁଅନ୍ତା ।”

ସହରରେ ଭୂପତିଙ୍କର ତ ବହୁତ ପରିଚିତ ଲୋକ ଅଛନ୍ତି, ନିଜ ଝିଅ ମଧ୍ୟ ସେଠାରେ ଅଛି । ତେଣୁ ରାଜୁଙ୍କ ଘରର ପରିବାର ଓ ଭୂପତି ଗୋଟିଏ ଗାଡି ଠିକ୍ କରି ସହରକୁ ଗଲେ । ଯିବାବାଟରେ ସେ ଶଙ୍କରର ଘର ପାଖରେ ଗାଡି ରଖିଲେ । ସେତେବେଳକୁ ତ ଶଙ୍କର ସହରକୁ ବାହାରି ଗଲାଣି ।ଏବେ ଶଙ୍କର ସହିତ ଦେଖା ହେବାର କୌଣସି ସମ୍ଭାବନା ନାହିଁ । କାରଣ ଗାଡିର ରାସ୍ତା ଭିନ୍ନ, ଓ ଚାଲିକିଯିବା ରାସ୍ତା ଭିନ୍ନ । ଭୂପତି ରାଜୁଙ୍କ ବାପାଙ୍କର ଚିକିତ୍ସା ଜଣେ ଭଲ ଡାକ୍ତର ଦ୍ୱାରା କରାଇଲେ । ଡାକ୍ତର କହିଲେ, “ଭୟ କରିବାର କିଛି ନାହିଁ, ରୋଗୀ କେବଳ ଦୁଇଦିନ ମୋ ପାଖରେ ରହିବେ ।” ରୋଗୀ ପାଇଁ ସମସ୍ତ ବ୍ୟବସ୍ଥା ହୋଇଯିବା ପରେ, ଭୂପତି ତାଙ୍କ ଝିଅ ଘରକୁ ଗଲେ ।

ବାପାଙ୍କୁ ଦେଖି ଝିଅ ବଡ ଖୁସି ହୋଇ କହିଲା, “ବାପା, ଆପଣ କାହିଁକି ନିଜେ ଏତେ କଷ୍ଟ କଲେ? ଚାକର ହାତରେବି ତ ପଠାଇ ପାରିଥା’ନ୍ତେ ।”ସମୁଦି କହିଲେ, “ବୋହୁ, ତୁ ଏପରି କାହିଁକି କହିଲୁ, ଆମର ଭାଗ୍ୟ ଯେ ସମୁଦି ନିଜେ ଆସିଛନ୍ତି ।”ଭୂପତି ସବୁକଥା ଝିଅକୁ କହିଲେ । “ଶଙ୍କର ଚାଲି ଚାଲି ଆସୁଛି ତ ଡେରି ହେଉଛି । ମୁଁ ଯଦି ଆସିଲି, ତେବେ ରହିଯିବି ଓ ବିବାହ ଦେଖିବା ପରେ ଯାଇ ଯିବି ।”ଅଳ୍ପସମୟ ପରେ ଶଙ୍କରବି ଆସି ସେଠାରେ ପହଁଚିଗଲା । ସେ ନିଜେ ଓଦା ହୋଇ ଯାଇଛି । କାହିଁକିନା ସେତେବେଳେ ତ ବର୍ଷା ପଡୁଥାଏ । ଭୂପତି କହିଲେ, “ବର୍ଷା ହେଉଛି, ତୁ ନ ଆସିଥିଲେ ଭାରି ଭଲ ହୋଇଥା’ନ୍ତା । ଟିକିଏ ସମୟ ରହିଯାଇଥିଲେ ମୁଁ ନିଜେ ତାହା ନେଇ ଆସିଥା’ନ୍ତି ।”

ଶଙ୍କର କହିଲା “ମାଲିକ, ମୋର କଥା ଅନୁସାରେ ମୁଁ କାର୍ଯ୍ୟ କରେ । ଆପଣଙ୍କ ଆଦେଶ ଅନୁସାରେ ସହରରେ ଶନିବାରଦିନ ପହଁଚିବା କଥା, ତେଣୁ ମୁଁ ଆସିଲି । ବର୍ଷା, ତୋଫାନ୍ ମୋତେ କେହିବି ବନ୍ଦ କରି ପାରିବ ନାହିଁ ।”ଭୂପତି ସନ୍ଦେହ କରି ପଚାରିଲେ, “ଭଲ ହେଲା ତୁ ଆସିଲୁ । କିନ୍ତୁ ମଙ୍ଗୁଦାଦା ଯେ କହିଥିଲେ ଶାଢୀରେ ଟୋପାଏ ହେଲେବି ପାଣି ଲାଗିବ ନାହିଁ; ସେକଥା ତୋର ମନେ ଅଛି ତ?”ଶଙ୍କର କହିଲା “ଆପଣ କହିବେ ଆଉ ମୁଁ ପୁଣି ତାହା ମନେ ରଖିବି ନାହିଁ? ଟୋପାଏ ପାଣି ଯେପରି ଶାଢୀରେ ନ ଲାଗେ ସେପରି ଯତ୍ନରେ ମୁଁ ତାକୁ ରଖିଛି ।”

ଭୂପତି ଆଶ୍ଚର୍ଯ୍ୟ ହୋଇ ପଚାରିଲେ “ଏଭଳି ବର୍ଷାରେ ଏହା କିପରି ସମ୍ଭବ ହେଲା ଶଙ୍କର?”ଶଙ୍କର କହିଲା “ବୁଦ୍ଧିଥିଲେ ଉପାୟ ଆପେ ଆପେ ଆସେ । ଘରୁ ବାହାରିବା ବେଳେ ବର୍ଷା ପଡିବାକୁ ଆରମ୍ଭ କଲା । ମୁଁ ସେ ଶାଢୀ ଦୁଇଟିକୁ ଛୋଟ ସିନ୍ଦୁକରେ ଅତି ଯତ୍ନର ସହିତ ରଖିଛି ।”ଭୂପତି ହତାଶ ହୋଇ ପଚାରିଲେ “କିନ୍ତୁ ସେ ସିନ୍ଦୁକ ଏବେ କେଉଁଠି?”ଶଙ୍କର ବଡ ଖୁସିରେ କହିଲା “ସିନ୍ଦୁକ? ମୁଁ କ’ଣ ଏତେ ବୋକା ହୋଇଛି ଯେ ଏଇ ବର୍ଷାରେ ତାକୁ ନେଇ ଆସିଥା’ନ୍ତି । ସିନ୍ଦୁକରେ ଛୋଟ ଫୋଡ ଥା’ନ୍ତା ତ ସେଥିରେ ପାଣି ପଶି ଶାଢୀଟି ନଷ୍ଟ ହୋଇଯାଇ ନଥାନ୍ତା । ତେଣୁ ମୁଁ ତାକୁ ଖଟତଳେ ରଖିଦେଇ ଆସିଲି ।”

ତା’ର ଏଭଳି କଥା ଶୁଣି ସେଠାରେ ସମସ୍ତେ ହସିଲେ । ମାତ୍ର ଭୂପତି ଲଜ୍ଜିତ ହେଲେ । ତୁରନ୍ତ ଗାଡିଟିଏ ନେଇ ଶଙ୍କରକୁ ସାଥିରେ ଧରି ସେ ତା’ ଗ୍ରାମରୁ ଶାଢୀ ନେଇ ଆସିଲେ । ଭାଗ୍ୟକୁ ବାହାଘର ପୂର୍ବରୁହିଁ ସେମାନେ ଆସି ଯଥା ସ୍ଥାନରେ ପହଁଚି ଗଲେ । ଘରକୁ ଫେରିବା ବାଟରେ ସେ କିଶୋରକୁ ଡାକି କହିଲେ, “ତୁମେ ମୋତେ ପୁର୍ବରୁ ସାବଧାନ କରିଥିଲ । କିନ୍ତୁ ମୁଁ ନିଜେ ଶଙ୍କରକୁ ବାଛିଲି । ସେ ତ ବହୁତ ଭଲ ପିଲା, ହେଲେ ସେ ଅତ୍ୟନ୍ତ ବୋକା । ମୁଁ ତାକୁ ତଡି ଦେବି ନାହିଁ । ସେ ମଧ୍ୟ ରହିବ । ଅନ୍ୟ ପିଲାଟିକୁ ମଧ୍ୟ ତୁମେ ମୋ ପାଖକୁ ପଠାଇ ଦିଅ । ଶଙ୍କରକୁ ଘରବାଡି କ୍ଷେତ, ଗାଈଗୋରୁ ଏସବୁ କାମ ଦେବି, ଅନ୍ୟଟି ଉପରେ ମୁଁ ଦାୟିତ୍ୱପୂର୍ଣ୍ଣ କାମ ଦେବି ।”ଏହାପରେ କିଶୋର ତାଙ୍କ ଘରକୁ ଯାଇ ଅନ୍ୟଟିକୁ ପଠାଇ ଦେଲେ । ଏବେ ଭୂପତି ବୁଝିଲେ ବେତନ ଟିକିଏ ବେଶି ଦାବୀ କରୁଛି ତ ନେଉ । କିନ୍ତୁ ବୁଦ୍ଧିମାନ ବ୍ୟକ୍ତି ସମସ୍ତ ଦାୟିତ୍ୱ ସଫଳତାର ସହିତ ତୁଲେଇ ନେବ । କମ୍ସେକମ୍ ତାକୁ ତ ଆଉ ହଜାରଥର ବୁଝାଇବାକୁ ହେବ ନାହିଁ । ଏବେ ସେ ଦୁଇଜଣଙ୍କୁ ନେଇ ଭୂପତି ବେଶ୍ ସନ୍ତୁଷ୍ଟ ।

New odia story Odia Story Odia Story Chakarara buddhi
Share. Facebook Twitter Pinterest LinkedIn Tumblr Reddit Email
Previous Articleଭୂତତାନ୍ତ୍ରିକ
Next Article ବ୍ୟାକୁଳ ଭରତ
Liza S

Related Posts

କୁଶଳଙ୍କ କୌଶଳ

March 27, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ଅଭିନବ ବିବାହ

March 16, 2023

ଚନ୍ଦ୍ରହାର

March 15, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.