• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଚପଲ୍ ହଳକୁ ପଚିଶ ପଇସା
ଗଳ୍ପ

ଚପଲ୍ ହଳକୁ ପଚିଶ ପଇସା

Liza SBy Liza SJanuary 15, 2023No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-chapala-halaka-achishi-paisa
Odia-Story-chapala-halaka-achishi-paisa
Share
Facebook Twitter Pinterest Reddit Email

ଚନ୍ଦ୍ରମଣି, ହରିପୁର ଗାଁର ଲୋକ । ସଉଦା ପତ୍ର ଆଣିବା ଉଦ୍ଧେଶ୍ୟରେ ଥରେ ସେ ହାଟକୁ ବାହାରିଲେ । ବହୁ ପୁରୁଣା ହୋଇଯାଇଥିବାରୁ, ପଟେ ଚପଲର ଆଗପଟ ଫାଟିଗଲା । ଭାବିଲେ, ହାଟକୁ ତ ଯାଉଛି, ସେଠାରୁ ମୁଁ ଚପଲ୍ ହଳେ ବି କିଣିନେବି ।ବାଟରେ ପୁରୁଣା ମନ୍ଦିରଟିଏ ପଡେ । ତା’ର ଟିକିଏ ଛାଡି ଗୋଟିଏ ଦୋକାନରେ ଯୋଡି ଯୋଡି ଚପଲ୍ ସଜାହୋଇ ରହିଛି । ଏହାଦେଖି ଚନ୍ଦ୍ରମଣି ସ୍ଥିରକଲେ, ହାଟରେ ପହଁଚିବା ପୂର୍ବରୁ, ଏଇଠାରୁ ନୂଆ ଚପଲ୍ କିଣିନେବି । ଦୋକାନର ସମ୍ମୁଖକୁ ଯାଇ ସେଠାରେ ସେ ଲେଖା ଥିବାର ଦେଖିଲେ, ”ଚପଲ୍ ହଳକୁ ପଚିଶି ପଇସା ।”ଏହା ପଢି ସେ ଭାରି ଖୁସି ହୋଇଗଲେ । କାରଣ ଚପଲ୍ ହଳକର ଦାମ୍ ପଚାଶଟଙ୍କାରୁ କମ୍ ଆଦୌ ହେବ ନାହିଁ ।

ଏତେ ଶସ୍ତାଦାମ୍ରେ ଚପଲ୍ ବା ଆଉ କେଉଁଠୁ ମିଳିବ? ଚପଲ୍ ଭିତରୁ ସୁନ୍ଦର ଓ ଆକର୍ଷଣୀୟ ହଳେ ଚପଲ ବାଛି, ନିଜର ପାଦରେ ସେ ମାପିଲେ । ରଙ୍ଗ, ମାପ, ଆକାର ସବୁ ତାଙ୍କୁ ବିଲ୍କୁଲ୍ ଠିକ୍ ହେଲା ।ଚନ୍ଦ୍ରମଣି ପଚିଶ ପଇସା କାଢି, ଦୋକାନୀକୁ ଦେବାରୁ ସେ ସନ୍ଦେହ ଦୃଷ୍ଟିରେ ଚାହିଁ କହିଲେ, ”ଏହା ତ ଆପଣଙ୍କ ଚପଲ୍ ନୁହେଁ, ଏହା ଲୁଗାଦୋକାନୀ ପର୍ଶୁରାମ ବାବୁଙ୍କର ଅଟେ ।ମୋର ଯାହା ମନେ ପଡୁଛି, ଆପଣ ତ କାହିଁ ଏଠାରେ ଚପଲ୍ ରଖି ଯାଇନାହାଁନ୍ତି ।”

ଠିକ୍ ସେହି ସମୟରେ ପର୍ଶୁରାମ ବାବୁ ସେଠାରେ ଆସି ପହଁଚିଗଲେ । ଚନ୍ଦ୍ରମଣିଙ୍କର ଏଭଳି ହରକତ୍ ଦେଖି ସେ ଭୀଷଣ ଭାବେ ରାଗିଯାଇ କହିଲେ, ”ଦିନ ଦ୍ୱିପହରରେ ବି ଚୋରି, ପୁଣି ତା’ ମଧ୍ୟ ମନ୍ଦିର ସାମ୍ନାରେ ।”
ଏକଥା ଶୁଣି ଚନ୍ଦ୍ରମଣି ହଠାତ୍ ତାଙ୍କ ପାଦରୁ ଚପଲ୍ କାଢି ପକେଇ କହିଲେ, ”ମହାଶୟ, ମୁଁ ଚୋର ନୁହେଁ, ଏଇ ଲେଖାଟି ପଢନ୍ତୁ । ବଡ ବଡ ଅକ୍ଷରରେ ଲେଖାଯାଇଛି, ”ଚପଲ୍ ହଳକୁ ପଚିଶି ପଇସା ।”ସେ ଲେଖା ପଢି, ପଚିଶି ପଇସା ଦେବାଟା କ’ଣ ମୋର ଅପରାଧ? ଯଦି ଲେଖା ହୋଇଥାନ୍ତା, ”ଚପଲ୍ ହଳେ ରଖିବା ପାଇଁ ପଚିଶି ପଇସା”, ତେବେ କ’ଣ ମୁଁ କେବେବି ଏପରି ଭୁଲ୍ କରିଥାନ୍ତି?ପର୍ଶୁରାମ, ତରବରରେ ନିଜ ଚପଲ୍ ପିନ୍ଧି ପକେଇ କହିଲେ, ”ହଁ, ହଁ, ଏଇ ଲେଖାର ଗଡବଡରୁ ମୁଁ ଏବେ ମୋ ଚପଲ୍ ହଳକ ହରେଇଥା’ନ୍ତି ।”ଏହା କହି ସେଠାରୁ ସେ ତୁରନ୍ତ ବାହାରିଗଲେ ।

Latest Odia Story New odia story New Story Chapala Halaku Pachisha Paisa
Share. Facebook Twitter Pinterest LinkedIn Tumblr Reddit Email
Previous Articleସଦାନନ୍ଦ
Next Article ଅମାବାସ୍ୟାର ପିଶାଚ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.