• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଚତୁର ଶତ୍ରୁ
ଗଳ୍ପ

ଚତୁର ଶତ୍ରୁ

Liza SBy Liza SDecember 16, 2022No Comments9 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Chatura Shatru
Odia-Story-Chatura Shatru
Share
Facebook Twitter Pinterest Reddit Email

ବିଶାଳପୁର ଗାଁରେ ଦୁଇଜଣ ମୁଖିଆ ଥିଲେ । ଜଣଙ୍କର ନାଁ ଭୁଷଣ ଓ ଅନ୍ୟ ଜଣେ ହେଲେ ରୋହିତ । ଚାଷୀ ଭୁଷଣ ପାଖରେ ଶାରୀରିକ ବଳ ଥିଲା । ମାତ୍ର ବ୍ୟବସାୟୀ ରୋହିତ ପାଖରେ ପ୍ରଚୁର ଧନ ବଳ ଥିଲା ।ରମଣ ଖାଲି ନାମକୁ ମାତ୍ର ଗ୍ରାମାଧିକାରୀ ଥିଲେ । ଭୁଷଣ ଏବଂ ରୋହିତ ସହିତ ପରାମର୍ଶ ନକରି, କୌଣସି ମୁଖ୍ୟ ବିଷୟରେ ନିଷ୍ପତି ନେବାକୁ ସେ କେବେବି ମଧ୍ୟ ସାହସ କରୁନଥିଲେ । ଭୁଷଣ ଇଚ୍ଛା ବିରୁଦ୍ଧରେ କୌଣସି କାମ ଆରମ୍ଭ କଲେ ସେ ଲାଠି ସାହାଯ୍ୟରେ ତାହା ବନ୍ଦ କରି ଦେଉଥିଲା । ରୋହିତକୁ କାମ ଭଲ ନ ଲାଗିଲେ ସେ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ତୃଟି ବାହାର କରି କାମ ବନ୍ଦ କରିଦେଉଥିଲା ।

ସେତେବେଳେ ଜମିରେ ଭଲ ଫସଲ କରିବା ପାଇଁ ନୂଆ ପଦ୍ଧତିର ଉପଯୋଗ କରାହେଉଥାଏ । ଖତ ଦେଲେ ଦୁଇଗୁଣ ଫସଲ ହେବ, ସେଥିପାଇଁ ସେହି ଦେଶର ରାଜା ସବୁ ଗାଁକୁ ଖତ ପଠାଇବାକୁ ଚାହିଁଲେ । କିନ୍ତୁ ଏଇଖତ ପାଇଁ ଲୋକମାନଙ୍କୁ କିଛି କିଛି ଦେବାକୁ ହେଉଥିଲା । ରାଜା ଏଇ ବିଷୟରେ ଚର୍ଚ୍ଚା କରିବାକୁ ସେ ଗାଁର ଅଧିକାରୀମାନଙ୍କୁ ଡାକି ତାଙ୍କଠାରୁ ସେ ସେମାନଙ୍କ ମତାମତ ଜାଣିବାକୁ ଚାହିଁଲେ । ଏମାନଙ୍କ ମଧ୍ୟରୁ ରମଣହିଁ କେବଳ ରାଜାଙ୍କୁ କହିଲା “ମୋତେ ନିଜ ଗାଁଲୋକଙ୍କ ସହ ପରାମର୍ଶ କରିବାକୁ ହେବ ।”ଏହା ଶୁଣି ସେ ରାଜା ଭାରି ଆଶ୍ଚର୍ଯ୍ୟ ହେଲେ ଏବଂ କହିଲେ, “ଗାଁର ଭଲପାଇଁ ନିଜ ହାତକୁ ମୁଁ ଏ କାମ ନେଇଛି; କିନ୍ତୁ ତୁମେ ଜଣେ ଲୋକ ଯିଏକି ଗାଁଲୋକଙ୍କଠାରୁ ମତାମତ ଚାହୁଁଛ ।”

ରମଣ କହିଲା, “ପ୍ରଭୂ, ଆମ ଗାଁରେ ରୋହିତର ଅଜାଣତରେ ମୁଁ କିଛିବି କରିପାରିବିନି । ଚାଷୀ ଭୁଷଣର ବିନା ଆଦେଶରେ କେହିବି ଖତ କିଣିବେ ନାହିଁ । ଭୁଷଣ ଓ ରୋହିତ ମଧ୍ୟରେ ଶତ୍ରୁତା ଅଛି । ଏହି ଦୁଇଜଣଙ୍କ ବିନା ଅନୁମତିରେ ଆମ ଗାଁକୁ ଖତ ଦେବା ଅସମ୍ଭବ ।” ରମଣର ଏହି କଥା ଶୁଣି ରାଜା ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଭୁଷଣ ଓ ରୋହିତ କଣ ରାଜାଙ୍କ ଆଜ୍ଞାକୁ ବିରୋଧ କରିବେ? ସେମାନେ ଯଦି ଏପରି କରିବେ ତେବେ ମୁଁ କଣ ଚୁପ୍ ହୋଇ ରହିବି? ଏମାନଙ୍କୁ ପ୍ରଥମରୁ ଜେଲ୍ ପଠାଇ ଦେବି ।” “ପ୍ରଭୁ ସେ ଦୁଇଜଣ ବହୁତ ଚତୁର ଏବଂ ଏମାନଙ୍କ ଉଦ୍ଧେଶ୍ୟ କେବଳ ନିଜର ସ୍ୱାର୍ଥ ସିଦ୍ଧି ।”

ରାଜାଙ୍କର କୌତୁହଳ ହେଲା । ସମସ୍ତ ଗ୍ରାମାଧିକାରୀମାନଙ୍କୁ ବିଦାୟ ଦେଇ ସେ ରମଣକୁ ସେଠାରେ ରହିବାକୁ କହିଲେ । ଇତିମଧ୍ୟରେ ମନ୍ତ୍ରୀ ସେଠାକୁ ଆସି ରାଜାଙ୍କୁ କହିଲେ, “ମହାରାଜ୍, ଦୂତଠାରୁ ଏହି ସମାଚାର ମିଳିଲା ଯେ ଆମ ପଡୋଶି ମାଧବସେନଙ୍କ ମୁର୍ଖାମୀ ଏବଂ ଅନୁପଯୋଗୀ ଯୋଜନା ଯୋଗୁଁ ତାଙ୍କ ରାଜ୍ୟର ଜନସାଧାରଣ ତାଙ୍କ ଉପରେ ବହୁତ ରାଗିଛନ୍ତି । ଶୁଣାଯାଉଛି ଯେ, ସୈନ୍ୟମାନେ ମଧ୍ୟ ବିଦ୍ରୋହ କରିବାକୁ ବସିଛନ୍ତି । ମୁଁ ଭାବୁଛି ସେ ରାଜ୍ୟ ଆକ୍ରମଣ କରିବା ପାଇଁ ଏହାଠାରୁ ଆଉ ଭଲ ସୁଯୋଗ ଆମକୁ ଆଉ ମିଳିବନି ।”

ରାଜା ଗମ୍ଭୀର ହୋଇ କହିଲେ, “ମାଧବସେନଙ୍କ କଥା ଛାଡ । ଆମ ପୂର୍ବ ଦିଗରେ ଯେଉଁ ଚନ୍ଦ୍ରଗୁପ୍ତ ଅଛନ୍ତି ତାଙ୍କର ଅବସ୍ଥା କ’ଣ? ସେ କଣ ଦୁର୍ବଳ ହୋଇ ଯାଇଛନ୍ତି? ଯଦି ସେ ଏବେ ମଧ୍ୟ ସବଳ ଥିବେ ତାହେଲେ ଆମେ ଯେବେ ମାଧବସେନଙ୍କ ରାଜ୍ୟ ଆକ୍ରମଣ କରିବୁ ସେତେବେଳେ ସେ ଆମ ରାଜ୍ୟ ମଧ୍ୟ ଆକ୍ରମଣ କରିବେ । ତା’ପରେ ଆମ ସୈନ୍ୟମାନଙ୍କୁ ଦୁଇପଟ ସୈନ୍ୟମାନଙ୍କ ସଙ୍ଗେ ଲଢାଇ କରିବାକୁ ହେବ । ସେଭଳି ପରିସ୍ଥିତିରେ ଆମର ପରାଜୟ ତ ଏକ ପ୍ରକାର ନିଶ୍ଚିତ ।”ମନ୍ତ୍ରୀ କହିଲେ, “ମହାରାଜ, ଆମ ବିଦୁଷକ ଦୁଇଜଣ ଦୂତଙ୍କୁ ଶିକ୍ଷା ଦେଇ ଜଣକୁ ମାଧବସେନ ଏବଂ ଅନ୍ୟ ଜଣକୁ ଚନ୍ଦ୍ରଗୁପ୍ତଙ୍କ ପାଖକୁ ପଠାଇଛନ୍ତି । ଉପଯୁକ୍ତ ସମୟରେ ଏମାନେ ଜଣଙ୍କ ବିରୁଦ୍ଧରେ ଅନ୍ୟଜଣଙ୍କୁ କହୁଛନ୍ତି । ଏହିଭଳି ଭାବେ ସେ ଦୁଇଜଣଙ୍କ ମଧ୍ୟରେ ଶତ୍ରୁତା ବଢାଉଛନ୍ତି । ଆପଣ ଯଦି ମାଧବସେନଙ୍କୁ ଯୁଦ୍ଧରେ ହରାଇବେ ତାହେଲେ ଚନ୍ଦ୍ରଗୁପ୍ତ ବହୁତ ଖୁସି ହେବେ ।”

ରାଜା ମନ୍ତ୍ରୀକୁ ବହୁତ ପ୍ରଶଂସା କଲେ । ରମଣ କହିଲେ “ପ୍ରଭୂ, ଆପଣଙ୍କ ବିଦୂଷକ ବହୁତ ଚାଲାକ୍ । ମୋ ପ୍ରାର୍ଥନା ସେ ବିଳାସପୁରର ଭୁଷଣ ଓ ରୋହିତ ମଧ୍ୟରେ ଶତ୍ରୁତା ସୃଷ୍ଟି କରୁ, ତାହାହେଲେ ଯାଇ ମୋ ସମସ୍ୟା ବି ସମାଧାନ ହୋଇଯିବ ।”ରାଜା ସଙ୍ଗେସଙ୍ଗେ ବିଦୂଷକକୁ ଏହି ଖବର ପଠାଇଲେ । ରମଣଠାରୁ ବିଦୂଷକ ସବୁ ବିଷୟରେ ଅବଗତ ହେଲେ । ସେ ରାଜାଙ୍କୁ ପଚାରିଲେ, “ଭୁଷଣ ଏବଂ ରୋହିତଙ୍କ ପରି ମୁଖ୍ୟ ବ୍ୟକ୍ତି ସେହି ଗାଁରେ ଥାଉଥାଉ ରମଣଙ୍କର ଗ୍ରାମାଧିକାରୀ ହେବା କିପରି ସମ୍ଭବ ହେଲା? ଯେତେବେଳେ ପୁରା ଗାଁ ସେମାନଙ୍କ ଅଧୀନରେ, ସେମାନେ ନିଜେ କାହିଁକି ଗ୍ରାମାଧିକାରୀ ହେବାକୁ ଚେଷ୍ଟା କଲେ ନାହିଁ?”

ରମଣ କହିଲେ, “ଦୁଇଜଣଙ୍କର ବଳ ପ୍ରାୟ ସମାନ । ପ୍ରତିଯୋଗିତା କଲେ ସେ ଦୁଇଜଣଙ୍କର କ୍ଷତି ହେବ ତାହା ସେମାନେ ଭଲ ଭାବରେ ଜାଣନ୍ତି । ଜଣେ ଗ୍ରାମାଧିକାରୀ ହେଲେ ଅନ୍ୟ ଜଣେ ଏକଥା କେବେବି ସହିପାରିବ ନାହିଁ । ଯିଏ ଗ୍ରାମାଧିକାରୀ ହେବ ପ୍ରତ୍ୟେକ ଦିନ ତା ପାଇଁ ପରୀକ୍ଷାର ଦିନ ହେବ । ସେଥିପାଇଁ ସେମାନେ ମୋତେ ଗ୍ରାମାଧିକାରୀ କରି ବସେଇ ଦେଲେ ।”ବିଦୂଷକ ପଚାରିଲେ, “କୃଷକ ଏବଂ ବ୍ୟବସାୟୀ ରହୁଛନ୍ତି? ସେମାନଙ୍କର ଆବଶ୍ୟକତା କିପରି ପୂରଣ ହେଉଛି?” ରମଣ ଉତ୍ତର ଦେଲେ, “ଭୁଷଣର ଯେଉଁ ଜିନିଷ ଦରକାର ସେ ଅନ୍ୟଦ୍ୱାରା ରୋହିତ ଠାରୁ ତାହା ସେ କିଣେ ଏବଂ ରୋହିତ ମଧ୍ୟ ଅବିକଳ ତାହାହିଁ କରେ ।” ବିଦୂଷକ କହିଲେ, “ସେମାନେ ଶତ୍ରୁ ହୋଇ ମଧ୍ୟ କିପରି ଭଲରେ ବଂଚିବେ ତାହା ଠିକ୍ ଜାଣିଛନ୍ତି । ଏପରି ଲୋକଙ୍କୁ କେବଳ ଦକ୍ଷ ଏବଂ ଚତୁର ଲୋକଦ୍ୱାରାହିଁ ଜୟ କରାଯାଏ । ମୁଁ ଏପରି ଦୁଇଜଣ ଚତୁର ଲୋକଙ୍କୁ ପଠାଇବି ଯେ ସେମାନେ ତାଙ୍କୁ ଉଚିତ୍ ଶିକ୍ଷା ଦେବେ ।”

ଏହାପରେ ବିଦୂଷକଙ୍କ ଯୋଜନା ଅନୁସାରେ ଶଙ୍କର ଭୁଷଣ ପାଖକୁ ଓ ଗୋପାଳ ରୋହିତ ପାଖକୁ ଗଲେ । ଦୁହେଁ ପ୍ରତିଦିନ ଭୁଷଣ ବିରୁଦ୍ଧରେ ରୋହିତକୁ ଏବଂ ରୋହିତ ବିରୁଦ୍ଧରେ ଭୁଷଣକୁ କହିବାକୁ ଲାଗିଲେ ।ଏହିପରି ଭାବେ ଏକମାସ ଚାଲିଗଲା । ଶଙ୍କର ଏବଂ ଗୋପାଳ, ଗୁପ୍ତରେ ମିଳିତ ହେଲେ । ସେମାନେ ନିଜ ଭିତରେ କଥାବାର୍ତ୍ତା ହେଲେ ଯେ ବୋଧ ହୁଏ ଏଇ ଦୁଇ ମୁଖ୍ୟ ବ୍ୟକ୍ତି ଆମ କଥା ମୋଟେ ବିଶ୍ୱାସ କରୁନାହାଁନ୍ତି । ଏଥର ଆମକୁ ଆଗକୁ ଅନ୍ୟ ଏକ ଯୋଜନା କରିବାକୁ ହେବ । ତାହେଲେ ଯାଇ ସେମାନେ ପରସ୍ପର ଝଗଡା କରିବେ । ଏଇ ଯୋଜନା ଅନୁସାରେ ଶଙ୍କର ଦିନେ ଭୁଷଣକୁ କହିଲା, “ଆପଣଙ୍କ ପଶୁ ସମ୍ପଦକୁ ଦେଖି ରୋହିତ ଖାଲି ଇର୍ଷାରେ ଜଳି ଯାଉଛି । ତାଙ୍କୁ ବିଷ ଦେଇ ସେ ବିନାଶ କରିବାକୁ ଚାହୁଁଛି ।”ଶଙ୍କର ଯାହାକୁ ବିଷ ଦେବାପାଇଁ ନିଯୁକ୍ତ କରିଥିଲା ଶେଷରେ ସେ ଧରା ପଡିଲା ଏବଂ ତାକୁ ଯେତେବେଳେ ଭୁଷଣ ଧମକାଇଲା ଓ ମାରିଲା ସେତେବେଳେ ରୋହିତ ତାକୁ ଏ କାମ ପାଇଁ ପଠାଇଛି ବୋଲି ସେ ସ୍ୱୀକାର କଲା । ସେହି ସମୟରେ ଗୋପାଳ ଦ୍ୱାରା ନିଯୁକ୍ତ ଲୋକ ରୋହିତ ଘରେ ଚୋରୀ କରିବା ସମୟରେ ଧରା ପଡିଲା ଏବଂ ସେ ଯେ ଭୁଷଣର ଲୋକ ବୋଲି ମାନିଲା ।

ଆଶ୍ଚର୍ଯ୍ୟର କଥା ଭୁଷଣ ଓ ରୋହିତ ସେ ଦୁଇଜଣ ଅପରାଧୀଙ୍କୁ ଧରି ଗ୍ରାମାଧିକାରୀଙ୍କୁ ଦେଇଦେଲେ କିନ୍ତୁ କେହି କାହା ବିରୁଦ୍ଧରେ କୌଣସି ମଧ୍ୟ ଅଭିଯୋଗ କଲେ ନାହିଁ ।ଭୁଷଣ ଦିନେ ଶଙ୍କରକୁ ଡାକି କହିଲା ଯାହା କହିଛ ସବୁ ମିଛ । ଏକ ସପ୍ତାହ ମଧ୍ୟରେ ସତ କହିବ ତ ଭଲ, ନହେଲେ ମୁଁ ଗ୍ରାମାଧିକାରୀଙ୍କ ପାଖରେ ତମେ ନିଜେ ବିଷ ଦେଇଛ ବୋଲି ଅଭିଯୋଗ କରିବି । ଏଣେ ରୋହିତ ମଧ୍ୟ ଗୋପାଳକୁ ସେହି ଏକ ପ୍ରକାର କଥା କହିଲା ।ଶଙ୍କର ଏବଂ ଗୋପାଳ ପୁଣି ଥରେ ଲୁଚିଛପି ସାକ୍ଷାତ୍ କଲେ । କହିଲେ, ଆମେ ଚତୁରତାର ସହ ବିଛେଇଥିବା ଜାଲ ନିଷ୍ଫଳ ହୋଇଗଲା । ଆମେ ସେମାନଙ୍କୁ ଆମ ଫାନ୍ଦରେ ଯମାରୁ ପକାଇ ପାରିଲେ ନାହିଁ । ଆମର ମିଛ ଅଭିଯୋଗ ସେମାନଙ୍କ ମନରେ କୌଣସିବି ପ୍ରତିକ୍ରିୟା ସୃଷ୍ଟି କଲା ନାହିଁ । ଏଇ ସପ୍ତାହରେ ଯଦି ଆମେ କିଛି ସତ କଥା ଜଣାଇ ନପାରିବା ତାହାହେଲେ ତ ଆମେ ଧରା ପଡି ଯିବା ଏବଂ ରାଜାଙ୍କର ବଦନାମୀ ହେବ ।

ସେମାନେ ଏହାମଧ୍ୟରେ ଖତ କଥା ଗ୍ରାମାଧିକାରୀଙ୍କଠାରୁ ଜାଣିଲେ ଭୁଷଣ କହିଲା “ଖତ ସିଧା କୃଷକମାନଙ୍କ ପାଖରେ ପହଁଚାଇ ଦେବା ଉଚିତ୍ । ମୁଁ ଏହା କୌଣସି ବ୍ୟବସାୟୀଠାରୁ କିଣିବାକୁ ରାଜି ନୁହେଁ ।” ରୋହିତ କହିଲା “ଯିଏ ଖତ କିଣିବାକୁ ଚାହେଁ ସେ ମୋଠାରୁ କିଣୁ ।” ଗ୍ରାମାଧିକାରୀ ରୋହିତ ଓ ଭୁଷଣ କଥା ରାଜାଙ୍କୁ କହିବା ଆଗରୁ ତାଙ୍କ ପାଖକୁ ଜଣେ ଲୋକ ପଠାଇବାକୁ ରୋହିତ ଠିକ୍ କଲା । ରୋହିତକୁ ପ୍ରତିନିଧିତ୍ୱ କରୁଥିବା ଏହି ବ୍ୟକ୍ତି ରାଜାଙ୍କୁ ଯାଇ କହିଲା କୃଷକମାନଙ୍କର ଖତର ଖୁବ୍ ଆବଶ୍ୟକତା ଅଛି । ରାଜା ସିଧା କୃଷକମାନଙ୍କ ପାଖକୁ ଖତ ପଠାଇଦେଲେ ଖୁବ୍ ଭଲ । ମଝିରେ ଏ ବ୍ୟବସାୟୀଙ୍କର କଣ କାମ । ରୋହିତ ଭାବିଲା ବ୍ୟବସାୟୀ ହୋଇ ମଧ୍ୟ ଯେତେବେଳେ ଏକଥା ମୁଁ ରାଜାଙ୍କୁ କହିବି ରାଜାଙ୍କର ମୋ ପ୍ରତି ଭଲ ଧାରଣା ହେବ ।ଶଙ୍କର ଭୁଷଣକୁ ଏକଥା କହିଲାରୁ ମୋ ପାଇଁ ଖୁବ୍ ଉପଯୋଗୀ ଖବର ଆଣିଛି ବୋଲି ଭୁଷଣ କହିଲା । ବ୍ୟବସାୟୀ ହୋଇ ଏ ପ୍ରକାର ପ୍ରସ୍ତାବ ଦେଲେ ରାଜା ରାଜି ହୋଇଯିବେ । ପୁରା ଗାଁରେ ମୋ ବିରୁଦ୍ଧରେ କେହି କିଛି ହେଲେବି କହିବେ ନାହିଁ । ତେଣୁ ସବୁ ଖତ ମୋ ପାଖରେ ଆସି ପହଁଚିବ ଏବଂ ମୁଁ କୃଷକ ମାନଙ୍କୁ ତାହା ବିକିବି । ଯଦ୍ୱାରା ମୁଁ ବ୍ୟବସାୟ କଳା ବି ଜାଣିବି ।

ଗ୍ରାମାଧିକାରୀ, ଶଙ୍କର ଓ ଗୋପାଳ, ରାଜା ମନ୍ତ୍ରୀ ଓ ବିଦୂଷକଙ୍କ ସହିତ ଦେଖା କରିବାକୁ ରାଜଧାନୀ ଗଲେ ଓ ସେଠାରେ ସେମାନେ ରାଜାଙ୍କୁ ସବୁ କଥା କହିଲେ । ରାଜା ସେମାନଙ୍କୁ ପଚାରିଲେ ଏବେ ତାଙ୍କୁ କଣ କରିବାକୁ ହେବ ଗ୍ରାମାଧିକାରୀ ରମଣ ରାଜାଙ୍କୁ କହିଲା, “ରୋହିତ ପାଖକୁ ଖବର ପଠାନ୍ତୁ ରାଜାଙ୍କ ଆଜ୍ଞାରେ ଖତ ବିକ୍ରି କରାହେବ । ଭୁଷଣ ଅନ୍ୟ କୌଣସି ଲୋକଠାରୁ ଖତ କିଣିବ । ସେ ରାଜାଙ୍କ ଆଜ୍ଞାକୁ ଅମାନ୍ୟ କରିବାକୁ କେବେବି ସାହସ କରିବ ନାହିଁ ।ରାଜା ଦୀର୍ଘଶ୍ୱାସ ଛାଡି କହିଲେ ଏମାନେ ଏକାଠି ମିଳିମିଶି ରହିଲେ କେତେ ଭଲ ହୁଅନ୍ତା ।”ଶଙ୍କର ଏବଂ ଗୋପାଳ ବିଦୂଷକଙ୍କୁ କହିଲେ, ଆମକୁ ବହୁତ ଆଶ୍ଚର୍ଯ୍ୟ ଲାଗୁଛି ଯେ ଆମ ଯୋଜନା କଥା ତାଙ୍କୁ ଆଗରୁ ଜଣା ପଡିଯାଏ । କିନ୍ତୁ ସତକଥା କହିଲେ ତାହା ସତ ବୋଲି ସେମାନେ ଜାଣି ଯାଉଥିଲେ । ଏଇଥିରୁ ଯାହା ଜଣାପଡୁଛି ଯେ ତାଙ୍କ ପାଖରେ ନିଶ୍ଚୟ କୌଣସି ଜାଦୁ ଅଛି ।”

ଏହାଶୁଣି ବିଦୂଷକ ହସିଲେ ଓ କହିଲେ, “ମୁଁ ଏବେ ସବୁ ବୁଝିଗଲି । ଏଥିରେ କୌଣସି ପ୍ରକାର ଜାଦୁ ନାହିଁ । ଭୁଷଣ ଓ ରୋହିତ ପରସ୍ପର ଚତୁରତା ଉପରେ ବହୁତ ବିଶ୍ୱାସ ରଖନ୍ତି । ସେମାନେ ଜାଣନ୍ତି ଯେ ଶତ୍ରୁର ଚତୁରତାକୁ ବୁଝିବା ସବୁଠାରୁ କଠିନ କାମ । ସାଧାରଣ ବିଷୟକୁ ଅଭିଯୋଗ ହିସାବରେ କହିଲେ ସେମାନେ ତାହା ଆଦୌ ବିଶ୍ୱାସ କରିବେ ନାହିଁ । କିନ୍ତୁ ନିଜ କଳ୍ପନାଠୁ ଯାହା ଅଧିକ, ତାହା ସେମାନେ ଅବଶ୍ୟ ବିଶ୍ୱାସ କରିବେ । ପ୍ରକୃତରେ ସେମାନେ ବଂଚିବାର କଳା ଜାଣିଥିବା ଶତ୍ରୁ । ଏମାନଙ୍କ ଶତ୍ରୁତାରେ ନିଜର ତଥା ପାଖ ଲୋକଙ୍କର ଲାଭ ହୁଏ ।”

ଏହା ଶୁଣି ରାଜା ଚମକି ପଡିଲେ ଏବଂ କହିଲେ, “ଏଥିରୁ ଜଣାଗଲା ଯେ ଦୂତ ଯେଉଁ ସମାଚାର ଆଣିଲା ତାହା ଆମ କଳ୍ପନା ଅନୁସାରେ ଠିକ୍ ବୋଲି ଆମେ ବିଶ୍ୱାସ କଲେ । ଆମେ ମାଧବସେନଙ୍କ ରାଜ୍ୟ ଆକ୍ରମଣ କରିବାକୁ ଚାହୁଁଥିଲେ । ଏହାଠାରୁ ଅଧିକ ମୂର୍ଖତା ଆଉ କ’ଣ ବା ହୋଇ ପାରେ? ରମଣର ବୋଧହୁଏ ଅଭିପ୍ରାୟ ଏହା ଯେ ଶତ୍ରୁ ହେଲେ ମଧ୍ୟ ପଡୋଶୀ ରାଜ୍ୟ ସହ ଆମେ ଭଲରେ ରହିବାକୁ ଯଥାସାଧ୍ୟ ଚେଷ୍ଟା କରିବା ଉଚିତ୍ । ସେଥିପାଇଁ ସେ ଯୁଦ୍ଧ ସ୍ଥଗିତ କରିବାକୁ ପରାମର୍ଶ ଦେଲେ ।ରମଣ ବିନୟ ସହକାରେ ରାଜାଙ୍କୁ କହିଲା, “ପ୍ରଭୂ! ଯିଏ ଶତ୍ରୁ ଏବଂ ଶତ୍ରୁ ହୋଇ ମଧ୍ୟ ଭଲରେ ବଂଚିବା ଜାଣନ୍ତି ଏବଂ ତାର କଳାମଧ୍ୟ ଜାଣନ୍ତି ତାଙ୍କ ଉପରେ ମୁଁ ଅଧିକାରୀ ହୋଇ ରହିଛି । ମୋର ବୁଦ୍ଧି କମ୍ ହେଲେବି ମୁଁ ଏଇ ସତ୍ୟକୁ ବୁଝିପାରିଛି ଯେ ଏଇ ଦୁଇ ଚତୁର ଶତ୍ରୁଙ୍କ ମଧ୍ୟରେ ଜୀବନ କେମିତି କଟାଇବାକୁ ହେବ ।”ଭୁଷଣ ଏବଂ ରୋହିତର ଶତ୍ରୁତା ଯୋଗୁଁ ସେହି ଦେଶର ରାଜା ନିଜର ଶତ୍ରୁମାନଙ୍କ ମଧ୍ୟରେ ସୁଖ ଶାନ୍ତିରେ ବହୁତ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ ।

 
ରାମପୁର ଗ୍ରାମରେ ଜଣେ ଚାଷୀ ଥାଏ । ଫସଲ ନ ହେଲାରୁ ଘରେ ତା’ର ପଇସା ସରିଗଲା । ଏଣୁ ସେ ଜଣେ ସୁଧଖୋର୍ ପାଖରୁ ଟଙ୍କା କରଜ କରି ନିଜ ଘର ଚଳାଇଲା । ମଝିରେ ମଝିରେ ସେ ସୁଧ ଦିଏ ନାହିଁ ଓ ଆହୁରି ଟଙ୍କା କରଜକୁ ଆଣେ । ସୁଧଖୋର୍ ଟଙ୍କା ସବୁ କରଜ ଦିଏ କାହିଁକି ନା ଚାଷୀଟି ଟଙ୍କା ଦେଇ ନ ପାରିଲେ ତା’ର ଜମିତକ ସେ ନେଇଯିବ ।ଶେଷକୁ ସେଇଆ ହେଲା । ପାଞ୍ଚବର୍ଷରେ ସୁଧମୂଳ ହୋଇ ଏତେ ଟଙ୍କା ହୋଇଗଲା ଯେ ସେ ଧନୀ ଲୋକଟି ଚାଷୀର ଜମିତକ ନେଇଗଲା । ଏଥିରେ ସେ ଚାଷୀ ବଡ ଦୁଃଖିତ ହୋଇ ରାଜାଙ୍କୁ ଯାଇ ସବୁ କଥା ଜଣାଇଲା । ରାଜା ତାଙ୍କ ରାଜକୋଷରୁ ଧନ ଦେଇ ସେ ଚାଷୀଟିର ଜମି ମୁକୁଳାଇଲେ, ଚାଷୀ ପରେ ସେ ଟଙ୍କା ଦେଇଦେବ ବୋଲି କହିଲା ।

ରାଜା ଚାଷୀକୁ ପଚାରିଲେ, “ତୁମେ ଟଙ୍କା କରଜ ନେଇଥିଲ ଫେରେଇବ ବୋଲି ମଧ୍ୟ କହିଥିଲ, ହେଲେ କାହିଁକି ତାହା ଫେରେଇଲ ନାହିଁ?” ଏକଥା ଶୁଣି ସେ ଚାଷୀ କହିଲା, “ଆଜ୍ଞା ବେଙ୍ଗ ତ ପହଁରି ଜାଣେ, କିନ୍ତୁ ସେ କାହିଁକି ପହଁରି ପାରୁନାହିଁ? ଆମ ଗ୍ରାମର ବେଙ୍ଗମାନେ ପ୍ରାୟ ପାଞ୍ଚବର୍ଷ ହେବ ବଂଚିଲେଣି ହେଲେ ସେମାନେ ପହଁରିବା ଆଦୌ ଜାଣନ୍ତି ନାହିଁ ।” ଏସବୁ କଥାଶୁଣି ମନ୍ତ୍ରୀ କହିଲେ, “ମହାରାଜ, ଆପଣ ତ ତା’ର ଜମି ମୁକୁଳାଇବାକୁ ରାଜକୋଷରୁ ତାକୁ ଟଙ୍କା ସାହାଯ୍ୟ ଦେଲେ, ଆଉ ସେ ଏଠି କ’ଣ ଇଆଡୁ ସିଆଡୁ ସବୁ ଗପୁଛି?”ରାଜା ଚାଷୀକୁ ହସି ହସି କହିଲେ, “ଆଚ୍ଛା ତୁମେ ଏଥର ଏଠୁ ଯାଅ । ବେଙ୍ଗମାନେ ଯେବେ ପହଁରିବାକୁ ଶିଖିଯିବେ, ସେବେଯାଇ ତୁମେ ମୋ ଟଙ୍କାତକ ସବୁ ଫେରେଇ ଦେବ ।”

ଏହାପରେ ସେ ଚାଷୀଟି ରାଜାଙ୍କୁ ପ୍ରଣାମ କରି ସେଠୁ ଚାଲିଗଲା । ମନ୍ତ୍ରୀ ଏ ସଙ୍ଗତିହୀନ କଥାସବୁ ଶୁଣି ହତବମ୍ବ ହୋଇ ଚାହିଁ ରହିଲେ । ରାଜା ହସି ହସି କହିଲେ, “ମନ୍ତ୍ରୀବର ତୁମେ ବୁଝିଲ ନାହିଁ କି ସେ ଚାଷୀଟି କହୁଛି ଯେ ପାଞ୍ଚ ବର୍ଷ ହେବ ବର୍ଷା ନ ହେବାରୁ ଚାଷ ଭଲ ହୋଇ ନାହିଁ ବୋଲି ସେ କରଜ ଶୁଝି ପାରିନାହିଁ । ପାଣି ବର୍ଷିଲେ ତ ଯାଇ ବେଙ୍ଗ ପୁଣି ପହଁରା ଶିଖିବେ । ସେଇଥିପାଇଁ ମୁଁ କହିଲି ବେଙ୍ଗ ପହଁରା ଶିଖିଲେ ଅର୍ଥାତ୍ ଭଲ ବର୍ଷା ହେଲେ, ଭଲ ଫସଲ ହେବ । ତେଣୁ ସେ ଟଙ୍କା ଫେରେଇ ଦେଇ ପାରିବ । ଏବେ ବୁଝିଲ ତ?”

Share. Facebook Twitter Pinterest LinkedIn Tumblr Reddit Email
Previous Articleଆଜ୍ଞାକାରୀ କୁକୁର
Next Article ଦେଢଶହ ବର୍ଷର ଅପେକ୍ଷା
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.