• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଘୋରକର ଉଦାରତା
ଗଳ୍ପ

ଘୋରକର ଉଦାରତା

Liza SBy Liza SFebruary 1, 2023No Comments8 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Gorakara-Udarata
Odia-Story-Gorakara-Udarata
Share
Facebook Twitter Pinterest Reddit Email

୍ରିରୂପ ଦେଶର ରାଜକୁମାରୀ ଚନ୍ଦ୍ରମତୀ ଅତି ସୁନ୍ଦରୀ ଓ ଗୁଣବତୀ ଥିଲେ । ଥରେ ସେ ବିଚିତ୍ରତାରେ ପୂର୍ଣ୍ଣ ବିରୁପ ଦେଶକୁ ବୁଲିବାକୁ ଗଲେ । ସେଠାରେ ସେ ପହଁଚିବା ମାତ୍ରେ ସେଠାକାର ଯୁବରାଜ ବୀରସେନ ତାଙ୍କୁ ସ୍ୱାଗତ କଲେ ଓ ତାଙ୍କୁ ସାରାଦେଶ ବୁଲାଇ ଦେଖାଇଲେ । କିଛିଦିନ ଏକାଠି ରହିବା ଦ୍ୱାରା ସେ ଦୁହିଁଙ୍କ ମନ ଦୁହିଁଙ୍କ ପ୍ରତି ଆକର୍ଷିତ ହେଲା । କିଛି ଦିନ ପରେ ଚନ୍ଦ୍ରମତୀ ନିଜ ଦେଶକୁ ଫେରି ଆସିଲେ ।
ତା’ପରେ ଚନ୍ଦ୍ରମତୀଙ୍କ ପିତା ରାଜା ସ୍ୱୟମ୍ବର ସଭା ପାଇଁ ଦିନ ସ୍ଥିର କରି ପଡୋଶୀ ରାଜ୍ୟମାନଙ୍କୁ ନିମନ୍ତ୍ରଣ ପଠାଇଲେ । ଅନେକ ରାଜକୁମାର ଆସିଲେ । ବୀରସେନ ମଧ୍ୟ ଆସିଲେ । କିନ୍ତୁ ଠିକ୍ ପୂର୍ବଦିନ ଘୋରକ ନାମକ ଏକ ତାନ୍ତ୍ରିକ ରାକ୍ଷସ ଚନ୍ଦ୍ରମତୀଙ୍କୁ ଅପହରଣ କରି ନେଲା । ଘୋରକ, ରାକ୍ଷସ; ତେଣୁ ଶରୀରରେ ତା’ର ବଳ ଅମାପ; ପୁଣି ତାନ୍ତ୍ରିକ, ତେଣୁ ତା’ର କେହି କିଛି ହେଲେବି କରିପାରୁ ନଥିଲେ । ବୀରସେନ ତାଙ୍କ ପିତାମାତାଙ୍କ ଇଚ୍ଛା ବିରୁଦ୍ଧରେ ଘୋରକର ରାଜ୍ୟକୁ ଗଲେ । ରାଜ୍ୟମାନେ ଏକ ନିବିଡ ଘନ ଜଙ୍ଗଲ । ସେଠାରେ ପହଁଚି ସେ ଦେଖିଲେ ଅନ୍ୟ କେତେଜଣ ରାଜପୁତ୍ର ମଧ୍ୟ ଚନ୍ଦ୍ରମତୀଙ୍କୁ ମୁକ୍ତ କରିବା ପାଇଁ ଆସିଛନ୍ତି । ଘୋରକ ଏକଥା ଜାଣି ପାରି ମନ୍ତ୍ର ବଳରେ ସେମାନଙ୍କୁ, ଝିଟିପିଟି, ବେଙ୍ଗ ଓ ବଗ ପ୍ରଭୃତି କରି ଦେଇ କହିଲା, “ଯାଅ, ଏଠାରୁ ଗଲେ ନିଜ ନିଜର ମନୁଷ୍ୟ ଶରୀର ପାଇବ । ନତୁବା ଯେଉଁ ପଶୁ ବା ପକ୍ଷୀ ହୋଇଛ ସେତିକି ଜୀବନ ନେଇ ଶୀଘ୍ର ମରିବ ।”

ରାକ୍ଷସ ଏତକ କହି ପଳାଇଲା । ଏମାନେ ଜଙ୍ଗଲର ସୀମା ବାହାରକୁ ଯିବାକୁ ପ୍ରାଣପଣେ ଚେଷ୍ଟାକଲେ । କେତେକଙ୍କୁ ସାପ ଖାଇଗଲା, କିଏ ବା ବଡ ବଡ ପଶୁଙ୍କ ପାଦରେ ଦଳି ହୋଇଗଲେ । ଅଳ୍ପ କେତେକ ମାତ୍ର କୌଣସିମତେ ବଂଚି ବାହାରକୁ ଆସିଲେ; କିନ୍ତୁ ଅନ୍ୟମାନଙ୍କୁ ସାବଧାନ କରି ଦେବାକୁ ଜଙ୍ଗଲର ସେହି ସୀମା ପାଖରେ କେହି କେହି ରହିଲେ ।ସେମାନେ ବୀରସେନଙ୍କୁ କହିଲେ, “ଏହି ଜଙ୍ଗଲରେ ଥିବା ଘୋରକର ସମ୍ମୁଖୀନ ହୋଇ ବଂଚି ରହିଲେ ଯଥେଷ୍ଟ ଭାଗ୍ୟର କଥା । ବରଂ ଚନ୍ଦ୍ରମତୀକୁ ଭୁଲିଯାଇ ତୁମେ ଏଠାରୁ ଫେରି ଯାଅ ।”ବୀରସେନ କହିଲେ, “ତୁମ କଥା ଓ ମୋ କଥା ଭିନ୍ନ । କାରଣ ଚନ୍ଦ୍ରମତୀ ବିନା ଜୀବନରେ ମୂଲ୍ୟ ନାହିଁ, ଯଦି ସେଥିପାଇଁ ପ୍ରାଣ ଯାଏ ତ ଏହା ଅତି ଆନନ୍ଦର କଥା । ମୁଁ ତ ଯେପରି ହେଲେ ଯିବି ।” ଏତିକି କହି ସମସ୍ତିଙ୍କ ବାଧା ସତ୍ତ୍ୱେ ସେ ଜଙ୍ଗଲରେ ପ୍ରବେଶ କଲେ ।

ଜଙ୍ଗଲ ଉଚ୍ଚ ବୃକ୍ଷଶ୍ରେଣୀରେ ପୂର୍ଣ୍ଣ ଥିଲା । ରାସ୍ତା ନଥିଲା । ତଥାପି ସେ ଚାଲିଲେ । କିନ୍ତୁ ଅଳ୍ପ ବାଟ ଯିବା ପରେ କିଏ ପଛରୁ ଆସି ଆଖି ବୁଜି ଧରିଲା । ବହୁଚେଷ୍ଟା କରି ଆଖି ଖୋଲି ସେ ଦେଖିଲେ ଯେ ତାଙ୍କ ସମ୍ମୁଖରେ ଏକ ବିରାଟ ଦାନବ ଛିଡା ହୋଇଛି, ତା’ର ଆଖି ଦୁଇଟିରୁ ସତେକି ନିଆଁ ବର୍ଷୁଛି । ତା’ କେଶଗୁଡା କଂଟା ପରି । ସେ କହିଲା, “ମୋ ନାମ ଘୋରକ । ଅରଣ୍ୟର ବାହାରେ ରାଜକୁମାରମାନେ ତ ତୁମକୁ ନିଶ୍ଚୟ ସାବଧାନ କରିଥିବେ । ତଥାପି ତୁମେ ଭିତରକୁ ଆସିବାକୁ ସାହସ କିପରି କଲ? ଏହିଥିରୁ ଜଣାପଡୁଛି ଯେ ତୁମର ସାହସ ଅତୀବ ପ୍ରଶଂସନୀୟ । କ’ଣ ମୋତେ ମାରିବାକୁ ଆସିଛ?” ଏତିକି କହି ସେ ଅଟ୍ଟହାସ୍ୟ କଲା ।ବୀରସେନ ନିର୍ଭୀକ ଭାବରେ କହିଲେ, “ମୁଁ ତୁମକୁ ମାରିବାକୁ ଆସିନାହିଁ; ଚନ୍ଦ୍ରମତୀକୁ ମୁଁ ଭଲପାଏ; ତେଣୁ ତାକୁ ରକ୍ଷା କରିବାକୁ ଆସିଛି ।”ଘୋରକ କହିଲା “ତୁମର ପ୍ରେମ ଯୋଗୁଁ ତୁମକୁ ପ୍ରାଣ ଦେବାକୁ ହେବ । ଚୁପ୍ଚାପ୍ ଏଠାରୁ ତୁମେ ଚାଲିଯାଅ, ମୁଁ ତୁମର କିଛି ହେଲେବି କ୍ଷତି କରିବି ନାହିଁ ।”ସେ ଦୃଢସ୍ୱରରେ କହିଲେ “ମୁଁ ଚନ୍ଦ୍ରମତୀଙ୍କୁ ଚାହେଁ । ତାଙ୍କ ବ୍ୟତୀତ ମୋର ଏ ଜୀବନ ରହିବା ନ ରହିବା ସହ ସମାନ ।”

ସପ୍ରଶଂସ ଦୃଷ୍ଟିରେ ଘୋରକ ତାଙ୍କୁ ଚାହିଁ କହିଲା, “ଯଦି ତୁମେ ତାହାହିଁ ସ୍ଥିର କରିଛ, ତେବେ ଗୋଟିଏ ଉପାୟ କର, ଯଦ୍ୱାରା ଚନ୍ଦ୍ରମତୀ ସହିତ ତୁମେ ଦେଖା କରିପାରିବ । ଫୁଟୁଥିବା ଗରମ ପାଣିରେ ତୁମେ ସ୍ନାନ କରି ପାରିବ? ତେବେ ମୁଁ ଜାଣିବି ଚନ୍ଦ୍ରମୁଖୀ ସହିତ ଦେଖା କରିବାର ଯୋଗ୍ୟତା ତୁମର ଅଛି କି ନାହିଁ । ଯଦି ନ ପାରିବ ତେବେ ତୁମକୁ ମୁଁ ବେଙ୍ଗଟିରେ ପରିଣତ କରି ଦେବି । ତମେ ଜଙ୍ଗଲ ବାହାରକୁ ଗଲେ ନିଜରୂପ ପାଇବ, ନହେଲେ କୌଣସି ସାପ ବା ଅନ୍ୟ ପ୍ରାଣୀ ତୁମକୁ ଗିଳି ପକାଇବେ ।”ବୀରସେନ କହିଲେ, “ମୁଁ ଫୁଟନ୍ତା ପାଣିରେ ସ୍ନାନ କରିବାକୁ ରାଜି ।” ଘୋରକ ତାଙ୍କୁ ଗୋଟାଏ ହାତରେ ଉଠାଇ ନେଇ ଚାଲିଲା । ଗୋଟିଏ ସ୍ଥାନରେ ବଡ ଚୁଲ୍ଲୀଟିଏ ଅଛି; ତହିଁ ଉପରେ ତମ୍ବାର ଏକ ବିରାଟ ପାତ୍ରରେ ପାଣି ଫୁଟୁଛି । ସେଥିରୁ ବାମ୍ଫ ବାହାରୁଛି । ଘୋରକ କହିଲା, “ଆଉ ଥରେ ଭଲକରି ଦେଖି ନିଅ ।” ବୀରସେନ ଦୃଢସ୍ୱରରେ କହିଲେ, “ମୋ ନିଷ୍ପତିରେ କୌଣସି ଦ୍ୱିଧା ନାହିଁ ।”

ଘୋରକ ତାଙ୍କୁ ଫୁଟନ୍ତା ପାଣିରେ ପକାଇ ଦେଲା । ସାରା ଦେହ ପୋଡି ଯିବାରୁ ସେ ଚିତ୍କାର କଲେ । ଘୋରକ କିନ୍ତୁ ନିଶ୍ଚିନ୍ତ ହୋଇ ହାଣ୍ଡି ଭିତରକୁ ଚାହିଁ ଦେଖୁଥାଏ । ବୀରସେନଙ୍କ ଦେହ ଭେଣ୍ଡି ପରି ହାଣ୍ଡି ଭିତରେ ସିଝୁଥାଏ କିଛି ସମୟ ଚିତ୍କାର କରି ସେ ନିସ୍ତେଜ ହୋଇ ଉପରକୁ ଭାସି ଉଠିଲେ । ଘୋରକ ଅନ୍ୟ ଏକ ମନ୍ତ୍ର ଉଚ୍ଚାରଣ କରିବାରୁ, ହାଣ୍ଡି, ଚୁଲ୍ଲୀ, ସବୁ କୁଆଡେ ଉଭେଇ ଗଲା ଓ ବୀରସେନ ସେଠାରେ ସୁସ୍ଥ ସବଳ ହୋଇ ଠିଆ ହେଲେ । ଘୋରକ ସନ୍ତୁଷ୍ଟ ହୋଇ କହିଲା, “ତୁମେ ଏବେ ମଧ୍ୟ ଜୀବିତ ରହିଛ? ତୁମେ ଏହିପରି ଭାବେ ତିନିଦିନ ସ୍ନାନ କରିବା ପରେ ମୁଁ ତୁମକୁ କହିଦେବି, କିପରି ଚନ୍ଦ୍ରମତୀ ସହିତ ଦେଖା କରିବ? ଏହି ସବୁ ଭୟଙ୍କର ଅନୁଭୂତି ଭିତର ଦେଇ ତୁମେ ଯାଇ ପାରିବ ତ ଠିକ୍ ଅଛି; ନଚେତ୍ କୁହ, ଏବେ ମଧ୍ୟ ସମୟ ଅଛି, ତୁମକୁ ମୁଁ ଏକ ବେଙ୍ଗ ବନାଇ ଛାଡି ଦେବି ।”ବୀରସେନ କହିଲେ “ମୁଁ ଚନ୍ଦ୍ରମତୀଙ୍କୁ ଚାହେଁ । ଯାହା ତୁମେ କରିବ କର ।”

ଏହା ଶୁଣିବା ମାତ୍ରେ ଘୋରକ ତାଙ୍କୁ ପ୍ରଶଂସା କରି କହିଲା, “ରାଜକୁମାର, ଆଜି ପର୍ଯ୍ୟନ୍ତ କହିଦେଲେ ବି ଏପରି ସାହାସ କରି ନାହିଁ । ମୁଁ ବୁଝିପାରୁ ନାହିଁ ଯେ ଯାହାପାଇଁ ତୁମେ ଏତେ କଷ୍ଟ ସହୁଛ, ତା’ ସହିତ ତୁମର ପ୍ରେମର ଅର୍ଥ କ’ଣ? ଏହି ପ୍ରେମ କି ପ୍ରକାର ଠିକ୍? ନିଶ୍ଚୟ ତାହା କିଛି ଉତ୍ତମ ବିଷୟ ହୋଇଥିବ । ଠିକ୍ ଅଛି; ଚନ୍ଦ୍ରମତୀକୁ ପାଇବା ପାଇଁ ମୁଁ ତୁମକୁ ଉପାୟ କହି ଯାଉଛି ମନ ଦେଇ ତାହା ଶୁଣ ।ଘୋରକ କହିଲା “ଏହି ଜଙ୍ଗଲର ଅନ୍ୟପଟରେ ଘୋରକୀ ନାମକ ଏକ ରାକ୍ଷସ ଅଛି । ବଳ, ପରାକ୍ରମ ଓ ଶକ୍ତିରେ ସେ ମୋର ସମାସ୍କନ୍ଧ । ତା’ପାଖରେ ଅଦ୍ଭୁତ କୁଙ୍କୁମ ଅଛି । ତାକୁ ଯଦି ତା’ଠାରୁ ଆଣି ମୋତେ ଦେଇପାରିବ ତ ଚନ୍ଦ୍ରମତୀକୁ ମୁଁ ଛାଡି ଦେବି ।”

ବୀରସେନ ପଚାରିଲେ “ସେହି କୁଙ୍କୁମର ବିଶେଷତ୍ୱ କ’ଣ? ତୁମେ ଯେଉଁ କାମ କରି ନ ପାରିଛ, ମୁଁ କିପରି ତାକୁ କରିବାକୁ ସକ୍ଷମ ହେବି?”ଘୋରକ ବୁଝାଇ କହିଲା “ତେବେ ଶୁଣ । ମୋ ପାଖରେ ଏକ ଅଦ୍ଭୁତ ଡିବା ଅଛି । ସେଥିରେ ସେହି କୁଙ୍କୁମ ଭରି ନିଜ ପାଖରେ ରଖିଲେ ପୃଥିବୀର କୌଣସି ଶକ୍ତି ମୋର କିଛି ବି କ୍ଷତି କରିପାରିବ ନାହିଁ । ଶେଷକୁ ସେ ଘୋରକୀ ମଧ୍ୟ ମୋ ସମ୍ମୁଖରେ ମଥା ନତ କରି ରହିବ । ଘୋରକୀଠାରୁ ସେହି କୁଙ୍କୁମକୁ ପାଇବା କିଛି ସହଜ କଥା ନୁହେଁ । ତା’ଘରର ସୀମା ଭିତରେ ପ୍ରବେଶ କରିବାହିଁ ଅତି ଦୁଷ୍କର । ଫୁଟନ୍ତା ପାଣିକୁ ଯିଏ ସହିପାରେ ସେହିଁ କେବଳ ସେହି ସୀମା ମଧ୍ୟରେ ପଶି ପାରିବ । ମୁଁ ନିଜେ ମଧ୍ୟ ସାହସ କରି ପାରୁ ନାହିଁ । ଗରମ ପାଣିରେ ଡୁବିବା ପରି ସାମର୍ଥ୍ୟ ଥିବା କୌଣସି ବ୍ୟକ୍ତି ଏଠାକୁ ଆସୁ ବୋଲି ମୁଁ ଚନ୍ଦ୍ରମତୀକୁ ହରଣ କରିଥିଲି । ଏବେ କୁହ, ସାହସ କରି ଘୋରକୀର ସ୍ଥାନକୁ ଯାଇ କୁଙ୍କୁମ ନେଇ ଆସି ପାରିବ? ସେତିକି ସାହସ ଅଛି?”ବୀରସେନ କହିଲେ, “ମୁଁ ଯଥା ଶକ୍ତି ଚେଷ୍ଟା କରିବି ।”

“ଘୋରକୀ ରାତ୍ରି ସମୟରେ ନିଜ ଶୟନକକ୍ଷରେ ମନୁଷ୍ୟ ରୂପ ଧରି ଶୋଇଥାଏ । ଠିକ୍ ସେତିକିବେଳେ ମୁଁ ତୁମକୁ ନେଇ ସେଠାରେ ପହଁଚିବି । ତୁମକୁ ମୁଁ କିଛି ଜଡିବୁଟି ଦେବି ତୁମେ ତା’ର ମଥା ଉପରେ ନେଇ ରଖିବ । ତଦ୍ୱାରା ତା’ର ପ୍ରାଣ ଛାଡିଯିବ । ତା’ର ମଥା ଉଭେଇଯିବ । ତା’ପରେ ସେହି ତକିଆ ତଳୁ ତୁମେ କୁଙ୍କୁମ ଆଣିବ ।”ତା’ପରେ ଘୋରକ ଦେଇଥିବା ଜଡିବୁଟି ସେ ତା’ଙ୍କ କାନିରେ ବାନ୍ଧି ନେଲେ ଓ ଘୋରକର ନିର୍ଦ୍ଧେଶରେ ଚକ୍ଷୁ ବନ୍ଦ କଲେ । କ୍ଷଣକ ମଧ୍ୟରେ ସେ ଆଖି ଖୋଲି ଦେଖିଲେ ଯେ ସେ ଏକ ବିଚିତ୍ର ପଲଙ୍କ ନିକଟରେ ଅଛନ୍ତି । ସେହି ପଲଙ୍କ ଉପରେ ଜଣେ ସ୍ତ୍ରୀ ଲୋକ ଶୋଇଥାଏ । ବୀରସେନ ଏଥିରୁ ବୁଝିଗଲେ କି ସେହି ନାରୀ ହେଉଛି ଘୋରକୀ । ବୀରସେନଙ୍କ ଜଡିବୁଟି କଥା ତାଙ୍କର ମନେ ପଡିଲା । କିନ୍ତୁ ଅକାରଣରେ ଜଣେ ନିରପରାଧି ବ୍ୟକ୍ତିକୁ ମାରିବାକୁ ତାଙ୍କର ଇଚ୍ଛା ହେଲା ନାହିଁ । ସେ ତା’ର ପଦସ୍ପର୍ଶ କରି ତାକୁ ଉଠାଇଲେ ।

ଘୋରକୀ ହୁଁକାର କରି ଉଠି ବସି କହିଲା, “ତୁମେ କିଏ? ଯେଉଁଠିକୁ ପବନ ପ୍ରବେଶ କରିବାକୁ ଭୟ କରେ, ତୁମେ ପୁଣି ସେଠାକୁ ଆସିଲ କିପରି?”ବୀରସେନ ନିଜର ସମସ୍ତ କଥା ଶୁଣାଇ କହିଲେ, “ମୁଁ ଚାହିଁଥିଲେ ତୁମର ଜୀବନ ଶେଷ କରି ମୋ କାମ କରି ପାରିଥାନ୍ତି । କିନ୍ତୁ ମୁଁ ସେପରି କରି ନାହିଁ । ତେଣୁ ତୁମ ପ୍ରତି ଥିବା ମୋର ସହୃଦୟତା ପ୍ରତି ଯେବେ ତୁମେ ମୂଲ୍ୟଦେବ ତେବେ କୁଙ୍କୁମ କିଛି ମୋତେ ଦେଇଦିଅ ।”ଘୋରକୀ ବୀରସେନଙ୍କ ସଦ୍ଗୁଣରେ ସନ୍ତୁଷ୍ଟ ହୋଇ କହିଲା, “ରାଜକୁମାର, ମୁଁ ତୁମକୁ ଏହି କୁଙ୍କୁମ ଦେଲେ, ତୁମେ ତାକୁ ନେଇ ଘୋରକକୁ ଦେବ । ଫଳସ୍ୱରୂପ ସେ ମୋତେ ତା’ର ଦାସୀ ବନାଇ ରଖିବ । ତେଣୁ ତୁମେ ମୋତେ ଯଦି ସାହାଯ୍ୟ କରିବ ତୁମ ସମସ୍ୟାର ମଧ୍ୟ ସମାଧାନ ହେବ । ତମେ ଏହି ଜଡିବୁଟି ନିଅ; ଘୋରକ ରାତିରେ ଶୋଇବା ବେଳେ ତାକୁ ମାରି ଡବାଟି ନେଇ ଆସ । ତେବେ ଯାଇ ତମକୁ ଚନ୍ଦ୍ରମତୀ ମିଳିବ ଓ ମୋ ପରି ଶକ୍ତିଶାଳୀ ବ୍ୟକ୍ତିର ସହାୟତା ଚିରଦିନ ପାଇଁ ମିଳିବ ।”

ବୀରସେନ ତା’ କଥାରେ ଅସମ୍ମତ ହୋଇ କହିଲେ, “ଏହି ସୃଷ୍ଟିରେ ସ୍ତ୍ରୀପୁରୁଷ ମିଳିମିଶି ଚଳିବା ଉଚିତ୍ । ତୁମେ ଦୁହେଁ ବିବାହ କଲେ ବଡ ଶକ୍ତିମାନ ହୋଇ ଆନନ୍ଦରେ ରହିବ । ମୁଁ ଫୁଟନ୍ତା ପାଣିରେ ପଡି ଦେହ ପୋଡିବାର କଷ୍ଟ ପାଇଲି କାହିଁକି? ଚନ୍ଦ୍ରମତୀ ପ୍ରେମ ଯୋଗୁଁ । ତମେ ସେପରି, ଘୋରକ ଯିଏ ମହାଶକ୍ତିମାନ ହେବାକୁ ଚାହୁଁଛି, ତୁମ ପାଖରେ ସେ ମଥାନତ କରିବ । କାରଣ ତାହାହିଁ ପ୍ରେମର ମହାନ ଶକ୍ତି ।”ଘୋରକୀ ଧୀରେ ଧୀରେ ଉପଲବ୍ଧି କଲା କି ବୀରସେନଙ୍କ କଥା ସତ୍ୟ । ବିବାହ ପାଇଁ ସଙ୍କେତ ସ୍ୱରୂପ ସେ କିଛି କୁଙ୍କୁମ ବୀରସେନ ହାତରେ ଘୋରକ ପାଖକୁ ପଠାଇଲା ।

ବୀରସେନ ଘୋରକ ପାଖକୁ ଯାଇ ଯାହା ଯାହା ଘଟିଥିଲା ସବୁ କହିଲେ । ତା’ପରେ ସେ ପଚାରିଲେ, “ଘୋରକୀକୁ ବିବାହ କରି ତୁମେ ସୁଖୀ ହେବ ତ? କାରଣ ତୁମେ ଯେତେ ଶକ୍ତି ପାଇଲେ ମଧ୍ୟ, ତାକୁ ବିବାହ କରିବାର ସନ୍ତୋଷ ତୁମେ ଆଉ କେଉଁଥିରୁ ହେଲେବି ପାଇବ ନାହିଁ ।”ଘୋରକ ଯେତେବେଳେ ଜାଣିଲା ଯେ ଘୋରକୀ ତା’ ପାଖକୁ କୁଙ୍କୁମ ଇଚ୍ଛା କରି ବିବାହର ସଙ୍କେତ ସ୍ୱରୂପ ପଠାଇଛି, ସେ ବହୁତ ଆନନ୍ଦିତ ହେଲା । ଚନ୍ଦ୍ରମତୀଙ୍କୁ ଆଣି ବୀରସେନ୍ଙ୍କୁ ଦେଲା ଓ ସେ ଦୁହିଁଙ୍କୁ ନେଇ ଜଙ୍ଗଲ ବାହାରେ ଛାଡି ଦେଲା ।

ଜଙ୍ଗଲ ବାହାରେଥିବା ରାଜକୁମାରମାନେ ସବୁକଥା ଶୁଣି କହିଲେ, “ଘୋରକ ଓ ଘୋରକୀ ଦୁହେଁ ବହୁତ ଦୁଷ୍ଟ । କୁଙ୍କୁମ ଓ ଡିବା ଏକାଠି ହେଲେ ପୃଥିବୀ ଉପରେ ସେମାନେ ଅନେକ କ୍ଷତି ଘଟାଇବେ । ତୁମେ ଯଦି ସେମାନଙ୍କୁ ମାରିବା ପାଇଁ ସୁବିଧା ପାଇଥିଲ, ତେବେ ତାକୁ କାହିଁକି ହାତ ଛଡା କଲ? ତୁମେ ତ କେବଳ ନିଜର ସ୍ୱାର୍ଥ ଦେଖିଲ, ଅନ୍ୟ ମାନଙ୍କ କଥା ଟିକିଏ ହେଲେ ମଧ୍ୟ ଚିନ୍ତା କଲ ନାହିଁ?”ସେମାନଙ୍କର ଏଭଳି କଥା ଶୁଣି ବୀରସେନ ହସି ହସି କହିଲେ, “ପ୍ରେମ ମଧ୍ୟରେ କୌଣସି ପ୍ରକାର ଦ୍ୱେଷଭାବ ନଥାଏ । କେବଳ ଚନ୍ଦ୍ରମତୀ ବ୍ୟତୀତ ସେ ତ ଆଉ କାହାର କିଛିବି କ୍ଷତି କରି ନାହିଁ? ମୋ ବିଷୟରେ ତା’ର ବ୍ୟବହାର ତ ଉଦାରତା ପୂର୍ଣ୍ଣ । ଘୋରକ ନ କହିବା ପର୍ଯ୍ୟନ୍ତ ଆମେ ଘୋରକୀ କଥା ମଧ୍ୟ ଜାଣି ନଥିଲୁ । ଆମେ ଅନାବଶ୍ୟକ କଥା କାହିଁକି ଭାବିବା ଯେ ସେ ଆମର ଶତୃ ଓ ଆମର କ୍ଷତି କରିବ? ତଦ୍ୱାରା ଆମେ ନିଜେ ନିଜର କ୍ଷତି କରୁଛୁ ।”

ଏକଥା ଶୁଣି ରାଜକୁମାରମାନେ ଲଜ୍ଜିତ ହେଲେ । ଯଥା ସମୟରେ ବୀରସେନ ଓ ଚନ୍ଦ୍ରମତୀଙ୍କ ବଡ ଆଡମ୍ୱର ସହକାରେ ବିବାହ ହେଲା । ସେହି ବିବାହରେ ସୁନ୍ଦର ମଣିଷର ରୂପ ଧରି ଘୋରକ ଓ ଘୋରକୀ ମଧ୍ୟ ଆସିଥା’ନ୍ତି । ସେତେବେଳକୁ ଅବଶ୍ୟ ସେମାନେ ବିବାହ କରି ଜୀବନର ନୂତନ ବିଭାବକୁ ଉପଲବ୍ଧି କରି ଅତି ଆନନ୍ଦିତ ଓ ସନ୍ତୁଷ୍ଟ ହୋଇଥାନ୍ତି; ପ୍ରେମର ପ୍ରଭାବରେ ସେ ଦୁହିଁଙ୍କର ଦୁଷ୍ଟବୁଦ୍ଧି ଆଉ ନଥାଏ । ସେମାନେ କହିଲେ ପୃଥିବୀ ଉପରେ ସତ୍କାର୍ଯ୍ୟ କରିବା ପାଇଁ ସେମାନେ ସର୍ବଦା ସହାୟତା କରିବେ ।

New odia story Odia Story Odia Story Ghorakata Udarata
Share. Facebook Twitter Pinterest LinkedIn Tumblr Reddit Email
Previous Articleରାମପୁରର ରାମ
Next Article ଦଣ୍ଡବିଧି
Liza S

Related Posts

ଆତିଥ୍ୟ

March 31, 2023

ନିରକ୍ଷର ସେନାପତି

March 30, 2023

ନୂତନ ଦଣ୍ଡ

March 29, 2023

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.