• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଘୋଡାର ପ୍ରକୃତ ମାଲିକ
ଗଳ୍ପ

ଘୋଡାର ପ୍ରକୃତ ମାଲିକ

Liza SBy Liza SMarch 30, 2022No Comments3 Mins Read
Facebook Twitter Pinterest Reddit LinkedIn Tumblr Email
Ghodara-Prakruta-Malika
Share
Facebook Twitter Pinterest Reddit Email

ବିରବଲଙ୍କର ଯଶ, ଖ୍ୟାତି, ଚାରିଆଡେ ବ୍ୟାପୁଥାଏ । ସାରା ରାଜ୍ୟରୁ ଅନେକ ଲୋକ ତାଙ୍କଠାରୁ ଉପଦେଶ ଗ୍ରହଣ କରିବାପାଇଁ ଆସୁଥାଆନ୍ତି । ପଡୋଶୀ ରାଜ୍ୟର ରାଜା ତ୍ରିପୁର ଚନ୍ଦ୍ର ବର୍ମା ବିରବଲଙ୍କ ସଂପର୍କରେ ଅନେକ କଥା ଶୁଣି ଥାଆନ୍ତି । ରାଜାଙ୍କର ବିରବଲଙ୍କୁ ଦେଖା କରିବା ପାଇଁ ପ୍ରବଳ ଆଗ୍ରହ ହେଲା । ରାଜା ଜଣେ ବଣିକର ବେଶ ଧାରଣ କରି ଘୋଡା ପିଠିରେ ସବାର୍ ହୋଇ ଆଗ୍ରା ଅଭିମୁଖେ ଚାଲିଲେ । ଯେମିତି ଆଗ୍ରାରେ ପହଁଚିସାରିଛନ୍ତି, ସେ ଦେଖିଲେ, ଗୋଟିଏ ଘରୁ ଜଣେ ଛୋଟା ଲୋକ ଛୋଟେଇ ଛୋଟେଇ ଯାଉଛନ୍ତି । ଲୋକଟିର କଷ୍ଟ ଦେଖି ରାଜା ଚନ୍ଦ୍ରବର୍ମା ସହିନପାରି ତାରି ପାଖରେ ଅଟକି ଗଲେ । ପ୍ରଥମେ ଲୋକଟିକୁ ତା’ର ପରିଚୟ ମାଗିଲେ । ଲୋକଟି ତା’ର ପରିଚୟ ଦେବାକୁ ଯାଇ କହିଲା,”ମୋର ନାମ ରବି ଶର୍ମା । ମୁଁ ଆଗ୍ରା ସହର ପର୍ଯ୍ୟନ୍ତ ଯିବାକୁ ଚାହୁଁଛି ।” ଲୋକଟିର କଥା ଶୁଣି ରାଜା ତାଙ୍କୁ ଘୋଡା ପିଠିରେ ବସାଇ ଆଗ୍ରା ଅଭିମୁଖେ ବାହାରି ପଡିଲେ ।
ଆଗ୍ରା ସହରରେ ପହଁଚିବାପରେ ଚନ୍ଦ୍ରବର୍ମା ରବିଶର୍ମାଙ୍କୁ ଓହ୍ଲାଇବା ପାଇଁ କହିଲେ । ରବିଶର୍ମା କି ଘୋଡା ଉପରୁ ଓହ୍ଲାନ୍ତି । ସେ କହିଲେ,”ଏ ଘୋଡାଟି ମୋର । ମୁଁ କାହିଁକି ଘୋଡା ଉପରୁ ଓହ୍ଲାଇବି? ତୁମେ ଯଦି ଚାହୁଁଛ ଘୋଡା ଉପରୁ ଓହ୍ଲାଇ ଯାଅ ।” ରବିଶର୍ମାଙ୍କ କଥା ଶୁଣି ଚନ୍ଦ୍ରବର୍ମା ଆଶ୍ଚର୍ଯ୍ୟ ହୋଇଗଲେ । ଦୁଇଜଣଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଲାଗିଗଲା । ସେମାନଙ୍କର ପାଟିତୁଣ୍ଡ ଶୁଣି ଆଖପାଖରେ ଥିବା ଲୋକମାନେ ଜମା ହୋଇଗଲେ । ଶେଷରେ ଏମିତି ଝଗଡା ଲାଗିଲା ଯେ, କଥା ଯାଇ ବିରବଲଙ୍କ କାନରେ ପଡିଲା । ବିରବଲ ଉଭୟଙ୍କୁ ଡକାଇଲେ ।
ଚନ୍ଦ୍ରବର୍ମା ଏବଂ ରବିଶର୍ମା ଉଭୟେ ଯାଇ ବିରବଲଙ୍କ ପାଖରେ ପହଁଚିଲେ । ଘୋଡା ମଧ୍ୟ ସେମାନଙ୍କ ସହିତ ଗଲା । ବିରବଲ ସେମାନଙ୍କୁ କହିଲେ,”ଘୋଡାଟି ମୋ ପାଖରେ ଗୋଟିଏ ଦିନ ଥାଉ ।” ସେମାନେ ମଧ୍ୟ ବିରବଲଙ୍କ କଥାରେ ସମ୍ମତି ପ୍ରଦାନ କଲେ । ଏହାକହି ଦୁଇ ଜଣଯାକ ଚାଲିଗଲେ । ବିରବଲ ସଂଗେ ସଂଗେ ଘୋଡାକୁ ଛାଡିଦେଲେ । ଜଣେ ଲୋକକୁ ଡାକି ଘୋଡା ସହିତ ପଠାଇଲେ, ଅନୁଧ୍ୟାନ କରିବାପାଇଁ ଯେ, ଘୋଡାଟି ପ୍ରକୃତରେ କାହା ପଛେ ପଛେ ଯାଉଛି?” କିଛି ବାଟ ଯିବାପରେ ଲୋକଟି ଘୋଡାକୁ ସାଂଗରେ ନେଇ ଆସି ବିରବଲଙ୍କୁ କହିଲା,”ହଜୁର୍! ଘୋଡାଟି ଚନ୍ଦ୍ରବର୍ମାଙ୍କୁ ଅନୁସରଣ କରୁଛି ।”
ଲୋକଟିର କଥା ଶୁଣିବାପରେ, ବିରବଲ ଘୋଡାଟିକୁ ନେଇ ତାଙ୍କ ଘରେ ଥିବା ଘୋଡାମାନଙ୍କ ମେଳରେ ବାନ୍ଧିଦେଲେ । ତହିଁ ଆରଦିନ ଯେମିତି ଦୁଇଜଣଯାକ ଆସି ବିରବଲଙ୍କ ଘରେ ପହଁଚିଛନ୍ତି, ବିରବଲ ସଂଗେ ସଂଗେ ରବିଶର୍ମାଙ୍କୁ ଡାକି ନେଇ ଘୋଡା ଶାଳକୁ ଚାଲିଗଲେ ଏବଂ କେଉଁଟା ତାଙ୍କ ଘୋଡା ବୋଲି ବାଛିବାକୁ କହିଲେ । ବିଚରା ରବି ଶର୍ମା ଏତେ ଗୁଡିଏ ଘୋଡାଙ୍କ ମଧ୍ୟରୁ କାହାକୁ ବାଛି ପାରିଲେ ନାହିଁ । ଏହାପରେ ବିରବଲ ଚନ୍ଦ୍ରବର୍ମାଙ୍କୁ ନେଇ ଘୋଡା ଶାଳକୁ ଗଲେ । ଚନ୍ଦ୍ରବର୍ମାଙ୍କୁ ଦେଖିବା ମାତ୍ରକେ ଘୋଡାଟି ଜୋର୍ରେ ବୋବାଇଲା । ଯେମିତି ଘୋଡାକୁ ଫିଟାଇ ଦେଲେ, ସଂଗେ ସଂଗେ ସେ ଚନ୍ଦ୍ରବର୍ମାଙ୍କ ପାଖକୁ ଚାଲିଆସିଲା । ଚନ୍ଦ୍ରବର୍ମା ତାଙ୍କ ଘୋଡାକୁ ଘୋଡାଶାଳରୁ ନେଇ ଆସିଲେ ।
ଏହା ଦେଖି ରବି ଶର୍ମା ସଂଗେ ସଂଗେ ନିଜର ଭୁଲ ବୁଝି ପାରି ବିରବଲଙ୍କ ପାଦତଳେ ପଡିଗଲେ । ଏବଂ ତାଙ୍କୁ କ୍ଷମା କରିଦେବାପାଇଁ କହିଲେ । ଚନ୍ଦ୍ରବର୍ମା ନିଜ ଘୋଡାକୁ ପାଇ ପୁରା ଖୁସି । ସେ ମନେ ମନେ ଭାବୁଥାଆନ୍ତି, ପ୍ରକୃତରେ ବିରବଲଙ୍କର ତୁଳନା ନାହିଁ । ଚତୁର ପଣରେ କେହି ତାଙ୍କ ସମକକ୍ଷ ହେବେ ନାହିଁ । ଏହା ଭାବି ଚନ୍ଦ୍ରବର୍ମା ବିରବଲଙ୍କୁ ଧନ୍ୟବାଦ୍ ଦେଲେ । ସଂଗେ ସଂଗେ ବିରବଲ କହିଲେ,”ମହାରାଜ! ଆପଣ ମୋର ଅତିଥି । ଆପଣ ମୋର ସମ୍ମାନର ଯୋଗ୍ୟ । ଆପଣ କ’ଣ ମୋତେ ଧନ୍ୟବାଦ ଅର୍ପଣ କରୁଛନ୍ତି?”
ବିରବଲଙ୍କ କଥା ଶୁଣି ଚନ୍ଦ୍ରବର୍ମା ଆଶ୍ଚର୍ଯ୍ୟ ହୋଇଗଲେ । ସେ ବିରବଲଙ୍କୁ ତାଙ୍କ ସଂପର୍କରେ କେମିତି ଜାଣିଲେ ବୋଲି ପଚାରିବାରୁ ବିରବଲ ଗୁପ୍ତଚର ଜରିଆରେ ଜାଣି ପାରିଛନ୍ତି ବୋଲି କହିଲେ । ରାଜା ଚନ୍ଦ୍ରବର୍ମା ବିରବଲ କେମିତି ଘୋଡାଟି ତାଙ୍କର ବୋଲି ଜାଣିପାରିଲେ, ଏହି ପ୍ରଶ୍ନ ପଚାରିବାରୁ ବିରବଲ ସରଳ ଭାବରେ ବୁଝାଇ ଦେଇ କହିଲେ,”ମହାରାଜ! ଘୋଡାଟି ସବୁ ସମୟରେ ତା’ର ମୁନିବକୁ ହିଁ ଅନୁସରଣ କରିଥାଏ । ଆପଣ ଆଜି ଯେମିତି ଘୋଡା ଶାଳକୁ ଯାଇଛନ୍ତି ଘୋଡାଟି ଆପଣଙ୍କୁ ଦେଖି ଯେମିତି ହେଲା ମୁଁ ସେଇଥିରୁ ଅନୁମାନ କରିଥିଲି ଯେ ଘୋଡାଟି ଆପଣଙ୍କର ।
ବିରବଲଙ୍କ କଥା ଶୁଣି ଚନ୍ଦ୍ରବର୍ମା ଖୁସି ହୋଇ ନିଜ ଆଙ୍ଗୁଠିରୁ ମୁଦି ବାହାର କରି ବିରବଲଙ୍କୁ ପିନ୍ଧାଇ ଦେଲେ ।

Nw Odia Story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleକୂପରୁ ମୁଦି ବାହାର କରିବା
Next Article ଦାଢି ଟାଣୁଥିବା ବ୍ୟକ୍ତିକୁ ପୁରସ୍କାର
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.