• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଗୋପାଳ ଘରେ ଅଦ୍ଭୁତ ଚୋରୀ
ଗଳ୍ପ

ଗୋପାଳ ଘରେ ଅଦ୍ଭୁତ ଚୋରୀ

Liza SBy Liza SMay 4, 2022No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Gopala ghare abhuta chori
Share
Facebook Twitter Pinterest Reddit Email

ମହାରାଜା କୃଷ୍ଣ ଚନ୍ଦ୍ର ଦିନେ ସଭାରେ ବସି ନାନା ପ୍ରକାର ରହସ୍ୟ କଥା ଭାଷା ହେଉ ହେଉ କହିଲେ –

ଏଥି ମଧ୍ୟରୁ ଯେ କେହି ଗୋପାଳ ଭାଣ୍ଡଙ୍କ ଘରୁ ଚୋରୀ କରି ପାରିବ ମୁଁ ତାଙ୍କୁ କିଛି ପୁରସ୍କାର ଦେବି । ଏ କଥା ଶୁଣି ସମସ୍ତେ ଭାବିଲେ ଗୋପାଳ ତ ଆମ୍ଭ ମାନଙ୍କ ମଧ୍ୟରେ ଜଣେ ବଡ ଚତୁର ଚୂଡା ମଣି, ତା ଘରୁ ଚୋରୀ କରିବା ଅସମ୍ଭବ । ଯେ ଚୋରୀ କରିବାକୁ ଯିବ ସେ ନିଶ୍ଚୟ ବିପଦରେ ପଡିବ । ଏହା ବିଚାରି ଆଉ କେହି ଚୋରୀ କରିବାକୁ ରାଜି ହେଲେ ନାହିଁ । ରାଜା ସମସ୍ତଙ୍କ ଅସ୍ୱୀକାର ଜାଣି ପୁଣି କହିଲେ –

ଶୁଣ ଯିଏ ଚୋରୀ କରିବ ତାକୁ ଆମ୍ଭେ ବିଶେଷ ଅର୍ଥ ପୁରସ୍କାର ଦେବୁ । ଏ କଥାରେ ମଧ୍ୟ କେହି ରାଜି ହେଲେ ନାହିଁ । ଶେଷକୁ ଜଣେ ଦରିଦ୍ର ବ୍ରାହ୍ମଣ ଅର୍ଥ ଲୋଭରେ ପଡି କହିଲା-

ମହାରାଜା ମୁଁ ନିଶ୍ଚେ ଚୋରୀ କରି ଆଣି ପାରିବି । ରାଜା କହିଲେ –
ଆଚ୍ଛା ତେବେ ଆମ୍ଭେ ପୁରସ୍କାର ଦେବା । ଗୋପାଳ ଭାଣ୍ଡ ରାଜାଙ୍କ ଷଡଯନ୍ତ୍ର ଶୁଣି ପାରି ଏକ ବୁଦ୍ଧି ପାଂଚି ଗୋଟିଏ ମାଠିଆରେ ବିଷ୍ଠା ପୂର୍ଣ୍ଣ କରି ତା ଉପରେ ନକଲି ଛଣା ପିତ ଖଳରେ ଦୁଇ ଚାରିଟି ଅସର୍ପି ଥୋଇ ଦେଇ ରଖି ଦେଲା ଏବଂ ନିଜେ ସତର୍କ ହୋଇ ରହିଲା ।

ଏଣେ ବ୍ରାହ୍ମଣ ଅଧିକ ଅନ୍ଧାର ରାତିରେ ଗୋପାଳ ଭାଣ୍ଡ ଘରଠାକୁ ଯାଇ ସିନ୍ଧି ଗାତ କରି ଆଗେ ମୁଣ୍ଡଟି ଗଳାଇଲା । ଗୋପାଳ ତାହା ବୁଝି ପାରି ସତର୍କ ହୋଇ ଥିଲା । ବ୍ରାହ୍ମଣର ଚରକି ଚୁଟି କାଟି ନେଇ ଗୁପ୍ତରେ ରଖିଲା, କିନ୍ତୁ ବ୍ରାହ୍ମଣକୁ ସେ କଥା ଜଣା ନାହିଁ । ସିନ୍ଧି ଗାତ ବାଟେ ବ୍ରାହ୍ମଣ ଯାଇ ଘରେ ପଶିବା ମାତ୍ରେ ମୋହର ମାଠିଆ ଦେଖି ଖୁସି ହେଲା । ଆଉ କିଛି ନ ଆଣି ସେଇ ମାଠିଆଟିକି ନେଇ ଆସିଲା । ତାକୁ ମୁଣ୍ଡରେ ମୁଣ୍ଡାଇ ରାଜାଙ୍କ ଘରକୁ ଏକ ମୁହାଁ ହୋଇ ଚାଲିଲା । ଗୋପାଳ ମଧ୍ୟ ତା’ ପଛରେ ଲୁଚି ଲୁଚି କରି ଯାଉ ଥାଏ ।

ଯେତେ ବେଳେ ଦେଖିଲା ବ୍ରାହ୍ମଣ ଏଥର ରାଜ ସଭାର ନିକଟରେ ହେଲା, ସେହି ସମୟରେ ଗୋପାଳ ଖଣ୍ଡିଏ ବାଡିରେ ସେହି ମାଠିଆକୁ ଏକ ପାହାର ଦେଲା । ମାଠିଆଟି ଭାଙ୍ଗି ଯାଇ ବ୍ରାହ୍ମଣର ଆପାଦ ମସ୍ତକ କେବଳ ବିଷ୍ଠାମୟ ହୋଇ ଗଲା । ଗୋପାଳ ରହସ୍ୟରେ ରାଜ ସଭାକୁ ଯାଇ କହିଲା –

ମହାରାଜ ଗୋଟିଏ ଚୋରର ଶାସ୍ତି ଦେଖ । ବ୍ରାହ୍ମଣ ସେହି ବିଷ୍ଠା ଗନ୍ଧରେ ପୁଣି ଦାରୁଣ ଅପମାନରେ ଆଉ ରହି ପାରିଲା ନାହିଁ । ମହାରାଜା ବ୍ରାହ୍ମଣର ଦୁର୍ଦ୍ଦଶା ଦେଖି ବିଚାରାକୁ ପୁରସ୍କାର ଦେଇ ବିଦାୟ ଦେଲେ । ଗୋପାଳକୁ ଜବତ କରିବା ଅସାଧ୍ୟ ଜାଣି ଆନନ୍ଦିତ ହେଲେ । ବ୍ରାହ୍ମଣର ଦୁର୍ଦ୍ଦଶାର ମୂଳ କାରଣ ନିଜେ ଏଥି ସକାଶେ ରାଜା ଦୁଃଖିତ ହେଲେ ।

Odia Gapa Odia New story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଗୋପାଳର ମୁହଁ ଆଉ ଚାହିଁବି ନାହିଁ
Next Article ପିଉସୀ ମା ଓ ଗୋପାଳ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.