• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»କୁଶଳ ବୁଦ୍ଧି
ଗଳ୍ପ

କୁଶଳ ବୁଦ୍ଧି

Liza SBy Liza SFebruary 15, 2023No Comments3 Mins Read
Facebook Twitter Pinterest Reddit LinkedIn Tumblr Email
Odia Story-Kushala-Budhi
Odia Story-Kushala-Budhi
Share
Facebook Twitter Pinterest Reddit Email

ପ୍ରତ୍ୟେକ ମଣିଷର ସାଧାରଣ ଜୀବନ କଟାଇବା ପାଇଁ ଯଥେଷ୍ଟ ବୁଦ୍ଧି ଅଛି । କିନ୍ତୁ କୁଶଳ ବୁଦ୍ଧି ଅନ୍ୟ ଏକ ବିଭାଗ ଯାହାକି ଖୁବ୍ କମ୍ ବ୍ୟକ୍ତିଙ୍କର ଥାଏ । ଏହି କୁଶଳ ବୁଦ୍ଧି ସାହାଯ୍ୟରେ ମଣିଷ ଅଳ୍ପ ସମୟରେ, ଅଳ୍ପ ପରିଶ୍ରମରେ ଓ ଅନାୟାସରେ ଅନେକ କିଛି ହାସଲ କରିପାରେ । ସେହିପରି ଜଣେ ବ୍ୟକ୍ତି ହେଲେ ରାଜପୁର ଗ୍ରାମର ରାମପ୍ରସାଦ । ସେ ବିବେକ୍ବାନ୍, ସ୍ଥିରବୁଦ୍ଧି ସମ୍ପନ୍ନ ଓ ସଂସାରର ସମସ୍ୟା ସମାଧାନ କରିବାରେ ବିଚକ୍ଷଣ । ତେଣୁ ଗ୍ରାମରେ କାହାର କିଛି ସମସ୍ୟା ହେଲେ ସେମାନେ ତାଙ୍କ ପାଖକୁହିଁ ଆସନ୍ତି ।ସେଇ ଗାଁରେ ଭୋଳା ନାମରେ ଜଣେ ଗରିବ ଚାଷୀ ଥାଏ । ଦିନେ ସେ ରାମପ୍ରସାଦଙ୍କ ପାଖକୁ ଆସି କହିଲା, “ମହାଶୟ, ଆମ ଘରଟି ଚଳିବାକୁ ଛୋଟ, ପରିବାରର ସଂଖ୍ୟା କ୍ରମେ ବଢୁଛି । ଶୋଇବା ରହିବା ପାଇଁ ବଖରାଏ ମାତ୍ର ଘର । ହାତରେ ପଇସା ନାହିଁ ଯେ ମୁଁ ନୂଆ ଘରଟିଏ କରିବି । ଏ କ୍ଷେତ୍ରରେ କ’ଣ କରାଯାଇ ପାରେ ଆପଣ ମୋତେ ବୁଦ୍ଧି ଦିଅନ୍ତୁ ।”

ରାମବାବୁ ପଚାରିଲେ, “ଭୋଳା, ତୁମ ଘରେ ତୁମେ ଛେଳି ଓ କୁକୁଡା ବି ରଖିଛ ନା?”ଭୋଳା କହିଲା “ଆଜ୍ଞା, ବହୁତ ଅଛନ୍ତି, ବତକ, କୁକୁର, ବିଲେଇ, ଗାଈ ମଧ୍ୟ ଅଛନ୍ତି ।”ରାମପ୍ରସାଦ କହିଲେ “ଦେଖ ଭୋଳା, ଆଜିଠାରୁ ଗୋଟିଏ ଛେଳି ଓ ତା’ର ଛୁଆଙ୍କୁ ତୁମଶୋଇବା ଘରେ ନେଇ ବାନ୍ଧିବ । ଚାରିଦିନ ପରେ ମୋତେ ଆସି ଖବର ଦେବ ।”ଭୋଳା ଖୁସି ହୋଇ ଘରକୁ ଯାଇ ସେଇଆ କଲା । ତଦ୍ୱାରା ଘର ଭିତରେ ଜାଗା ଆହୁରି କମ୍ ହୋଇଗଲା । ଚାରିଦିନ କଷ୍ଟ କରି ଚଳିଲା ପରେ ଯାଇ ରାମପ୍ରସାଦଙ୍କୁ ଦେଖା କରି ସେ ତା’ର କଷ୍ଟ କହିଲା । ରାମବାବୁ କହିଲେ, “ପ୍ରଥମେ ପ୍ରଥମେ କଷ୍ଟ ହେବ, ମାତ୍ର ପରେ ସବୁ କିଛି ଠିକ୍ ହୋଇଯିବ । ଏବେ ଆଉ ଦୁଇହଳ ଛେଳି ଘର ଭିତରେ ରଖିବ । ପାଂଚଦିନ ପରେ ଆସି ମୋତେ ଜଣାଇବ ।”ପାଂଚଦିନ ପରେ ଭୋଳା ରାମପ୍ରସାଦଙ୍କୁ ପୁଣି ଦେଖା କରି କହିଲା, “ମହାଶୟ, ଆପଣଙ୍କ କଥା ଅନୁସାରେ ତ ମୁଁ ଚଳୁଛି ହେଲେ ଏବେ ଶୋଇବା ବଖରାଟିରେ ଆଉ ହଲ୍ଚଲ୍ ହେବାକୁ ବି ଜାଗା ନାହିଁ ।”ରାମପ୍ରସାଦ ଅଳ୍ପ ଅଳ୍ପ ହସି କହିଲେ, “ଭୋଳା, ଏବେ ଆଜିଠାରୁ ଘରେ ଥିବା ଛେଳିମାନଙ୍କ ଭିତରୁ ଦୁଇଟିଙ୍କୁ ବାହାରେ ବାନ୍ଧିବ ଓ କାଲି ଆସି ମୋତେ କହିବ କ’ଣ ହେଲା ।”

ଦୁଇଦିନ ପରେ ଭୋଳା ଖୁସି ହୋଇ ଆସିବାର ଦେଖି ରାମପ୍ରସାଦ କହିଲେ, “ଭୋଳା, ଏବେ ତୁମ ଘର ଟିକିଏ ବଡ ଲାଗୁଛି ନା?”ଭୋଳା କହିଲା “ଆଜ୍ଞା, ହଁ, ମଝିରେ ତ ନିଶ୍ୱାସ ମାରିବାକୁ ବଡ କଷ୍ଟ ହେଉଥିଲା । କିନ୍ତୁ ଏବେ ଟିକିଏ ଖୋଲା ଲାଗୁଛି ।”ରାମପ୍ରସାଦ କହିଲେ “ତେବେ, ଆଜିଠାରୁ ଛୋଟ ଛୋଟ ଛେଳି ଓ ତାଙ୍କ ମା’କୁ ମଧ୍ୟ ବାହାରେ ବାନ୍ଧିବ । ଦୁଇଦିନ ପରେ ଆସି ମୋତେ ଖବର ଦେବ ବୁଝିଲ?”ଦୁଇଦିନ ପରେ ଭୋଳାର ହସଖୁସିରେ ଭରା ଚେହେରା ଦେଖି ରାମପ୍ରସାଦ ତାକୁ ପଚାରିଲେ, “ଏବେ ତୁମ ଘରର ଅବସ୍ଥା କିପରି?””ବାବୁ ମହାଶୟ, ଆପଣ ମୋର ବହୁତ ଉପକାର କରିଛନ୍ତି । ଏବେ ମୋ ଘର ବହୁତ ଖୋଲା ଓ ବଡ ଲାଗୁଛି । ମୋ ଘରର ଲୋକମାନେ ମଧ୍ୟ ଖୁସି ।” ଭେଳା ଏତକ କହିଲା ଓ ତାଙ୍କୁ ନମସ୍କାର କରି ସେଠାରୁ ଚାଲିଗଲା ।

କିଛିଦିନ ଆଗରୁ କୈଳାସ ନାମକ ଏକ ବୁଦ୍ଧିମାନ୍ ଯୁବକ ରାମପ୍ରସାଦଙ୍କ ଘରେ କାମ କରିବାକୁ ରହିଥାଏ । ସେ ପ୍ରଥମରୁହିଁ ଭୋଳା ଓ ରାମପ୍ରସାଦଙ୍କ କଥାବାର୍ତ୍ତା ସବୁ ମନଦେଇ ଶୁଣୁଥାଏ କିନ୍ତୁ ସେ ବୁଝିପାରିଲା ନାହିଁ ଯେ ଛୋଟ ଘର କିପରି ବଡ ହୋଇଗଲା । ସେ ଆଶ୍ଚର୍ଯ୍ୟ ହୋଇ ରାମପ୍ରସାଦଙ୍କୁ ପଚାରିଲା, “ବାବୁ ଭୋଳାର ନୂଆ ଘର ତ ତିଆରି ହୋଇନାହିଁ । ଯେତିକି ଜାଗା ସେତିକି, ଆଉ କେବଳ କଥାବାର୍ତ୍ତାରେ ଆପଣ ତାକୁ କ’ଣ ଏମିତି ବୁଝାଇଲେ ଯେ ତା’ର ଛୋଟ ଘର ବଡ ହୋଇଗଲା ଓ ତା’ ସମସ୍ୟାର ମଧ୍ୟ ସମାଧାନ ହୋଇଗଲା?”

ରାମପ୍ରସାଦ କହିଲେ, “ଭୋଳା ଜଣେ ସାଧାରଣ ମଣିଷ, ତା’ର ବୁଦ୍ଧି ଅଛି ହେଲେ କୁଶଳ ବୁଦ୍ଧି ନାହିଁ । ସେ କହିଲା ବଡ ଘର ତିଆରି କରିପାରିବ ନାହିଁ । ଅଥଚ ସେଇ ଘରକୁ ନେଇ ସନ୍ତୁଷ୍ଟ ହେବ । ତେଣୁ ମୁଁ ତା’ର ମନୋବୃତି ବଦଳାଇବାକୁ ଚେଷ୍ଟାକଲି । ଅଧିକ ପଶୁ ଘର ଭିତରେ ରଖିବାରୁ ତାକୁ ତା’ ଘର ଖୁବ୍ ଛୋଟ ଲାଗିଲା । ସେତେବେଳେ ସମସ୍ତେ କଷ୍ଟେମଷ୍ଟେ ସେଇ ଘରେ ଚଳିଲେ । ଏଣୁ ନିଶ୍ୱାସ ବନ୍ଦ ହୋଇଗଲା ପରି ଲାଗିଲା । ପୁଣି ପଶୁମାନେ ବାହାରିଗଲାରୁ ତାକୁ ସେ ଘରଟି ଖୋଲା ଓ ବଡ ଲାଗିଲା । ସେତେବେଳେ ତା’ର ମନେହେଲା ଆଃ କି ଖୋଲା । ବାସ୍ ଏତିକିରେ ତା’ ମନୋବୃତି ବଦଳିଗଲା । କିନ୍ତୁ ବାହାରେ ଘର ଯାହା ଥିଲା ସେଇଆ ।

Share. Facebook Twitter Pinterest LinkedIn Tumblr Reddit Email
Previous Articleଅଧା ମୂଲ୍ୟ
Next Article ହାରଜିତ୍
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.