• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»କୁତର୍କର ଲାଭ
ଗଳ୍ପ

କୁତର୍କର ଲାଭ

Liza SBy Liza SDecember 31, 2022No Comments4 Mins Read
Facebook Twitter Pinterest Reddit LinkedIn Tumblr Email
Odia-Short-StoryKrutarkara-labha
Odia-Short-StoryKrutarkara-labha
Share
Facebook Twitter Pinterest Reddit Email

ରାଜା ବିକ୍ରମସେନଙ୍କ ମହାମନ୍ତ୍ରୀ ଚତୁରସେନ ଥିଲେ । ରାଜ୍ୟର ସମସ୍ତ କାର୍ଯ୍ୟ ପାଇଁ ସେ ସଦା ସର୍ବଦା ତାଙ୍କ ସହିତ ଆଲୋଚନା କରନ୍ତି, ତାଙ୍କର ପରାମର୍ଶ ବି ସେ ଗ୍ରହଣ କରନ୍ତି । ଏଣେ ଚତୁରସେନଙ୍କ ପାଖରେ ଦଶଜଣ ମନ୍ତ୍ରୀ ରାଜ୍ୟର ଭଲମନ୍ଦ ଉପରେ ଆଲୋଚନା କରନ୍ତି । ତେଣୁ ରାଜାଙ୍କୁ କୌଣସି ପ୍ରସ୍ତାବ ଦେବା ପୂର୍ବରୁ ମହାମନ୍ତ୍ରୀ ଅନ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରି ଯାହା ସ୍ଥିର କରନ୍ତି ତାଙ୍କୁ ଯାଇ କୁହନ୍ତି ।ମନ୍ତ୍ରୀମାନଙ୍କ ମଧ୍ୟରେ ଶଚୀନ୍ଦ୍ର ନାମକ ଜଣେ ମନ୍ତ୍ରୀ ଥା’ନ୍ତି, ସେ ଟିକିଏ ଜିଦ୍ଖୋର ସ୍ୱଭାବର । କୌଣସି କଥାରେ ଅନ୍ୟ ମନ୍ତ୍ରୀମାନେ ଯାହା କହିବେ ସେ ସବୁବେଳେ ସେକଥାର ବିପରୀତ କଥାଟିହିଁ କହି ବସିବେ । କିନ୍ତୁ ଏପରି ବ୍ୟକ୍ତିଙ୍କର ଉପସ୍ଥିତି ମହାମନ୍ତ୍ରୀଙ୍କର ଆବଶ୍ୟକ ଥିବାରୁ, ସେ ତାଙ୍କ କଥା ସହି ଯାଉଥିଲେ । ତଥାପି ଶଚୀନ୍ଦ୍ର ମଧ୍ୟେ ମଧ୍ୟେ ରାଜାଙ୍କୁ ଯାଇ କହୁଥିଲେ କି ଅନ୍ୟମାନେ ତାଙ୍କ କଥା ଶୁଣନ୍ତି ନାହିଁ ।

ରାଜା ତାଙ୍କୁ ବୁଝାଇ କହନ୍ତି, “ମହାମନ୍ତ୍ରୀଙ୍କ କଥା ଉପରେ ମୋର ପୁରା ବିଶ୍ୱାସ ରହିଛି । ସେ ବହୁମତ ଉପରେ ନିର୍ଭର କରନ୍ତି । ତୁମର ପ୍ରସ୍ତାବ ଗୁଡିକ ହୁଏତ ଲୋକମାନଙ୍କର ପସନ୍ଦ ଆସିବ ନାହିଁ ବା କିଛି ଭୁଲ୍ ଥିବ ବୋଲି ସେ ଗ୍ରହଣ କରନ୍ତି ନାହିଁ । ଭୁଲ୍ କଥାଟି ବୁଝିବାକୁ ତୁମେ ଚେଷ୍ଟା କର ।”ଦିନେ ରାଜା ମନ୍ତ୍ରୀମାନଙ୍କୁ ଡାକି ଶଚୀନ୍ଦ୍ରଙ୍କ ଅଭିଯୋଗ ବିଷୟରେ କହିଲେ, “ତୁମ ସମସ୍ତିଙ୍କର ନିଜ ନିଜର ବିଚାର ଥାଇପାରେ । କିନ୍ତୁ ତାହା ଯଥାର୍ଥ ହେଲେ ଯାଇ ଅନ୍ୟମାନେ ଶୁଣିବେ ଓ ସେକଥା ସ୍ଥିର କରାହେବ ।” ରାଜା ସଭା ଭାଙ୍ଗି ସେଠାରୁ ଚାଲିଯିବା ପରେ ଅନ୍ୟ ମନ୍ତ୍ରୀମାନେ ଶଚୀନ୍ଦ୍ରଙ୍କୁ କହିଲେ, “ଏଣିକି ମନେରଖ, ତୁମେ ଯେଉଁ ପ୍ରସ୍ତାବ ଦେବ ତାକୁ ଅନ୍ୟମାନେ ମଧ୍ୟ ପସନ୍ଦ କରିବା ଉଚିତ୍ । ତେବେ ଯାଇ ତୁମ ପରାମର୍ଶକୁ କେହି ମାନିବେ ।”

ସାଥୀ ମନ୍ତ୍ରୀମାନଙ୍କ ଏଭଳି କଥା ଶୁଣି ଶଚୀନ୍ଦ୍ର ଅତ୍ୟନ୍ତ ରାଗିଯାଇ କହିଲେ, “ତମେ ସବୁ ଦେଖୁଥାଅ । ଦିନ ଆସିବ ଯେତେବେଳେ ରାଜାଙ୍କୁ ମୋ କଥା ବହୁତ ପସନ୍ଦ ଆସିବ । ତୁମେମାନେ ସେଥିରେ ରାଜି ହୁଅ ବା ନ ହୁଅ । ତା’ପରେ ରାଜା କେବଳ ମୋତେହିଁ ସମ୍ମାନ ଦେବେ ।”କିଛିଦିନ ପରେ । ଦିନେ ରାଜା ଶୀକାର କରି ଫେରିଥା’ନ୍ତି । ଶଚୀନ୍ଦ୍ର ଅନ୍ୟ ମନ୍ତ୍ରୀମାନଙ୍କୁ କହିଲେ, “ରାଜା ଶୀକାର କରି ଲେଉଟି ଆସିଛନ୍ତି । ବଣରେ ବହୁତ ପ୍ରକାର କୌଶଳ ସହିତ ସେ ଶୀକାର କରି ସଫଳ କାମ ହୋଇ ଫେରିବା ଯୋଗୁଁ ଆମେ ସବୁ ଯାଇ ତାଙ୍କୁ ସମ୍ମାନ ଦେଖାଇବା ଉଚିତ୍ ।”

ଶଚୀନ୍ଦ୍ରଙ୍କ ପ୍ରସ୍ତାବରେ ଅନ୍ୟମାନେ ସହମତ ହେଲେ ନାହିଁ । ସେମାନେ କହିଲେ, “ଆମ ରାଜାଙ୍କ ପାଇଁ ଏପରି ଶୀକାର କରିବା ତ ସହଜସାଧ୍ୟ କଥା । ତାଙ୍କର କୌଶଳ ଓ ସାହସ କିଛି ନୂଆ କଥା ନୁହେଁ । ସେ ଯଦି ଏକ କାବ୍ୟ ଲେଖିଥା’ନ୍ତେ ବା କୌଣସି ଯୁଦ୍ଧରେ ବିଜୟପ୍ରାପ୍ତ କରି ଫେରିଥା’ନ୍ତେ, କିମ୍ବା କୌଣସି ଦୁର୍ଦ୍ଦାନ୍ତ ରାକ୍ଷସକୁ ସଂହାର କରିଥାନ୍ତେ ଅଥବା ସେପରି କିଛି ମହାନ୍ କାର୍ଯ୍ୟ କରିଥା’ନ୍ତେ, ତେବେ ତାଙ୍କୁ ଅଭିନନ୍ଦନ ଦେବାର ଅର୍ଥ ଅଛି । କିନ୍ତୁ ଏହି ସାଧାରଣ କଥା ଉପରେ ନୁହେଁ ।”କିନ୍ତୁ ମହାମନ୍ତ୍ରୀ କହିଲେ “ଶଚୀନ୍ଦ୍ରଙ୍କ କଥା ଠିକ୍ । ଆମେ ଯଥାର୍ଥ ଭାବରେ ରାଜାଙ୍କୁ ସମ୍ମାନ କରିବା । ଆଚ୍ଛା, ଏ ଦାୟିତ୍ୱ ଆମମାନଙ୍କ ତରଫରୁ ଶଚୀନ୍ଦ୍ର ଉପରେ ରହିଲା ।” ମହାମନ୍ତ୍ରୀଙ୍କ କଥା ଶୁଣି ଶଚୀନ୍ଦ୍ର ଗର୍ବରେ ଫୁଲିଲେ; ଅନ୍ୟ ମନ୍ତ୍ରୀମାନଙ୍କ ଆଡକୁ ସେ ତାଚ୍ଛଲ୍ୟ କରିବା ଭଙ୍ଗୀରେ ଥରେ ଦୃଷ୍ଟିପାତ କରି ସେଠାରୁ ଚାଲିଗଲେ ।

ଅନ୍ୟ ମନ୍ତ୍ରୀମାନେ ଶଚୀନ୍ଦ୍ରଙ୍କ ଏପ୍ରକାର ବ୍ୟବହାରରେ କ୍ଷୁର୍ଣ୍ଣ ହେଲେ । ମହାମନ୍ତ୍ରୀ ସେମାନଙ୍କୁ କହିଲେ, “ଏପରି ଭାବରେ ଶୀକାରରୁ ଫେରିଥିବା ରାଜାଙ୍କୁ ଅଭିନନ୍ଦନ ଦେବାର କୌଣସି ଅର୍ଥ ନାହିଁ । କିନ୍ତୁ ଯିଦ୍ଖୋର ଶଚୀନ୍ଦ୍ରର କଥା ତମେମାନେ ତ ଭଲଭାବେ ଜାଣିଛ । ଆମେ ମନା କରିବା ସତ୍ତ୍ୱେ ସେ ରାଜାଙ୍କ ପାଖକୁ ଯାଇଥାନ୍ତା ଓ ଆମ ବିରୁଦ୍ଧରେ ଫେରାଦ୍ ହୋଇଥାନ୍ତା ଯେ ରାଜାଙ୍କୁ ଅଭିନନ୍ଦନ ଦେବାକୁ ଆମେ ମନା କଲୁ; ଆଉ ସେକଥା କ’ଣ ସୁନ୍ଦର ହୋଇଥା’ନ୍ତା କି? ରାଜାଙ୍କ ମନରେ ସନ୍ଦେହ ଆସନ୍ତା ଓ ସେ ବାରମ୍ବାର ଆମ ବିରୁଦ୍ଧରେ କହିବା ଦ୍ୱାରା ରାଜା କିଛିଟା ବିଶ୍ୱାସ କରନ୍ତେ ଓ ତାହା ଆମ ପାଇଁ କ୍ଷତିକାରକ ହୁଅନ୍ତା । ତୁମ ଭିତରୁ କେହି ସେପରି ପ୍ରସ୍ତାବ କରିଥିଲେ ମୁଁ ତାକୁ ପ୍ରତ୍ୟାଖାନ କରି ଦେଇଥାନ୍ତି, କିନ୍ତୁ ଶଚୀନ୍ଦ୍ର କଥା ଭିନ୍ନ । ତା’ର ପରିଣାମ ସେ ଆପେ ଭୋଗିବ ।”ଅନ୍ୟ ଏକ ମନ୍ତ୍ରୀ କହିଲେ, “ଏହାର ଅର୍ଥ ହେଉଛି, ଶଚୀନ୍ଦ୍ର ଯାଇ ରାଜାଙ୍କ କାନରେ ନ୍ୟାୟ ଅନ୍ୟାୟ ଫୋଡିବ, ଆଉ ଆମେ ସେସବୁ ଚୁପ୍ଚାପ୍ ସହିଯିବୁ? ଏପରି ଖଚଚୁଗୁଲି କହିବା ବ୍ୟକ୍ତିକୁ ଆପଣ ମନ୍ତ୍ରୀମଣ୍ଡଳରେ କାହିଁକି ବା ରଖିଛନ୍ତି?”

ମହାମନ୍ତ୍ରୀ ଟିକିଏ ନୀରବ ରହି କହିଲେ, “ପୃଥିବୀରେ ଏପରି ଅନେକ ବ୍ୟକ୍ତି ଅଛନ୍ତି । କିନ୍ତୁ ଏପରି ବାଦବିବାଦ ମଧ୍ୟରେ ଅନ୍ୟ କିଛି ଭଲ ଫଳ ହୋଇପାରେ । ଶଚୀନ୍ଦ୍ର ଯେ ବୁଦ୍ଧିମାନ୍ ଏକଥା ତମେମାନେ ନିଶ୍ଚୟ ମାନିବ । ତା’ ପ୍ରସ୍ତାବ ମୁଁ କେବେବି କାଟି ପାରିବି ନାହିଁ ବୋଲି ସେ ଭଲଭାବେ ଜାଣେ । ତେଣୁ ତା’ କଥାକୁ ବୁଦ୍ଧିର ସହିତ କାଟିବାକୁ ପଡିବ । ଆନନ୍ଦର କଥା ଯେ ଆମ ମନ୍ତ୍ରୀମଣ୍ଡଳରେ ଏପରି ଏକ ବ୍ୟକ୍ତି ଅଛି ଯାହାର ଯିଦି ଓ କୁତର୍କ ଯୋଗୁଁ ଆମେ ଲାଭବାନ ହୋଇ ପାରିବା । ଯଦି ସେ ନିହାତି ମୂର୍ଖତାପୂର୍ଣ୍ଣ ପ୍ରସ୍ତାବ ଦେବ ତେବେ ଆମେ ସମସ୍ତେ ମିଳି ତାହା ନାକଚ୍ କରିପାରିବା ।”ମହାମନ୍ତ୍ରୀଙ୍କର ଏକଥା ସମସ୍ତିଙ୍କର ବେଶ୍ ପସନ୍ଦ ହେଲା । ଏଣିକି ସେମାନଙ୍କ ମନରେ ଶଚୀନ୍ଦ୍ର ପ୍ରତି କୌଣସି ପ୍ରକାର ଅସନ୍ତୋଷ ରହିଲା ନାହିଁ । କିନ୍ତୁ ମହାମନ୍ତ୍ରୀଙ୍କ ବୁଦ୍ଧିକୁ ସମସ୍ତେ ମନେ ମନେ ଭାରି ପ୍ରଶଂସା କଲେ ।

New odia story New odia Story kutarkara labha New Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଆନ୍ତର ସୌନ୍ଦର୍ଯ୍ୟ
Next Article ବାକ୍ୟବିନ୍ୟାସ
Liza S

Related Posts

ଆତିଥ୍ୟ

March 31, 2023

ନିରକ୍ଷର ସେନାପତି

March 30, 2023

ନୂତନ ଦଣ୍ଡ

March 29, 2023

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.