• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»କଳାକାର
ଗଳ୍ପ

କଳାକାର

Liza SBy Liza SDecember 11, 2022No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Storykalakara
Odia-Story-Storykalakara
Share
Facebook Twitter Pinterest Reddit Email

ପୁରୁଣାକାଳର କଥା । ଗୋଟିଏ ରାଜ୍ୟରେ ଧର୍ମସେନ ନାମକ ଜଣେ ଲୋକପ୍ରିୟ ରାଜା ରାଜୁତି କରୁଥିଲେ । ତାଙ୍କର ତିନିଜଣ ପୁତ୍ର ଥା’ନ୍ତି । ଜ୍ୟେଷ୍ଠ ପୁତ୍ର ନ୍ୟାୟବାଦୀ ଓ ଖୁବ୍ ଭଦ୍ର ଥିଲେ । କିନ୍ତୁ ସାନ ଦୁଇଜଣ ଅତିମାତ୍ରାରେ ବୁଦ୍ଧିମାନ୍ ଥିଲେ । ସେମାନେ ବଡ ହୋଇ ଯିବାରୁ ରାଜାଙ୍କ ମନରେ ଏହି ପ୍ରଶ୍ନ ଉଠିଲା ଯେ ସେ ଏବେ କାହାକୁ ନିଜର ଉତ୍ତରାଧିକାରୀ ରୂପେ ବାଛିବେ । ନିୟମ ଅନୁସାରେ ଜ୍ୟେଷ୍ଠ ସିଂହାସନର ଅଧିକାରୀ ହେଲେ ମଧ୍ୟ ଅନେକ ରାଜକର୍ମଚାରୀ ସାନ ଦୁହିଁଙ୍କୁ ପସନ୍ଦ କରୁଥିଲେ । ରାଜା କିଛି ସ୍ଥିର କରି ନପାରି ଭାବିଲେ ଯେ ସେ ଯଦି କିଛିଦିନ ପାଇଁ ଅନୁପସ୍ଥିତ ରହନ୍ତେ ତେବେ ଏ କାମ ରାଣୀ ନିଶ୍ଚୟ ତୁଲାଇ ନିଅନ୍ତେ । ତେଣୁ ସେ କିଛିଦିନ ପାଇଁ ଜଙ୍ଗଲରେ ରହିବାକୁ ସ୍ଥିର କରି ରାଜ୍ୟ ଛାଡି ଚାଲିଗଲେ ।

ଜଙ୍ଗଲରେ ତାଙ୍କର ବାସବ ନାମକ କୌଣସି ଏକ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେଲା । ସେ ତାଙ୍କର ବନ୍ଧୁ ବାନ୍ଧବଙ୍କର ଅତ୍ୟାଚାର ଆଉ ସହି ନପାରି ନିଜ ପରିବାର ଧରି ଜଙ୍ଗଲକୁ ଆସି ସେଠାରେ ଶାନ୍ତିରେ ରହିଥା’ନ୍ତି ।ରାଜା ତାଙ୍କର ସବୁକଥା ଶୁଣିସାରି କହିଲେ, “ଜଙ୍ଗଲକୁ ମଣିଷ କିଛି ସମୟ ରହିବା ପାଇଁ ଆସିଥାଏ । ତୁମେ ଏଠାରେ ଏମିତି ଆଉ କେତେଦିନ ରହିବ? ତମେ ପୁଣି ଛୁଆପିଲା ଧରି ରହିଛ । ତୁମକୁ କ’ଣ ଏଠାରେ କିଛି ଖରାପ ଲାଗୁନାହିଁ?”

ବାସବ କହିଲେ “ପ୍ରତ୍ୟେକ ବ୍ୟକ୍ତିର ସୁଖଶାନ୍ତି ନିଜ ପରିବାର ପାଇଁ, ଏବେ ସେମାନେ ଯଦି ମୋ ସହିତ ଅଛନ୍ତି, ତେବେ ମୋତେ ପୁଣି ଏଠାରେ ରହିବାକୁ କାହିଁକି ବା ଖରାପ ଲାଗିବ?”ରାଜା ବୁଝାଇବାକୁ ଯାଇ କହିଲେ “କିନ୍ତୁ ମଣିଷ ତ ଏକ ସାମାଜିକ ଜୀବ । ସେ ସମାଜ ଠାରୁ ଦୂରରେ ରହି କିମିତି ଚଳିବ? ପୁଣି ତୁମର ପିଲାପିଲି ସବୁ ବଡ ହୋଇଗଲେ? ସେମାନଙ୍କର ତ ପୁଣି ଶିକ୍ଷା ଦୀକ୍ଷା ବିବାହବ୍ରତ ରହିଛି! ଏଠାରେ ରହିଲେ ତ ସେମାନେ ସଂସାର ପ୍ରତି ଅନଭିଜ୍ଞ ହୋଇ ରହିବେ । ସେମାନେ ପୁଣି ସମାଜକୁ ଗଲେ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ ।”

ବାସବ କହିଲେ, “ସମାଜର ସଂସ୍କାର, ରୀତି, ପରମ୍ପରା ଇତ୍ୟାଦିକୁ ନେଇ ମୁଁ କିଛି ଗଳ୍ପ ଲେଖିଛି । ମୋର ବିଶ୍ୱାସ ଯେ ମୋ ପିଲାମାନେ ସେସବୁ ପଢି ସବୁକଥା ଶିଖିଯିବେ । ପଂଚତନ୍ତ୍ର କାହାଣୀ ସବୁ ମଧ୍ୟ ଏହି କାରଣରୁ ଲେଖା ହୋଇଥିଲା । ପିଲାମାନଙ୍କୁ କାହାଣୀ ମାଧ୍ୟମରେ ଶିକ୍ଷା ଦେଲେ ଶିକ୍ଷା ପ୍ରତି ସେମାନେ ଆଗ୍ରହୀ ହେବେ ଓ ଯାହା ଶିକ୍ଷା ପାଇବେ ତାକୁ କେବେବି ମଧ୍ୟ ସେମାନେ ଭୁଲିବେ ନାହିଁ । ଏସବୁ ସତ୍ତ୍ୱେ ଯଦି ସେମାନେ ସମାଜରେ ଚଳିପାରିବେ ନାହିଁ ତେବେ ସେମାନେ ପୁଣି ଜଙ୍ଗଲକୁ ଫେରି ଆସିବେ । କାରଣ ଏଠାରେ ସେମାନେ ଅଭ୍ୟସ୍ତ ହୋଇଗଲେଣି ।”

ତା’ପରେ ରାଜା, ବାସବଙ୍କ ଦ୍ୱାରା ଲିଖିତ କାହାଣୀ ସବୁ ଶୁଣିଲେ ଓ ତଦ୍ୱାରା ବହୁତ ପ୍ରଭାବିତ ହୋଇ କହିଲେ, “ମହାଶୟ, ଆପଣ ପ୍ରକୃତରେ ଜଣେ ମହାନ୍ ବ୍ୟକ୍ତି; ସାଧାରଣ ମଣିଷ ନୁହଁନ୍ତି । ଆପଣଙ୍କ ଗଳ୍ପ ଗୁଡିକରେ ଅନେକ ଶିକ୍ଷଣୀୟ ବିଷୟ ରହିଛି । ମୋର କେତେକ ସମସ୍ୟାର ସମାଧାନ ମଧ୍ୟ ମୁଁ ଏଥିରୁ ପାଇଲି । ମୋର ଇଚ୍ଛା ହେଉଛି ଆପଣ ଥରେ ମୋ ରାଜ୍ୟକୁ ଆସି ମୋ ଘରେ ଅତିଥି ହେବେ ।”

ରାଜାଙ୍କ କଥା ଶୁଣି ବାସବ ଅଳ୍ପ ହସି କହିଲେ, “ମହାରାଜ, ଆପଣଙ୍କ ମନ ଅଶାନ୍ତ ତେଣୁ ମୋ ଗଳ୍ପରୁ ଆପଣ ନିଜ ସମସ୍ୟାର ସମାଧାନ ପାଇଲେ । କାରଣ ଏସବୁ ଗଳ୍ପ ମୁଁ ମୋ ଅନୁଭବରୁହିଁ ଲେଖିଛି । କୌଣସି ଧର୍ମଶାସ୍ତ୍ର ବା ନୀତିଶାସ୍ତ୍ରର ସାହାଯ୍ୟ ମୁଁ ନେଇନାହିଁ । କିନ୍ତୁ ମୁଁ ଚାହେଁ ଯେ ଏ ଗଳ୍ପ ଗୁଡିକ ଅନ୍ୟମାନେ ମଧ୍ୟ ପଢନ୍ତୁ ଓ ସେଥିରୁ ସାହାଯ୍ୟ ପାଆନ୍ତୁ । ତେଣୁ ଏ ଦିଗରେ ଆପଣ ଯଦି ମୋତେ କିଛି ସହାୟତା କରିପାରନ୍ତିତ ତେବେ ମୁଁ ମୋ ନିଜକୁ ଭାଗ୍ୟବାନ୍ ମନେ କରନ୍ତି । ତେବେ ମୁଁ ଆହୁରି ମଧ୍ୟ କିଛି କାହାଣୀ ଲେଖିବାକୁ ଚାହେଁ । ମୋ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ମୁଁ ନିଜେ ଯାଇ ଆପଣଙ୍କ ପାଖରେ ଉପସ୍ଥିତ ହେବି ।”

ତା’ପରେ ଧର୍ମସେନ ନିଜ ରାଜ୍ୟକୁ ଫେରି ଆସିଲେ । କାହାଣୀମାନଙ୍କରୁ ସେ ଯାହା ପାଇଥିଲେ ସେହି ଅନୁସାରେ ସେ ରାଜତନ୍ତ୍ର ଶାସନ ବନ୍ଦ କରାଇ ସେଠାରେ ଲୋକତନ୍ତ୍ର ଶାସନ ଚଳାଇଲେ । ତେବେ ଜନତାଙ୍କ ଦ୍ୱାରା ଶାସନ ମୁଖ୍ୟ ବଛା ହେବ ଓ ସେ ନିଜକୁ ଜନତାଙ୍କର ସେବକ ବୋଲି ମାନିବ ।

ବର୍ଷକ ପରେ ଦିନେ ବାସବ ସପରିବାରେ ଯାଇ ରାଜଧାନୀରେ ପହଁଚିଲେ ଓ ସେଠାରେ ସେମାନେ ଏକ ଅତିଥିଶାଳାରେ ରହିଲେ । ସେଠାରେ ସମୀର ନାମକ ଅନ୍ୟ ଏକ ଗଳ୍ପ ଲେଖକ ଥା’ନ୍ତି । ସେ ଦୁହେଁ ତ କେହି କାହାକୁ ଆଦୌ ଚିହ୍ନି ନଥାନ୍ତି । ତା’ପରେ ଚିହ୍ନାଜଣା ହେବା ପରେ ସମୀର ବହୁତ ଖୁସି ହୋଇ କହିଲେ, “ମହାଶୟ, ଆପଣଙ୍କ ସହ ଦେଖା ହେବାରୁ ମୁଁ ନିଜକୁ ଅତ୍ୟନ୍ତ ଭାଗ୍ୟବାନ୍ ମଣୁଛି । ମୁଁ ବି ଗଳ୍ପ ଲେଖେ ଓ ମୋ ଗଳ୍ପ ସବୁ ମଧ୍ୟ ବିଶେଷ କରି ଜୀବନର ଅନୁଭୂତି ଉପରେ ଆଧାରିତ । ଆଜିପର୍ଯ୍ୟନ୍ତ ମୁଁ ଏକଶହ ଏକ ଗଳ୍ପ ଲେଖି ସାରିଲିଣି । ଆପଣ ଯଦି ସମ୍ମତ ହୁଅନ୍ତି ତ ମୁଁ ସେଗୁଡିକ ଆପଣଙ୍କୁ ପଢି ଶୁଣାଇବି ।”

ବାସବ ସମ୍ମତ ହେଲେ । ସମୀର ଏକ ପରେ ଏକ ଗଳ୍ପ ପଢି ଶୁଣାଇଲେ । ଶହେ ଗଳ୍ପ ଶେଷ ହେବା ପରେ ବାସବ କହିଲେ, “ତୁମ ଗଳ୍ପ ଗୁଡିକ ତ ଅତ୍ୟନ୍ତ ଉଚ୍ଚକୋଟୀର । ମୁଁ ସେପରି ଗଳ୍ପ ଲେଖିଲେ ମଧ୍ୟ ସେସବୁ ସାରା ଜୀବନର ଅନୁଭୂତି ଉପରେ ଆଧାରିତ କାହାଣୀ । ଲେଖିବାର ଯେଉଁ ଭଙ୍ଗୀ ମୁଁ ଏତେଦିନ ପରେ ହାସଲ କରିଛି ତୁମେ ତାହା ଯୁବା ବୟସରେ ହାସଲ କରିପାରିଛ । ଏ ସବୁକୁ ରାଜାଙ୍କ ଦରବାରକୁ ନେଇଯିବା ଉଚିତ୍ । ତଦ୍ୱାରା ବହୁସଂଖ୍ୟକ ଲୋକ ଉପକୃତ ହେବେ । ମୁଁ ନିଶ୍ଚୟ ଏସବୁ କଥା ରାଜାଙ୍କୁ କହିବି ।”

ସମୀର କହିଲେ, “ନାହିଁ ଆଜ୍ଞା, ମୋର ସେପରି କୌଣସି ଉଚ୍ଚାକାଂକ୍ଷା ନାହିଁ, କେବେ ବି ନଥିଲା । ମୁଁ ତ ମୋ ନିଜ ମନ ଖୁସି ପାଇଁ ଏସବୁ ଲେଖିଛି । ଆପଣଙ୍କ ପରି ଜଣେ ମହାନ୍ ଲେଖକ ମୋ ଲେଖାକୁ ପସନ୍ଦ କଲେ, ସେଇ ମୋର ଗୌରବ । ଏବେ ମୋର ଆଉ ଗୋଟିଏ ମାତ୍ର ଗଳ୍ପ ଶୁଣାଇବାକୁ ବାକି ରହିଛି । ସେଇଟି ମୋର ପ୍ରିୟ କାହାଣୀ । ଏବେ ମୁଁ ତାହା ପଢୁଛି ଶୁଣନ୍ତୁ ।” ସମୀର ଗଳ୍ପଟି ଶେଷ କରିବା ପରେ ବାସବ କହିଲେ, “ପୁଅ, ଏ ଗଳ୍ପଟି ତ ମୁଁ କାହିଁ ସମୁଦାୟ ବୁଝିପାରିଲି ନାହିଁ । ତୁମେ ବରଂ ମୋତେ ବୁଝାଇ ଦିଅ ।”ବାସବଙ୍କ କଥାରେ ସମୀର ଆହତ ଅନୁଭବ କରି କହିଲେ, “ଆପଣଙ୍କୁ ମୋର ଏ ଗଳ୍ପ ଭଲ ଲାଗିଲା ନାହିଁ? ତେବେ ସଫା ସଫା ନ କହି ବୁଲେଇ ବଙ୍କେଇ କାହିଁକି କହୁଛନ୍ତି?”

ସମୀରଙ୍କ କଥାରେ ବାସବ ଭୀଷଣ ଦୁଃଖିତ ହୋଇ କହିଲେ, “ମୁଁ ତ ଏହା କହିନାହିଁ ଯେ ମୋତେ ତୁମ ଗଳ୍ପ ଭଲ ଲାଗିଲା ନାହିଁ । ତୁମେ ସେପରି କାହିଁକି ଭାବିଲ?”ସମୀର କହିଲେ “କାରଣ ମୁଁ ଆପଣଙ୍କୁ ଆରମ୍ଭରୁ କହିଥିଲି କି ଏଇଟି ମୋର ପ୍ରିୟ ଗଳ୍ପ; ଅର୍ଥାତ୍ ମୋ ଗଳ୍ପମାନଙ୍କ ମଧ୍ୟରେ ମୁଁ ଏହାକୁ ଶ୍ରେଷ୍ଠ ବୋଲି ମନେ କରେ । ଗଳ୍ପଟି ଶୁଣିବା ପରେ ଆପଣ ଯଦି କିଛି ବୁଝିପାରିଲେ ନାହିଁ, ତାହାର ଅର୍ଥ ଆପଣ ମୋ ଗଳ୍ପଟିକୁ ପସନ୍ଦ କରି ନାହାଁନ୍ତି ।”ବାସବ କହିଲେ “ପ୍ରକୃତରେ ଦେଖିଲେ ତୁମର ସମସ୍ତ କାହାଣୀ ସୁନ୍ଦର ଓ ସାରଗର୍ଭକ ମଧ୍ୟ । ମୁଁ ଏହି କାହାଣୀଟି ବୁଝିପାରିଲି ନାହିଁ । ତେଣୁ ତୁମେ କିଛି ବୁଝାଇଦେବ ବୋଲି ମୁଁ ଚାହୁଁଥିଲି ମାତ୍ର ।”ସମୀର କହିଲେ “ଆପଣ ଥଟ୍ଟା କରୁଛନ୍ତି ନା କ’ଣ? ଯଦି ବୁଝି ନ ପାରୁଛନ୍ତି ତେବେ ତାହା ଆପଣଙ୍କର ପସନ୍ଦ କିପରି ହେବ?”

ବାସବ କହିଲେ, “ମୁଁ ତୁମର ପ୍ରାୟ ଶହେଟି ଗଳ୍ପ ଭଲକରି ଶୁଣିଲି । ସେ ସବୁ ଗୁଡିକୁ ମୁଁ ଖୁବ୍ ପସନ୍ଦ ବି କଲି । ହେଲେ ଖାଲି ଗୋଟିଏ ଗଳ୍ପ ପାଇଁ ମୁଁ ତୁମକୁ ଥଟ୍ଟା କରୁଛି ବୋଲି ତୁମେ କିପରି ଭାବୁଛ? ମୁଁ ତ ସେହି ଗଳ୍ପ ବିଷୟରେ ତୁମ ମୁହଁରୁ ଅଧିକ କିଛି ଜାଣିବାକୁ କେବଳ ଚାହିଁଥିଲି ।”ସମୀର କହିଲେ “ଗଳ୍ପ ଯଦି ବୁଝାଇ ଦେବାକୁ ପଡିବ, ଯଦି ସବୁ ଗଳ୍ପର ବକ୍ତବ୍ୟ କ’ଣ ଥାଏ ତାକୁ ମଧ୍ୟ ବୁଝାଇବାକୁ ହେବ, ତେବେ ମଣିଷ ଗଳ୍ପ ଲେଖିବ ବା କାହିଁକି?”

ବାସବ ରାଗିଯାଇ କହିଲେ, “ମୁଁ କେତେବେଳେ କହିଲି ଯେ ଗଳ୍ପ ମଧ୍ୟରେ କିଛି ନା କିଛି ବକ୍ତବ୍ୟ ନିଶ୍ଚୟ ଥିବା ଦରକାର? ମୁଁ କେବଳ ଗଳ୍ପଟିର ପୂର୍ବାପର ସଙ୍ଗତି ଜାଣିବାକୁ ଚାହୁଁଥିଲି । ଏବେ ଉଦାହରଣ ସ୍ୱରୂପ ଶ୍ରୀକୃଷ୍ଣଙ୍କ ଲୀଳା କଥା ଶୁଣ । କେବେ ବା ମାତା ଯଶୋଦାଙ୍କୁ ସେ ହଇରାଣ କରୁଥିଲେ, କେବେ ପୁଣି ଗୋପୀମାନଙ୍କୁ ହଇରାଣ କରି ମାଖନ ଚୋରୀ କରି ଖାଉଥିଲେ । ସେସବୁ ଗଳ୍ପ ଲେଖିଲେ ମଣିଷ ଲୀଳାଗାଥାରୁ ଆନନ୍ଦ ପାଏ । ସେଥିରେ କ’ଣ ଉଦ୍ଧେଶ୍ୟ ଥାଏ ନା ବକ୍ତବ୍ୟ ଥାଏ?”

ବାସବଙ୍କ କଥା ଏବେ ସମୀର ଠିକ୍ ବୁଝିଗଲେ ଏବଂ ବାସବଙ୍କୁ ବୁଝାଇବାକୁ ଚେଷ୍ଟା କରି କହିଲେ, “ମନ୍ଦିରଟିଏ ଥିଲା; କେତେଲୋକ ସେଠାରେ ଶିଳ୍ପକାର୍ଯ୍ୟ କରୁଥିଲେ । ମୁଖ୍ୟ ଶିଳ୍ପୀ ଯୁବା ଶିଳ୍ପୀମାନଙ୍କ ଶିଳ୍ପ ରାଜାଙ୍କ ପାଖକୁ ପଠାଉ ନଥିଲେ । ଏସବୁ ଜାଣିବା ପରେ ଦିନେ ଯୁବା ଶିଳ୍ପୀ ସବୁ ଶିଳ୍ପ ଭାଙ୍ଗିଦେଇ ସେଠାରୁ ଘରକୁ ଚାଲିଗଲା ।”ବାସବ ଅଳ୍ପ ହସି କହିଲେ, “ନିଶ୍ଚିତ ଥାଅ ଯେ ମୁଁ ସର୍ବଦାହିଁ ନିରପେକ୍ଷ ରହିବି ।”ତା’ପରେ ସେ ରାଜାଙ୍କ ସହିତ ଦେଖା କଲେ । କଥାବାର୍ତ୍ତା କରୁ କରୁ ସେ କହିଲେ, “ଆପଣଙ୍କ ରାଜ୍ୟର ଶିଳ୍ପୀ, ଲେଖକ, କଳାକାର ସମସ୍ତେ ଖୁବ୍ ଗର୍ବୀ । ଏପରି ସ୍ୱଭାବ ହେଲେ ଜନତା ସେମାନଙ୍କଠାରୁ କିଛି କିପରି ବା ଗ୍ରହଣ କରିବେ?”ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଆପଣ କାହା ବିଷୟରେ କହୁଛନ୍ତି?”ବାସବ, ସମୀରଙ୍କ ବିଷୟରେ ସବୁକିଛି କହିବାରୁ ରାଜା କହିଲେ, “ସମୀର କିଏ ମୁଁ ତ କାହିଁ ତାଙ୍କୁ ଜାଣେ ନାହିଁ ।”

ରାଜାଙ୍କ କଥା ଶୁଣି ବାସବ ହସି ହସି କହିଲେ, “ମହାରାଜ, ସମୀର ଜଣେ ବଡ ଗାଳ୍ପିକ । ଆପଣ ଏପର୍ଯ୍ୟନ୍ତ ତା’ପରି ଏକ ଗାଳ୍ପିକକୁ ଜାଣି ନାହାଁନ୍ତି ଏହା ତ ବଡ ଲଜ୍ଜାର କଥା । ସେମାନେ ଆପଣଙ୍କ ପାଖରେ ପହଁଚିପାରୁ ନାହାଁନ୍ତି । ତେଣୁ ଏସବୁ ବିଷୟରେ ଆପଣ ଟିକେ ଧ୍ୟାନ ଦିଅନ୍ତୁ । ମୁଁ ତାଙ୍କ ଗଳ୍ପର ପ୍ରଶଂସା କରିବାରୁ ସେ ଭାବିଲେ ମୁଁ ତାଙ୍କୁ ଥଟ୍ଟା କରୁଛି । ସେ ପୁଣି ଭାବିଲେ ଯେ ମୋ ଭଳି ବୟସ୍କ ଲେଖକ ତାଙ୍କପରି ପ୍ରତିଭାବାନ୍ ଲେଖକଙ୍କୁ ଆପଣଙ୍କ ପାଖକୁ ଯିବାକୁ ଦେଉନାହିଁ । ଅର୍ଥାତ୍ ଆପଣଙ୍କ ରାଜ୍ୟରେ ଏପରି କେହି ଗାଳ୍ପିକ ବା କାହାଣୀକାର ଅଛନ୍ତି ଯିଏକି ନୂତନ ଉଦୀୟମାନ କଳାକାରମାନଙ୍କୁ ସୁଯୋଗ ଦେଉନାହଁନ୍ତି । ପ୍ରକୃତରେ ନମ୍ରତାହିଁ ଗୋଟେ କଳାକାରର ଶ୍ରେଷ୍ଠତ୍ତ୍ୱ । ଏବେ ଆପଣ ସମୀରଙ୍କୁ ଖୋଜି ବାହାର କରି ତାକୁ ଯଥେଷ୍ଟ ସମ୍ମାନ ଦିଅନ୍ତୁ ଓ ଜାଣିବାକୁ ଚେଷ୍ଟା କରନ୍ତୁ ସେମାନଙ୍କୁ ଆପଣଙ୍କ ପାଖକୁ ଛାଡୁନଥିବା ଲୋକଟି କିଏ ।”

ବାସବଙ୍କ କଥା ରାଜାଙ୍କ ପାଇଁ ବଡ ମହତ୍ତ୍ୱପୂର୍ଣ୍ଣ ଥିଲା । ସେ କହିଲେ, “ଆପଣ ମୋ କଥା ଉପରେ ବିଶ୍ୱାସ ରଖନ୍ତୁ ଯେ ଏଣିକି ମୁଁ ନିଜେ ଯାଇ ଏସବୁ କଥା ବୁଝିବି ଓ ଦେଖିବି ମୋ ରାଜ୍ୟରେ କୌଣସି କଳାକାର ଯେପରି ଉପେକ୍ଷିତ ନ ହୁଏ ।”ଏହାପରେ ବାସବ ସେଠାରୁ ବିଦାୟ ନେଇ ଚାଲିଗଲେ । କିନ୍ତୁ ରାଜାଙ୍କ ମନରେ ସେ ଦ୍ୱିତୀୟଥର ପାଇଁ ଗଭୀର ରେଖାପାତ କରିଗଲେ । ଯେଉଁ ବାସବଙ୍କ ଗଳ୍ପର ପ୍ରେରଣାରେ ରାଜା ପୁରୁଷ ପୁରୁଷ ଧରି ଚାଲିଆସୁଥିବା ରାଜତନ୍ତ୍ରର ଅବସାନ କରି ଲୋକତନ୍ତ୍ରର ପ୍ରବର୍ତ୍ତନ କରିଥିଲେ, ଲେଖକ ଓ କଳାକାରଙ୍କ ଉପରେ ତାଙ୍କ ମନ୍ତବ୍ୟକୁ ସେ ବା କିପରି ଉପେକ୍ଷା କରିଥାନ୍ତେ? ସେ ଅନୁସନ୍ଧାନ କରି ଦେଖିଲେ, ରାଜ୍ୟର ସାହିତ୍ୟ ଓ ସଂସ୍କୃତିର ଯିଏ କର୍ଣ୍ଣଧାର, ସିଏ ଅତ୍ୟନ୍ତ ରକ୍ଷଣଶୀଳ । ସେ କୌଣସି ନୂଆ ଚିନ୍ତାଧାରାକୁ ପ୍ରଶ୍ରୟ ଦେବାର ବିରୋଧୀ । ଏହା ଫଳରେ ନୂଆ ଲେଖକମାନଙ୍କ ମନରେ ଯେଉଁ ବିଦ୍ରୋହ ପୁଞ୍ଜିଭୂତ ହୋଇ ରହିଥିଲା, ସମୀରଙ୍କ କାହାଣୀ ତାହାହିଁ ସୂଚାଉଥିଲା ।

Odia Latest styory Odia New story Odia Story Kalakara
Share. Facebook Twitter Pinterest LinkedIn Tumblr Reddit Email
Previous Articleଶିଆଳ ଓ ଠେକୁଆ
Next Article ଶକରକନ୍ଦ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.