• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଈଶ୍ୱର ଏକ
ଗଳ୍ପ

ଈଶ୍ୱର ଏକ

suchitraBy suchitraMarch 9, 2022No Comments2 Mins Read
Facebook Twitter Pinterest Reddit LinkedIn Tumblr Email
eshwaraek
eshwaraek
Share
Facebook Twitter Pinterest Reddit Email

ଦିନେ ଆକବରଙ୍କ ଦରବାରରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥାଏ । ଆକବର ବିରବଲଙ୍କୁ ପଚାରିଲେ,’ମୁଁ ତ’ ହେଉଛି ଏକ ମୁସଲ୍ମାନ । ମୁଁ ଆଲ୍ଲାଙ୍କୁ ପ୍ରାର୍ଥନା କରେ । ତୁମେ ଜଣେ ହିନ୍ଦୁ ହୋଇଥିବାରୁ ତୁମ ଧର୍ମ ଅନୁସାରେ ଦେବା ଦେବୀଙ୍କୁ ଉପାସନା କର । ସେହିପରି ଖ୍ରୀଷ୍ଟିଆନମାନେ ଯୀଶୁଖ୍ରୀଷ୍ଟଙ୍କୁ ଉପାସନା କରିଥାଆନ୍ତି । କିନ୍ତୁ ହିନ୍ଦୁମାନଙ୍କର କାହିଁକି ଅନେକ ଦେବା ଦେବୀ ଅଛନ୍ତି?” ଆକବରଙ୍କ କଥା ଶୁଣି ବିରବଲ କହିଲେ – “ମହାରାଜ! ଈଶ୍ୱର ହେଉଛନ୍ତି ଏକ କେବଳ ସେମାନଙ୍କର ନାମ ଅଲଗା ଅଲଗା ।” ଆକବର କିନ୍ତୁ ବିରବଲଙ୍କ କଥାରେ ଏକମତ ହେଲେ ନାହିଁ ।

ଏହାପରେ ବିରବଲ ପାଖରେ ଠିଆହୋଇଥିବା ଜଣେ କର୍ମଚାରୀଙ୍କୁ କହିଲେ, “ତୁମେ ତୁମର ମୁଣ୍ଡରେ କଣ ପିନ୍ଧିଛ? କର୍ମଚାରୀ ଜଣକ କହିଲା,’ମୁଁ ଏକ ପଗଡି ବାନ୍ଧିଛି?’ ବିରବଲ କହିଲେ ସେହି ପଗଡିକୁ ଖୋଲିଦେଇ ଯଦି ଆମେ ଅଂଟାରେ ବାନ୍ଧିଦେବା ତା’ହେଲେ ତାହାଏକ ଗାମୁଛାର କାମ ଦେବ । ତାକୁ ଯଦି ଆମେ ଅଂଟାରୁ ଖୋଲିଦେଇ ପିନ୍ଧିଦେବା ତା’ହେଲେ ତାକୁ ଆମେ ଧୋତି କହିବା । ମହାରାଜ! ପଗଡି, ଗାମୁଛା ଏବଂ ଧୋତି ସେହି ଏକା କପଡାରୁ ସୃଷ୍ଟି ହେଲା । ଗୋଟିଏ ଜିନିଷ ତାକୁ ଆମେ ଭିନ୍ନ ଭିନ୍ନ ରୂପରେ ପରିଧାନ କରୁଛୁ, ଓ ତା’ର ଭିନ୍ନ ଭିନ୍ନ ନାମକରଣ କରିଛୁ ।

ସେହିପରି ଜଳ ପ୍ରଥମେ ବାଷ୍ପୀଭୂତ ହୋଇ ମେଘଖଣ୍ଡରେ ପରିଣତ ହୁଏ । ତାହାକୁ ଆମେ ବାଦଲ କହିଥାଉ । ଏହା ଯେତେ ବେଳେ ପୃଥିବୀ ପୃଷ୍ଠରେ ବର୍ଷିଯାଏ ତାହାକୁ ଆମେ ବର୍ଷା କହିଥାଉ । ବର୍ଷା ପାଣି ବୋହିଗଲେ ତାହା ନାଳ, ପୋଖରୀ, ନଦୀ ଇତ୍ୟାଦି ବିଭିନ୍ନ ନାମରେ ନାମିତ ହୋଇଥାଏ । ଯେତେବେଳେ ଏହି ଜଳ ଘନୀଭୂତ ହୁଏ ତାହା ବରଫରେ ପରିଣତ ହୋଇଥାଏ । ତେଣୁ ଏଠାରେ ଜଳ ହେଉଛି ଗୋଟିଏ ଉପାଦାନ । ବାଦଲ, ବର୍ଷା, ନଦୀ, ବରଫ ସବୁ ସେଇ ଜଳକୁ ନେଇ ସୃଷ୍ଟି ହୋଇଥାଏ । ତେଣୁ ଭଗବାନ ଏକ । ବିଭିନ୍ନ ବ୍ୟକ୍ତି ତାଙ୍କୁ ବିଭିନ୍ନ ନାମରେ ଆରାଧନା କରିଥାଆନ୍ତି ।

ଆକବରଙ୍କ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ବିରବଲ ପୁଣିଥରେ ଆକବରଙ୍କ ହୃଦୟ ଜୟ କରିପାରିଥିଲେ ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଚୂଡିର ସଂଖ୍ୟା
Next Article ଚତୁର ପ୍ରଶ୍ନ
suchitra

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.