• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଉପନ୍ୟାସ»ଆସାମୀ ଚଲାଣି :
ଉପନ୍ୟାସ

ଆସାମୀ ଚଲାଣି :

ଫକୀର ମୋହନ ସେନାପତିBy ଫକୀର ମୋହନ ସେନାପତିNovember 26, 2018No Comments3 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ବେଳ ପ୍ରହରକ ସମୟରେ ମଙ୍ଗରାଜ ଚଲାଣ ହେଲେ । ହାତରେ ହାତକଡ଼ି, ଚୌକିଆ ବରକନ୍ଦାଜ ଘେରିଛନ୍ତି, ମଧ୍ୟରେ ମଙ୍ଗରାଜେ ମୁଣ୍ତରେ ଖଣ୍ତେ ଗାମୁଛା ମୁଣ୍ତପୋତି ଚାଲିଛନ୍ତି । ଗ୍ରାମଲୋକମାନେ ଯାତ୍ରାକାଳୀପରି ଛିଡ଼ାହୋଇ ଚାହିଁଅଛନ୍ତି । ଆଗରେ ଦାରୋଗା, ପଛରେ ମୁନସି । ମଙ୍ଗରାଜଙ୍କର ଏହି ଦୁର୍ଦ୍ଦଶା ଦେଖି ଗ୍ରାମର କେହି ବ୍ୟାକୁଳ ହୋଇଥିଲା କି ନାହିଁ, ଆମ୍ଭେମାନେ ଠିକ୍ କହିବାକୁ ଅକ୍ଷମ । କେବଳ ଚମ୍ପା “ମୋ ସାଆନ୍ତ, ମୋ ସାଆନ୍ତକୁ କାହିଁ ଘେନିଯାଉଚ, ମୋ ସାଆନ୍ତ” ଇତ୍ୟାଦି କରୁଣ ରାଗିଣୀରେ ଡକାପାଡ଼ି ଧାଇଁଥିବା ବେଳେ ବାଟ ଉଛୁଳିପଡୁଥାଏ । ସାଆନ୍ତେ ପଛକୁ ମୁହଁ ବୁଲାଇ ଦୁଇ ତିନି ଥର ଫେରିଯିବାକୁ କହିଲେ । ଦାରୋଗା ମୁନସି ଦିକ୍ଦାର ହେଲେଣି, ଶୁଣିବାକୁ ନାହିଁ, ମୁଣ୍ତରେ ଲୁଗା ନାହିଁ, କାନ୍ଦିଅଥୟ ହୋଇଯା ଉଛି । “ଗନ୍ତାଘର ଜିନିଷଗୁଡ଼ାକୁ ଉଇ ଧରିଯିବେ, ମୂଷା ଖାଇଯିବେ, କଣ ହେବ ?” ମଙ୍ଗରାଜେ ଟିକିଏ ଛିଡ଼ା ହୋଇଯାଇ ଲମ୍ବ ଲମ୍ବ ଦୁଇଟା ନଳୀକଞ୍ଚି ତା ହାତରେ ଦେଇ କହିଲେ, ‘ସବୁ ସାବଧାନରେ ରଖିବୁ, କିଛି ଚିନ୍ତା କରିବୁ ନାହିଁ ।’ ଚମ୍ପା କଞ୍ଚି ଦୁଇଟା ଖୁବ୍ ସାବଧାନରେ ଅଣ୍ଟାରେ ଖୋସିଦେଇ କହିଲା, ‘ଆପଣ ଠା’ରେ ବସୁଥିବେ, ଓପାସ ରହିବେ ନାହିଁ ।’ ଗୋବିନ୍ଦ ଭଣ୍ତାରୀ ସାଂଗେ ସାଂଗେ ଥିଲା । ଦୁଇଜଣ ସାଂଗ ହୋଇ ଘରକୁ ବାହୁଡ଼ିଲେ । ବାହୁଡ଼ିବା ସମୟରେ ଚମ୍ପାର କାନ୍ଦଣା କେହି ଶୁଣିନାହିଁ ।

ଦାରୋଗା ସାହେବ ଥାନାରେ ପହଞ୍ଚି ଗୁହା ଜମାନବନ୍ଦୀ ସମସ୍ତ ପୁନର୍ବାର ଥରେ ଶୁଣି ମୁନସିଙ୍କ ପରାମର୍ଶ ଅନୁସାରେ କାଟକୁଟ କରି ଗୁହାମାନଙ୍କୁ ସଦୁପଦେଶ ଦେଲେ । ତାହା ବାଦ ରିର୍ପୋଟ ସହିତ ଆସାମୀକୁ କଟକ ମେଜେଷ୍ଟର ସାହେବଙ୍କ ହଜୁରକୁ ଚାଲଣ ଦେଲେ । ଆମ୍ଭେମାନେ ଦାରୋଗାଙ୍କ ରିପୋର୍ଟର ଏକପ୍ରସ୍ତ ସଇମୋହର ନକଲ ହାସଲ କରିଅଛୁ । ଆପଣଙ୍କର ଇଚ୍ଛା ହେଲେ ଶୁଣନ୍ତୁ । ଦାରୋଗା ରିପୋର୍ଟର ନକଲ ଧର୍ମାବତାର, ଚଳିତ ଅକ୍‌ଟୋବର ମାସ ତିନି ତାରିଖ ଭୋର ଆଠ ବଜେ ଅତ୍ରାଧୀନ ଆପଣା ଏଲାକା ମଧ୍ୟରେ ଆପଣା କଚିରି ଜାଗାରେ ବସି ସରକାରୀ କାମ ଅଞ୍ଜାମ କରୁଥିବା ହାଲତ – ମୁନ୍‌ସି ଚକ୍ରଧର ଦାସ ବନ୍ଦା ଡାହାଣ ପାଖରେ ବସି ରୋଜିନା ଡାଏରୀ କଲମ ବନ୍ଦ କରୁଥିବା ହାଲତ – ବରକନ୍ଦାଜ ଗୋଲାମ କାଦର ଓ ହରି ସିଂହ ଆପଣା ପହରାରେ ମୁତୟନ ଥିବା ହାଲତ – ଅତ୍ର ଥାନା ଏଲାକା ଫତେପୁର ସରଷଣ୍ଢ ମୌଜା ଗୋବିନ୍ଦପୁର ଛାଟିଆ ଗୋବରା ଜେନା ହାଜର ଆସି ଜାହେର କଲା କି, ତାଲୁକା ମଜକୁର ମୌଜା ମଜକୁର ରହିସ ସାରିଆ ନାମକ ତନ୍ତୀଆଣୀକୁ ଖୁଣ କରିଥିବା । ବନ୍ଦା ଏହି ରିପୋର୍ଟ ପାଇବାମାତ୍ର ଲେହମାକ ଗୁଦସ୍ତ ନ କରି ହଜୁରର ପ୍ରଥମ ଏତଲାଇ କାଟି ଆସାମୀ ଜଣେ ଜମିଦାର ଥିବା ଏବଂ ସେ ଜଣେ ମସୁର ବଦମାଏସ ଏବଂ ଜାଲିମା ବାଜ ଥିବା ହାଲତ ଏବଂ ମାମଲା ଭାରି ସଙ୍ଗିନ ଥିବା ଲିହାଜ ବନ୍ଦା ତଡେଦମ୍ ଉକ୍ତ ସ୍ଥାନରୁ ରମାନା ହୋଇ ସରଜମିନରେ ପହ୍ଞ୍ଚି ବସ୍ତୁର ମୁତାବକ ଆସାମୀ ଘର ମହାସଗ ଖାନତଲାସ ବହୁତ ହୁସିଆରିରେ ଆସାମୀକୁ ଗ୍ରେପ୍ତାର କଲା ବାଦ – ମହିଲୁକିଆ ସାରିଆର ଲାଶ୍ ଏବଂ ତାହାର ଘରର ମାଲ ଆସବାବ ଏବଂ ମହିଲୁକିଆର ନେତ ନାମକ ଏକରାଶ ସଫେଦା ଗାଈ ଆସାମୀ ଜିମାରୁ ବରାବଦ୍ କରିଅଛି – ଆସାମୀ ଯେଉଁ ବାଉଁଶ ବାଡ଼ିରେ ସାରିଆକୁ ଖୁଣ କରିଅଛି, ସେ ବାଡ଼ି ମଧ୍ୟ ବରାମଦ ହେବା ହାଲତ – ଆସାମୀ ରାମଚନ୍ଦ୍ର ମଙ୍ଗରାଜ ଆପେ ଏକଗୋଟି ବାଉଁଶ ବାଡ଼ିରେ ସାରିଆକୁ ଖୁଣ କରିଥିବା ଚାରିଜଣ ଗୁହାଙ୍କ ଜବାନ ବନ୍ଦୀରୁ ସାଫ ସାବିତ୍ । ଏମାନେ ରୁଇତଗୁହା ଥିବା ସାଫ ସାବିତ । ଆସାମୀ ଯେ ଜଣେ ଜାଲିମବାଜ, ଜଣେ ଇମାନଦାର ମୁସଲମାନର ଜମିଦାରୀ ଜୁଆଚୋରୀ କରି ନେଇଅଛି, ତାହା ଚାରି ନମ୍ବର ଗୁହା ଜମାନବନ୍ଦିରୁ ସାଫ ସାବିତ । ଏହିସବୁ ଜାଲ ଲିହାଜରେ ଆସାମୀ ଉପରେ ଖୁଣ ସାବିତ ହେବାରୁ ହଜୁରକୁ ଚାଲଣ ଦେଲି, ହଜୁର ଖୋଦାବନ୍ଦ ମାବାପ, ଦୁନିଆର ବାଦସା, ରିପୋର୍ଟ କସୋର ମାଫ ହେବ, ନୌସନାରୀ ତଜ୍‌ବିଜ୍ ହେବ ।
୧୦ ତାରିଖ ଅକ୍ଟୋବର ସନ ୧୮୩୧
ଦାରୋଗା ଇନାଏତ ହୋସେନ
ଥାନେ କେନ୍ଦ୍ରାପଡ଼ା । ପ୍ରକାଶ ଥାଉକି, ଆଲାହିଦା ଫର୍ଦ ମୁତାବକ ଆସାମୀ ଘରୁ ବରାମଦ୍ ହୋଇଥିବା ଚୋରାମାଲ ହରି ସିଂ ବରକନ୍ଦାଜ ହେପାଜତରେ ଭେଜାଗଲା । ଏପରି ଆସାମୀ ସାରିଆକୁ ଖୁନ୍ କରିବାରୁ ତାହାର ମାଲିକ ଭଗିଆ ଚନ୍ଦ୍ର ଭାରି ବାୟାହୋଇ ଲୋକମାନଙ୍କ ଉପରେ ଜୁଲମ କରୁଥିବା, ତାହାର ହେପାଜତ୍ ସକାଶେ କେହି ଏଗାନା ଲୋକ ନ ଥିବା ହାଲତ ହଜୁରକୁ ଚାଲଣ ଦେଲି, ହଜୁର ମାଲିକ୍ ।
ତାରିଖ ସନ ପନ୍ଦର ।

Share. Facebook Twitter Pinterest LinkedIn Tumblr Reddit Email
Previous Articleପୁଲିସ ତଦାରଖ :
Next Article ଓକିଲ ରାମ ରାମ ଲାଲ :
ଫକୀର ମୋହନ ସେନାପତି

Related Posts

ଡାକମୁନ୍ସି

February 10, 2022

ଉପସଂହାର

November 26, 2018

ଅପୂର୍ବ ମିଳନ :

November 26, 2018

ବାବାଜୀ ଲଳିତା ଦାସ :

November 26, 2018

ମଙ୍ଗରାଜ ଘରର ହାଲଚାଲ :

November 26, 2018

ଖୁଣି ତଦାରଖି :

November 26, 2018
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.