• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଆନ୍ତର ସୌନ୍ଦର୍ଯ୍ୟ
ଗଳ୍ପ

ଆନ୍ତର ସୌନ୍ଦର୍ଯ୍ୟ

Liza SBy Liza SDecember 30, 2022No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Odia-short-story-Antara-Soundarjya
Odia-short-story-Antara-Soundarjya
Share
Facebook Twitter Pinterest Reddit Email

ଧର୍ମପୁର ଗ୍ରାମରେ ଦୁଇ ମିତ୍ର ଥିଲେ । ସେମାନେ ହେଲେ କେଶବ ଓ ରାଜୀବ । ପରେ ଜୀବିକା ଅର୍ଜନ ସକାଶେ ସେ ଦୁହେଁ ଦୁଇଟି ଭିନ୍ନ ଗ୍ରାମରେ ରହି ବ୍ୟବସାୟ କଲେ ମଧ୍ୟ ସେମାନଙ୍କର ମିତ୍ରତା ଅତୁଟ ଥିଲା ।କିଛିଦିନ ମଧ୍ୟରେ ସେ ଦୁଇଜଣଙ୍କର ବ୍ୟବସାୟ ବହୁତ ଉନ୍ନତି କଲା । ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କଲେ । କେଶବର ପୁଅ ବିଦ୍ୟାଧର ଓ ରାଜୀବର ଝିଅ ମନ୍ଦାକିନୀ – ଏ ଦୁଇଜଣଙ୍କର ବିବାହ ଯୋଗ୍ୟ ବୟସ ହୋଇ ଯାଇଥାଏ । ଦୁଇ ମିତ୍ରଙ୍କର ଇଚ୍ଛା ଥାଏ ଏମାନଙ୍କୁ ବିବାହ ଦେଇ ଦୁଇ ବନ୍ଧୁଙ୍କର ବନ୍ଧୁତା ସ୍ଥାୟୀ କରିବେ ।

ଦିନେ ସେ ଦୁଇଜଣ ନିଜ ନିଜର ମନକଥା ନିଜ ନିଜର ପୁଅ ଝିଅଙ୍କୁ କହିଲେ । ଏହା ଶୁଣି ମନ୍ଦାକିନୀ ଭାରି ଖୁସି ହେଲା, କାରଣ ପିଲାଦିନରୁ ବିଦ୍ୟାଧରକୁ ବିବାହ କରିବା ତ ତା’ର ଏକ ସ୍ୱପ୍ନ ଥିଲା । କିନ୍ତୁ ବିଦ୍ୟାଧର ପ୍ରଥମେ ସମ୍ମତି ଦେଲାନାହିଁ, କାରଣ ତା’ ଆଖିରେ ମନ୍ଦାକିନୀ ଏତେ ବେଶୀ ସୁନ୍ଦରୀ ନୁହେଁ ।କେଶବ ତା’ ପୁଅକୁ ବହୁତ ବୁଝାଇଲା, କିନ୍ତୁ ବିଦ୍ୟାଧର କହିଲା, “ପତ୍ନୀ ପସନ୍ଦ କରିବା ମୋ ଉପରେ ଛାଡି ଦିଅନ୍ତୁ ।”କେଶବକୁ ଏହା ବଡ ବିରକ୍ତ ଲାଗିଲା । ସେ କହିଲା, “ଏମିତି କଥା କହୁଛୁ ଯେପରି ତୁ ଜଣେ ରାଜକୁମାର! ମୋ କଥା ମାନି, ମନ୍ଦାକିନୀକୁ ବିବାହ କର ।”

“ହେଲା ଏବେ ମୁଁ ରାଜକୁମାର ନୁହେଁ । ତଥାପିବି ମୋର ଏତିକି ସ୍ୱାଧୀନତା ଅଛି ଯେ ମୋ ପାଇଁ ମୁଁ ନିଜେ କନ୍ୟା ପସନ୍ଦ କରିବି । ମୋର ଆବଶ୍ୟକ ସୁନ୍ଦରୀ ଝିଅ ଏବଂ ସେପରି ଝିଅ ଖୋଜିବା ପାଇଁ ମୁଁ ନିଜେ ଦେଶ ଭ୍ରମଣରେ ଯିବି ।” ଏହାକହି ବିଦ୍ୟାଧର ତା’ ଘରୁ ବାହାରିଗଲା ।ଏଣେ ରାଜୀବ ଯେତେବେଳେ ବିଦ୍ୟାଧରର ନିଷ୍ପତି ଜାଣିଲା, ସେତେବେଳେ ତା’ର ମନ ବଡ ଦୁଃଖ ହେଲା । କିନ୍ତୁ ଏ ନିଷ୍ପତିରେ ମନ୍ଦାକିନୀ ଆଦୌ ବିଚଳିତ ହେଲା ନାହିଁ । ସେ କହିଲା, “ଏପରି କେତେକ ଲୋକ ଥା’ନ୍ତି ଯେଉଁମାନେ କେବଳ ସ୍ୱପ୍ନ ରାଜ୍ୟରେ ବୁଲୁଥା’ନ୍ତି । ବିଦ୍ୟାଧର ବି ସେହିମାନଙ୍କ ମଧ୍ୟରୁ ଜଣେ । ଠିକ୍ ଅଛି ମୁଁ ତା’ର ମନ ବଦଳାଇବାକୁ ଚେଷ୍ଟା କରିବି । ହେଲେ ସେଥିପାଇଁ ମୁଁ କିଛି ସମୟ ଚାହେଁ ଓ ଆପଣଙ୍କ ଅନୁମତି ।”

ରାଜୀବ ତା’ ଝିଅର ପ୍ରସ୍ତାବକୁ ସ୍ୱୀକାର କଲା । ତା’ପରେ ମନ୍ଦାକିନୀ ଏକ ପୁରୁଷ ବେଶ ଧାରଣ କରି ବିଦ୍ୟାଧରକୁ ଖୋଜିବାକୁ ଘରୁ ବାହାରି ଗଲା । ଖୋଜି ଖୋଜି ଶେଷରେ ସେ ଯାଇ ତାକୁ ଏକ ଗ୍ରାମରେ ପାଇଲା ।ପୁରୁଷ ବେଶରେ ଥିବାରୁ ବିଦ୍ୟାଧର ମନ୍ଦାକିନୀକୁ ମୋଟେ ଚିହ୍ନିପାରିଲା ନାହିଁ । ମନ୍ଦାକିନୀ କହିଲା, “କହିପାରିବ ତୁମର ଏପରି ଦେଶ ଭ୍ରମଣ କେବେ ଶେଷ ହେବ?”ବିଦ୍ୟାଧର କହିଲା “ମୁଁ କୌଣସି ସୁନ୍ଦରୀ କନ୍ୟା ଖୋଜୁଛି । ପାଇଲେ ତାକୁ ମୁଁ ବିବାହ କରିବି । ଖୋଜୁ ଖୋଜୁ ବର୍ଷ ବର୍ଷ ମଧ୍ୟ ବିତିଯାଇ ପାରେ । ମୋ କଥା ଛାଡ । ଏବେ ତୁମ କଥା କୁହ ।”

ମନ୍ଦାକିନୀ କହିଲା “ମୁଁ ସଂଗୀତକୁ ବହୁତ ଭଲ ପାଏ । ଝିଅମାନଙ୍କର ସୌନ୍ଦର୍ଯ୍ୟ ବିଷୟରେ ମୁଁ ଆଦୌ ପ୍ରଭାବିତ ନୁହେଁ । କିଛି ବର୍ଷ ପୂର୍ବରୁ ମୁଁ ଏପରି ଏକ ଝିଅକୁ ଭଲ ପାଉଥିଲି ଯେ ତା’ର କଣ୍ଠ କୋକିଳର କଣ୍ଠ ପରି ମଧୁର ଥିଲା; କିନ୍ତୁ ସେ ଦେଖିବାକୁ ଏତେ ସୁନ୍ଦର ନଥିଲା । କୌଣସି ଏକ ଦୁର୍ଘଟଣା ଯୋଗୁଁ ତା’ର ସେ ସ୍ୱର ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଗଲା ଓ ସେ ନିଜେ ମଧ୍ୟ ମୂକ ହୋଇଗଲା । ଏହାପରେ ମୋ ମନରେ ବଡ ଦୁଃଖ ଆସିଲା ଓ ସଂସାର ପ୍ରତି ବୈରାଗ୍ୟଭାବ ଜାତ ହେଲା । ସେହି ଦିନଠାରୁ ମୋ ମନର ଶାନ୍ତି ପାଇଁ ମୁଁ ଏଠି ସେଠି ଘୁରି ବୁଲୁଛି ।”ବିଦ୍ୟାଧର କହିଲା “ମୋ କଥା କିନ୍ତୁ ଭିନ୍ନ । ମୁଁ କୌଣସି ଗୁଣକୁ ବା କଣ୍ଠଫଂଟକୁ ମୂଲ୍ୟ ଦେଉନାହିଁ । ମୁଁ ଚାହେଁ ମୋ ସ୍ତ୍ରୀ ରମ୍ଭା, ଉର୍ବଶୀଙ୍କ ପରି ସୁନ୍ଦରୀ ହୋଇଥିବ ସେହି ଗୋଟିଏହିଁ ସର୍ତ୍ତ ।”

ମନ୍ଦାକିନୀ କହିଲା “ଆଚ୍ଛା, ତେବେ ଏପରି କଥା? ଆଗରୁ କାହିଁକି ନ କହିଲ? ହଁ ମନେ ପଡିଲା, ବର୍ଷକ ପୂର୍ବେ ମୁଁ ମୋ ବାପାଙ୍କ ସହିତ ତୀର୍ଥଯାତ୍ରା କରିବାକୁ ଯାଇଥିଲି । ଫେରିବା ବାଟରେ ଏହି ନିକଟରେ କେଉଁଠି ଏକ ବିଶ୍ରାମ ଗୃହରେ ଆମେ ରହିଥିଲୁ । ତାକୁ ଜଣେ ଗରୀବ ସ୍ତ୍ରୀଲୋକ ଚଳାଉଥାଏ । ତା’ର ଗୋଟିଏ ଝିଅ ଥିଲା । ସେ ବହୁତ ସୁନ୍ଦର ଥିଲା । ତା’ର ସୌନ୍ଦର୍ଯ୍ୟ ବିଷୟରେ ସମସ୍ତେ ଆଲୋଚନା କରନ୍ତି, ତାକୁ ବହୁତ ପ୍ରଶଂସା ବି କରନ୍ତି । ଯଦି ଚାହଁ ତ ଥରେ ତମେ ସେଠାକୁ ଯାଇ ତାକୁ ଦେଖ ।””ହଁ, ହଁ, ନିଶ୍ଚୟ ଯିବା ।” ବିଦ୍ୟାଧର ଏହାକହି ସେଠାକୁ ଯିବାକୁ ବ୍ୟସ୍ତ ହୋଇ ପଡିଲା ।

ମନ୍ଦାକିନୀ ଓ ବିଦ୍ୟାଧର ଦୁହେଁ ସହରରେ ପହଁଚି ପୂର୍ବୋକ୍ତ ବିଶ୍ରାମ ଗୃହରେ ଯାଇ ରହିଲେ । ଭୋଜନ ପାଇଁ ମଧ୍ୟ ସେଠାରେ ସବୁପ୍ରକାର ବନ୍ଦୋବସ୍ତ ହୋଇଥିଲା । ଦୁଇଜଣ ଖାଉଥା’ନ୍ତି । ସେତେବେଳେ ପୁରୁଷବେଶୀ ମନ୍ଦାକିନୀ ବିଶ୍ରାମ ଗୃହର ମାଲିକାଣୀ ସ୍ତ୍ରୀଲୋକକୁ କହିଲା, “କିଛି ଦିନ ପୂର୍ବେ, ମୁଁ ଯେତେବେଳେ ଏଠାକୁ ଆସିଥିଲି, ସେତେବେଳେ ମୁଁ ତୁମ ଝିଅକୁ ଦେଖିଥିଲି । ସେ ଦେବକନ୍ୟା ପରି ସୁନ୍ଦର ଥିଲା । ଏବେ ସେ କେଉଁଠି?”ଏକଥା ଶୁଣିବା ମାତ୍ରେ ସେ ସ୍ତ୍ରୀଲୋକଟି ଭୀଷଣ ଦୁଃଖିତ ହୋଇ କହିଲା, “ତମେ ତ ବର୍ଷକ ପୂର୍ବର କଥା କହୁଛ । କେତେ ସୁନ୍ଦର ସେ ନଥିଲା । ତା’ର ଚିତ୍ରପଟ ଦେଖିବାକୁ ଚାହଁ ତ ମୁଁ ଏବେ ତାହା ନେଇ ଆସୁଛି । ଓଃ ସେକଥା ଆଉ ମନେ ପକାଅ ନାହିଁ ।” ଏହାକହି ସେ ସ୍ତ୍ରୀଲୋକ ଜଣକ ଗୋଟିଏ ଚିତ୍ରପଟ ନେଇ ଆସିଲା ।

ଚିତ୍ରପଟଟିରେ ଥିବା ସେ ଝିଅଟି ଖୁବ୍ ସୁନ୍ଦରୀ ଥିଲା । ବିଦ୍ୟାଧର ତାକୁ ଦେଖି ଖୁବ୍ ମୁଗ୍ଧ ହୋଇ ଯାଇ କହିଲା, “ତୁମ ଝିଅ କାହିଁ? ଥରେ ତାକୁ ଏଠାକୁ ଡାକ ନା!”୍ତ୍ରୀଲୋକଟି ପ୍ରଥମେ ଟିକିଏ ଇତସ୍ତତଃ ହୋଇ ପରେ ଭିତରକୁ ଯାଇ ଗୋଟିଏ ଝିଅକୁ ନିଜ ସଙ୍ଗରେ ଧରି ଆସିଲା । ତାକୁ ଦେଖି ବିଦ୍ୟାଧର ହଠାତ୍ ଚମକି ପଡିଲା । ସେ ଯାହାକୁ ଦେଖୁଛି ତା’ର ରଙ୍ଗ କଳା, ଗୋଟାଏ ଆଖିରେ ଫୁଲା ପଡିଛି, ଚେହେରା କଦାକାର ।ସ୍ତ୍ରୀଲୋକଟି ଦୁଃଖପୂର୍ଣ୍ଣ ସ୍ୱରରେ କହିଲା, “ବାବୁ! ଏସବୁ ତ ଭାଗ୍ୟର ଖେଳ । ତା’ର ବିବାହ ସ୍ଥିର ହୋଇ ସାରିଥିଲା । ମାତ୍ର ହଠାତ୍ କାହୁଁ ଏକ ବେମାରି ଆସି ତାକୁ ଏପରି କଦାକାର କରିଦେଲା । ମଣିଷ ପାଇଁ ଏହି ଶରୀରର ରୂପ ଚିରସ୍ଥାୟୀ ନୁହେଁ । କାହିଁକିନା ଏହି ଶରୀର ତ ଦିନେନା ଦିନେ ମାଟିରେ ମିଶିଯିବ ।”

ଗରୀବ ସ୍ତ୍ରୀଲୋକର ଏଭଳି କଥା ଶୁଣି ବିଦ୍ୟାଧରର ମନେ ହେଲା କିଏ ଯେପରି ତା’ ପିଠିରେ ଛାଟ ପିଟୁଛି । ଭାବିଲା, “ଯଦିଓ ସେ କୌଣସି ଦେବକନ୍ୟା ପରି ସୁନ୍ଦରୀ ଝିଅକୁ ବିବାହ କରିବ ତେବେ ବି ତାହା ଚିରସ୍ଥାୟୀ ନୁହେଁ । କ’ଣ ବି ଘଟିପାରେ । ମନ୍ଦାକିନୀ ଅତି ସୁନ୍ଦର ନୁହେଁ, କିନ୍ତୁ ସେ ତ ଏତେବି ଅସୁନ୍ଦର ନୁହେଁ । ସାଧାରଣ ଭାବରେ ସେ ସୁନ୍ଦର । କିନ୍ତୁ ତା’ର ମନର ସୌନ୍ଦର୍ଯ୍ୟ ଅତୁଳନୀୟ । ମୁଁ କାହିଁକି ମୂର୍ଖଙ୍କ ପରି ଧ୍ରୁବ ତେଜି ଅଧ୍ରୁବକୁ ଖୋଜି ଚାଲିଛି? ମନ୍ଦାକିନୀ ସୁନ୍ଦରୀ ଓ ଗୁଣବତୀ । ମନଟି ତା’ର ସୁଗନ୍ଧରେ ପୂର୍ଣ୍ଣ ଫୁଲଟିଏ ପରି । ଯାହା ମିଳିବ ହୁଏତ ସୁନ୍ଦର ଅଥଚ ସୁଗନ୍ଧହୀନ ଫୁଲଟିଏ । ମୋର ସେପରି ଦରକାର ନାହିଁ ।”

ବିଦ୍ୟାଧର ସେଠାରେ ପେଟ ପୁରାଇ ଆଉ ଖାଇପାରିଲା ନାହିଁ । ଅଧା ଖାଇ ସେହିଠାରୁ ସେ ଉଠିଗଲା । । ଖାଦ୍ୟ ଓ ବିଶ୍ରାମ ପାଇଁ ପଇସା ଦେଇ ସାରି ମନ୍ଦାକିନୀକୁ ସେ କହିଲା, “ମୁଁ ଏବେ ମୋ ନିଜ ଗ୍ରାମକୁ ଫେରିଯାଉଛି; ମୁଁ ସେଠାରେ ଏପରି ଏକ ଝିଅକୁ ବିଭାହେବି ଯାହାର ମନ ବହୁତ ସୁନ୍ଦର । ତୁମେ ଏଣିକି ଏକା ମଧୁର ସ୍ୱର ଥିବା ଝିଅକୁ ଖୋଜୁଥାଅ । କିନ୍ତୁ ତୁମ ସହିତ ବନ୍ଧୁତା ହେବା ଯୋଗୁଁ ମୋର ଆଖି ଖୋଲିଗଲା । ସେଥିପାଇଁ ମୁଁ ତୁମ ପାଖରେ ଚିର କୃତଜ୍ଞ । ଯେତେଦିନ ଧରି ଆମେ ଏକାଠି ଥିଲେ ଆମ ସମୟ ବହୁତ ସୁନ୍ଦର ଭାବରେ ବିତୁଥିଲା । ଆଚ୍ଛା, ମୁଁ ଏବେ ଯାଉଛି ।” ଏତିକି କହି ବିଦ୍ୟାଧର ସେଠାରୁ ଚାଲିଗଲା ।

ଯେଉଁଦିନ ବିଦ୍ୟାଧର ତା’ଘରେ ଯାଇ ପହଁଚିଲା, ମନ୍ଦାକିନୀ ମଧ୍ୟ ଠିକ୍ ସେହିଦିନ ନିଜ ଘରେ ଯାଇ ପହଁଚିଲା ଓ ବାପାଙ୍କୁ ସବୁକଥା କହିଲା । ତା’ପରେ ଖୁବ୍ ଅଳ୍ପଦିନ ମଧ୍ୟରେ ସେମାନଙ୍କର ବିବାହ ମହାଆଡମ୍ବରରେ ଆୟୋଜିତ ହେଲା । ସମସ୍ତେ ଖୁସି । କିନ୍ତୁ ଏ ନାଟକ କଥା ମନ୍ଦାକିନୀ ଏବେସୁଦ୍ଧା ବିଦ୍ୟାଧରକୁ କିଛି ହେଲେବି କହିନାହିଁ ।

New Story New Story Antara Soundarjya Odia New story
Share. Facebook Twitter Pinterest LinkedIn Tumblr Reddit Email
Previous Articleପାପ
Next Article କୁତର୍କର ଲାଭ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.