• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଆକବର ଏବଂ ମଦୁଆ
ଗଳ୍ପ

ଆକବର ଏବଂ ମଦୁଆ

Liza SBy Liza SApril 12, 2022No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Akbar-Ebam-Maduaa
Akbar-Ebam-Maduaa
Share
Facebook Twitter Pinterest Reddit Email

ଥରେ ଆକବର ବିରବଲଙ୍କ ସହିତ ହାତୀ ପିଠିରେ ବସି ଜହ୍ନ ରାତିରେ ବୁଲିବାକୁ ବାହାରିଲେ । ସେତେବେଳକୁ ରାସ୍ତା ପ୍ରାୟ ଜନଶୂନ୍ୟ ହୋଇଯାଇଥାଏ । ଜହ୍ନର ଶୀତଳ ଆଲୋକ ମହାରାଜଙ୍କୁ ଖୁବ୍ ଆନନ୍ଦ ଦେଉଥାଏ । ଏହି ସମୟରେ ହଠାତ୍ ଜଣେ ମଦ୍ୟପ ମଦ ନିଶାରେ ଚୁର୍ ହୋଇ ରାସ୍ତା ଉପରେ ପାଟି କରି ଯାଉଥାଏ । ସେ ଯେମିତି ହାତୀ ପିଠିରେ ଦୁଇଜଣଙ୍କୁ ସବାର୍ ହୋଇ ଯାଉଥିବାର ଦେଖିଲା, ଜୋର୍ରେ ପାଟି କରି କହିଲା, “ହେ! ହାତୀ ପିଠିରେ କିଏ ଯାଉଛ? ତୁମେ ଏହି ହାତୀଟିକୁ ମୋତେ ବିକ୍ରୀ କରିବ । ମୁଁ ତୁମମାନଙ୍କୁ ଦୁଇଟି ସ୍ୱର୍ଣ୍ଣମୁଦ୍ରା ଦେବି ।”ଲୋକଟିର କଥା ଶୁଣି ଆକବର ଜୋର୍ରେ ରାଗିଗଲେ । ସେ କିଛି କହିବା ପୂର୍ବରୁ ବିରବଲ କହିଲେ, “ହଁ! ଆପଣ ଯାଆନ୍ତୁ । ଆମେ କାଲି ଆପଣଙ୍କୁ ହାତୀ ବିକ୍ରୀ କରିଦେବୁ । ହେଲେ ଆପଣଙ୍କ ଠିକଣା ମୋତେ ଜଣାଇ ଦିଅନ୍ତୁ ।”ବିରବଲଙ୍କ କଥା ଶୁଣି ଲୋକଟି କହିଲା ମୋର ଠିକଣା ହେଉଛି, “କୁଚୱାଲା, ସାହି ଦରୱାଜା, ଆଗ୍ରା ।”ଏହା କହି ଲୋକଟା ତା’ ବାଟରେ ଚାଲିଗଲା ।

ଲୋକଟି ଚାଲିଯିବା ପରେ ରାଜା ବିରବଲଙ୍କ ଉପରେ ବିରକ୍ତ ହେଲେ । ଆସନ୍ତା କାଲି ଲୋକଟିକୁ ଜେଲ୍ରେ ପୁରାଇବେ ବୋଲି ମନେ ମନେ ଠିକ୍ କରି ରାଜ ପ୍ରାସାଦକୁ ଫେରିଗଲେ । ତହିଁ ଆରଦିନ ସକାଳେ ବିରବଲ ଲୋକଟିକୁ ଡକାଇଲେ । ଲୋକଟି ବିରବଲଙ୍କ ଘରେ ପହଁଚିବା ପରେ ଯେମିତି ବିରବଲ ତାକୁ ରାତିର ଘଟଣା ସଂପର୍କରେ କହିଛନ୍ତି । ସେ ସଂଗେ ସଂଗେ ତାଙ୍କ ପାଦତଳେ ପଡିଗଲା । କହିଲା, “ହଜୁର୍! ମୋର ବହୁତ ବଡ ଭୁଲ୍ ହୋଇଯାଇଛି । ମୋତେ କ୍ଷମା କରିଦିଅନ୍ତୁ । ଆଜିଠାରୁ ମୁଁ ଆପଣଙ୍କ ନିକଟରେ ଶପଥ କରୁଛି ଆଉ କେବେ ମଦ ଖାଇବି ନାହିଁ ।”ଲୋକଟିର କଥା ଶୁଣି ବିରବଲ ଖୁସି ହୋଇଗଲେ । ବିରବଲଙ୍କୁ କ୍ଷମା ମାଗିବା ପରେ ଲୋକଟି ତା’ର ଘରକୁ ଚାଲିଗଲା । ଘରେ ଯାଇ ପହଁଚିବା ପରେ ସଂଗେ ସଂଗେ ମହାରାଜଙ୍କ ଦରବାରରୁ ପୁଣି ଡାକରା ଆସିଲା । ଲୋକଟି ପୁଣି ଯାଇ ମହାରାଜଙ୍କ ଦରବାରରେ ହାଜର୍ ହେଲା । ମହାରାଜ ତ’ ତା ଉପରେ ପ୍ରଚଣ୍ଡ ରାଗିଥିଲେ । ତାକୁ ଦେଖିବା କ୍ଷଣି ପୂର୍ବ ରାତିର ଘଟଣା ସଂପର୍କରେ ଯେମିତି ପଚାରିଛନ୍ତି ଲୋକଟି କହିଲା, “ହଜୁର୍! ଗତକାଲି ରାତିରେ ଯିଏ ହାତୀ କିଣିବ ବୋଲି କହୁଥିଲା ସେ ଜଣେ ନିଶାଖୋର ମଦ୍ୟପ ଥିଲା । ଆଜି ଆପଣଙ୍କ ସାମ୍ନାରେ ଯିଏ ଠିଆ ହୋଇଛି ସେ ମଦ ଛାଡି ଦେଇ ସ୍ୱାଭାବିକ୍ ଭାବରେ ଜୀବନ ବଂଚିବାକୁ ଚେଷ୍ଟା କରୁଛି । ତେଣୁ ମୋର ହାତୀ ଆଉ ଲୋଡା ନାହିଁ । ମହାରାଜ, ଆପଣ ମୋତେ କ୍ଷମା କରିଦିଅନ୍ତୁ ।”

ଲୋକଟିର କଥା ଶୁଣି ମହାରାଜ ଖୁସି ହୋଇଗଲେ ଓ ଲୋକଟିକୁ କ୍ଷମା କରିଦେଲେ ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଯେସାକୁ ତେସା
Next Article ଶ୍ରେଷ୍ଠ ଜଳ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.