• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଉପନ୍ୟାସ»ଅହଂ ନିଜଃ ପରୋବେତ୍ତି
ଉପନ୍ୟାସ

ଅହଂ ନିଜଃ ପରୋବେତ୍ତି

ଫକୀର ମୋହନ ସେନାପତିBy ଫକୀର ମୋହନ ସେନାପତିNovember 26, 2018No Comments3 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଅହଂ ନିଜଃ ପରୋବେତ୍ତି ଗଣନା ଲଘୁଚେତସାମ । ମଙ୍ଗରାଜେ ନିଜ ପର ଚାଷ ବୁଝନ୍ତି ନାହିଁ । ଶାସ୍ତ୍ରରେ ପାଠ ଡାକୁଛି ଲଘୁଚେତାମାନେ ଆପଣା ଚାଷ ପ୍ରତି ଯେପରି ନଜର, ପର ଚାଷ ପ୍ରତି ମଧ୍ୟ ସେପରି ଦୃଷ୍ଟି । ଆମ୍ଭେମାନେ ଦିନକର କଥା କହିଲେ ଜ୍ଞାନୀ ପାଠକମାନେ ସେଥିରୁ ସବୁ ଜାଣିଯିବେ । ଭାତହାଣ୍ତିରୁ ଗୋଟିଏ ଚିପିଲେ ସବୁ ଜଣାପଡ଼େ । ସରଦାର ହଳିଆ ଗୋବିନ୍ଦ ପୁରାଣ ସକାଳେ ଆସି ଜଣାଇଲା, ଆଜ୍ଞା, ଦେଢ଼ମାଣ ବିଲ ଅରୁଆ ରହିଲା, ତଳି ନିଅଣ୍ଟ । ସାଆନ୍ତେ ହୁଁ କହି ତୁନି ହେଲେ । ହଳିଆ ହାତଯୋଡ଼ି ଦୁଆରେ ଛିଡ଼ାହେଲା ।

ସାଆନ୍ତେ ବିଲ ବୁଲି ବାହାରିଛନ୍ତି । ପରିଧାନ ଖଣ୍ତିଏ ତେଲ ଚିକିଟା ମଠାଲୁଗା, ଅଣ୍ଟାରେ ଗେରୁରଙ୍ଗିଆ ଗାମୁଛାଭିଡ଼ା, କାନ୍ଧରେ ବିଶାଳ ତାଳପତ୍ର ଛତା । ପଛରେ ଗୋବିନ୍ଦ ପୁହାଣ ବିଲର ହାଲଚାଲ କହି ଚାଲୁଅଛି, ଆଉ ଜଣେ ହଳିଆ କାନ୍ଧରେ ଯୋଡ଼ାଏ ଯୁଆଳି ପକାଇ ଚାଲିଅଛି, ତାହାର ନାମ ପାଣ୍ତିଆ । ଗାଁର ସବୁ ଲୋକ ଉଠି ନାହାଁନ୍ତି । ଶିବୁ ପଣ୍ତିତଙ୍କ ସଙ୍ଗରେ ଭେଟ ହେଲା ।

ପଣ୍ତିତେ ନାଶ ସୁଙ୍ଘି ସୁଙ୍ଘି ବାଁ ହାତରେ ଢାଳଟିଏ ଧରି ପୋଖରୀପାଣି ବାହାରିଛନ୍ତି । ସାଆନ୍ତଙ୍କୁ ହଠାତ୍ ପଛରେ ଦେଖି ତରବର ହୋଇ ସାଢ଼େ ସାତହାତ ଆଡ଼ ହୋଇଗଲେ ଏବଂ ଢାଳଟା ତଳେ ଥୋଇଦେଇ ଧନୁକାକାରଧାରଣ ପୂର୍ବକ ‘ଅଞ୍ଜଳିବଧ୍ଵୋ ଭୂତ୍ଵା’ ସାଆନ୍ତଙ୍କର ‘କୀର୍ତ୍ତିମାୟୁର୍ଯଶଃଶ୍ରିୟଂ’ କାମନା କଲେ । ସାଆନ୍ତଙ୍କର ତେଣିକି ଦୃଷ୍ଟି ନାହିଁ, ଏକମୁହାଁ ଚାଲିଛନ୍ତି । ସାଆନ୍ତେ ଖଣ୍ତେ ବାଟ ଚାଲିଗଲା ବାଦ୍ ପଣ୍ତିତେ ଧୀରେ ଧୀରେ ଢାଳଟି ଉଠାଇ ଶ୍ଳୋକଟିଏ ପଢ଼ିଲେ, ‘ଆଦ୍ୟ ପ୍ରାତରେବାନିଷ୍ଟ ଦର୍ଶନଂ ଜାତଂ ନ ଜାନେ କିମନଭିମତଂ ଦର୍ଶୟିଷ୍ୟତି ।’ ପଣ୍ତିତମାନଙ୍କର ଶ୍ଳୋକ ପଢ଼ିବା ଅଭ୍ୟାସ, ସେଥିରୁ ଆମ୍ଭେମାନେ କ’ଣ ପାଇବୁ ?

ଶ୍ୟାମ ଗୋଚ୍ଛାଇତ ଜାତିରେ ବାଉରୀ । ବିଲ ଗାଁ ତଳେ । ବିଲଗୁଡ଼ିକ ଆଗ ରୁଆ, ଶୁଆପକ୍ଷିଆ ବୁଲିଗଲାଣି । ଶ୍ୟାମ ନଇଁପଡ଼ି ହିଡ଼ ବାନ୍ଧୁଅଛି । ସାନ୍ତେ ପାଖରେ ଛିଡ଼ାହୋଇ ଯାଇ କଅଁଳ ଭାଷାରେ କହିଲେ, ‘କି ରେ ବାପ ଶ୍ୟାମ’, ଶ୍ୟାମ ହଠାତ୍ ସାଆନ୍ତଙ୍କୁ ଦେଖି ଚମକି ପଡ଼ିଲା । ପାଞ୍ଚହାତ ଦୂରକୁ କୋଡ଼ିଟା ଫୋପାଡ଼ିଦେଇ ଲଟକରି କାଦୁଅରେ ଶୋଇପଡ଼ି ଓଳଗି ହେଲା । ‘ଆରେ ଉଠ୍, ଆରେ ଉଠ, ଆରେ ଉଠ୍’ ବୋଲି ସ୍ନେହରେ ସାଆନ୍ତେ ସମ୍ବୋଧନ କଲେ । ତହିଁ ଉତ୍ତାରେ ଶ୍ୟାମ ହାତ ଯୋଡ଼ି ଦଶହାତ ଦୂରରେ ଛିଡ଼ାହେଲା । ତାହା ବାଦ୍ ଶ୍ୟାମ ଓ ସାଆନ୍ତଙ୍କ ମଧ୍ୟରେ ଢେର ବେଳ ଯାଏ ଦୁଃଖସୁଖ କଥାବାର୍ତ୍ତା ହେଲା । ସବୁ କଥାଗୁଡ଼ା ଲେଖିଲେ ପାଠକମାନେ ବିରକ୍ତ ହୋଇପାରନ୍ତି, ସେଥିସକାଶେ ସାରାଂଶ ମାତ୍ର ଲେଖୁଅଛୁ, ଅର୍ଥାତ୍ ଶ୍ୟାମ ବଂଶ ଉପରେ ସାଆନ୍ତଙ୍କର ଭାରି ନଜର । ଶ୍ୟାମ ବାପ ଅପର୍ତ୍ତିଆ ରୋଜ ରୋଜ ସଞ୍ଜବେଳେ ସାଆନ୍ତଙ୍କ ପାଖକୁ ଯାଇ ବିଲବାଡ଼ିର ହାଲଚାଲ ଜଣାଉଥିଲା ଏବଂ କିପରି ଚାଷକଲେ ଧାନ ଖୁବ୍ ଫଳିବ, ଏସବୁକଥା ପଚାରୁଥିଲା ଇତ୍ୟାଦି । ମାତ୍ର ଶ୍ୟାମ ସେପରି କରେ ନାହିଁ । ଇତ୍ୟବସରରେ ବିଲ ଉପରେ ସାଆନ୍ତଙ୍କ ନଜର ଅକସ୍ମାତ ପଡ଼ିଗଲା । ଚମକି ପଡ଼ିଲାପରି ମୁରବିପଣିଆ କରି କହିଲେ, ‘ଆରେ ଶାମା ତୁ କଣ କରିଛୁ ? ତୁ ଟା ତ ନିହାତି ଓଲୁ । ଚାଷ କିଛି ଜାଣି ନାହୁଁ । ଆରେ, ଏତେ ନିଘଞ୍ଚ କରି ରୋଇଲେ କଣ ଧାନ ଫଳେ? ଗଛ ନିଃଶ୍ୱାସ ମାରିବାକୁ ତ ବାଟ ରଖି ନାହୁଁ । ଉପାଡ଼ ଉପାଡ୍ ଅଧେ ଉପାଡ଼ିପକା ।’ ଗୋବିନ୍ଦ ଭଲ କରି ଅନାଇ ସା’ନ୍ତଙ୍କର ପୋଷକତା କଲା । ଶ୍ୟାମ ଥରିଥରି ହାତଯୋଡ଼ି, ‘ଆଜ୍ଞା, ମୁଁ ତ ସବୁ ବରଷ ଏହିପରି ରୁଏଁ, ସମସ୍ତେ ରୁଅନ୍ତି । ସା’ନ୍ତେ ବିରକ୍ତ ହୋଇ କହିଲେ, ଆରେ ଓଲୁ, ଭଲ କହିଲେ ଶୁଣୁନାହୁଁ ? ଗୋବିନ୍ଦ ଆଡ଼କୁ ଚାହି କହିଲେ, ‘ଆରେ ଓଲୁ, ଭଲ କହିଲେ ଶୁଣୁନାହୁଁ ? ଗୋବିନ୍ଦ ଆଡ଼କୁ ଚାହିଁ କହିଲେ, “ଆରେ ଗୋବିନ୍ଦା ଦେଖାଇ ଦେ ତ ।” ଏହି କଥା ମୁହଁରୁ ନବାହାରୁଣୁ ଗୋବିନ୍ଦା ଏବଂ ପାଣ୍ଡିଆ ଦୁଇ କିଆରୀ ବିଲ ଅଧା ପଦା କରିପକାଇଲେ । ଶ୍ୟାମ ଡକାପଡ଼ି ସାଆନ୍ତଙ୍କ ଗୋଡ଼ତଳେ ଗଡୁଥାଏ । ସାଆନ୍ତେ ରାଗିଯାଇ ସାଆନ୍ତାଣୀଙ୍କ ସହିତ ଶ୍ୟାମର ଭାଇଲେଖା ସମ୍ବୋଧନ କରି କହିଲେ, “ତୁ ବିଲ କରି ଜାଣ ନ ଜାଣ, କରଜା ଧନର ମୂଳ କଳନ୍ତର ବିଶ୍ଵଏ ରଖିଲେ, ଜାଣିବୁ।” ଶ୍ୟାମ ଭୟରେ କାଠ ପିତୁଳି ପରି ଛିଡ଼ା ହୋଇଥାଏ । ସାଆନ୍ତେ “ଆରେ ଗୋବିନ୍ଦ, ଥାଉ ଥାଉ, ସେ ଯାହା ଇଚ୍ଛା କରୁ।” ଏହା କହି ଆପଣା ଅରୁଆ ବିଲ ଆଡ଼କୁ ଦୁଇ ଭାର ତଳି ଧରି ବାହାରି ଗଲେ ।

Share. Facebook Twitter Pinterest LinkedIn Tumblr Reddit Email
Previous Articleବାଣିଜ୍ୟେ ବସତେ ଲକ୍ଷ୍ମୀ
Next Article ମଙ୍ଗରାଜଙ୍କ କୁଟୁମ୍ବ:
ଫକୀର ମୋହନ ସେନାପତି

Related Posts

ଡାକମୁନ୍ସି

February 10, 2022

ଉପସଂହାର

November 26, 2018

ଅପୂର୍ବ ମିଳନ :

November 26, 2018

ବାବାଜୀ ଲଳିତା ଦାସ :

November 26, 2018

ମଙ୍ଗରାଜ ଘରର ହାଲଚାଲ :

November 26, 2018

ଖୁଣି ତଦାରଖି :

November 26, 2018
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.