ରତନ ନାମକ ଜଣେ ଗରିବ କୃଷକ ଏକ ଗ୍ରାମରେ ରହୁଥିଲା । ମନରେ ତାହାର ପ୍ରବଳ ଇଚ୍ଛା ଥାଏ ଯେ, ସେ କିପରି ଅଧିକ ଉପାର୍ଜନ କରିପାରିବ ଓ ଅନ୍ୟ ସ୍ୱଚ୍ଛଳ କୃଷକମାନଙ୍କ ପରି ହାଟକୁ କୃଷିଜାତ ସାମଗ୍ରୀ ବିକ୍ରୟ କରିବାକୁ ନେବ । କିନ୍ତୁ ସେ ବିଚରାର ଏହି ଅଭିଳାଷ କେବେବି ପୂରଣ ହୋଇପାରୁ ନ ଥାଏ । ବହୁତ ପରିଶ୍ରମ କରି ସେ ଯେତିକି କମାଉଥାଏ, ତାହା ତାର ଭରଣପୋଷଣ ପାଇଁ ଯଥେଷ୍ଟ ହେଉଥାଏ ସିନା, ହେଲେ ତା’ମନର ସ୍ୱପ୍ନଟି ଆଦୌ ସାକାର ହେଉ ନ ଥାଏ । ରତନ ଦିନେ ସ୍ଥିର କଲା ଯେ, କୌଣସି ଉପାୟରେ ହେଉନା କାହିଁକି, ସେ ନିଶ୍ଚୟ ହାଟକୁ ମାଲ୍ ନେଇ ବିକିବାକୁ ଯିବ । ତା ପାଖରେ ଅଳ୍ପ କିଛି କୋଳଥ ଥାଏ । ସେ ଚାହିଁଲେ ଗ୍ରାମରେ ମଧ୍ୟ ତାକୁ ବିକିପାରନ୍ତା । ହାଟକୁ ଗଲେ ଅଧିକ କିଛି ଲାଭ ମିଳିବ ନାହିଁ । ଆଉ ଏତିକି ମାଲ୍ ନେଇ ହାଟକୁ ଗଲେ ଗ୍ରାମର ଲୋକମାନେ ତାକୁ ଥଟ୍ଟା କରିବେ ।ତେଣୁ ସେ ଜଙ୍ଗଲକୁ ଯାଇ କିଛି ଡାଳପତ୍ର କାଟି ସେସବୁକୁ ବସ୍ତାରେ ଭରିଦେଲେ । ତା ଉପରେ ପତ୍ର ବିଛାଇ କୋଳଥ ଢାଳି ଏକ ପୁରାବସ୍ତା ବାନ୍ଧିଦେଲା । ତା ପରେ ହାଟକୁ ସେ ବାହାରି ପଡିଲା ।
ସେହିପରି ଅନ୍ୟ ଜଣେ ଲୋକ ମଦନ ହାଟକୁ ଆସିଥାଏ । ତା ପାଖରେ ମଧ୍ୟ ଏକ ବସ୍ତା । ତା ବସ୍ତାରେ ସେ ତିନିଭାଗ କିଛି ଜଙ୍ଗଲୀ ଫଳ ଭରିଦେଇ ଉପରେ କିଛି ଆମ୍ବ ରଖିଦେଇଥାଏ ।ହାଟର ଗହଳି ଭିତରକୁ ପ୍ରବେଶ କରିବା ପାଇଁ ରତନ ଆଉ ସାହସ କରିପାରିଲା ନାହିଁ । ତେଣୁ ହାଟର ପ୍ରବେଶ ଦ୍ୱାର ପାଖରେ ଥିବା ଏକ ଗଛ ମୂଳରେ ନିଜର ବସ୍ତାଟିକୁ ଧରି ସେ ବସିପଡିଲା । ମଦନ ମଧ୍ୟ ତା ନିକଟରେ ଆସି ବସିଲା । ଦୁଇଜଣ କଥା ହେଉ ହେଉ ପଚାରି ବୁଝିଲେ, କିଏ କେଉଁ ମାଲ୍ ଆଣି ହାଟକୁ ଆସିଛି । ରତନ ନିଜ ବସ୍ତାରୁ କୋଳଥ କାଢି ଦେଖାଇ କହିଲା, “ଏହା ଖୁବ୍ ଭଲ କିସମର ମାଲ୍ ଅଟେ ।” ସେହିପରି ମଦନ ବି ତାର ଆମ୍ବ ବସ୍ତାରୁ କାଢି ଦେଖାଇଲା ଓ କହିଲା “ଏହି ଆମ୍ବର ସ୍ୱାଦ ମଧ୍ୟ ଖୁବ୍ ବଢିଆ ।”ମଦନ ପଚାରିଲା “ହାଟ ଏତେ ଗହଳି ରହିଛି ଯେ, ନା’ କେହି ଆମ ସହିତ କଥା ହେଉଛନ୍ତି ନା’ ଆମ ମାଲ୍ କିଣିବା ପାଇଁ କେହି ଆଗ୍ରହ ପ୍ରକାଶ କରୁଛନ୍ତି । ଆମେ ପରସ୍ପର ଭିତରେ ଜିନିଷ ଅଦଳବଦଳ କରିନେଲେ କିପରି ହୁଅନ୍ତା”
“କୋଳଥ ବଦଳରେ ଏହି କଂଚା ଆମ୍ବ?” ରତନ କୁଣ୍ଠିତ ହେଲା । ମଦନ କିନ୍ତୁ ନଛୋଡବନ୍ଧା । ତେଣୁ ସେ ମଦନ କହିଲା, “ତୁମର ଏହି କୋଳଥ ତୁଳନାରେ ମୋର ଏହି ଆମ୍ବ ବି କିଛି କମ୍ ନୁହେଁ । ତେବେ ଠିକ୍ ଅଛି, ତୁମେ ଅଦଳବଦଳ ପାଇଁ ରାଜି ହୋଇଗଲେ, ମୁଁ ତୁମକୁ ଅଧିକା ଗୋଟିଏ ଅଣା ପଇସା ଦେବି ।”ରତନ ଏଥର ରାଜି ହୋଇଗଲା । ମଦନ, ରତନର ବସ୍ତାଟି ଧରି ଯିବାପାଇଁ ବାହାରିଲା । କିନ୍ତୁ ରତନ ତା’ର ଅଣାକ ପଇସା ମାଗିବସିଲା । “ହଁ, ହଁ ମୁଁ ନିଶ୍ଚୟ ଦେବି । କିନ୍ତୁ ଏବେ ତ ମୋ ପାଖରେ କାଣି କଉଡିଟିଏ ବି ନାହିଁ । ତୁମେ ବ୍ୟସ୍ତ ହୁଅନାହିଁ । ଏହିପାଖ ଗ୍ରାମରେ ମୋର ଘର ।” ଏତିକି କହି ମଦନ ତରତରରେ ସେ ସ୍ଥାନରୁ ଚାଲିଗଲା କିଛିଦିନ ପରେ ରତନ ତାର ଅଣାଏ ପଇସା ଆଦାୟ କରିବା ପାଇଁ, ମଦନର ଗ୍ରାମରେ ଯାଇ ପହଁଚିଲା । ମଦନ ସେହି ଗ୍ରାମର ସାହୁକାରଙ୍କ ଘରେ କାମକରୁଥାଏ । ସେ ରତନକୁ ଦେଖୁ ଦେଖୁ ଅଭିଯୋଗ କରି ଚିତ୍କାର କଲା, “ତୁମେ ମତେ ଠକି ଦେଲ, ମତେ କ୍ଷତିରେ ପକାଇଦେଲ ।” ରତନ ମଧ୍ୟ କହିଲା, “ତୁମେ କଣ କେଉଁ କମ୍ କି? ତୁମେ ବି ତ ମତେ ବେଶ୍ ଧୋକା ଦେଇଛ ।” ମଦନ କହିଲା, “ତେବେ ତ ଆମର ହିସାବ ତୁଟି ଗଲା ।” “ଏପରି କେମିତି ହେବ । ତୁମେ ମୋତେ ଅଣାଏ ପଇସା ଦେବ ବୋଲି କଥା ଦେଇଛ । ତାହା ତୁମକୁ ଦେବାକୁ ହିଁ ପଡିବ ।” ରତନ ଏହା କହି ଜିଦ୍ ଧରି ବସିଲା ।
“ମୋ ପାଖରେ ଏବେ କିଛି ନାହିଁ । କିନ୍ତୁ ମୁଁ ତୁମକୁ ଏପରି ଏକ ଉପାୟ ବତାଇବି, ଯାହାଦ୍ୱାରାକି ଆମ ଦୁଇଜଣଙ୍କର ଲାଭ ହେବ । ଆମର ଏହି ସାହୁକାରଙ୍କ ଘର ପଛଭାଗରେ ଏକ ଗଭୀର ଖାତ ରହିଛି । ଦିନେ ମୁଁ ନିଜ ଆଖିରେ ଦେଖିଲି ଯେ, ସାହୁକାର ଏକ ନିଶୁଣୀ ପକାଇ ସେ ଖାତଭିତରକୁ ଗଲେ ଓ ପୁଣି ବାହାରକୁ ଆସିଲେ । ସେ ନିଶ୍ଚୟ ସେଠାରେ ତାଙ୍କ ଧନରତ୍ନ କିମ୍ବା ଟଙ୍କା ଲୁଚାଇ ରଖିଛନ୍ତି । ଆଜି ଅଧାରାତିରେ ଆମେ ଦୁହେଁ ସେହି ଖାତ ପାଖକୁ ଯିବା । ତା ଭିତରୁ ଟଙ୍କା, ସୁନା ଯାହା ମିଳିବ, ନିଜ ନିଜ ଭିତରେ ବାଂଟିନେବା । କଣ ତୁମେ ଏଥିରେ ରାଜି ତ?” ମଦନର ଏହି ପ୍ରସ୍ତାବରେ ରତନ ସଙ୍ଗେ ସଙ୍ଗେ ରାଜି ହୋଇଗଲା ।ରାତିରେ ରତନ ଓ ମଦନ ଏକ ବସ୍ତା ଓ ମୋଟା ଦଉଡି ଧରି ସେଠାରେ ଯାଇ ପହଁଚିଲେ । ରତନ ଉପରେ ଥାଇ ଦଉଡିଟି ଜୋର୍ରେ ଭିଡିଧରିଲା । ମଦନ ବସ୍ତାଟି ଧରି ଦଉଡି ସାହାଯ୍ୟରେ ସେ ଖାତ ଭିତରକୁ ପଶିଲା । ସେଠାରେ ସେ ବହୁତ ଖୋଜାଖୋଜି କରି ମଧ୍ୟ କିଛିବି ପାଇଲା ନାହିଁ ।
ମନେ ମନେ ଭାବିଲା, “ରତନ ଖୁବ୍ ସିଆଣା ଅଟେ । ଯଦି ମୁଁ କହିବି ଯେ, ମୋତେ ଏଠାରେ କିଛିବି ମିଳିଲା ନାହିଁ, ତେବେ ସେ ନିଶ୍ଚୟ ଦଉଡି ଛାଡିଦେଇ ଚାଲିଯିବ ଓ ମୁଁ ଆଉ ଏ ଖାତରୁ ବାହାରିପାରିବି ନାହିଁ । ତେଣୁ ମନରେ ଏକ ଉପାୟ ଚିନ୍ତା କରିବା ପାଇଁ ପଡିବ ।” ସେ ବସ୍ତାଟିକୁ ଦଉଡିରେ ଖୁବ୍ ଜୋର୍ରେ ବାନ୍ଧିଦେଇ କହିଲା, “ଶୁଣ ଏଠାରେ ଯାହା ମିଳିଲା, ମୁଁ ସେସବୁକୁ ବସ୍ତାରେ ଭରିଦେଇଛି । ପ୍ରଥମେ ଏହାକୁ ଉପରକୁ ଉଠେଇନିଅ ଓ ତା ପରେ ଦଉଡି ପକେଇ ମତେ ଉପରକୁ ଉଠେଇ ନେବ ।” ମଦନ କଥାରେ ସମ୍ମତ ହୋଇ ରତନ ବସ୍ତା ଉପରକୁ ଟାଣି ଆଣିଲା । “ଏହି ମଦନ ଆଦୌ ବିଶ୍ୱାସଯୋଗ୍ୟ ଲୋକ ନୁହେଁ । ତାକୁ କାହିଁକି ମୁଁ ଏହି ଧନରୁ ଭାଗ ଦେବି । ସେ ତା’ର ସେହି ଖାତରେ ସେମିତି ପଡିଥାଉ ।” ଏପରି ଚିନ୍ତାକରି ସେ ବସ୍ତାଟି ପିଠି ଉପରେ ପକାଇ, ତରତରରେ ନିଜ ଗ୍ରାମ ଅଭିମୁଖେ ଚାଲିଲା । ରତନକୁ ଜଣାନାହିଁ ଯେ, ବସ୍ତା ଭିତରେ ନିଜେ ମଦନ ରହିଛି ।
କିଛି ଦୂର ଯିବା ପରେ, ଓଜନ ଲାଗିବାରୁ ସେ କାନ୍ଧରୁ ଓହ୍ଲାଇ ବସ୍ତାଟି ତଳେ ରଖିଲା । ତତ୍କ୍ଷଣାତ୍ ମଦନ ତା ଭିତରୁ ବାହାରି ଆସିଲା । ତାକୁ ଦେଖି ରତନ ଗାଳି କରି କହିଲା “ବିଶ୍ୱାସଘାତକ, ମତେ ପୁଣି ଧୋକା ଦେଲ?ମଦନ କହିଲା “ତୁମେ ବି ମୋଠାରୁ କୌଣସି ଗୁଣରେ କମ୍ ନୁହଁ । ତୁମେ ଚାହୁଁଥିଲ, ମୋତେ କିଛି ନ ଦେଇ ସବୁ ଧନ ମାରି ନେବା ପାଇଁ । ଏବେ ହିସାବ ତୁଟିଗଲା । ଚୁପ୍ଚାପ୍ ନିଜ ବାଟରେ ଚାଲିଯାଅ ।” “ମୁଁ କାହିଁକି ଚୁପ୍ ରହିବି! ତୁମକୁ ଏକଅଣା ପଇସା ଦେବାକୁହିଁ ପଡିବ । ମଦନ କହିଲା “ମୁଁ ତ ତୁମକୁ କହିଛି, ଯେତେବେଳେ ମୋ ପାଖରେ ଥିବ ମୁଁ ତୁମକୁ ପଇସା ଦେଇଦେବି ।” ତା ପରେ ସେ ଦୁହେଁ ନିଜ ନିଜ ଗ୍ରାମକୁ ଫେରିଲେ ।କିଛି ମାସ ପରେ ମଦନର ବିଭାଘର ହେଲା । ତାର ପତ୍ନୀ ସଙ୍ଗରେ ଅଳ୍ପ କିଛି ଧନ ନେଇ ଆସିଲେ । ସେ ଆଉ ମଜୁରୀ ନ କରି, ନିଜେ କିଛି ଜମି କିଣି ଚାଷବାସ ଆରମ୍ଭ କଲା ହାତରେ ଧନ ହେବାରୁ ଗ୍ରାମରେ ନିଜର ଛୋଟ ଘରଟିଏ ବି ତୋଳିଲା ।
ରତନର ଅବସ୍ଥା ପୂର୍ବପରି ଥାଏ । ଦିନେ ତାର ଅଚାନକ ମନେ ପଡିଲା, ତାର ଏକଅଣା ପଇସା ମଦନଠାରୁ ପାଇବାର ଅଛି । ତାହା ଆଦାୟ କରିବା ପାଇଁ ସେ ମଦନର ଗ୍ରାମକୁ ଚାଲିଲା ।ରତନକୁ ଦେଖୁ ଦେଖୁ ମଦନ ଘର ଭିତରକୁ ଚାଲିଯାଇ ପତ୍ନୀକୁ କହିଲା, “ଶୁଣ, ଏହି ରତନ କରଜଆଦାୟ କରିବା ପାଇଁ ଆସୁଛି । ମୁଁ ମଲାଲୋକ ପରି ଶୋଇ ରହୁଛି । ତୁମେ ମୋ ପାଖରେ ବସି ବଡପାଟିରେ କାନ୍ଦିବା ଆରମ୍ଭ କର । ଏମିତି ସଂନ୍ଧ୍ୟା ବେଳ ଯାଏଁ କାନ୍ଦିବାର ଅଭିନୟ କରିପାରିଲେ, ମତେ ଆଉ ତାର କରଜ ଶୁଝିବାକୁ ପଡିବ ନାହିଁ ।” ମଦନର ପତ୍ନୀ ପତିଙ୍କ କଥା ପାଳନ କଲା । ରତନ ଘର ଭିତରକୁ ଆସି ସବୁ ଦେଖିଲା ।”ଆହା! ଏ କ’ଣ ହେଲା? ମଦନ ମୋର ଅତି ପ୍ରିୟ ବନ୍ଧୁ । ତା’ର ଦାହ କ୍ରିୟା ସମ୍ପନ୍ନ କରାଇ ସାରିବା ପରେ ଯାଇ ମୁଁ ଏଠାରୁ ଯିବି ।” ଏପରି ଶୋକ କରି ରତନ ଶବ ଶ୍ମଶାନକୁ ନେଇଯିବା ପାଇଁ ଶବବାହକଙ୍କୁ ଡାକି ଆଣିଲା ।
ମଦନର ପତ୍ନୀ ଚାଲାଖି କରି କହିଲା, “ଯେ ପର୍ଯ୍ୟନ୍ତ ଆମର ସମ୍ପର୍କୀୟମାନେ ଆସି ନାହାଁନ୍ତି, ମୁଁ ଶବ ଘରୁ ବାହାରିବାକୁ ଦେବି ନାହିଁ ।”ସୂର୍ଯ୍ୟାସ୍ତ ସମୟ ହେଲା । ରତନ କିନ୍ତୁ ସେଠାରୁ ହଟିଲା ନାହିଁ । ପାଖ ପଡୋଶୀ ଘରଲୋକମାନେ ଆସି କହିଲେ, “ଶବ ଏଠାରେ ପଡିରହିଥିବାରୁ ଆମ ମାନଙ୍କର ଖାଇବା, ରୋଷେଇ ସବୁ ବନ୍ଦ । ତେଣୁ ଶବ ଏଠାରୁ ନେଇ ଯାଇ କୌଣସି ଦେବାଳୟରେ ରଖିବାର ବ୍ୟବସ୍ଥା କର ।”ସେମାନଙ୍କ କଥା ଅନୁସାରେ ଏକ ପରିତ୍ୟକ୍ତ ମନ୍ଦିର ପ୍ରାଙ୍ଗଣରେ ଶବ ରଖାଗଲା ।ରାତି ଅଧ ସମୟକୁ, ମନ୍ଦିରର ବାହାରେ କିଛି ଲୋକଙ୍କର ପାଦଶବ୍ଦ ଶୁଭିଲା । ରତନ ସଙ୍ଗେ ସଙ୍ଗେ ମନ୍ଦିରର ଗର୍ଭଗୃହ ଭିତରେ ଲୁଚିଗଲା ଚାରି ଜଣ ଚୋର ମନ୍ଦିର ଭିତରକୁ ଆସିଲେ । ସେମାନଙ୍କର ସର୍ଦ୍ଦାର ଏକ ଗଣ୍ଠିଲି ଆଣିଥାଏ । ସେଥିରୁ ଅନେକ ଦାମୀସୁନା ଗହଣା, ଧନ ଆଦି ବାହାର କରି ସେମାନେ ଭାଗ ବାଂଟିଲେ । ସେଇ ସବୁ ଜିନିଷ ମଧ୍ୟରେ ଗୋଟିଏ ଛୁରା ଥାଏ । ଚୋରଙ୍କ ସର୍ଦ୍ଦାର ଅନ୍ୟ ତିନିଜଣଙ୍କୁ ପଚାରିଲା, “ଏଇଟା କିଏ ନେବ?” ତିନିହେଁ କହିଲେ ଏଇ ଛୁରୀ କିଛିକାମରେ ଲାଗିବ ନାହିଁ ।
“ନା, ନା, ଏଇ ଛୁରୀରେ ଖୁବ୍ ଧାର ଅଛି । ଦେଖ, ଏବେ ତୁମ ସମସ୍ତଙ୍କ ଆଗରେ ଏଇ ଶବଟାକୁ ମୁଁ କିପରି ଖଣ୍ଡ ଖଣ୍ଡ କରୁଛି ।” ଏହା କହି ଚୋର ସର୍ଦ୍ଦାର ମଦନ ପାଖକୁ ଆସିଲା ।ମଦନ ତ ମିଛରେ ମୃତଲୋକର ଛଳନା କରି ଶୋଇଥାଏ । ଚୋର ସର୍ଦ୍ଦାରର ଛୁରୀର ଧାର ପରୀକ୍ଷା କଥା ଶୁଣି ସେ ଆଉ ସ୍ଥିରହୋଇ ରହିପାରିଲା ନାହିଁ । ମଦନ ସେହିକ୍ଷଣି ଭୟରେ ଚିତ୍କାର କରି ଉଠି ପଡିଲା । ସବୁ ଚୋର ‘ଭୁତ’ ‘ଭୁତ’ କହି ସେ ସ୍ଥାନ ଛାଡି ଦୌଡି ପଳାଇଲେ । ଏହା ଦେଖି ଲୁଚି ରହିଥିବା ରତନ ବାହାରକୁ ଆସିଲା ।”ଦେଖ, ଆମର ଭାଗ୍ୟ କିପରି ଚମକୁଛି । ଚାଲ ଏହି ଧନ ଦୁହେଁ ବାଂଟିନେବା ।” ଏହାପରେ ମଦନ ଓ ରତନ ଚୋରଙ୍କ ମାଲ୍ ନିଜ ଭିତରେ ବାଂଟିନେଲେ ।କିନ୍ତୁ ରତନ ଶେଷରେ କହିଲା, “ସେ ଯାହା ବି ହେଉ, ତୁମେ ମୋର ଅଣାଏ ତ ଦେଲ ନାହିଁ ।” ପୁଣି ସେ ଦୁଇଜଣ ଝଗଡା ଆରମ୍ଭ କଲେ । କିଛି ମାସ ପରେ ମଦନର ବିଭାଘର ହେଲା । ତାର ପତ୍ନୀ ସଙ୍ଗରେ ଅଳ୍ପ କିଛି ଧନ ନେଇ ଆସିଲେ । ସେ ଆଉ ମଜୁରୀ ନ କରି, ନିଜେ କିଛି ଜମି କିଣି ଚାଷବାସ ଆରମ୍ଭ କଲା ହାତରେ ଧନ ହେବାରୁ ଗ୍ରାମରେ ନିଜର ଛୋଟ ଘରଟିଏ ବି ତୋଳିଲା ।ରତନର ଅବସ୍ଥା ପୂର୍ବପରି ଥାଏ । ଦିନେ ତାର ଅଚାନକ ମନେ ପଡିଲା, ତାର ଏକଅଣା ପଇସା ମଦନଠାରୁ ପାଇବାର ଅଛି । ତାହା ଆଦାୟ କରିବା ପାଇଁ ସେ ମଦନର ଗ୍ରାମକୁ ଚାଲିଲା ।
ରତନକୁ ଦେଖୁ ଦେଖୁ ମଦନ ଘର ଭିତରକୁ ଚାଲିଯାଇ ପତ୍ନୀକୁ କହିଲା, “ଶୁଣ, ଏହି ରତନ କରଜଆଦାୟ କରିବା ପାଇଁ ଆସୁଛି । ମୁଁ ମଲାଲୋକ ପରି ଶୋଇ ରହୁଛି । ତୁମେ ମୋ ପାଖରେ ବସି ବଡପାଟିରେ କାନ୍ଦିବା ଆରମ୍ଭ କର । ଏମିତି ସଂନ୍ଧ୍ୟା ବେଳ ଯାଏଁ କାନ୍ଦିବାର ଅଭିନୟ କରିପାରିଲେ, ମତେ ଆଉ ତାର କରଜ ଶୁଝିବାକୁ ପଡିବ ନାହିଁ ।” ମଦନର ପତ୍ନୀ ପତିଙ୍କ କଥା ପାଳନ କଲା । ରତନ ଘର ଭିତରକୁ ଆସି ସବୁ ଦେଖିଲା ।”ଆହା! ଏ କ’ଣ ହେଲା? ମଦନ ମୋର ଅତି ପ୍ରିୟ ବନ୍ଧୁ । ତା’ର ଦାହ କ୍ରିୟା ସମ୍ପନ୍ନ କରାଇ ସାରିବା ପରେ ଯାଇ ମୁଁ ଏଠାରୁ ଯିବି ।” ଏପରି ଶୋକ କରି ରତନ ଶବ ଶ୍ମଶାନକୁ ନେଇଯିବା ପାଇଁ ଶବବାହକଙ୍କୁ ଡାକି ଆଣିଲା ।ମଦନର ପତ୍ନୀ ଚାଲାଖି କରି କହିଲା, “ଯେ ପର୍ଯ୍ୟନ୍ତ ଆମର ସମ୍ପର୍କୀୟମାନେ ଆସି ନାହାଁନ୍ତି, ମୁଁ ଶବ ଘରୁ ବାହାରିବାକୁ ଦେବି ନାହିଁ ।”ସୂର୍ଯ୍ୟାସ୍ତ ସମୟ ହେଲା । ରତନ କିନ୍ତୁ ସେଠାରୁ ହଟିଲା ନାହିଁ । ପାଖ ପଡୋଶୀ ଘରଲୋକମାନେ ଆସି କହିଲେ, “ଶବ ଏଠାରେ ପଡିରହିଥିବାରୁ ଆମ ମାନଙ୍କର ଖାଇବା, ରୋଷେଇ ସବୁ ବନ୍ଦ । ତେଣୁ ଶବ ଏଠାରୁ ନେଇ ଯାଇ କୌଣସି ଦେବାଳୟରେ ରଖିବାର ବ୍ୟବସ୍ଥା କର ।”ସେମାନଙ୍କ କଥା ଅନୁସାରେ ଏକ ପରିତ୍ୟକ୍ତ ମନ୍ଦିର ପ୍ରାଙ୍ଗଣରେ ଶବ ରଖାଗଲା ।
ରାତି ଅଧ ସମୟକୁ, ମନ୍ଦିରର ବାହାରେ କିଛି ଲୋକଙ୍କର ପାଦଶବ୍ଦ ଶୁଭିଲା । ରତନ ସଙ୍ଗେ ସଙ୍ଗେ ମନ୍ଦିରର ଗର୍ଭଗୃହ ଭିତରେ ଲୁଚିଗଲା ଚାରି ଜଣ ଚୋର ମନ୍ଦିର ଭିତରକୁ ଆସିଲେ । ସେମାନଙ୍କର ସର୍ଦ୍ଦାର ଏକ ଗଣ୍ଠିଲି ଆଣିଥାଏ । ସେଥିରୁ ଅନେକ ଦାମୀସୁନା ଗହଣା, ଧନ ଆଦି ବାହାର କରି ସେମାନେ ଭାଗ ବାଂଟିଲେ । ସେଇ ସବୁ ଜିନିଷ ମଧ୍ୟରେ ଗୋଟିଏ ଛୁରା ଥାଏ । ଚୋରଙ୍କ ସର୍ଦ୍ଦାର ଅନ୍ୟ ତିନିଜଣଙ୍କୁ ପଚାରିଲା, “ଏଇଟା କିଏ ନେବ?” ତିନିହେଁ କହିଲେ ଏଇ ଛୁରୀ କିଛିକାମରେ ଲାଗିବ ନାହିଁ ।”ନା, ନା, ଏଇ ଛୁରୀରେ ଖୁବ୍ ଧାର ଅଛି । ଦେଖ, ଏବେ ତୁମ ସମସ୍ତଙ୍କ ଆଗରେ ଏଇ ଶବଟାକୁ ମୁଁ କିପରି ଖଣ୍ଡ ଖଣ୍ଡ କରୁଛି ।” ଏହା କହି ଚୋର ସର୍ଦ୍ଦାର ମଦନ ପାଖକୁ ଆସିଲା ।ମଦନ ତ ମିଛରେ ମୃତଲୋକର ଛଳନା କରି ଶୋଇଥାଏ । ଚୋର ସର୍ଦ୍ଦାରର ଛୁରୀର ଧାର ପରୀକ୍ଷା କଥା ଶୁଣି ସେ ଆଉ ସ୍ଥିରହୋଇ ରହିପାରିଲା ନାହିଁ । ମଦନ ସେହିକ୍ଷଣି ଭୟରେ ଚିତ୍କାର କରି ଉଠି ପଡିଲା । ସବୁ ଚୋର ‘ଭୁତ’ ‘ଭୁତ’ କହି ସେ ସ୍ଥାନ ଛାଡି ଦୌଡି ପଳାଇଲେ । ଏହା ଦେଖି ଲୁଚି ରହିଥିବା ରତନ ବାହାରକୁ ଆସିଲା ।”ଦେଖ, ଆମର ଭାଗ୍ୟ କିପରି ଚମକୁଛି । ଚାଲ ଏହି ଧନ ଦୁହେଁ ବାଂଟିନେବା ।” ଏହାପରେ ମଦନ ଓ ରତନ ଚୋରଙ୍କ ମାଲ୍ ନିଜ ଭିତରେ ବାଂଟିନେଲେ ।କିନ୍ତୁ ରତନ ଶେଷରେ କହିଲା, “ସେ ଯାହା ବି ହେଉ, ତୁମେ ମୋର ଅଣାଏ ତ ଦେଲ ନାହିଁ ।” ପୁଣି ସେ ଦୁଇଜଣ ଝଗଡା ଆରମ୍ଭ କଲେ ।