• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଅଜବ ଚତୁରୀ ସ୍ତ୍ରୀ କଥା/Ajab Chaturi Stri Katha
ଗଳ୍ପ

ଅଜବ ଚତୁରୀ ସ୍ତ୍ରୀ କଥା/Ajab Chaturi Stri Katha

suchitraBy suchitraJanuary 16, 2022No Comments12 Mins Read
Facebook Twitter Pinterest Reddit LinkedIn Tumblr Email
Ajab Chaturi Stri Katha
Ajab Chaturi Stri Katha
Share
Facebook Twitter Pinterest Reddit Email

ଏହା ଅଜଣା କଥା, ଗୁରୁ କହିଛନ୍ତି – ଯାହା ନଦେଖିବୁ ଦୁଇ ନୟନେ, ପରତେ ନଯିବୁ ଗୁରୁ ବଚନେ ।

ଯାହା ନିଜ ଆଖିରେ କେବେ ଦେଖି ନଥିବ ତାହା କିନ୍ତୁ ଗୁରୁ ଯେତେ ବୁଝାଇଲେବି ବିଶ୍ୱାସ କରିବାର ନାହିଁ । କିନ୍ତୁ ଆଖିରେ ଦେଖି ନଥିବା କଥାତ ପୁଣି ସତ୍ୟ ହୁଏ । ସଂସାରରେ ସ୍ତ୍ରୀ ପୁରୁଷ ଦୁଇ ଜାତି । ସଙ୍ଗମ କାଳେ ରେତ ପଡିବା କିଏ କଣ କେବେ ନିଜ ଆଖିରେ ଦେଖିଛି । ପୁଣି ସେହି ଥିରୁ ସୃଷ୍ଟି ହୁଏ ସଂସାର । ନାରୀ ବିନା ଏହା କେବେ ସମ୍ଭବ ହୋଇ ନଥାଏ । ଆଉ ମଧ୍ୟ ସଂସାରରେ ସମସ୍ତ ପୁରୁଷ କୌଣସି ଗୁଣରେ ସମାନ ନୁହଁନ୍ତି କି କୌଣସି ସ୍ତ୍ରୀ ମଧ୍ୟ ସମାନ ଗୁଣରେ ସମାନ ନୁହେଁ । ସମସ୍ତ ପୁରୁଷ ଓ ସ୍ତ୍ରୀଙ୍କ ମଧ୍ୟରେ ଚିହ୍ନିବା ଲାଗି ପୃଥକ ପୃଥକ ଚେହେରା ହୋଇଛି । ସେହି ସଂସାରର ଜ୍ଞାନ ବୁଝାଇବା ନିମନ୍ତେ ଅବୋଲକରାକୁ ପୁଣି ସାଙ୍ଗରେ ଧରି ନୂଆ ତୀର୍ଥ ଭ୍ରମଣରେ ବାହାରି ଗଲେ ସେହି ଚତୁର ବ୍ୟଙ୍ଗକାର ।

ସେହି ନୂଆ ତୀର୍ଥଟିର ନାମ ହେଉଛି ତିରୁପତି । ଉପଦେଷ୍ଟାଙ୍କ ସାଥିରେ ବହୁ ଦେଶ ବହୁ ତୀର୍ଥ ବୁଲି ବୁଲି ଆସିଥିଲା ଏହି ମୂର୍ଖ ଅବୋଲକରା । କେତେ ଭୟ ଆତଙ୍କ ସୁଖ, ଦୁଃଖ ଓ ଆଶ୍ଚର୍ଯ୍ୟ ହେବାର କଥାମାନ ସେ ଦେଖି ଆସିଛି । ଏଥିରେ ବୋଲକରା କିଛି ପରିମାଣରେ ସୁଖବି ପାଇଛି, ଚତୁର ମଧ୍ୟ ହୋଇ ପାରିଛି । ଏବେ ତୀର୍ଥ ଭ୍ରମଣର ଚଲା ପଥରେ ଚତୁର ବ୍ୟଙ୍ଗକାର ସେହି ଅବୋଲକରାକୁ କେତୋଟି ସଂସାରର କଥା କହିଛନ୍ତି । ସେତେବେଳେ ବୋଲକରା ସେହି ଉପଦେଷ୍ଟାଙ୍କ କଥାକୁ ମନ ଧ୍ୟାନ ଦେଇ ଶୁଣୁ ଥାଏ ଓ ରାସ୍ତାରେ ଚାଲିଥାଏ ।

ଏପରି ଚାଲୁ ଚାଲୁ ଅନେକ ରାସ୍ତା ଚାଲି ଯାଆନ୍ତେ ସଂନ୍ଧ୍ୟା ହୋଇ ଗଲା । ରାସ୍ତାରେ ପଡିଲା ଏକ ଘଂଚ ଅରଣ୍ୟ । ଚତୁର ବ୍ୟଙ୍ଗକାର ଦେଖିଲେ ଧୀରେ ଧୀରେ ରାତ୍ରି ହେବାକୁ ଲାଗିଛି । ବର୍ତ୍ତମାନ କେଉଁଠାରେ ରହି ଯିବାର ସ୍ଥାନ ଦେଖିବା ଦରକାର । ଅଧିକ ଅନ୍ଧାର ହୋଇଗଲେ ରହିବା ଲାଗି ଆମକୁ ଆଉ ପରିଷ୍କାର ସ୍ଥାନ ମିଳିବ ନାହିଁ । ତହୁଁ ବୋଲକରାକୁ ଚତୁର ବ୍ୟଙ୍ଗକାର କହିଲେ ରାତି ଅଧିକ ହୋଇ ଯିବ । ଆମେ ଏବେ ଆଉ ଆଗକୁ ନଯାଇ ଏହି ଘଂଚ ଅରଣ୍ୟ ମଧ୍ୟରେ ଆମକୁ ଆମର ରହିବା ଲାଗି ଖୋଜି ଖୋଜି ଏକ ପରିଷ୍କାର ସ୍ଥାନ ସ୍ଥିର କରିବାକୁ ହେବ । ଅବୋଲକରା କହିଲା ଠିକ୍ ଅଛି, ତାହା ହେଲେ ଆମକୁ ଆଉ କିଛି ଅଧିକ ରାସ୍ତାକୁ ଯିବାକୁ ହେବ । ତାହା ହେଲେ ଚାଲ ।

ଏହା ପରେ ଚତୁର ବ୍ୟଙ୍ଗ କଥାକାର ଓ ଅବୋଲକରା ସେହି ଅରଣ୍ୟ ମଧ୍ୟରେ ଅଳ୍ପ କିଛି ପଥ ଅତିକ୍ରମ କରନ୍ତେ ଅରଣ୍ୟ ମଧ୍ୟରେ ଗୋଟିଏ ସ୍ଥାନରେ କେତେ ଗୁଡିଏ ଭଙ୍ଗା ପୁରୁଣା ପ୍ରାସାଦ ଦେଖିବାକୁ ପାଇଲେ । ସେହି ସ୍ଥାନ କିନ୍ତୁ ଖୁବ୍ ପରିଷ୍କାର ଥିଲା । ଚତୁର ବ୍ୟଙ୍ଗକାର କହିଲେ ଆମକୁ ଆଉ ଏହା ଠାରୁ ଭଲ ସ୍ଥାନ ମିଳିବ ନାହିଁ । ଆଜି ରାତିକ ଲାଗି ଆମେ ଏହି ଠାରେ ବିଶ୍ରାମ ନେଇ ପୁଣି ଆଜି ରାତିକ ପାହିଲେ କାଲି ଆମେ ଏଠାରୁ ଚାଲିଯିବା ।

ଏହା ପରେ ଚତୁର କଥାକାର କହିଲେ – ଏବେ ତୁ ଯାଇ କିଛି ଜଳ ସଂଗ୍ରହ କରି ଆଣ । ତାହା ଆମ ରୋଷେଇ କାର୍ଯ୍ୟରେ ଲାଗିବ । ବର୍ତ୍ତମାନ ମୋର ଏହି କମଣ୍ଡଳୁରେ ଯାହା ବାକି ଜଳ ଅଛି ସେଥିରେ ମୁଁ ମୋ ନିଜର ହସ୍ତପାଦାଦି ଧୋଇ ସଂନ୍ଧ୍ୟା କରୁଛି ।

ଚତୁର ବ୍ୟଙ୍ଗକାର ଏବେ ତାଙ୍କ ହସ୍ତ ପାଦ ଧୋଇ ସଂନ୍ଧ୍ୟା କାର୍ଯ୍ୟ ଆରମ୍ଭ କଲେ । ଏଣେ ବୋଲକରା ଜଳ ସଂଗ୍ରହ କରିବା ନିମନ୍ତେ ପାଖରେ ଥିବା ଝରଣା କୂଳକୁ ଚାଲି ଗଲା । ସେ ଯାଇ ସେହି ଝରଣା ନିକଟରେ ପହଁଚି ପୁଣି ଆଉ ଏକ ସ୍ଥାନ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲା । ସେଠାରେ ମଧ୍ୟ କେତୋଟି ପାନ୍ଥ ଶାଳା ଭଙ୍ଗାରୁଜା ହୋଇ ପଡିଛି । ସେହି ପାନ୍ଥ ଶାଳା ଉପରେ ଗୋଟିଏ ସୁନ୍ଦର ମଣ୍ଡପ ରହିଛି । ସେହି ମଣ୍ଡପ ଉପରେ ଗୋଟିଏ ରାଜ କୁମାରୀଙ୍କର ସୁନ୍ଦର ନିଖୁଣ ମୂର୍ତ୍ତି ଠିଆ ହୋଇ ରହିଛି । ସେହି ମୂର୍ତ୍ତି ଗୋଟିକ ପାଷାଣରେ ନିର୍ମାଣ ହୋଇଥିଲେ ମଧ୍ୟ ତାହା ଯେପରି ଜୀବନ୍ତ ପରି ଲାଗୁଅଛି । ଆଉ ମଧ୍ୟ ସେହି ମୂର୍ତ୍ତିର ପାର୍ଶ୍ବ ଦେଶରେ ଲେଖା ଯାଇଅଛି ଯେ –

ଯେବେ ବୁଦ୍ଧିମତୀ ନାରୀକୁ ହୁଣ୍ଡା ପୁରୁଷ

ତେବେ ଆପେ ଜୀବ ଆପେ ହୋଇବ ନାଶ ।

ଅବୋଲକରା ଏ କଥା ଶୁଣିବା ପରେ ମନକୁ ମନ ନିଜର ସଂସାର କଥା ଚିନ୍ତା କରିବାକୁ ଲାଗିଲା । ତା’ର ସ୍ତ୍ରୀ ସତେକି ହୁଣ୍ଡୀ କି ତାହା ଜଣାନାହିଁ କିନ୍ତୁ ଉଦଣ୍ଡୀ ତାର ସ୍ତ୍ରୀ ତାହା ହେଲେ ସେ ଚତୁରୀ କ’ଣ? ତାହା ହେଲେ ଏପରି କଥା ଏହି ଭୂମି ଉପରେ କିଏ କାହିଁକି ଲେଖି ଅଛି । ଏହା ପରେ ଚିନ୍ତା କଲା ଜାଳ ଖଣ୍ଡେ ସଂଗ୍ରହ କରି ନେଇଗଲେ ଯାଇ ଏକଥାର ପ୍ରକୃତ ଘଟଣା ସେହି ଉପଦେଷ୍ଟାଙ୍କଠାରୁ ପଚାରି ସେ ବୁଝିବ । ତା’ପରେ ଜାଳ ଧରି ଅବୋଲକରା ଉପଦେଷ୍ଟାଙ୍କ ପାଖରେ ଆସି ପହଁଚି କାଠ ଗୁଡିକ ଥୋଇ ଦେଇ ଉପଦେଷ୍ଟାଙ୍କୁ ସେହି କଥା ପଚାରିଲା –

ଶୁଣହୋ ମହାନୁଭବ ଅଜବ ଏକଥା

ଗୋଳମାଳ ହେଲା ମୋହର ମଥା ।

କତିକି ଗଲି ମୁଁ ଲେଖାକୁ ଦେଖି

ଦେଖିଲି ସେଠାରେ ଏକ ମୂରତି ।

ହୁଣ୍ଡା ପୁରୁଷକୁ ନାରୀ ସୁମତୀ

ଆପଣା ଜୀବନ ଆପେ ମାରନ୍ତି ।

ହୁଣ୍ଡା ଭାବି ତୁମେ କଲ କେମନ୍ତ

ଉଦଣ୍ଡୀ ଚତୁରୀ ମୋଭାଗ୍ୟେ ଲେଖ ।

ମୋ ଭାରିଜା ରଖ ହୋଇବି ବାବା

ସାଙ୍ଗ ଛାଡି ବନେ ରହିବି ଅବା ।

ଚତୁର ବ୍ୟଙ୍ଗକାର କହିଲେ –

ହୋଇଲୁକି ବାୟା ଅବୋଲକରା

ଦେଖିଲୁ ଆଶ୍ଚର୍ଯ୍ୟ ଯେ କଥା ପରା ।

ଏବେ ବସ ତୋତେ ବୁଝାଇ ଦେବି

ଅସାଧ୍ୟ କଥାକୁ ଦେଖିବୁ ଭାବି ।

ଶୁଣ ବାବା, ଯେବେ ନିବୁର୍ଦ୍ଧିଆ ପାଖରେ ବୁଦ୍ଧିଆ ରହିବ ତାହା ହେଲେ ଏହି ସଂସାରରେ କିଛି ମଧ୍ୟ ଅଘଟଣ ଘଟେ ନାହିଁ । ଯଦି ଏହି ସଂସାର ଭିତରେ ଦୁହେଁ ନିବୁର୍ଦ୍ଧିଆ ତାହା ହେଲେ ଜାଣ କଥା ସରିଲା । ସବୁ କଥାରେ ତାଙ୍କର କେବଳ ଅସୁବିଧା ଦେଖା ଦେବ । ସେଥି ଲାଗି କହୁଛି ତୋର ଭାରିଜାକୁ ତୋର ବୁଝିବା ଭାରି କଷ୍ଟକର । ତେଣୁ ତୁ ତା’ଉପରେ ରାଗିଲେ କ’ଣ ଚଳିବ । କିପରି ତୁ ତାହା ସାଥେ ଚଳିବୁ ସେହି କଥା ମୁଁ ତୋତେ କହି ଦେଉଛି ।

ଆମେ ବର୍ତ୍ତମାନ ଯେଉଁଠାରେ ଅବସ୍ଥାନ କରୁଛେ, ସେହି ସ୍ଥାନରେ ଏହାଠାରୁ ଆହୁରି ଏକ ବଡ ଅରଣ୍ୟ ଥିଲା । ସେହି ଅରଣ୍ୟ ମଧ୍ୟରେ ଏକ ବିଶାଳ ରାଜବାଟୀ ମଧ୍ୟ ଥିଲା । ରାଜ୍ୟଟି ଯେପରି ସେପରି ସୁନ୍ଦର ମଧ୍ୟ । ସେହି ରାଜ୍ୟର ନାମ କୌତୁକ ନଗର ଏବଂ ସେହି ରାଜ୍ୟକୁ ଶାସନ କରୁଥିଲେ ରାଜା କୌତୁକ ସୁନ୍ଦର ।

ସେହି ରାଜା କୌତୁକ ସୁନ୍ଦରଙ୍କର ଝିଅ ନଥିଲା କି ପୁଅ ନଥିଲା । ବହୁତ ଦିନ ଧରି ସେହି ରାଜା ଅପୁତ୍ରିକ ହୋଇ ରହିବାରୁ ରାଜା ସଦାଶିବ ତ୍ରିଲୋଚନେଶ୍ୱରଙ୍କୁ ପୂଜା କଲେ । ତ୍ରିଲୋଚନଙ୍କ କୃପାରୁ ରାଜା କୌତୁକ ସୁନ୍ଦରଙ୍କର ଗୋଟିଏ କନ୍ୟା ଜାତ ହେଲା । ରାଜା ନିଜ କନ୍ୟାର ନାମ ରଖିଲେ ରୂପଶ୍ରୀ । ସେହି ରୂପଶ୍ରୀଙ୍କର ନାମ ଯେପରି ତାଙ୍କର ରୂପ ମଧ୍ୟ ଠିକ୍ ସେହି ପରି । ସେହି ରୂପଶ୍ରୀ ରାଜାଙ୍କର କେବଳ ଗୋଟିଏ ମାତ୍ର କନ୍ୟା ହୋଇ ଥିବାରୁ ରାଜ ଉଆସରେ ସେ ଖୁବ୍ ଗେହ୍ଲାରେ ବଢୁ ଥିଲା । ରାଜ କୁମାରୀ ଯେତେବେଳେ ଟିକେ ଜାଣିବାର ହୋଇ ଗଲା ସେତେବେଳେ ରାଜା ତାକୁ ବିଦ୍ୟା ଶିକ୍ଷା ଦେଲେ ।

ରାଜ କନ୍ୟା ରୂପଶ୍ରୀଙ୍କର ସ୍ମରଣ ଶକ୍ତି ଅଧିକ ହୋଇ ଥିବାରୁ ସମସ୍ତ ବିଦ୍ୟାରେ ସେ ଖୁବ୍ ଶୀଘ୍ର ପାରଙ୍ଗମ ହେଲା । ସେହି ରାଜ୍ୟର ମନ୍ତ୍ରୀ ଥିଲେ କ୍ରୋଧିତ ରାୟ । ସେହି ମନ୍ତ୍ରୀ କ୍ରୋଧିତ ରାୟଙ୍କର ମଧ୍ୟ ଗୋଟିଏ ସୁନ୍ଦର ପୁଅ ଥିଲା । ସେହି ପୁଅର ନାମ ମନ୍ତ୍ରୀ କ୍ରୋଧିତ ରାୟ ଦେଇ ଥିଲେ ଅନିନ୍ଦ୍ୟ ସୁନ୍ଦର । ମନ୍ତ୍ରୀ ପୁଅର ନାମ ଯେପରି ତାର ରୂପ ମଧ୍ୟ ଠିକ୍ ସେହି ପରି । ସେ ମଧ୍ୟ ରାଜ କନ୍ୟା ରୂପଶ୍ରୀ ସାଥିରେ ଘୋଡା ଚଢା, ତୀର ମରା ଓ ଅନ୍ୟାନ୍ୟ ଅସ୍ତ୍ର ଶସ୍ତ୍ର ବିଦ୍ୟାରେ ପାରଙ୍ଗମ ହେଲା ।

ରାଜ କୁମାରୀ ରୂପଶ୍ରୀ ଯେତେବେଳେ ଅଶ୍ୱ ଚଢେ, ଯୁଦ୍ଧ ଶିକ୍ଷା କରେ ସେତେବେଳେ ସେ ମନ୍ତ୍ରୀ ପୁଅ ଅନିନ୍ଦ୍ୟ ସୁନ୍ଦରର ପୋଷାକ ପିନ୍ଧେ । ସେ ଯେତେବେଳେ ପୁଅ ପିଲାଙ୍କ ପରି ପୋଷାକ ପିନ୍ଧନ୍ତି, ସେତେବେଳେ ସେହି ରାଜକନ୍ୟା ରୂପଶ୍ରୀ ଖୁବ୍ ସୁନ୍ଦର ଦେଖା ଯାଏ । ନିଜ କନ୍ୟାକୁ ଏପରି ପୋଷାକ ପିନ୍ଧିବାର ଦେଖି ଦେଲେ ରାଣୀ କହନ୍ତି ମୋର ଆଉ ପୁଅରେ କି ଦରକାର । ରୂପ ମୋର ପୁଅ ଆଉ ଝିଅ ସବୁ କିଛି । ସେଥି ଲାଗି ସେମାନେ ତାଙ୍କ ଝିଅର ପିନ୍ଧିବା ଲାଗି ସଦାସର୍ବଦା ପୁଅର ପୋଷାକ ମାନ ତିଆରି କରାଇଲେ । ରାଜ କୁମାରୀ ରୂପଶ୍ରୀ ଯେତେବେଳେ ପୁଅ ପିଲାର ପୋଷାକ ପିନ୍ଧନ୍ତି ସେତେବେଳେ ତାଙ୍କ ନିଜ ମନରେ ପୁରୁଷର ଭାବ ଆସି ଯାଏ । ସେଥି ଲାଗି ସେ ସଦାସର୍ବଦା ରାଜ କୁମାର ମାନଙ୍କ ପରି ପୋଷାକ ପିନ୍ଧି ଖୁସି ହେଲା ।

ଦିନକର କଥା, ସେହି ମନ୍ତ୍ରୀ ପୁଅ ଅନିନ୍ଦ୍ୟ ସୁନ୍ଦରଙ୍କ ସାଥିରେ ରାଜା ଝିଅ ରୂପଶ୍ରୀ ଅରଣ୍ୟ ମଧ୍ୟକୁ ପାରିଧି କରିବାକୁ ଗଲେ । ଅରଣ୍ୟ ମଧ୍ୟରେ ବହୁତ ଦୂରକୁ ଚାଲି ଯିବା ପରେ ସେଠାରେ ରାତି ହୋଇଗଲା । ଅନ୍ଧାର ହୋଇ ଯିବାରୁ ସେମାନେ ଆଉ ରାଜ ଉଆସକୁ ଫେରି ପାରିଲେ ନାହିଁ । ପରିଶେଷରେ ସେ ଦୁହେଁ ଏକ ଝରଣା ନିକଟରେ ଗୋଟିଏ ତମ୍ବୁ ଟାଣି ସେଠାରେ ବିଶ୍ରାମ ନେଲେ ।

ସେହି ଝରଣା କୂଳଟି ଥିଲା ଖୁବ୍ ନିର୍ମଳ ସ୍ଥାନ । ରାତି ଯେତେ ଅଧିକ ହୁଏ ସେତେବେଳେ ଅରଣ୍ୟ ସାରାର ଜୀବ ଜନ୍ତୁ ମାନେ ଏହି ଝରଣା କୂଳର ଜଳ ପାନ କରିବାକୁ ଆସନ୍ତି । ସେଦିନ ରାତିରେ ହଠାତ୍ ଗୋଟିଏ ମହାବଳ ବାଘ ଆସି ସେହି ସ୍ଥାନରେ ଉପସ୍ଥିତ ହେଲା । ତା’ର ନିଃଶ୍ୱାସକୁ ମନୁଷ୍ୟର ଗନ୍ଧ ବାଜିଲାରୁ ସେ ଚାରି ଆଡେ ଧଣ୍ଡାଳି ହୋଇ ସେମାନଙ୍କୁ ଖୋଜିବାକୁ ଲାଗିଲା । ଏହି ପରି ଖୋଜୁ ଖୋଜୁ ସେ ଆସି ରାଜ କନ୍ୟା ଓ ମନ୍ତ୍ରୀ ପୁଅ ରହୁଥିବା ତମ୍ବୁଠାରେ ପହଁଚି ମନ୍ତ୍ରୀ ପୁଅ ଅନିନ୍ଦ୍ୟ ସୁନ୍ଦରକୁ ଆଗ ଆକ୍ରମଣ କଲା । ବାଘ ଓ ସେ ମନ୍ତ୍ରୀ ପୁଅଙ୍କ ମଧ୍ୟରେ ଘମାଘୋଟ ଲଢେଇ ହେଲା । ବହୁ ସମୟ ଲଢେଇ ହେବା ପରେ ଶେଷରେ ସେହି ମନ୍ତ୍ରୀ ପୁଅ ହସ୍ତରେ ବାଘଟିର ପ୍ରାଣ ଗଲା । ହେଲେ ଆରମ୍ଭରୁ ଶେଷ ଯାଏଁ ମନ୍ତ୍ରୀ ପୁଅ ସାଥିରେ ସେହି ବାଘଟିର ଲଢେଇ ଦେଖୁ ଦେଖୁ ରାଜ କନ୍ୟା ରୂପଶ୍ରୀ ସେହିଠାରେ ହିଁ ବେହୋଷ ହୋଇ ପଡିଲା । ପାଖରେ ରାଜ କନ୍ୟା ରୂପଶ୍ରୀଙ୍କର ସଖି ମାନେ ସବୁ ଥିଲେ । ସେହି ମନ୍ତ୍ରୀ ପୁଅଙ୍କ ସହିତ ସଖୀ ମାନେ ମିଶି ରାଜ କନ୍ୟାଙ୍କୁ ତାଙ୍କ ତମ୍ବୁ ମଧ୍ୟକୁ ନେଇ ଗଲେ ।

ସେହି ତମ୍ବୁ ମଧ୍ୟରେ ରାଜ କନ୍ୟା ସେମିତି ବେହୋଷ ହୋଇ ଶୋଇ ରହି ଥାଏ । ସଖୀ ମାନେ ରାଜ କନ୍ୟା ରୂପଶ୍ରୀଙ୍କର ଅନେକ ସେବା କଲେ । ରାତ୍ରି ଅନେକ ହେବାରୁ ସେମାନେ ଗୋଟିକ ପରେ ଗୋଟିଏ ସମସ୍ତେ ନିଦ୍ରା ଗଲେ ।

କିନ୍ତୁ ମନ୍ତ୍ରୀ ପୁଅକୁ କିଛି ଭଲ ଲାଗୁ ନାହିଁ । ରାଜ କନ୍ୟା ରୂପଶ୍ରୀଙ୍କର କ’ଣ ଯେ ହୋଇଛି ତାହା ଜଣା ପଡୁ ନାହିଁ । ରାତ୍ରିର ସମୟ ସକାଳ ହୋଇଲେ ସିନା ସେ କୌଣସି ବୈଦ୍ୟରାଜଙ୍କୁ ଧରି ଆଣି ସେହି ରାଜ କନ୍ୟାଙ୍କୁ ଦେଖାଇ ତାଙ୍କୁ କିଛି ଔଷଧ ଦିଅନ୍ତା ।

ରାଜ କନ୍ୟା ରୂପଶ୍ରୀଙ୍କ ଲାଗି ସେହି ମନ୍ତ୍ରୀ ପୁଅ ଅନିନ୍ଦ୍ୟ ସୁନ୍ଦର ଏହିପରି ଅନେକ କଥା ଚିନ୍ତା କଲା । ମନ୍ତ୍ରୀ ପୁଅ ତେଣେ ଭାବିଲେ ଯେ ବୋଧ ହୁଏ ତମ୍ବୁ ମଧ୍ୟରେ ସେବା କରୁଥିବା ସଖୀ ମାନେ ଶୋଇ ପଡିଲେଣି । କାହାରି ଆଉ କଣ୍ଠସ୍ୱର ତ ଶୁଭୁ ନାହିଁ । ଏହା ପରେ ରାଜ କନ୍ୟା ରୂପଶ୍ରୀଙ୍କର ପୁଣି କ’ଣ ହେଲା । ଏହି କଥା ଭାବି ଭାବି ତାଙ୍କ ମନ ନମାନିବାରୁ ଅସ୍ଥିର ହୋଇ ସେ ମନ୍ତ୍ରୀ ପୁଅ ଅନିନ୍ଦ୍ୟ ସୁନ୍ଦର ସେହି ତମ୍ବୁ ଭିତରକୁ ଗଲା ।

ମନ୍ତ୍ରୀ ପୁଅ ଅନିନ୍ଦ୍ୟ ସୁନ୍ଦର ଦେଖିଲାଯେ ରାଜ କନ୍ୟା ରୂପଶ୍ରୀଙ୍କୁ ତାଙ୍କ ସଖୀ ମାନେ ଅର୍ଦ୍ଧ ଉଲଗ୍ନ କରି ସେବା କରୁଥିବା ସମୟରେ ଶୋଇ ପଡି ଛନ୍ତି । ନିଜେ ସାଧାରଣ ଶେଯ ଉପରେ ପଡି ପଡି ରାଜ କନ୍ୟା ରୂପଶ୍ରୀ ଯନ୍ତ୍ରଣାରେ ଛଟପଟ ହେଉ ଥାଆନ୍ତି ।

ତାହା ଦେଖି ମନ୍ତ୍ରୀ ପୁଅ ଆଉ ସହ୍ୟ କରି ପାରିଲା ନାହିଁ । ପିଲାଟି ଦିନରୁ ସେହି ରାଜ କନ୍ୟା ରୂପଶ୍ରୀଙ୍କ ସାଥିରେ ତାଙ୍କର ସାଙ୍ଗ । ମନ ମଧ୍ୟରେ ରାଜ କନ୍ୟାଙ୍କ ଲାଗି ଖୁବ୍ ଅନ୍ତରଙ୍ଗତା ଲାଗି ରହିଛି । ତହୁଁ ସେ ସମସ୍ତଙ୍କ କଥାକୁ ପଛକୁ ପକାଇ ସେହି ରାଜ କନ୍ୟା ରୂପଶ୍ରୀଙ୍କର ସେବା କରିବାରେ ଲାଗି ପଡିଲେ ।

ପୁରୁଷ ହସ୍ତର ସେବା ସେହି ରାଜ କନ୍ୟାଙ୍କୁ ଟିକେ ଅଲଗା ଅଲଗା ଲାଗୁ ଥାଏ । ଯେତେବେଳେ ସାମାନ୍ୟତମ ଉପସମ ହୋଇଛି ସେ ଆଖି ଖୋଲି ଦେଖନ୍ତି ଯେ ତାଙ୍କ ସଖୀ ମାନେ ସବୁ ନିଘୋଡ ନିଦରେ ଶୋଇ ପଡି ଛନ୍ତି । ମନ୍ତ୍ରୀ ପୁଅ ଅନିନ୍ଦ୍ୟ ସୁନ୍ଦର ତାଙ୍କର ସର୍ବାଙ୍ଗରେ ହସ୍ତଚାଳନ ପୂର୍ବକ ଆଉଁସା ଘସା କରୁ ଛନ୍ତି । ପୁରୁଷର ଏ ପ୍ରକାର ଚିକିତ୍ସା ରେ ସେହି ରାଜକନ୍ୟା ରୂପଶ୍ରୀଙ୍କର ମନ ଉତଲା ହୋଇ ଯିବାରୁ ସେ ମନ୍ତ୍ରୀ ପୁଅଙ୍କ ଗଳାକୁ ଦୁଇ ହସ୍ତରେ ଜାବୁଡି ଧରି ତାଙ୍କୁ ଚୁମ୍ବନ ଦେବାକୁ ଲାଗନ୍ତେ ମନ୍ତ୍ରୀ ପୁଅ ମଧ୍ୟ ନିଜକୁ ଆଉ ସମ୍ଭାଳି ରହି ପାରିଲେ ନାହିଁ ।

ରାତି ପାହି ସକାଳ ହେବାରୁ ରାଜ ଉଆସରେ ଯାଇ କଟୁଆଳ ମାନେ ତାଙ୍କ ରାଜ କନ୍ୟାଙ୍କର ଏ ସମ୍ବାଦ ପହଁଚାଇ ଦିଅନ୍ତେ ରାଜା ରାଣୀ ଦୁହେଁ ଏହି ସମ୍ବାଦ ଶୁଣି ବହୁତ ଅନୁତାପ କଲେ । ଏବେ କଣ କରିବେ ପିଲାଟି ଦିନରୁ ସେମାନେ ତାଙ୍କ ରାଜ କନ୍ୟାଙ୍କୁ ତ ସ୍ୱାଧୀନତା ଦେଇ ସାରି ଛନ୍ତି । ଏବେ ଆଉ ଭପାୟ ବା କ’ଣ? ରାଜ କନ୍ୟା ଉଆସକୁ ଫେରିବା ପରେ ସେ ରାଜା ଓ ରାଣୀ ଆଉ ତାକୁ ପଦାକୁ ବୁଲାବୁଲି କରିବାକୁ ଛାଡିଲେ ନାହିଁ ।

ଏହା ପରେ ରାଜାଙ୍କ ପାଖରେ ତାଙ୍କ ରାଣୀ ଅନୁରୋଧ କଲେ ଯେ ବଢିଲା ଝିଅ ଆମର । ତାକୁ ଆଉ ଏତେ ସ୍ୱାଧୀନତା ଦେବାଟା ଠିକ୍ ନୁହେଁ । ଏଥର ତାକୁ ଆମର ଆଖି ଦେଖାରେ ରଖିବାକୁ ପଡିବ । ଏହା ଛଡା ତା’ର ବିବାହ ଯେତେ ଶୀଘ୍ର ହେବ କରି ଦେବାକୁ ପଡିବ । ବଢିଲା ଝିଅକୁ ଘରେ ରଖିଲେ ତାହା ଆମ ଲାଗି ପାପ ହେବ ।

ଏବେ ରାଣୀଙ୍କର କଥାକୁ ରାଜା ନିଜ ମୁଣ୍ଡରେ ପୂରାଇଲେ କନ୍ୟା ବିବାହ ନିହାତି ଜରୁରୀ । ବରଂ କନ୍ୟାକୁ ତାଙ୍କର ଯିଏ ବିଭା ହେବ ତାଙ୍କ ଅନ୍ତେ ସେହି ଜୋଇଁ ହିଁ ଏ ରାଜ ସିଂହାସନରେ ବସିବ । ସେଥି ଲାଗି ରାଜା ନିଜ ସେନାପତିଙ୍କୁ ତାଙ୍କ ରାଜ କନ୍ୟାଙ୍କ ନିମନ୍ତେ ତା’ର ଉପଯୁକ୍ତ ବର ଖୋଜିବା ଦାୟିତ୍ୱ ନ୍ୟସ୍ତ କଲେ ।

ଏଣେ ରାଜ କନ୍ୟା ରୂପଶ୍ରୀଙ୍କୁ ଆକଟ ମଧ୍ୟରେ ରଖା ଗଲା । ତାଙ୍କ ଲାଗି ଉପଯୁକ୍ତ ପାତ୍ର ଖୋଜା ଚାଲିଲା; କିନ୍ତୁ ସେଦିନ ଅରଣ୍ୟ ମଧ୍ୟରେ ମନ୍ତ୍ରୀ ପୁଅ ଅନିନ୍ଦ୍ୟ ସୁନ୍ଦରଙ୍କ ସହିତ ହୋଇଥିବା ସହବାସର ମଜା ମନରୁ ତାଙ୍କର ଅନ୍ତର ହେଲା ନାହିଁ । ସଦାସର୍ବଦା ମନ୍ତ୍ରୀ ପୁଅକୁ ପାଖରେ ପାଇବାକୁ ସେ ଯେମିତି ପାଗଳିନୀ ପ୍ରାୟ ହେଲେ । ଶେଷରେ ରାଜ ଉଆସରେ ଜଣେ ପ୍ରହରୀଙ୍କୁ ହାତ କରି ପ୍ରତିଦିନ ରାତ୍ରି ହେଲେ ସେହି ମନ୍ତ୍ରୀ ପୁଅକୁ ଉଆସକୁ ଡକାଇ ଆଣି ତାଙ୍କ ସହିତ ରତି କ୍ରୀଡା କରିବାକୁ ଲାଗିଲେ ।

ଏ ଥିଲା ରାଜ କନ୍ୟାଙ୍କ କଥା । ଅଲିଅଳି ଝିଅ ରାଜ ଉଆସ ମଧ୍ୟରେ ରାଜା ଓ ରାଣୀ ତାଙ୍କୁ ଯେତେ ଆକଟ କରି ରଖିଲେ ମଧ୍ୟ କନ୍ୟା ଉପରେ ତାଙ୍କର ବିଣେଷ ଆକଟ ନଥିଲା । ବରଂ ରାଜ କନ୍ୟାଙ୍କୁ କିପରି ହାତକୁ ଦି’ ହାତ କରି ଦେବେ ରାଜା ଓ ରାଣୀ ସର୍ବଦା ସେହି ଚିନ୍ତାରେ ରହିଲେ ।

ଏହି ପରି ଭାବରେ କିଛି ଦିନ ଅତିବାହିତ ହୋଇଗଲା । ମନ୍ତ୍ରୀ ପୁଅ ଅନିନ୍ଦ୍ୟ ସୁନ୍ଦରଙ୍କ ସାଥିରେ ପ୍ରେମ କରି ସେ ରାଜା ଝିଅ ରୂପଶ୍ରୀ ମଧ୍ୟ ଖୁବ୍ ଖୁସି ଥିବା ସମୟରେ ହଠାତ୍ ତାଙ୍କର ପିତା ମାତାଙ୍କର ଦେହାନ୍ତ ହୋଇ ଗଲା ।

ଏକ ସାଥିରେ ସେହି ରାଜା ଓ ରାଣୀଙ୍କର ମୃତ୍ୟୁ ହୋଇଯିବା କାରଣରୁ ରାଜକନ୍ୟା ରୂପଶ୍ରୀ ଏଥର ସମ୍ପୂର୍ଣ୍ଣ ଏକା ହୋଇଗଲେ । ସେହି ରାଜ୍ୟର ଦାୟିତ୍ୱ ଏବେ ରାଜ କନ୍ୟାଙ୍କ ହସ୍ତରେ । ବହୁ ଚିନ୍ତାରେ ପଡିବା ପରେ ରାଜକନ୍ୟା ରୂପଶ୍ରୀ ସେହି ମନ୍ତ୍ରୀ ପୁଅ ଅନିନ୍ଦ୍ୟ ସୁନ୍ଦରଙ୍କୁ ନେଇ ରାଜ ସିଂହାସନରେ ବସାଇଲେ । ମନ୍ତ୍ରୀ ପୁଅ ସିଂହାସନରେ ବସିବା ପରେ ରାଜ କନ୍ୟା ସେହି ମନ୍ତ୍ରୀ ପୁଅକୁ ବିବାହ କରି ରାଜ୍ୟର ରାଣୀ ହେବାକୁ ମନସ୍ଥ କରିବା ବେଳକୁ ମନ୍ତ୍ରୀ ପୁଅ ରାଜା ହୋଇ ପାରିଧି କରିବାକୁ ଯାଇ ଜଣେ ବିଦୂଷକ ରାଜ କନ୍ୟାଙ୍କୁ ନିଜର ବୋହୂ କରି ଆଣିଲେ । ଏହା ଦେଖି ରାଜ କନ୍ୟା ରୂପଶ୍ରୀ ରାଗି ଗଲେ । ଆଉ ସେ ମନ୍ତ୍ରୀ ପୁଅକୁ ଚାହିଁଲେ ନାହିଁ । ବରଂ ବାହାରର ପର ପୁରୁଷ ମାନଙ୍କୁ ନେଇ ଆନନ୍ଦ ମଉଜ କଲେ ।

ମନ୍ତ୍ରୀ ପୁଅ ବର୍ତ୍ତମାନ ଅନିନ୍ଦ୍ୟ ସୁନ୍ଦର ସେ ରାଜ୍ୟର ରାଜା । ରାଜ୍ୟର ସମସ୍ତ ଦାୟିତ୍ୱ ତାଙ୍କ ଉପରେ । ସେ ରାଜ୍ୟର ମାଲିକ ସେ । ଯେତେବେଳେ ଯାହା ଆଦେଶ କରୁଛନ୍ତି ରାଜ୍ୟର ପ୍ରଜା ମାନେ ତାହାକୁ ପାଳନ କରୁଛନ୍ତି ।

ଦିନେ ରାଜ୍ୟର କଟୁଆଳ ପୁଅ ଆଖିରେ ସେହି ରାଜ କନ୍ୟା ରୂପଶ୍ରୀଙ୍କର କରୁଥିବା କୁକର୍ମ ପଡିବାରୁ ସେ ଯାଇ ମନ୍ତ୍ରୀ ରାଜାଙ୍କ ନିକଟରେ ଗୋପନରେ ଏହି କଥା କହି ଦେଲା । ତହୁଁ ରାଜା ମନ୍ତ୍ରୀଙ୍କୁ ଆଦେଶ ଦେଲେ ଯେ ଯେତେ ଶୀଘ୍ର ପାରୁଛ ତୁମେ ଯେମିତିକା ଯୁବକ ପାଉଛ ତାକୁ ଧରି ଆଣି ତା ସହିତ ରାଜ କନ୍ୟା ରୂପଶ୍ରୀର ବିବାହ କରିବାର ବନ୍ଦୋବସ୍ତ କର ।

ମନ୍ତ୍ରୀ ରାଜାଙ୍କର ଆଦେଶ ପାଳନ କରି ଜଣେ ନିର୍ବୁଦ୍ଧିଆ ଯୁବକ ସହିତ ସେହି ଚରିତ୍ର ହୀନା ରାଜ କୁମାରୀ ରୂପଶ୍ରୀଙ୍କର ବିବାହ କରାଇ ଦେଲେ ।

ରାଜ କନ୍ୟା ରୂପଶ୍ରୀକୁ ସିନା ଗୋଟିଏ ହୁଣ୍ଡା ଯୁବକ ସାଥିରେ ବିବାହ କରି ଦିଆ ଗଲା, ସେଥିରେ ରାଜ କନ୍ୟା ରୂପଶ୍ରୀଙ୍କର କୌଣସି ଅସୁବିଧା ହେଲା ନାହିଁ ବରଂ ରାଜ କନ୍ୟା ନିଜର ହୁଣ୍ଡା ସ୍ୱାମୀଙ୍କୁ କୌଣସି କାର୍ଯ୍ୟରେ ବାହାରକୁ ପଠାଇ ଦେଇ ରାଜ୍ୟର ବଛା ବଛା ଧନୀ ଘରର ପୁତ୍ର ମାନଙ୍କୁ ନିମନ୍ତ୍ରଣ କରି ଆଣି ତାଙ୍କ ସହ କାମ କ୍ରୀଡା ଆରମ୍ଭ କରି ଦେଲା ଓ ସୁଖରେ ରହିଲା । ରାଜ କନ୍ୟାଙ୍କର ଏ ସମସ୍ତ କର୍ମ ଆଉ ବେଶୀ ଦିନ ଲୁଚି ରହିଲା ନାହିଁ । ଧୀରେ ଧୀରେ ସବୁ କଥା ବାହାରକୁ ଆସିଲା । ସବୁ କଥା ବାହାରକୁ ଆସିବାରୁ ସେକଥା ଯାଇ ମନ୍ତ୍ରୀ ପୁଅ ରାଜାଙ୍କ କାନରେ ପଡିଲା ।

ରାଜ କନ୍ୟାଙ୍କର ସଖୀ ମାନେ ଦେହ ବେପାର କରୁଛନ୍ତି । ଆଉ ମଧ୍ୟ ନିଜେ ରାଜ କନ୍ୟା ବହୁ ଧନୀକ ପୁତ୍ର ମାନଙ୍କୁ ନେଇ ନିଜର ଦେହ ସୁଖ ମେଂଟାଉ ଛନ୍ତି । ଏକଥା ଶୁଣିବା ମାତ୍ରେ ରାଜା ଆଉ ସ୍ଥିର ହୋଇ ବସି ରହି ପାରିଲେ ନାହିଁ । ଏହା ଦ୍ୱାରା ତାଙ୍କ ରାଜ୍ୟ ଉପରେ ମନ୍ଦ ପ୍ରଭାବ ପଡୁଛି । ତେଣୁ କ୍ରୋଧ ହୋଇ ରାଜା ମନ୍ତ୍ରୀଙ୍କୁ ପଠାଇ ରାଜ କନ୍ୟା ରୂପଶ୍ରୀଙ୍କ ସହ ତାଙ୍କ ସଖୀ ମାନଙ୍କୁ ବନ୍ଦୀ କରି ଆଣି ତାଙ୍କ କାରାଗାରର ଅନ୍ଧାର ଗୃହରେ ରଖାଇ ଦେଲେ ।

କାରାଗାର ମଧ୍ୟରେ ଏମିତି କିଛି ଦିନ କଟି ଯାଇଛି, କାରାଗାର ମଧ୍ୟରେ ସେହି ରାଜ କନ୍ୟା ରୂପଶ୍ରୀଙ୍କର ମୃତ୍ୟୁ ହୋଇ ଗଲା । ସଖୀ ମାନେ କଦାକାର ରୂପରେ ପରିଣତ ହୋଇ ସେମାନେ ସବୁ ନାନା ପ୍ରକାର ରୋଗରେ ପଡି ଗଲେ ।

ରାଜ କନ୍ୟାଙ୍କର ମୃତ୍ୟୁ ଖବର ପ୍ରହରୀ ମାନେ ଯାଇ ରାଜାଙ୍କ ପାଖରେ ପହଁଚାଇ ଦିଅନ୍ତେ ରାଜା ତହୁଁ ଆଦେଶ ଦେଲେ ଯେ ରାଜ କନ୍ୟା ରୂପଶ୍ରୀଙ୍କର ସଖୀ ମାନଙ୍କୁ ଖଲାସ କରି ଦିଅ । ଆଉ ରାଜ କନ୍ୟା ରୂପଶ୍ରୀଙ୍କର ସିଂହ ଦ୍ୱାର ସମ୍ମୁଖରେ ସମାଧି କର । ଆଉ ସେହି ସମାଧି ଉପରେ ରାଜ କନ୍ୟାଙ୍କର ଏକ ପ୍ରତିମୂର୍ତ୍ତି ପାଷାଣରେ ନିର୍ମାଣ କର । ତା’ ପରେ ମୂର୍ତ୍ତି ତଳକୁ ଲେଖି ଦେଲେ –

ବୁଦ୍ଧିମତୀ ନାରୀକୁ ହୁଣ୍ଡା ପୁରୁଷ

ନିଜ ହସ୍ତରେ ନିଜେ ହୁଅନ୍ତି ନାଶ ।

ପୁରୁଷ ବୋକା ପରି ନିଜର ଘର ସଂସାର ନ କରିବା ଆଉ ନିଜ ସ୍ତ୍ରୀକୁ ନିଜ ଆୟତରେ ନରଖିବା ତା’ର ଭୁଲ୍ । ସେହିପରି ନାରୀ ଚତୁରୀ ହୋଇ ନିଜ ପରୁଷକୁ ନିଜ ଆୟତରେ ରଖି ନପାରିବା ମଧ୍ୟ ଭୁଲ୍ ।

ଶୁଣ ଅବୋଲକରା ବୁଲିବା କଥା

ବେଳ ଥାଉଁ ଥାଉଁ କରିବୁ ଚିନ୍ତା ।

ତିର୍ଲାକୁ ବୁଝାଅ ଆପଣେ ଯାଇ

ଚାହିଁ ରହି ଅଛି ତୋ ବାଟକୁ ଚାହିଁ ।

ଘଟଣା ଶୁଣିଲୁ କନ୍ୟା ରତନ

ରାଜା ରାଣୀଙ୍କର ଜୀବନ ଧନ ।

ଚତୁରୀ ହୋଇଣ ବିକଳେ ମଲା

ଏପରି ସୁଖରୁ କିଲାଭ ହେଲା ।

ଉଠାଅ କମ୍ବଳ ଧର ଛତା

କେତେ ଦିନ ଗଲେ ପଶିବ ଚେତା ।

ବିଧାତା ଖଞ୍ଜିଲା ଯାହାକୁ ଯହିଁ

ସୁଖରେ ରହିବ ତାହାକୁ ପାଇ ।

Odia Galpa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଅବୋଲକରାର ଜନ୍ମ କଥା/Abolakarara Janma Katha
Next Article ସତୀ ସଉତୁଣୀ ମନ୍ଦିର କଥା/Sati Sautuni Mandira Katha
suchitra

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.